ବାଣିଜ୍ୟ |

ଓଡିଶାକୁ ନାବାର୍ଡ ଦେଇଛି ୧୦,୦୦୦ କୋଟି ଋଣ

ଓଡିଶାକୁ ନାବାର୍ଡ ଦେଇଛି ୧୦,୦୦୦ କୋଟି ଋଣ

ଭୁବନେଶ୍ୱର,୧-୧
ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ) ଚଳିତ ଆର୍ଥିକ ବର୍ଷ ମାର୍ଚ୍ଚରୁ ଡିସେମ୍ବର ମଧ୍ୟରେ ଓଡିଶାର କୃଷି ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୧୦,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଋଣ ପ୍ରଦାନ କରିସାରିଛି। ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ(ଓଡିଶା) ପକ୍ଷରୁ ଏ ସମ୍ପର୍କିତ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ପ୍ରାୟ ୩୦ ଲକ୍ଷ ଚାଷୀଙ୍କୁ ଫସଲ ଉତ୍ପାଦନ ସକାଶେ ସମବାୟ ବ୍ୟାଙ୍କ ମାଧ୍ୟମରେ ୪,୮୬୧ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ସେହିପରି ବେସରକାରୀ କ୍ଷେତ୍ରକୁ ଦୀର୍ଘମିଆଦି ଭିତ୍ତିରେ ୬୨୪ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି।
ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳରେ ସଡକ, ପୋଲ, ଉଠାଜଳସେଚନ ପ୍ରକଳ୍ପ, ପାଇପ୍‌ଯୋଗେ ପାନୀୟଜଳ ସୁବିଧା, ଜଳସେଚନ, ଶୀତଳଭଣ୍ଡାର ଆଦି ବିଭିନ୍ନ ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ମୋଟ ୨,୧୧୮ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ସେହିପରି ଧାନ ସଂଗ୍ରହ ପାଇଁ ଓଡିଶା ରାଜ୍ୟ ସାଧାରଣ ବଣ୍ଡନ ନିଗମ(ଓଏସ୍‌ସିଏସ୍‌ସି)କୁ ଏହି ସମୟ ମଧ୍ୟରେ ମୋଟ ୩୦୮୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ ୧୯୯୫-୯୬ରେ ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ପାଣ୍ଠି(ଆର୍‌ଆଇଡିଏଫ୍‌) ଗଠନ ହେବା ପରଠାରୁ ନାବାର୍ଡ ରାଜ୍ୟ ସରକାରଙ୍କୁ ମୋଟ ୧୯,୯୫୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି। ଏହା ଦ୍ୱାରା ମୋଟ ୯୭୦୦ କି.ମି. ସଡକ, ୧.୨୦ ଲକ୍ଷ ମିଟର ପୋଲ ଏବଂ ୨୭.୬୧ ଲକ୍ଷ ହେକ୍ଟର ଜମି ଜଳସେଚନ କ୍ଷମ ହୋଇ ପାରିଛି। ରାଜ୍ୟ ସରକାର ଓ ବ୍ୟାଙ୍କଗୁଡିକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ନାବାର୍ଡ ଅନେକଗୁଡିଏ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ପ୍ରକାଶ କରିଛି। ଆଦିବାସୀ ଉନ୍ନୟନ ପାଣ୍ଠି(ଟିଡିଏଫ୍‌) ଅନ୍ତର୍ଗତ ଆଦିବାସୀ ଅଧ୍ୟୁଶିତ ଅଞ୍ଚଳର ଅଧିବାସୀଙ୍କ ପାଇଁ କର୍ମନିୟୋଜନ ବ୍ୟବସ୍ଥା କରିବା ସକାଶେ ୫୧ଟି ଓ୍ବାଡି ପ୍ରକଳ୍ପ କାର୍ଯ୍ୟକାରୀ କରିଛି। ଜଳବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୦୮ଜଳ ବିଭାଜିକା କାର୍ଯ୍ୟ ସମ୍ପାଦନ କରିଛି। ଏହାଦ୍ୱାରା ପ୍ରାୟ ୩୦,୦୦୦ ଆଦିବାସୀ ପରିବାର ଏବଂ ୫୧,୦୦୦ ଗ୍ରାମୀଣ ପରିବାର ଉପକୃତ ହୋଇଛନ୍ତି ବୋଲି ନାବାର୍ଡ ପ୍ରକାଶ କରିଛି। ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ନ୍ୟାଶ୍‌ନାଲ୍‌ ଆଡପ୍‌ଶନ୍‌ ଫଣ୍ଡ୍‌(ଏନ୍‌ଏଏଫ୍‌) ନାମରେ ଏକ ପ୍ରକଳ୍ପ ନୂଆପଡାରେ ଆରମ୍ଭ କରିଥିବା ବେଳେ ସବୁଜ ପରିବେଶ ପାଣ୍ଠି(ଜିସିଏଫ୍‌) ଅନ୍ତର୍ଗତ ୧୫ଟି ଜିଲାରେ ଜଳ ସଂରକ୍ଷଣ ଓ ଉଚିତ ବିନିଯୋଗ ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଇଛି। ସେହିପରି ପ୍ରାୟ ୫୫୫୬ଟି ଗ୍ରାମରେ ଜଳ ଅଭିଯାନ ମଧ୍ୟ ହୋଇଛି।
ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ଟି ତ୍ରୈମାସରେ ନାବାର୍ଡ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କରେ ମଧ୍ୟ ବୈଧାନିକ ଭାବେ ଅନୁସନ୍ଧାନ କରିଛି ବୋଲି ପ୍ରକାଶ କରିଛି।

All Right Reserved By

ବାଣିଜ୍ୟ |

ନୀରବଙ୍କ ବିରୁଦ୍ଧରେ ତଥ୍ୟ ସଂଗ୍ରହ ପାଇଁ ସିଙ୍ଗାପୁର ଗଲେ ବିଶେଷ ଟିମ୍‌

ନୀରବଙ୍କ ବିରୁଦ୍ଧରେ ତଥ୍ୟ ସଂଗ୍ରହ ପାଇଁ ସିଙ୍ଗାପୁର ଗଲେ ବିଶେଷ ଟିମ୍‌

ନୂଆଦିଲ୍ଲୀ,୧୭।୭-ନୀରବ ମୋଦି ମାମଲାର ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଏକ ବିଶେଷ ଟିମ୍‌ ସିଙ୍ଗାପୁରରେ ପହଞ୍ଚିଛନ୍ତି। ଆର୍ଥିକ ଠକେଇ ମାମଲାରେ ମୋଦିଙ୍କୁ ଅପରାଧୀ ସାବ୍ୟସ୍ତ କରିବା ପାଇଁ ଏହି ଦୁଇ ଜଣିଆ ଟିମ୍‌ ସିଙ୍ଗାପୁର ଅଧିକାରୀଙ୍କ ସହ ବିଭିନ୍ନ ବୈଠକ ଆୟୋଜିତ କରିବେ।

ବଜାରରେ ଜାଗୁଆର ଏଫ୍‌-ଟାଇପ୍‌ ସେଦାନ୍‌ର ପେଟ୍ରୋଲ୍‌ ଭାରିଆଣ୍ଟ

ବଜାରରେ ଜାଗୁଆର ଏଫ୍‌-ଟାଇପ୍‌ ସେଦାନ୍‌ର ପେଟ୍ରୋଲ୍‌ ଭାରିଆଣ୍ଟ

ନୂଆଦିଲ୍ଲୀ,୧୭।୭-ଜାଗୁଆର ଲାଣ୍ଡ ଆଣ୍ଡ ରୋଭର୍‌(ଜେଏଲ୍‌ଆର୍‌) ପକ୍ଷରୁ ନୂଆ ପେଟ୍ରୋଲ୍‌ ଇଞ୍ଜିନ୍‌ ଭାରିଆଣ୍ଟ ‘ଏଫ୍‌-ଟାଇପ୍‌ ସେଦାନ୍‌’ର ଲଞ୍ଚ କରାଯାଇଛି। ଏହାର ବଜାର ଦର ୯୦.୦୩ ଲକ୍ଷ ଟଙ୍କା ରହିଛି।

 ୟାମାହା ‘ରେ ଜେଡ୍‌ଆର୍‌ ଷ୍ଟ୍ରିଟ୍‌ ରାଲି କଲେକ୍ସନ୍‌’ର ବଜାର ପ୍ରବେଶ

ୟାମାହା ‘ରେ ଜେଡ୍‌ଆର୍‌ ଷ୍ଟ୍ରିଟ୍‌ ରାଲି କଲେକ୍ସନ୍‌’ର ବଜାର ପ୍ରବେଶ

ନୂଆଦିଲ୍ଲୀ,୧୭।୭- ୟାମାହା ମୋଟର ଇଣ୍ଡିଆ(ଓ୍ବାଇଏମ୍‌ଆଇ) ପକ୍ଷରୁ ବଜାରକୁ ଆସିଛି ୟାମାହା ‘ରେ ଜେଡ୍‌ଆର୍‌ ଷ୍ଟ୍ରିଟ୍‌ ରାଲି କଲେକ୍ସନ୍‌’। ଏହାର ବଜାର ଦର ୫୭,୮୯୮ ଟଙ୍କା ରହିଛି।

ବଜାରରେ ଏଲ୍‌ଜି ‘ଥିଙ୍କ୍‌’ ଟିଭି

ବଜାରରେ ଏଲ୍‌ଜି ‘ଥିଙ୍କ୍‌’ ଟିଭି

ନୂଆଦିଲ୍ଲୀ,୧୭।୭- ଏଲ୍‌ଜି ପକ୍ଷରୁ ବଜାରକୁ ଆସିଛି ଏଲ୍‌ଜି ‘ଥିଙ୍କ୍‌’ ଟିଭି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍‌ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଫିଚର ସହିତ ଏହା ବଜାରକୁ ଆସିଛି।

୧୬ ରୁ ୩୦ ଜିଏସ୍‌ଟି ରିଫଣ୍ଡ୍‌ ପକ୍ଷ

୧୬ ରୁ ୩୦ ଜିଏସ୍‌ଟି ରିଫଣ୍ଡ୍‌ ପକ୍ଷ

ନୂଆଦିଲ୍ଲୀ,୧୭-୭(ପି.ଟି.) ରପ୍ତାନିକାରୀଙ୍କ ଜିଏସ୍‌ଟି ରିଫଣ୍ଡ ପାଇଁ କେନ୍ଦ୍ରୀୟ ପରୋକ୍ଷ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ଜୁଲାଇ ୧୬ରୁ ୩୦ ପର୍ଯ୍ୟନ୍ତ ତୃତୀୟ ପକ୍ଷ ଆୟୋଜନ କରିଛି।

ଦକ୍ଷତା ବିକାଶ,ଔଦ୍ୟୋଗିକତା ମନ୍ତ୍ରଣାଳୟ -ଆମ୍‌ୱେ ସହଭାଗିତା

ଦକ୍ଷତା ବିକାଶ,ଔଦ୍ୟୋଗିକତା ମନ୍ତ୍ରଣାଳୟ -ଆମ୍‌ୱେ ସହଭାଗିତା

ଭୁବନେଶ୍ୱର,୧୭-୭ ଭାରତ ସରକାରଙ୍କ ସ୍କିଲ୍‌ ଇଣ୍ଡିଆ ଅଭିଯାନରେ ଦେଶର ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି ଏଫ୍‌ଏମ୍‌ସିଜି କମ୍ପାନୀ ଆମ୍‌ୱେ ଇଣ୍ଡିଆ ସକ୍ରିୟ ଅଛି। ରିଟେଲର୍ସ ଆସୋସିଏସନ ସ୍କିଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ଆରଏଏସ୍‌ସିଆଇ) ସହିତ ଏହା ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ୱାରା ଭାରତ ସରକାରଙ୍କ ସ୍କିଲ୍‌ ଇଣ୍ଡିଆ ପଦକ୍ଷେପ ଅଧିନରେ ଆମ୍‌ୱେ ତାର କାର୍ଯ୍ୟକ୍ରମକୁ ଜାରି ରଖିବ।

ଆୟକର ବିଭାଗର ଚଢାଉ ୧୦୦ କୋଟି ନଗଦ ଟଙ୍କା, ୯୦ କେଜି ସୁନାଗହଣା ଜବତ

ଆୟକର ବିଭାଗର ଚଢାଉ ୧୦୦ କୋଟି ନଗଦ ଟଙ୍କା, ୯୦ କେଜି ସୁନାଗହଣା ଜବତ

ଚେନ୍ନାଇ/ନୂଆଦିଲ୍ଲୀ, ୧୭-୭(ପି.ଟି.) ଆୟକର ବିଭାଗ ଏକ ରୋଡ୍‌ କନ୍‌ଷ୍ଟ୍ରକ୍‌ଶନ୍‌ ଫାର୍ମର ୨୨ଟି କାର୍ଯ୍ୟାଳୟରେ ଚଢ଼ାଉ କରି ୧୦୦ କୋଟି ନଗଦ ଟଙ୍କା ସମେତ ପାଖାପାଖି ୯୦ କେଜି ସୁନାଗହଣା ଜବତ କରିଛି।

ଅଭିବୃଦ୍ଧି ଆକଳନ ଖସାଇଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ, ୧୭-୭ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଭାରତର ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୭.୩% ରହିବ ଏବଂ ୨୦୧୯-୨୦ରେ ୭.୫% ମଧ୍ୟରେ ସୀମିତ ରହିବ ବୋଲି ଏହା ପ୍ରକାଶ କରିଛି।

ପିଏନ୍‌ବି ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଳିବ ୮,୦୦୦ କୋଟି

ନୂଆଦିଲ୍ଲୀ,୧୭-୭ କେତୋଟି ନିର୍ଦ୍ଦିଷ୍ଟ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ କେନ୍ଦ୍ର ସରକାର ପାଖାପାଖି ୮୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ। ବିଶେଷକରି ଋଣ ଅସୁଲ୍‌ କରିବାରେ ବିଫଳ ହେବା ତଥା ବିଭିନ୍ନ ଠକେଇରେ ପ୍ରଭାବିତ ହୋଇଥିବା ୫ରୁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ।

ପାଇକାରୀ ମୁଦ୍ରାସ୍ଫୀତି ୫.୭୭%:ସୁଧ ହାର ବଢ଼ାଇପାରେ ଆର୍‌ବିଆଇ

ପାଇକାରୀ ମୁଦ୍ରାସ୍ଫୀତି ୫.୭୭%:ସୁଧ ହାର ବଢ଼ାଇପାରେ ଆର୍‌ବିଆଇ

ନୂଆଦିଲ୍ଲୀ,୧୭-୭(ପି.ଟି.) ପନିପରିବା ଏବଂ ଇନ୍ଧନ ମହଙ୍ଗା ହେବା ଫଳରେ ଚଳିତ କ୍ୟାଲେଣ୍ଡର ବର୍ଷର ଜୁନ୍‌ ମାସରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି ୫.୭୭%କୁ ବୃଦ୍ଧି ପାଇଛି।

ଆଇଡିବିଆଇର ୫୧% ଅଂଶଧନ କ୍ରୟକୁ ଏଲ୍‌ଆଇସି ବୋର୍ଡର ମଞ୍ଜୁରୀ

ଆଇଡିବିଆଇର ୫୧% ଅଂଶଧନ କ୍ରୟକୁ ଏଲ୍‌ଆଇସି ବୋର୍ଡର ମଞ୍ଜୁରୀ

ନୂଆଦିଲ୍ଲୀ,୧୭-୭ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆଇଡିବିଆଇର ୫୧% ଅଂଶଧନ କ୍ରୟ କରିବ। ଏହାକୁ ଏଲ୍‌ଆଇସି ବୋର୍ଡ ମଞ୍ଜୁରୀ ପ୍ରଦାନ କରିଛି। ଅର୍ଥନୈତିକ ବ୍ୟାପାର ସଚିବ ସୁବାସ ଚନ୍ଦ୍ର ଗର୍ଗ ଏହା କହିଛନ୍ତି। ପ୍ରିଫରେନ୍‌ଶିଆଲ୍‌ ସେୟାର୍‌ ମାଧ୍ୟମରେ ଏଲ୍‌ଆଇସି ଏହି ଅଂଶଧନ କ୍ରୟ କରିବ।

ଆଇସିଆଇସିଆଇ ବ୍ୟାଙ୍କର ବାର୍ଷିକ ବୈଠକ ସ୍ଥଗିତ

ଆଇସିଆଇସିଆଇ ବ୍ୟାଙ୍କର ବାର୍ଷିକ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୭-୭(ପି.ଟି.) ଆଇସିଆଇସିଆଇ ବ୍ୟାଙ୍କ ଏହାର ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)କୁ ମାସକ ପାଇଁ ସ୍ଥଗିତ ରଖିଛି। ଭିଡିଓକନ୍‌ ଋଣ ମାମଲାରେ ବର୍ତ୍ତମାନ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦା କୋଚ୍ଚର ଛନ୍ଦି ହୋଇଛନ୍ତି।

Model This Week

ରୂପେଶ