Dharitri News
ରାଜ୍ୟ |

ଶ୍ରୀମନ୍ଦିରରେ ଲାଗିବ ଲ୍ୟାଣ୍ଡଫୋନ

ଶ୍ରୀମନ୍ଦିରରେ ଲାଗିବ ଲ୍ୟାଣ୍ଡଫୋନ ପୁରୀ ଅଫିସ,୧।୧: ସେବାୟତଙ୍କ ପାଇଁ ସ୍ବତନ୍ତ୍ର ମୋବାଇଲ୍‌ (କ୍ୟାମେରା ଏବଂ ଇଣ୍ଟରନେଟ୍‌ ସୁବିଧା ନ ଥିବା) ଫୋନ ଯୋଗାଣ ଶେଷରେ ବାଟବଣା ହୋଇଛି। ଆରମ୍ଭରୁ ଏହାକୁ ବିରୋଧ କରାଯାଇ ଶ୍ରୀମନ୍ଦିର ବେଢ଼ାରେ ଲାଗିଥିଲା ଏକାଧିକ ପୋଷ୍ଟର। ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ମୋବାଇଲ୍‌ ଫୋନ ଗ୍ରହଣ ନ କରିବା ଲାଗି ପୋଷ୍ଟରରେ ସେବାୟତଙ୍କୁ ଅନୁରୋଧ କରାଯାଇଥିଲା। ସେହିଭଳି କେତେଜଣ ନିଜସ୍ବ ଅର୍ଥରେ କ୍ୟାମେରା ନ ଥିବା ମୋବାଇଲ୍‌ ଫୋନ କିଣିବାକୁ କହୁଥିବାବେଳେ ଆଉ କେତେଜଣ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ସ୍ବର ଉଠାଇଥିଲେ। ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ର ମଧ୍ୟ ମନ୍ଦିର ଭିତରକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି କହିଥିଲେ। ଏମିତି ବିବାଦ ମଧ୍ୟରେ ଛନ୍ଦି ହୋଇପଡିଥିବା ସ୍ବତନ୍ତ୍ର ମୋବାଇଲ୍‌ ଫୋନ କିଣିବାକୁ କେହି ଆଗ୍ରହ ଦେଖାଇ ନ ଥିଲେ। ଶେଷରେ ଏହି ସ୍ବତନ୍ତ୍ର ମୋବାଇଲର ସ୍ଥାନ ନେବାକୁ ଯାଉଛି ଲ୍ୟାଣ୍ଡଫୋନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଲ୍ୟାଣ୍ଡଫୋନ ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ସବୁଜ ସଙ୍କେତ ଦେଇଛନ୍ତି। ଶ୍ରୀମନ୍ଦିରରେ ଲ୍ୟାଣ୍ଡଫୋନ ବ୍ୟବସ୍ଥା କରିବାକୁ କେବଳ ଧରିତ୍ରୀରେ ଗତ ସେପ୍ଟେମ୍ବର ୨୦ ତାରିଖରେ ‘ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ପ୍ରସଙ୍ଗ: ସମାଧାନର ବାଟ ଲ୍ୟାଣ୍ଡଫୋନ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା, ଯାହା ଏବେ ଫଳପ୍ରଦ ହେବାକୁ ଯାଉଛି। ସୋମବାର ସିଂହଦ୍ୱାର ସମ୍ମୁଖରେ ମୋବାଇଲ୍‌ କଟକଣା ଉପରେ ଗଣମାଧ୍ୟମ ଆଗରେ ମୁଖ୍ୟ ପ୍ରଶାସକ କହିଥିଲେ, ଶ୍ରୀମନ୍ଦିର ଭିତରକୁ ମୋବାଇଲ କଟକଣା ନିଶ୍ଚିତ ରହିବ। କଟକଣା ସତ୍ତ୍ବେ ଆମକୁ ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ିବ। ଏହି ବିକଳ୍ପ ବ୍ୟବସ୍ଥା ଯେପରି କି ଶ୍ରୀମନ୍ଦିରର ନୀତିକାନ୍ତି ଉପରେ ପ୍ରଭାବ ନ ପକାଇବ, ତାହା ଉପରେ ଧ୍ୟାନ ଦେବାକୁ ହେବ। ଲ୍ୟାଣ୍ଡ ଲାଇନ କେଉଁଠି ଲାଗିବ, କେମିତି ଲାଗିବ ସେ ନେଇ ଖୁବ୍‌ କମ୍‌ଦିନ ମଧ୍ୟରେ ବ୍ୟବସ୍ଥା କରାଯିବ। ପ୍ରଶାସନ ସେବାୟତଙ୍କ ଲାଗି ଯେଉଁ ସ୍ବତନ୍ତ୍ର ମୋବାଇଲ ବିକ୍ରି ଯୋଜନା କରିଥିଲା ତାହା କାହିଁିକି ଫଳପ୍ରଦ ହେଲା ନାହିଁ ପ୍ରଶ୍ନରେ ମୁଖ୍ୟ ପ୍ରଶାସକ କହିଥିଲେ, ସେ ନେଇ ଆମେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଆମର ମୁଖ୍ୟ ଲକ୍ଷ୍ୟ ହେଉଛି କିପରି ମୋବାଇଲ ଉପରେ କଟକଣା ରହିବ। ମୋବାଇଲ କଟକଣା ନେଇ ଭକ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ବ୍ୟାନର, ପୋଷ୍ଟର ଲଗାଯାଇଛି। ଏହା ସତ୍ତ୍ବେ ଯଦି ଭିତରେ କାହାଠାରୁ ମୋବାଇଲ ଫୋନ ଧରାପଡିଲା ତେବେ ତାହାକୁ ଯାଞ୍ଚ କରାଯିବ। ଯଦି ସେଥିରେ ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ କରାଯାଇ ବାହାରକୁ ପଠାଯାଇଥିବା ଜଣାପଡିବ, ସେହି ମୋବାଇଲକୁ ବାଜ୍ୟାପ୍ତି କରାଯିବ ନଚେତ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବା ଲାଗି ମଧ୍ୟ ଅଫିସିଆଲ ଅର୍ଡର କରାଯାଇଛି। ମଙ୍ଗଳବାର ପୌଷ ପୂର୍ଣ୍ଣିମା। ଶ୍ରୀମନ୍ଦିର ଗହଳି ରହିବ। ତେଣୁ ଆସନ୍ତା ୩ ତାରିଖଠାରୁ ଏହି ଜରିମାନା ଆଦାୟକୁ କଡ଼ାକଡି କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ।

ରାଜ୍ୟ |

ଆଠ ଧାଡ଼ିର ରିପୋର୍ଟ ପାଇଁ ୪୦ ସପ୍ତାହ ସମୟ

କଟକ ଅଫିସ, ୧୯।୧- କନ୍ଧମାଳ ଜିଲାର ଆଶ୍ରମ ସ୍କୁଲଗୁଡିକରେ ମ୍ୟାଲେରିଆ ବ୍ୟାପୁଥିବା ନେଇ ଦାଏର ହୋଇଥିବା ଏକ ମାମଲାରେ ଓଡ଼ିଶା ମାନବାଧିକାର କମିଶନ ରିପୋର୍ଟ ତଲବ କରିଥିଲେ। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ କମିଶନ କନ୍ଧମାଳ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏତେବଡ଼ ସମ୍ବେଦନଶୀଳ ମାମଲାରେ ଏଇ ଦୁଇ ଅଫିସର ୪ ସପ୍ତାହ ବଦଳରେ ୧୦ ମାସ ଅର୍ଥାତ୍‌ ୪୦ ସପ୍ତାହରୁ ଅଧିକ ସମୟ ନେଇଛନ୍ତି।

୧୨୧ଟି ଟେଣ୍ଡରକୁ ଅସିଦ୍ଧ କଲେ ହାଇକୋର୍ଟ

୧୨୧ଟି ଟେଣ୍ଡରକୁ ଅସିଦ୍ଧ କଲେ ହାଇକୋର୍ଟ

କଟକ ଅଫିସ, ୧୯।୧- କୋରାପୁଟ ଜିଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ଯୋଜନାରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଜାଲିଆତି କରାଯାଇଛି। ଏ ସମ୍ପର୍କିତ ଆଗତ ମାମଲାର ବିଚାର କରି ହାଇକୋର୍ଟ ୧୨୧ଟି ଟେଣ୍ଡରକୁ ଅସିଦ୍ଧ ଘୋଷଣା କରିଛନ୍ତି।

ପ୍ରାଚୀକୂଳରେ ୪ ହଜାର ବର୍ଷ ତଳ ସଭ୍ୟତାର ସନ୍ଧାନ

ପ୍ରାଚୀକୂଳରେ ୪ ହଜାର ବର୍ଷ ତଳ ସଭ୍ୟତାର ସନ୍ଧାନ

ଭୁବନେଶ୍ୱର, ୧୯।୧(ବ୍ୟୁରୋ)- ନିଆଳି ନିକଟ ପ୍ରାଚୀନଦୀ କୂଳ ଭାରତୀହୁଡାରେ ପୁରାତନ ସଭ୍ୟତାର ଅନୁସନ୍ଧାନ କରୁଥିବା ଭୁବନେଶ୍ୱରସ୍ଥିତ ପ୍ରନତ୍ତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଉତ୍‌ଖନନ ଶାଖା-୪କୁ ମିଳିଛି ସଫଳତା।

କମ୍ପ୍ୟୁଟରୀକରଣ ହେବ ସ୍ବାସ୍ଥ୍ୟସେବା ସମ୍ପର୍କିତ ତଥ୍ୟ

କମ୍ପ୍ୟୁଟରୀକରଣ ହେବ ସ୍ବାସ୍ଥ୍ୟସେବା ସମ୍ପର୍କିତ ତଥ୍ୟ

ଭୁବନେଶ୍ୱର, ୧୯।୧(ବ୍ୟୁରୋ)- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଓଡ଼ିଶା ଇ-ହସ୍ପିଟାଲ ମ୍ୟାନେଜମେଣ୍ଟ୍‌ ଇନ୍‌ଫର୍ମେଶନ୍‌ ସିଷ୍ଟମ(ଓଇଏଚ୍‌ଏମ୍‌ଆଇଏସ୍‌) ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

ଆସିବ ପର୍ଯ୍ୟଟନ ଆଇନ

ଆସିବ ପର୍ଯ୍ୟଟନ ଆଇନ

ଭୁବନେଶ୍ୱର, ୧୯।୧(ବ୍ୟୁରୋ)- ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ଜେଲ୍‌ଦଣ୍ଡ ସହ ଜରିମାନା ଆଦାୟ ହେବ। ବିଦେଶୀ ପର୍ଯ୍ୟଟକଙ୍କୁ ହଇରାଣ ହରକତ କିମ୍ବା ଠକିଲେ କଠୋର ଦଣ୍ଡ ଦିଆଯିବ।

ପଦ୍ମ ଧରିବେ ମିହିର, ଅନୁ, ରମାରଞ୍ଜନ

ପଦ୍ମ ଧରିବେ ମିହିର, ଅନୁ, ରମାରଞ୍ଜନ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଅଭିନେତା ମିହିର ଦାସ, ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂହ ଭାଜପାରେ ଯୋଗଦେବେ।

ଭାଜପାର ମିଶନ ଓଡ଼ିଶାରେ ସାମିଲ ହେଲେ ରମାରଞ୍ଜନ

ଭାଜପାର ମିଶନ ଓଡ଼ିଶାରେ ସାମିଲ ହେଲେ ରମାରଞ୍ଜନ

ସାକ୍ଷୀଗୋପାଳ, ୧୯।୧(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀର ପୁର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ବିଜେଡି ଛାଡ଼ିବା ପରେ ଭାଜପାରେ ମିଶିବା ନିଶ୍ଚିତ ହୋଇଛି। ଶନିବାର ଭାଜପାର ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ।

ନେତାଜୀ ମ୍ୟୁଜିୟମରେ ତାଲା, ସମ୍ମୁଖରେ ବିକ୍ଷୋଭ

ନେତାଜୀ ମ୍ୟୁଜିୟମରେ ତାଲା, ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫସ, ୧୯।୧: ଆସନ୍ତା ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ଏହି ଅବସରରେ ପୁରୀସ୍ଥିତ ଗୋପାଳବଲ୍ଲଭ ଲେନ୍‌ଠାରେ ନିର୍ମାଣାଧୀନ ନେତାଜୀଙ୍କ ମ୍ୟୁଜିୟମରେ ତାଲା ପଡିଥିବା ବେଳେ ତାହା ଖୋଲିପାରିବ ନାହିଁ।

ଫ୍ରାଞ୍ଚାଇଜ୍‌ ସ୍ବାର୍ଥରେ ସେସୁ

ଭୁବନେଶ୍ୱର,୧୮।୧(ବ୍ୟୁରୋ)- ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେଇଥିବା ଫ୍ରାଞ୍ଚାଇଜ୍‌ କମ୍ପାନୀମାନେ ଗତ ପ୍ରାୟ ୫ ବର୍ଷ ମଧ୍ୟରେ ଗ୍ରାହକଙ୍କ ଉପରୋକ୍ତ ସମସ୍ୟାକୁ ସମାଧାନ କରିବାରେ ବାରମ୍ବାର ବିଫଳ ହେଉଥିଲେ ମଧ୍ୟ ସେସୁ ମ୍ୟାନେଜମେଣ୍ଟ ଆଖିବୁଜି ବସିଛି। କାହିଁକି ଫ୍ରାଞ୍ଚାଇଜ୍‌ କମ୍ପାନୀଗୁଡ଼ିକ ବିଫଳ ହେଉଛନ୍ତି ତାହାର ସମୀକ୍ଷା କରାଯାଉନାହିଁ। ଏଭଳିସ୍ଥଳେ ବିନା ଟେଣ୍ଡରରେ ଫ୍ରାଞ୍ଚାଇଜ୍‌ କମ୍ପାନୀଗୁଡ଼ିକର କାର୍ଯ୍ୟକାଳ ପୁଣିଥରେ ବୃଦ୍ଧି ପାଇଁ ମସୁଧା ଚାଲିଛି।

ଚିଟ୍‌ଫଣ୍ଡ ତଦନ୍ତ କମିଶନ: ଦାଖଲ ହେଲା ଚତୁର୍ଥ ଅନ୍ତରୀଣ ରିପୋର୍ଟ

କଟକ ଅଫିସ, ୧୮।୧- ଚିଟଫଣ୍ଡ ଠକେଇ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିଶନ ଗୁରୁବାର ସରକାରଙ୍କୁ ଚତୁର୍ଥ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। କମିଶନଙ୍କ ସଚିବ ଦେବରାଜ ରାଉତ ସିଲ୍‌ କଭରରେ ୬୮୯୧ ପୃଷ୍ଠାର ଏହି ରିପୋର୍ଟକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଛନ୍ତି।

ଏକ୍ସପାଏରି ଔଷଧ ଖାଇବେ ରୋଗୀ

ଏକ୍ସପାଏରି ଔଷଧ ଖାଇବେ ରୋଗୀ

କଟକ ଅଫିସ, ୧୮।୧- ନିରାମୟ ଯୋଜନାରେ ସରକାର ଯୋଗାଣ କରିଥିବା ମାଗଣା ଔଷଧକୁ ନେଇ ଏକ ବଡ଼ଧରଣର ଦାୟିତ୍ୱହୀନତା ସାମ୍ନାକୁ ଆସିଛି। ଏସ୍‌ସିବି ମେଡିକାଲରୁ ଏହା ଧରାପଡିଛି। ଜାନୁୟାରୀ ୧୬ ତାରିଖରେ ରୋଗୀଙ୍କୁ ଦିଆଯାଇଥିବା ଔଷଧର ଅବଧି ଫେବୃୟାରୀ ପର୍ଯ୍ୟନ୍ତ ରହିଛି। ଅର୍ଥାତ ମାତ୍ର ୪୪ଦିନ ଔଷଧର ଅବଧି ଥିବା ବେଳେ ରୋଗୀଙ୍କୁ କେଉଁଠି ଦୁଇମାସ, ଅଢେଇମାସ ଓ ସ୍ଥଳବିଶେଷରେ ୩ମାସ ପାଇଁ ଦିଆଯାଇଛି।

ପଲିଥିନ ବ୍ୟାଗ୍‌ କଟକଣା: ବ୍ୟବସାୟୀ ଦେବେ ମାସକୁ ୪ ହଜାର

ପଲିଥିନ ବ୍ୟାଗ୍‌ କଟକଣା: ବ୍ୟବସାୟୀ ଦେବେ ମାସକୁ ୪ ହଜାର

ଭୁବନେଶ୍ୱର,୧୮।୧(ବ୍ୟୁରୋ)-ଏଣିକି ବ୍ୟବସାୟୀମାନେ ଆଉ ମାଗଣାରେ ମନଇଚ୍ଛା ପଲିଥିନ ବ୍ୟାଗ୍‌ ବ୍ୟବହାର କରିପାରିବେ ନାହିଁ। ଏଥିପାଇଁ ସେମାନଙ୍କୁ ଦେବାକୁ ହେବ ପଞ୍ଜୀକରଣ ଫି। ମାସକୁ ୪ ହଜାର ଟଙ୍କା ହିସାବରେ ବର୍ଷକୁ ୪୮ ହଜାର ଟଙ୍କା ଫି ଦାଖଲ କରିବାକୁ ପଡିବ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି।