ବାଣିଜ୍ୟ |

୨୦୧୮ରେ ସୁଧୁରିବ ଭାରତର ଅର୍ଥନୈତିକ ଅଭିବୃଦ୍ଧି

 ୨୦୧୮ରେ ସୁଧୁରିବ ଭାରତର ଅର୍ଥନୈତିକ ଅଭିବୃଦ୍ଧି


ନୂଆଦିଲ୍ଲୀ,୧-୧(ପି.ଟି.)
ବର୍ଷ ୨୦୧୮ ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ଆଣିବ। ୨୦୧୬ରେ ବିମୁଦ୍ରୀକରଣ ଏବଂ ୨୦୧୭ରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ଦ୍ୱାରା ମୋଟ ଘରୋଇ ଉତ୍ପାଦ(ଜି.ଡି.ପି.) ଅଭିବୃଦ୍ଧି ମାତ୍ରାଧିକ ହ୍ରାସ ପାଇଥିଲା। କିନ୍ତୁ ଚଳିତ ବର୍ଷ ଅଭିବୃଦ୍ଧିରେ ସୁଧାର ଆସିବ ବୋଲି ବିଭିନ୍ନ ସଂସ୍ଥା ଆଶାବ୍ୟକ୍ତ କରୁଛନ୍ତି। କିନ୍ତୁ ତୈଳଦର ବୃଦ୍ଧି ହେତୁ ମୁଦ୍ରାସ୍ଫୀତିର ପ୍ରଭାବ ରହିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ୨୦୧୫-୧୬ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ଅଭିବୃଦ୍ଧି ହାର ପାଖାପାଖି ୯% ଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହା ୫.୭%କୁ ଖସି ଆସିଥିଲା। କିନ୍ତୁ ଦ୍ୱିତୀୟ ତ୍ରୈମାସରେ ସାମାନ୍ୟ ସୁଧାର ଘଟି ୬.୩%କୁ ବୃଦ୍ଧି ପାଇଥିଲା। ଦେଶରେ ରପ୍ତାନି ବୃଦ୍ଧି ପାଇଥିବା ବେଳେ ଆମଦାନୀ ହ୍ରାସ ପାଇଥିବାରୁ ଜିଡିପି ଅଭିବୃଦ୍ଧିରେ ସୁଧାର ଆସିଛି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ସୂଚନାଯୋଗ୍ୟ, ରେଟିଂ ଏଜେନ୍ସି ମୁଡିସ୍‌ ଗତ ନଭେମ୍ବରରେ ଭାରତର ରେଟିଂ ବଢାଇ ଏହାକୁ ଷ୍ଟେବୁଲ୍‌ରୁ ପଜିଟିଭ୍‌ ସ୍ତରକୁ ନେଇଥିଲା। ସେହିପରି ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ କ୍ଷେତ୍ରରେ ଭାରତର ସ୍ଥିତି ଉତ୍ତମ ଅଛି ବୋଲି ବିଶ୍ୱବ୍ୟାଙ୍କ ମଧ୍ୟ ପ୍ରକାଶ କରିଛି। ବହୁରାଷ୍ଟ୍ରୀୟ ବ୍ୟାଙ୍କିଙ୍ଗ୍‌ ଏବଂ ଆର୍ଥିକ ସେବା ପ୍ରଦାନକାରୀ କମ୍ପାନୀ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ଏହାର ୨୦୧୮ ଇକୋନୋମିକ୍‌ ଆଉଟ୍‌ଲୁକ୍‌ରେ ପ୍ରକାଶ କରିଛି ଯେ, ଆଉ ୪ରୁ ୬ଟି ତ୍ରୈମାସ ମଧ୍ୟରେ ଭାରତର ଆର୍ଥିକ ଅଭିବୃଦ୍ଧିରେ ବ୍ୟାପକ ସୁଧାର ଆସିବ।
ସେହିପରି ଜାପାନଭିତ୍ତିକ ଆର୍ଥିକ ସେବା ପ୍ରଦାନକାରୀ କମ୍ପାନୀ ନୋମୁରା ପ୍ରକାଶ କରିଛି ଯେ, ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୈମାସ (ଜାନୁୟାରୀ-ମାର୍ଚ୍ଚ) ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି ୭.୫% ମଧ୍ୟରେ ରହିବ। ସେହିପରି ବିଶ୍ୱ ଅଭିବୃଦ୍ଧିରେ ମଧ୍ୟ ଭାରତ ଏହାର ଯଥେଷ୍ଟ ଅବଦାନ ରଖିବ ବୋଲି ଏହି ସଂସ୍ଥା କହିଛି। ଘରୋଇ କ୍ଷେତ୍ରଗୁଡିକର ପୁଞ୍ଜିନିବେଶ ହ୍ରାସ ପାଉଥିବାରୁ ଭାରତକୁ ୭.୯% ଜିଡିପି ଅଭିବୃଦ୍ଧି ହାସଲ କରିବା ପାଇଁ ଆହୁରି କିଛି ବର୍ଷ ଲାଗିପାରେ ବୋଲି ଏହା ଅନୁମାନ କରିଛି। ସେହିପରି ତୈଳଦର ବୃଦ୍ଧିକୁ ଆଉ ଏକ କାରଣ ଭାବେ ଦର୍ଶାଇଛି। ଫେବୃୟାରୀ ପହିଲାରେ ବଜେଟ ଉପସ୍ଥାପନ ହେବାକୁ ଥିବା ବେଳେ ନିଯୁକ୍ତି ସୃଷ୍ଟି, ଗ୍ରାମାଞ୍ଚଳର ଉନ୍ନତି ଆଦି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି।

All Right Reserved By

ବାଣିଜ୍ୟ |

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ମିଳିବ ୧୦,୦୦୦ କୋଟି

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ମିଳିବ ୧୦,୦୦୦ କୋଟି

ନୂଆଦିଲ୍ଲୀ,୧୭-୭(ପି.ଟି.): ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି), କର୍ପୋରେଶନ୍‌ ବ୍ୟାଙ୍କ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମେତ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଅର୍ଥ ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ୧୦,୦୦୦ କୋଟି ଯୋଗାଇଦେବ। ଏହି ବ୍ୟାଙ୍କଗୁଡିକ ବର୍ତ୍ତମାନ ପୁଞ୍ଜି ଅଭାବଜନିତ ସମସ୍ୟାର ସାମ୍ନା କରୁଛନ୍ତି। ଏଭଳି ୪ରୁ୫ଟି ବ୍ୟାଙ୍କକୁ ପାଖାପାଖି ୧୦,୦୦୦ କୋଟି ଟଙ୍କା ଯୋଗାଇଦେବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଚଳିତ ସପ୍ତାହ କିମ୍ବା ଆସନ୍ତା ସପ୍ତାହ ସୁଦ୍ଧା ଏହି ପୁଞ୍ଜି ଯୋଗାଇ ଦିଆଯିବ ବୋଲି ସୂତ୍ରରୁ ଜଣାଯାଇଛି।

ଗ୍ରାଣ୍ଡ୍‌ ଆଇ୧୦ ଦର ବଢ଼ାଇବ ହ୍ୟୁଣ୍ଡାଇ

ଗ୍ରାଣ୍ଡ୍‌ ଆଇ୧୦ ଦର ବଢ଼ାଇବ ହ୍ୟୁଣ୍ଡାଇ

ନୂଆଦିଲ୍ଲୀ,୧୭-୭(ପି.ଟି.): ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଯୋଗୁ ହ୍ୟୁଣ୍ଡାଇ ମୋଟର୍‌ ଇଣ୍ଡିଆ(ଏଚ୍‌ଏମ୍‌ଆଇଏଲ୍‌) ଏହାର ହ୍ୟାଚ୍‌ବ୍ୟାକ୍‌ ଗ୍ରାଣ୍ଡ୍‌ ଆଇ୧୦ ମୂଲ୍ୟରେ ୩% ପର୍ଯ୍ୟନ୍ତ ବୃଦ୍ଧି କରିବ। ଅଗଷ୍ଟରୁ ଏହି ଦରବୃଦ୍ଧି କାର୍ଯ୍ୟକାରୀ ହେବ ବୋଲି କମ୍ପାନୀ ଏକ ବିବୃତିରେ ପ୍ରକାଶ କରିଛି। ବର୍ତ୍ତମାନ ଗ୍ରାଣ୍ଡ୍‌ ଆଇ୧୦ର ଏକ୍ସଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୪.୭୪ ଲକ୍ଷରୁ ୭.୫୧ ଲକ୍ଷ ଟଙ୍କା ମଧ୍ୟରେ ରହିଛି।

ନୀରବଙ୍କ ବିରୁଦ୍ଧରେ ତଥ୍ୟ ସଂଗ୍ରହ ପାଇଁ ସିଙ୍ଗାପୁର ଗଲେ ବିଶେଷ ଟିମ୍‌

ନୀରବଙ୍କ ବିରୁଦ୍ଧରେ ତଥ୍ୟ ସଂଗ୍ରହ ପାଇଁ ସିଙ୍ଗାପୁର ଗଲେ ବିଶେଷ ଟିମ୍‌

ନୂଆଦିଲ୍ଲୀ,୧୭।୭-ନୀରବ ମୋଦି ମାମଲାର ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଏକ ବିଶେଷ ଟିମ୍‌ ସିଙ୍ଗାପୁରରେ ପହଞ୍ଚିଛନ୍ତି। ଆର୍ଥିକ ଠକେଇ ମାମଲାରେ ମୋଦିଙ୍କୁ ଅପରାଧୀ ସାବ୍ୟସ୍ତ କରିବା ପାଇଁ ଏହି ଦୁଇ ଜଣିଆ ଟିମ୍‌ ସିଙ୍ଗାପୁର ଅଧିକାରୀଙ୍କ ସହ ବିଭିନ୍ନ ବୈଠକ ଆୟୋଜିତ କରିବେ।

ବଜାରରେ ଜାଗୁଆର ଏଫ୍‌-ଟାଇପ୍‌ ସେଦାନ୍‌ର ପେଟ୍ରୋଲ୍‌ ଭାରିଆଣ୍ଟ

ବଜାରରେ ଜାଗୁଆର ଏଫ୍‌-ଟାଇପ୍‌ ସେଦାନ୍‌ର ପେଟ୍ରୋଲ୍‌ ଭାରିଆଣ୍ଟ

ନୂଆଦିଲ୍ଲୀ,୧୭।୭-ଜାଗୁଆର ଲାଣ୍ଡ ଆଣ୍ଡ ରୋଭର୍‌(ଜେଏଲ୍‌ଆର୍‌) ପକ୍ଷରୁ ନୂଆ ପେଟ୍ରୋଲ୍‌ ଇଞ୍ଜିନ୍‌ ଭାରିଆଣ୍ଟ ‘ଏଫ୍‌-ଟାଇପ୍‌ ସେଦାନ୍‌’ର ଲଞ୍ଚ କରାଯାଇଛି। ଏହାର ବଜାର ଦର ୯୦.୦୩ ଲକ୍ଷ ଟଙ୍କା ରହିଛି।

 ୟାମାହା ‘ରେ ଜେଡ୍‌ଆର୍‌ ଷ୍ଟ୍ରିଟ୍‌ ରାଲି କଲେକ୍ସନ୍‌’ର ବଜାର ପ୍ରବେଶ

ୟାମାହା ‘ରେ ଜେଡ୍‌ଆର୍‌ ଷ୍ଟ୍ରିଟ୍‌ ରାଲି କଲେକ୍ସନ୍‌’ର ବଜାର ପ୍ରବେଶ

ନୂଆଦିଲ୍ଲୀ,୧୭।୭- ୟାମାହା ମୋଟର ଇଣ୍ଡିଆ(ଓ୍ବାଇଏମ୍‌ଆଇ) ପକ୍ଷରୁ ବଜାରକୁ ଆସିଛି ୟାମାହା ‘ରେ ଜେଡ୍‌ଆର୍‌ ଷ୍ଟ୍ରିଟ୍‌ ରାଲି କଲେକ୍ସନ୍‌’। ଏହାର ବଜାର ଦର ୫୭,୮୯୮ ଟଙ୍କା ରହିଛି।

ବଜାରରେ ଏଲ୍‌ଜି ‘ଥିଙ୍କ୍‌’ ଟିଭି

ବଜାରରେ ଏଲ୍‌ଜି ‘ଥିଙ୍କ୍‌’ ଟିଭି

ନୂଆଦିଲ୍ଲୀ,୧୭।୭- ଏଲ୍‌ଜି ପକ୍ଷରୁ ବଜାରକୁ ଆସିଛି ଏଲ୍‌ଜି ‘ଥିଙ୍କ୍‌’ ଟିଭି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍‌ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଫିଚର ସହିତ ଏହା ବଜାରକୁ ଆସିଛି।

୧୬ ରୁ ୩୦ ଜିଏସ୍‌ଟି ରିଫଣ୍ଡ୍‌ ପକ୍ଷ

୧୬ ରୁ ୩୦ ଜିଏସ୍‌ଟି ରିଫଣ୍ଡ୍‌ ପକ୍ଷ

ନୂଆଦିଲ୍ଲୀ,୧୭-୭(ପି.ଟି.) ରପ୍ତାନିକାରୀଙ୍କ ଜିଏସ୍‌ଟି ରିଫଣ୍ଡ ପାଇଁ କେନ୍ଦ୍ରୀୟ ପରୋକ୍ଷ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ଜୁଲାଇ ୧୬ରୁ ୩୦ ପର୍ଯ୍ୟନ୍ତ ତୃତୀୟ ପକ୍ଷ ଆୟୋଜନ କରିଛି।

ଦକ୍ଷତା ବିକାଶ,ଔଦ୍ୟୋଗିକତା ମନ୍ତ୍ରଣାଳୟ -ଆମ୍‌ୱେ ସହଭାଗିତା

ଦକ୍ଷତା ବିକାଶ,ଔଦ୍ୟୋଗିକତା ମନ୍ତ୍ରଣାଳୟ -ଆମ୍‌ୱେ ସହଭାଗିତା

ଭୁବନେଶ୍ୱର,୧୭-୭ ଭାରତ ସରକାରଙ୍କ ସ୍କିଲ୍‌ ଇଣ୍ଡିଆ ଅଭିଯାନରେ ଦେଶର ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି ଏଫ୍‌ଏମ୍‌ସିଜି କମ୍ପାନୀ ଆମ୍‌ୱେ ଇଣ୍ଡିଆ ସକ୍ରିୟ ଅଛି। ରିଟେଲର୍ସ ଆସୋସିଏସନ ସ୍କିଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ଆରଏଏସ୍‌ସିଆଇ) ସହିତ ଏହା ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ୱାରା ଭାରତ ସରକାରଙ୍କ ସ୍କିଲ୍‌ ଇଣ୍ଡିଆ ପଦକ୍ଷେପ ଅଧିନରେ ଆମ୍‌ୱେ ତାର କାର୍ଯ୍ୟକ୍ରମକୁ ଜାରି ରଖିବ।

ଆୟକର ବିଭାଗର ଚଢାଉ ୧୦୦ କୋଟି ନଗଦ ଟଙ୍କା, ୯୦ କେଜି ସୁନାଗହଣା ଜବତ

ଆୟକର ବିଭାଗର ଚଢାଉ ୧୦୦ କୋଟି ନଗଦ ଟଙ୍କା, ୯୦ କେଜି ସୁନାଗହଣା ଜବତ

ଚେନ୍ନାଇ/ନୂଆଦିଲ୍ଲୀ, ୧୭-୭(ପି.ଟି.) ଆୟକର ବିଭାଗ ଏକ ରୋଡ୍‌ କନ୍‌ଷ୍ଟ୍ରକ୍‌ଶନ୍‌ ଫାର୍ମର ୨୨ଟି କାର୍ଯ୍ୟାଳୟରେ ଚଢ଼ାଉ କରି ୧୦୦ କୋଟି ନଗଦ ଟଙ୍କା ସମେତ ପାଖାପାଖି ୯୦ କେଜି ସୁନାଗହଣା ଜବତ କରିଛି।

ଅଭିବୃଦ୍ଧି ଆକଳନ ଖସାଇଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ, ୧୭-୭ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଭାରତର ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୭.୩% ରହିବ ଏବଂ ୨୦୧୯-୨୦ରେ ୭.୫% ମଧ୍ୟରେ ସୀମିତ ରହିବ ବୋଲି ଏହା ପ୍ରକାଶ କରିଛି।

ପିଏନ୍‌ବି ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଳିବ ୮,୦୦୦ କୋଟି

ନୂଆଦିଲ୍ଲୀ,୧୭-୭ କେତୋଟି ନିର୍ଦ୍ଦିଷ୍ଟ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ କେନ୍ଦ୍ର ସରକାର ପାଖାପାଖି ୮୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ। ବିଶେଷକରି ଋଣ ଅସୁଲ୍‌ କରିବାରେ ବିଫଳ ହେବା ତଥା ବିଭିନ୍ନ ଠକେଇରେ ପ୍ରଭାବିତ ହୋଇଥିବା ୫ରୁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ।

ପାଇକାରୀ ମୁଦ୍ରାସ୍ଫୀତି ୫.୭୭%:ସୁଧ ହାର ବଢ଼ାଇପାରେ ଆର୍‌ବିଆଇ

ପାଇକାରୀ ମୁଦ୍ରାସ୍ଫୀତି ୫.୭୭%:ସୁଧ ହାର ବଢ଼ାଇପାରେ ଆର୍‌ବିଆଇ

ନୂଆଦିଲ୍ଲୀ,୧୭-୭(ପି.ଟି.) ପନିପରିବା ଏବଂ ଇନ୍ଧନ ମହଙ୍ଗା ହେବା ଫଳରେ ଚଳିତ କ୍ୟାଲେଣ୍ଡର ବର୍ଷର ଜୁନ୍‌ ମାସରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି ୫.୭୭%କୁ ବୃଦ୍ଧି ପାଇଛି।

Model This Week

ରୂପେଶ