ମେଟ୍ରୋ |

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ, ୧।୧: ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସଡ଼କ ପଥରେ ଆସି ପୂର୍ବାହ୍ନ ୧୧ଟା ୩୫ରେ ସିଂହଦ୍ୱାର ନିକଟରେ ପହଞ୍ଚତ୍ଥିଲେ। ତାଙ୍କ ସହିତ ଭୁବନେଶ୍ୱର ଏମ୍‌ପି ପ୍ରସନ୍ନ ପାଟଶାଣୀ ଆସିଥିଲେ। ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍‌ପି ସାର୍ଥକ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାସ, ଉପଜିଲାପାଳ ମଧୁସୂଦନ ଦାସ, ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ସିଂହଦ୍ୱାର ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ର, ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର ପ୍ରମୁଖ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ପୂର୍ବାହ୍ନ ୧୧ଟା ୪୦ରେ ମୁଖ୍ୟମନ୍ତ୍ରୀ ଦର୍ଶନ ଲାଗି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ବେହରଣ ଦ୍ୱାର ଦେଇ ଜଗମୋହନରୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଜଗମୋହନ ସୌନ୍ଦର୍ଯ୍ୟକରଣ କାମ ଦେଖିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜେନାଙ୍କୁ କାମ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ପୁଣି ବେହେରଣ ଦ୍ୱାର ଦେଇ ମୁକ୍ତିମଣ୍ଡପ ନିକଟକୁ ଯାଇଥିଲେ। ମୁକ୍ତିମଣ୍ଡପ ପଣ୍ଡିତମାନେ ବେଦ ପାଠ କରି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବଚନ ଦେଇଥିଲେ। ପ୍ରାୟ ୨୦ ମିନିଟ୍‌ ମନ୍ଦିର ଭିତରେ ରହି ଫେରିବା ପରେ ସିଂହଦ୍ୱାରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଥିଲେ। ଏଥିସହ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ଓ ଶାନ୍ତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସ୍ବର୍ଗଦ୍ୱାର ଯାଇ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠରେ ପୁଷ୍ପଗୁଚ୍ଛ ଦେଇ ପ୍ରଣାମ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ଗସ୍ତ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀ ଜଗମୋହନରେ ଥାଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ଏହାପରେ ଜଗମୋହନର ସୌନ୍ଦର୍ଯ୍ୟକରଣ କାମ ଦେଖିଥିଲେ। ବର୍ତ୍ତମାନ ଷ୍ଟିଲ କଲମ ଉପରେ ଚାଲିଥିବା ପଥର କ୍ଲାଡିଂ କାମ ଏବଂ ସିଲିଂ କାମ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଗଲା। ଏହି କାମ କେବେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ। ଯେହେତୁ ଏହା ସୌନ୍ଦର୍ଯ୍ୟକରଣ କାମ, ତେଣୁ ଭଲ ଭାବେ ଏହା କରାଯାଉଛି। ତଥାପି ଏକ ମାସ ମଧ୍ୟରେ କାମ ସାରିବାକୁ ଚେଷ୍ଟା କରୁଛୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ।
All Right Reserved By

ମେଟ୍ରୋ |

ମିନିଟ୍ରକ୍‌ ଓଲଟି ୧୫ ଶ୍ରମିକ ଗୁରୁତର

ମିନିଟ୍ରକ୍‌ ଓଲଟି ୧୫ ଶ୍ରମିକ ଗୁରୁତର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଧଉଳି ଥାନା ଶିଶୁପାଳଗଡ଼ ଛକ ନିକଟରେ ମଙ୍ଗଳବାର ସକାଳେ ଏକ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ମିନିଟ୍ରକ ଶ୍ରମିକମାନଙ୍କୁ ନେଇ ଯାଉଥିବା ବେଳେ ଚକା ଫାଟି ଓଲଟି ପଡ଼ିବାରୁ ଗାଡ଼ିରେ ବସିଥିବା ୧୫ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। 

ବିଧାନସଭା ଗୃହ କମିଟି ନିକଟରେ ହାଜର ହେଲେ ଆୟର

ବିଧାନସଭା ଗୃହ କମିଟି ନିକଟରେ ହାଜର ହେଲେ ଆୟର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): କୋଣାର୍କ ଓ ପୁରୀ ଶ୍ରୀମନ୍ଦିର ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ର ମଙ୍ଗଳବାର ଓଡ଼ିଶା ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇଛନ୍ତି। ବିଧାନସଭାସ୍ଥିତ ୫୪ ନଂ. ପ୍ରକୋଷ୍ଠରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟି ବୈଠକରେ ଆୟର ନିଜର ପକ୍ଷ ରଖୁଛନ୍ତି। 

ମଦ୍ୟପ ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ, ଫାଣ୍ଡି ଘେରିଲେ ଲୋକେ

ମଦ୍ୟପ ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ, ଫାଣ୍ଡି ଘେରିଲେ ଲୋକେ

କୃଷ୍ଣପ୍ରସାଦ, ୨୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅଧୀନ ମାଲୁଦ ଫାଣ୍ଡି ଅଧିକାରୀ ମଦ୍ୟପାନ କରି ଜନସାଧାରଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ମହଙ୍ଗା ପଡିଛି। 

ବିଜେଡିରେ ଯୋଗଦେଲେ ୧୬ ଭାଜପା କର୍ମୀ

ବିଜେଡିରେ ଯୋଗଦେଲେ ୧୬ ଭାଜପା କର୍ମୀ

ପରଜଙ୍ଗ, ୨୩।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଭେଜିଆ ଗ୍ରାମର ୧୬ ଭାଜପା କର୍ମୀ ଧର୍ମାନନ୍ଦ ଦାସଙ୍କ ନେତୃତ୍ୱରେ ବିଜେଡିରେ ଯୋଗ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁଙ୍କ ଡିହଡୋଳସ୍ଥିତ ବାସଭବନରେ ମଙ୍ଗଳବାର ସେମାନେ ପହଞ୍ଚି ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। 

ପିସିଆର୍‌, ଟ୍ରାଫିକ ପୋଲିସ ନେବେ ସିପିଆର୍‌ ଟ୍ରେନିଂ:ପ୍ରଥମ ପର୍ଯ୍ୟାୟରେ ସାମିଲ ହେବେ ୫୦ଜଣ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- କିଛିଦିନ ତଳେ ଭୁବନେଶ୍ୱର ରେଳ ଷ୍ଟେଶନରେ ଜଣେ ଯାତ୍ରୀଙ୍କୁ ହଠାତ୍‌ ହୃଦ୍‌ଘାତ ହୋଇଥିଲା। ଜିଆର୍‌ପିର ଜଣେ କନ୍‌ଷ୍ଟେବଳଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କର ଜୀବନ ବଞ୍ଚତ୍ୟାଇଥିଲା। 

ଆଇସ୍‌କ୍ରିମ ପାର୍ଲରରେ ଛୁରା ମାଡ଼:କର୍ମଚାରୀ ଆହତ, ଅଭିଯୁକ୍ତ କର୍ମଚାରୀ ଗିରଫ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାରସ୍ଥିତ ଏକ ଆଇସ୍‌କ୍ରିମ୍‌ ପାର୍ଲରେ ରବିବାର ରାତିରେ ଜଣେ କର୍ମଚାରୀଙ୍କ ଛୁରାମାଡ଼ରେ ଅନ୍ୟଜଣେ ଆହତ ହୋଇଛନ୍ତି। 

ନକଲି ଆର୍ମି ଅଫିସର ଗିରଫ

ନକଲି ଆର୍ମି ଅଫିସର ଗିରଫ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- ନିଜକୁ ଜଣେ ଆର୍ମି ଅଫିସର କହୁଥିଲେ। ଆର୍ମିରେ ଚାକିରି ଦେବାକୁ କହି ବେକାର ଯୁବତୀଯୁବକଙ୍କଠାରୁ ବହୁ ଲକ୍ଷ ଟଙ୍କା ନେଇଥିଲେ। ନକଲି କାର୍ଡ ତିଆରି କରି ଆର୍ମି ଅଫିସର ଭଳି ସମସ୍ତ ସୁବିଧା ସୁଯୋଗ ବି ହାତଉଥିଲେ। 

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ଭୁବନେଶ୍ୱର,୨୩ା୧୦ (ବ୍ୟୁରୋ) - ଦୁର୍ଘଟଣାରେ ଆହତ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ପୁରସ୍କାର। ଏପରି ବହୁ ଯୋଜନା କରି କମିଶନରେଟ ପୋଲିସ ବାଃ ବାଃ ନେବାକୁ ଚେଷ୍ଟା କରୁଥିବାବେଳେ ନିଜ ଅଧିକାରୀ ଓ କର୍ମଚାରୀଙ୍କୁ ସେତିକି ସଚେତନ କରିପାରି ନ ଥିବା ଭଳି ମନେ ହେଉଛି। 

ଭାରତୀୟ ସେନ୍‌ସର ବୋର୍ଡ ଉପଦେଷ୍ଟା କମିଟି ସଦସ୍ୟ ହେଲେ ଶ୍ରୀକାନ୍ତ ପାଢ଼ୀ

ଭାରତୀୟ ସେନ୍‌ସର ବୋର୍ଡ ଉପଦେଷ୍ଟା କମିଟି ସଦସ୍ୟ ହେଲେ ଶ୍ରୀକାନ୍ତ ପାଢ଼ୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ)-
ଓଡ଼ିଶା ଜନ୍ମିତ ଯୁବ ସାମାଜିକ କର୍ମୀ ତଥା ବମ୍ବେ ହାଇକୋର୍ଟରେ ଭାରତ ସରକାରଙ୍କ ଓକିଲ ଭାବେ କାର୍ଯ୍ୟ କରୁଥିବା ଶ୍ରୀକାନ୍ତ ପାଢ଼ୀଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ(ଭାରତୀୟ ସେନ୍‌ସର ବୋର୍ଡ)ରେ ଏକ ମର୍ଯ୍ୟାଦାଜନକ ପଦବୀରେ ନିଯୁକ୍ତ କରାଯାଇଛି।

ଗଙ୍ଗବଂଶୀ କ୍ଷେତ୍ରୀୟ ସମାବେଶ:୭ ପାଇକ ବୀରଙ୍କୁ ଗୋଟିଏ ଦିନରେ ଦିଆଯାଇଥିଲା ଫାଶୀ

ଗଙ୍ଗବଂଶୀ କ୍ଷେତ୍ରୀୟ ସମାବେଶ:୭ ପାଇକ ବୀରଙ୍କୁ ଗୋଟିଏ ଦିନରେ ଦିଆଯାଇଥିଲା ଫାଶୀ

ପୁରୀ ଅଫିସ/ଗୋପ (ଡି.ଏନ.ଏ.), ୨୩ା୧୦: କୋଣାର୍କ ଅଞ୍ଚଳରେ ରହିଥିବା ତଥା କୋଣାର୍କ ମନ୍ଦିର ନିର୍ମାଣରେ ସହଯୋଗ କରିଥିବା ୧୮ଟି ଗଡ଼ର ଐତିହ୍ୟ ସଂକଳନ ପାଇଁ ସୋମବାର ଗୋପ ନିକଟ ରୂପାସଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି ଗଙ୍ଗବଂଶୀ କ୍ଷେତ୍ରୀୟ ସମାବେଶ।

ପୁରୀ ହିଂସା ଘଟଣା, ପୁଣି ୬ କୋର୍ଟ ଚାଲାଣ

ପୁରୀ ହିଂସା ଘଟଣା, ପୁଣି ୬ କୋର୍ଟ ଚାଲାଣ

ପୁରୀ ଅଫିସ, ୨୨ା୧୦: ଶ୍ରୀମନ୍ଦିରରେ ଧାଡ଼ିଦର୍ଶନକୁ ନେଇ ହୋଇଥିବା ହିଂସାରେ ଗିରଫଦାରି ସଂଖ୍ୟା ୯୨ରେ ପହଞ୍ଚତ୍ଛି। ପୂର୍ବରୁ ପୋଲିସ ୮୬ ଜଣଙ୍କୁ ଗିରଫ କରିଥିବା ବେଳେ ସୋମବାର ଆଉ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। 

ତିତ୍‌ଲି ପ୍ରଭାବିତ ଜିଲା ପାଇଁ ରିଲିଫ୍‌ ସହାୟତା ରାଶି ବୃଦ୍ଧି: ଦିଆଗଲା ୩୭୫ କୋଟି

ତିତ୍‌ଲି ପ୍ରଭାବିତ ଜିଲା ପାଇଁ ରିଲିଫ୍‌ ସହାୟତା ରାଶି ବୃଦ୍ଧି: ଦିଆଗଲା ୩୭୫ କୋଟି

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ସଚିବାଳୟରେ ସୋମବାର ତିତ୍‌ଲି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପଦକ୍ଷେପ  ନେଇ ଆଲୋଚନା ହୋଇଛି। ରାଜ୍ୟର ତିତ୍‌ଲି ପ୍ରଭାବିତ ଜିଲାଗୁଡିକୁ ୩୭୫ କୋଟି ଟଙ୍କା ରିଲିଫ୍‌ ସହାୟତା ଯୋଗାଇବା ପାଇଁ ବ୍ୟୟବରାଦ କରାଯାଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।