Dharitri News
ଉପକୂଳ ଓଡିଶା

୩ରୁ ୧୦ ଭିତରକନିକା ବନ୍ଦ

୩ରୁ ୧୦ ଭିତରକନିକା ବନ୍ଦ ରାଜନଗର,୧।୧(ଡି.ଏନ୍‌.ଏ.)- ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନ ଜାନୁୟାରୀ ୩ରୁ ୧୦ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟରେ ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀନାଳଗୁଡିକରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ କରାଯିବ। ବିଶିଷ୍ଟ ବଉଳା କୁମ୍ଭୀର ଗବେଷକ ଡା. ସୁଧାକର କରଙ୍କ ନେତୃତ୍ୱରେ ଏହି ଗଣନା ହେବ। ଏହି ସମୟରେ ଭିତରକନିକାକୁ ଆସିଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କାର୍ଯ୍ୟ କରାଯିବ। ଏହି ଗଣନା ନିମନ୍ତେ ପର୍ଯ୍ୟଟକ ଓ ଗବେଷକମାନଙ୍କ ପାଇଁ ପ୍ରବେଶ ନିଷିଦ୍ଧ କରାଯାଇଛି ବୋଲି ରାଜନଗର ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଉପକୂଳ ଓଡିଶା

ପୌରାଞ୍ଚଳ ଓ୍ବାର୍ଡ ସଭ୍ୟ ଉପନିର୍ବାଚନ ସମୟରେ ଉତ୍ତେଜନା

ପଟ୍ଟାମୁଣ୍ଡାଇ, ୧୬।୧(ଡି.ଏନ୍‌.ଏ.)- ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୭ ନଂ ଓ୍ବାର୍ଡରେ ଉପନିର୍ବାଚନ ସମୟରେ ମଙ୍ଗଳବାର ଉତ୍ତେଜନା ସୃଷ୍ଟି ହୋଇଛି। ଓ୍ବାର୍ଡର ଅରୁଣାମାଟିଆ ପ୍ରାଥମିକ ସ୍କୁଲରେ ଭୋଟ ଗ୍ରହଣ ବେଳେ ଏହି ଉତ୍ତେଜ୍ଜନା ହୋଇଥିଲା।

ଦେଢ଼ ମାସ ଶିଶୁର କଟା ମୁଣ୍ଡ ଉଦ୍ଧାର, ବଳି ସନ୍ଦେହ

ଦେଢ଼ ମାସ ଶିଶୁର କଟା ମୁଣ୍ଡ ଉଦ୍ଧାର, ବଳି ସନ୍ଦେହ

ନିଶ୍ଚିନ୍ତକୋଇଲି, ୧୬।୧(ଡି.ଏନ୍‌.ଏ.): କଟକ ଜିଲା ନେମାଲ ଥାନା ଅଧୀନ ତିଲକଣା ପଞ୍ଚାୟତ କୂଆଁଶୋଳ ଗ୍ରାମର ଧାନ ବିଲରୁ ମଙ୍ଗଳବାର ସକାଳେ ଏକ ଶିଶୁର କଟା ମୁଣ୍ଡ ପୋଲିସ ଉଦ୍ଧାର କରିଛି। ଶିଶୁଟି ପ୍ରାୟ ଦେଢ଼ ମାସର ହେବ ବୋଲି ଅନୁମାନ କରାଯାଉଛି।

ପାରାଦୀପ ପୌର  ଉପନିର୍ବାଚନ: ଅମ୍ବିକା ସ୍କୁଲରେ ମତଦାନ ଆରମ୍ଭ

ପାରାଦୀପ ପୌର ଉପନିର୍ବାଚନ: ଅମ୍ବିକା ସ୍କୁଲରେ ମତଦାନ ଆରମ୍ଭ

ପାରାଦୀପ, ୧୬।୧(ସ୍ବ.ପ୍ର.): ପାରାଦୀପ ପୌରପରିଷଦର ୬ ନମ୍ବର ଓ୍ବାର୍ଡ ପାଇଁ ମଙ୍ଗଳବାର ମତଦାନ ଆରମ୍ଭ ହୋଇଛି। ୨ଟି ବୁଥ୍‌ରେ ୧୮୬୬ ଭୋଟର ସେମାନଙ୍କ ମତ ଇଭିଏମ୍‌ ଦ୍ୱାରା ସାବ୍ୟସ୍ତ କରିବେ।

ସାମାନ୍ୟ ବଚସାରୁ ହତ୍ୟା: ଅଭିଯୁକ୍ତ ଫେରାର

ସାମାନ୍ୟ ବଚସାରୁ ହତ୍ୟା: ଅଭିଯୁକ୍ତ ଫେରାର

ଜଗତସିଂହପୁର ଅଫିସ,୧୬।୧: ଜଗତସିଂହପୁର ଜିଲା ବାଲିକୁଦା ଥାନା ମୁରୁଣିଆ ଗ୍ରାମରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ଉକ୍ତ ଗ୍ରାମର ବିବେକ ରାଉତ।

ଗଡ଼ିଲା ପାଣିପଞ୍ଚାୟତ ରଥ

ଗଡ଼ିଲା ପାଣିପଞ୍ଚାୟତ ରଥ

ଜଗତସିଂହପୁର ଅଫିସ,୧୬।୧: ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ମଙ୍ଗଳବାର ପାଣିପଞ୍ଚାୟତ ରଥ ଉଦ୍‌ଘାଟିତ ହୋଇଛି। ଏଡିଏମ୍‌ ସଚ୍ଚିଦାନନ୍ଦ ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

ମାଟ୍ରିକ ପରୀକ୍ଷା କେନ୍ଦ୍ର ଚୟନରେ ଅନିୟମିତତା

ରସୁଲପୁର,୧୬।୧(ଡି.ଏନ୍‌.ଏ.) ରାଜ୍ୟରେ ୨୦୧୮ଶିଷା ବର୍ଷର ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃଆରୀ ୨୩ରୁ ଆରମ୍ଭ ହେବ। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଚଳିତବର୍ଷ ଛାତ୍ରୀଛାତ୍ରମାନେ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବେ ନାହିଁ। ମୂଳ ବିଦ୍ୟାଳୟରଠାରୁ ୫ କି.ମି. ଦୂରତା ମଧ୍ୟରେ ପରୀକ୍ଷା କେନ୍ଦ୍ର ସ୍ଥିର କରାଯିବ। ଏଥିସକାଶେ ବୋର୍ଡ ପକ୍ଷରୁ ୧୦ସୂତ୍ରୀ ନିୟମ ମଧ୍ୟ ଜାରି କରାଯାଇଛି। ମାତ୍ର ରସୁଲପୁର ବ୍ଲକରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପରୀକ୍ଷା କେନ୍ଦ୍ର ଚୟନ ପଛରେ ଏକ ଗୋଷ୍ଠୀର ହାତ ଥିବା କୁହାଯାଉଛି। କେତକ ଶିକ୍ଷକ ନେତା ଓ ରାଜନେତାଙ୍କ ପାଖ ଲୋକ ବୋଲାଯାଉଥିବା ଶିକ୍ଷକଙ୍କୁ ନେଇ ବ୍ଲକରେ ଏକ ଗୋଷ୍ଠୀ କାର୍ଯ୍ୟ କରୁଛି। ଯିଏକି ଶିକ୍ଷା ବିଭାଗର ସବୁ କାର୍ଯ୍ୟକୁ ନିୟନ୍ତ୍ରଣ କରୁଥିବା କୁହାଯାଉଛି। ଉକ୍ତ ଗୋଷ୍ଠୀର ଚେର ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ପର୍ଯ୍ୟନ୍ତ ଲମ୍ବିଛି। ଏଥିରେ ସାମିଲ ଶିକ୍ଷକଙ୍କ ବିରୋଧରେ ନାନା ଅଭିଯୋଗ ହେଉଥିଲେ ସୁଦ୍ଧା ସେସବୁକୁ ଜିଲା କାର୍ଯ୍ୟାଳୟରେ ଚପାଇ ଦିଆଯାଉଛି। ଏପରି କି ଅଭିଯୋଗ କରୁଥିବା ବ୍ୟକ୍ତିଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ବିଗୁଡ଼ିଛି ଆଇନଶୃଙ୍ଖଳା ପରିସ୍ଥିତି

ଯାଜପୁର ଅଫିସ,୧୬।୧ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାର ଦୁଇ ସହର ଓ ଏହାର ଆଭ୍ୟନ୍ତରୀଣ ଅଞ୍ଚଳରେ ଅପରାଧ ରୋକିବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସାଜିଛି। ଦିନକୁ ଦିନ ବଢିବାରେ ଲାଗିଛି ଅପରାଧୀଙ୍କ ଆତଙ୍କରାଜ। ହତ୍ୟା, ବଳାକତ୍ାର, ଚୋରି, ଲୁଟ, ଡକାୟତି ସତେ ଯେମିତି ଜିଲା ପାଇଁ ଅଭିଶାପ ପାଲିଟିଛି। ଡ୍ରଗସ୍‌ କାରବାର ସହିତ ଗଞ୍ଜେଇ, ନିଶା ବଟିକା ଓ ସିରଫର ମାତ୍ରାଧିକ ବ୍ୟବହାର ମୁଖ୍ୟତଃ ଅପରାଧ ଲାଗି ଖୋରାକ ଯୋଗାଉଛି। ଜିଲାର ଅତି ସମ୍ବେଦନଶୀଳ କଳିଙ୍ଗନଗର ଶିଳ୍ପାଞ୍ଚଳର ୩ ପ୍ରମୁଖ ଯାଜପୁରରୋଡ, ଯଖପୁରା ଓ କଳିଙ୍ଗନଗର ଥାନା ସମେତ ଯାଜପୁର ସଦର, ଯାଜପୁର ଟାଉନ ଓ ବଡଚଣା ଥାନାରେ ଗତ ମାସେ ହେବ ଭାରପ୍ରାପ୍ତ ଅଧିକାରୀ ନାହାନ୍ତି । ଯାଜପୁରରୋଡ ଓ କୋରେଇ ଥାନାକୁ ଜଣେ ଅଧିକାରୀ ଚଳାଉଥିବାବେଳେ ବାକି ୪ଥାନାରେ ସେକେଣ୍ଡ ଅଫିସର ଦାୟିତ୍ୱରେ ରହିଛନ୍ତି। ଜିଲା ହେଡକ୍ବାର୍ଟର କାର୍ଯ୍ୟାଳୟରେ ୬ଜଣ ଅଧିକାରୀ ରିଜର୍ଭରେ ରହିଥିଲେ ହେଁ କେଉଁ କାରଣରୁ ୬ଟି ଥାନାରେ ଅଧିକାରୀ ପଦବି ପୂରଣ ହୋଇ ପାରୁ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳସ୍ବରୂପ ଅପରାଧ ନିୟନ୍ତ୍ରଣ ନେଇ ପୋଲିସର ରଣନୀତିକୁ ଅପରାଧୀମାନେ ଟକ୍କର ଦେବାରେ ସଫଳ ହେଉଛନ୍ତି।

ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବଳାତ୍କାର

ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବଳାତ୍କାର

ଦଶରଥପୁର,୧୬।୧(ଡି.ଏନ୍‌.ଏ.)- ବିଜୁ ପକ୍କାଘର ଏବଂ ଭତ୍ତା ବାବଦକୁ ୨ଲକ୍ଷ ଟଙ୍କାର ଆର୍ଥତ୍କ ସହାୟତା ଦେବାକୁ ଡାକି ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବଳାତ୍କାର କରାଯାଇଛି। ଦଶରଥପୁରସ୍ଥିତ ବିଜେଡି କାର୍ଯ୍ୟାଳୟ ମଧ୍ୟରେ ଏଭଳି ଘଟଣା ଘଟିଛି। ଆଉ ସେଥିରେ ଅଭିଯୁକ୍ତ ହେଉଛନ୍ତି ବିଜେଡି ଜିଲା ସଭାପତିଙ୍କ ସାନଭାଇ। ଏନେଇ ସମ୍ପୃକ୍ତ ପୀଡ଼ିତା ମହିଳା ଘଟଣାର ୪ଦିନ ପରେ ସୋମବାର ମଙ୍ଗଳପୁର ଥାନାରେ ଲିଖିତ ଏତଲା ଦେଇଥିଲେ। ପୋଲିସ ଏକ ମାମଲା(ନଂ. ୬/୨୦୧୮) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ଅଭିଯୋଗ ଅନୁଯାୟୀ , ଦଶରଥପୁର ଗ୍ରାମର ଚନ୍ଦ୍ରକାନ୍ତ ମହାପାତ୍ର ଓରଫ ଚାନ୍ଦ ଗତ ୧୧ ତାରିଖ ଗୁରବାର ରାତି ପ୍ରାୟ ୮ଟାରେ ଉକ୍ତ ଗ୍ରାମରେ ବାପ ଘରେ ରହୁଥିବା ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଫୋନ୍‌ କରି ତୁମକୁ ଏକ ବିଜୁ ପକ୍କାଘର ଏବଂ ସ୍ବାମୀ ପରିତ୍ୟକ୍ତା ସମ୍ବନ୍ଧୀୟ ସହାୟତା ବାବଦକୁ ୨ଲକ୍ଷ ଟଙ୍କା ଦିଆଯିବ। ଏଣୁ ତୁରନ୍ତ ଦଶରଥପୁରସ୍ଥିତ ବିଜେଡି କାର୍ଯ୍ୟାଳୟରେ ପହଞ୍ଚ ନଚେତ୍‌ ଟଙ୍କା ଓ ବିଜୁ ପକ୍କାଘରର କାର୍ଯ୍ୟାଦେଶ ଫେରିଯିବ ବୋଲି କହିଥିଲେ। ଏକଥା ଶୁଣିବାପରେ ସମ୍ପୃକ୍ତା ମହିଳା ରାତି ପ୍ରାୟ ୯ ଟାରେ ବିଜେଡି କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। କାର୍ଯ୍ୟାଳୟର ଭିତରପଟୁ ବନ୍ଦ ଥିବାରୁ ମହିଳା ଜଣକ କବାଟ ବାଡ଼େଇ ଥିଲେ। ଶବ୍ଦ ଶୁଣି ଚନ୍ଦ୍ରକାନ୍ତ କବାଟ ଖୋଲିବା ସହ ମହିଳାଙ୍କୁ ଭିତରକୁ ଡାକି ନେଇ କାର୍ଯ୍ୟାଦେଶ ଓ ଆର୍ଥିକ ସହାୟତା ଦେବା ପରିବର୍ତ୍ତେ ଜୋର ଜବରଦସ୍ତ ବଳାତ୍କାର କରିଥିଲେ। ଏପରି କି ଏନେଇ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ରାତି ୧୧ଟାରେ ତାଙ୍କୁ ଛାଡ଼ିଥିଲେ ବୋଲି ପୀଡ଼ିତା ମହିଳା ଏତଲାରେ ଦର୍ଶାଇଛନ୍ତି।

ନିଆଁ ଲାଗି ୭ଏକର ଜମିର ଧାନ ଜଳିଗଲା

ଡେରାବିଶ,୧୫।୧(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ନିକିରାଇ ଥାନା ଡେରାବିଶ ବ୍ଲକ ବେଣିପୁର ପଞ୍ଚାୟତ ନୋଳସାହି ପାଟରେ ସୋମବାର ଅପରାହ୍ନରେ ନିଆଁଲାଗି ୭ ଏକର ଜମିର ଧାନଫସଲ ଜଳିଯାଇଛି। ଡେରାବିଶ ଓ କେନ୍ଦ୍ରାପଡା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଘର ଉପରକୁ ବୋମା ମାଡ଼

ପାଟକୁରା,୧୫।୧(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକର ପାଟକୁରା ଥାନା ଆଖୁଆଦକ୍ଷିଣ ଗ୍ରାମରେ ରବିବାର ରାତିରେ ଜଣକ ଘର ଉପରକୁ ବୋମା ମାଡ଼ ହୋଇଛି। ଗ୍ରାମର ଚିନ୍ତାମଣି ପରିଡା ପରିବାର ସହ ଶୋଇଥିବାବେଳେ ତାଙ୍କ ଘର ସମ୍ମୁଖରେ କେହି ଦୁର୍ବୃତ୍ତ ବୋମା ମାଡ଼ କରିଥିଲେ।

ଆଇଏଫଏସ ପ୍ରଶିକ୍ଷଣ ଛାତ୍ରଙ୍କ ଦୁଃଶାହସିକ ଯାତ୍ରା

ରାଜନଗର,୧୫।୧(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ଭିତରକନିକାରେ ଡେରାଡୁନସ୍ଥିତ ଆଇଏଫଏସ (ଭାରତୀୟ ବନସେବା)ର ୪୦ ଛାତ୍ର ସୋମବାର ଏକ ଦୁଃଶାହସିକ ଯାତ୍ରାରେ ସାମିଲ ହୋଇଛନ୍ତି।