ଉପକୂଳ ଓଡିଶା

ରାସ୍ତାର ସ୍ଥାୟିତ୍ୱ ନେଇ ସନ୍ଦେହ

 ରାସ୍ତାର ସ୍ଥାୟିତ୍ୱ ନେଇ ସନ୍ଦେହ

କାଳିଆପାଣି,୧।୧(ଡି.ଏନ୍‌.ଏ.)- ସୁକିନ୍ଦା ଖଣି ଅଞ୍ଚଳକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଜିଲା ଖଣିଜ ଦ୍ରବ୍ୟ ପାଣ୍ଠି(ଡିଏମ୍‌ଏଫ୍‌)ଗଠନ କରାଯାଇଛି। ଡିଏମ୍‌ଏଫ୍‌ ପାଣ୍ଠିରେ ଥିବା ଗଚ୍ଛିତ ଅର୍ଥ ଖଣି ପ୍ରଭାବିତ ଅବହେଳିତ ଗ୍ରାମ ଗୁଡ଼ିକର ବିକାଶ ପାଇଁ ଖର୍ଚ୍ଚ କରାଯିବ। ଏହି ଅର୍ଥରେ ଟାଟା କମ୍ପାନୀ ଗେଟ ଠାରୁ ଦେଓଗାଁ ପଯର୍‌ୟନ୍ତ ଅନେକ ଗୁଡ଼ିଏ ପ୍ରକଳ୍ପ ନିର୍ମାଣ ଚାଲିଛି। ସେଥି ମଧ୍ୟରୁ ଚାଲିଥିବା ଚିଙ୍ଗୁଡ଼ିପାଳ ପଞ୍ଚାୟତର ବାହାଳିସାହୀ ଠାରୁ ଖଣ୍ଡୁରାଇ ପୀଠ ପଯର୍‌ୟନ୍ତ ୧ କିମି ୫୦୦ ମିଟର ରାସ୍ତା ପାଇଁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟେଣ୍ଡର ହୋଇଥିଲା। ଯାଜପୁର ଅଞ୍ଚଳର ଜଣେ ଠିକାଦାର ଏହି କାର୍ଯ୍ୟ କରିବାକୁ କାର୍ଯ୍ୟାଦେଶ ପାଇଥିବାବେଳେ ସମ୍ପୃକ୍ତ ରାସ୍ତା କଂକ୍ରିଟ ହେବାକୁ ରହିଛି। କାର୍ଯ୍ୟ ଆରମ୍ଭରୁ ଅଦ୍ୟାବଧି ଏସ୍‌ଡିଓ ଓ ଜେଇ କାର୍ଯ୍ୟସ୍ଥଳକୁ ବେଳେବେଳେ ଆସୁଥିବାବେଳେ ଠିକାଦାରଙ୍କୁ ଲାଭ ଦେଇ ମୋଟା ଅଙ୍କର ଅର୍ଥ ହାତେଇବାକୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ରାସ୍ତା ନିର୍ମାଣ କରୁଛନ୍ତି। ରାସ୍ତା କାର୍ଯ୍ୟ ଟେଣ୍ଡର ନିର୍ଦ୍ଦେଶକ୍ରମ ୨କଡ଼ରେ ୧୦ ଇଞ୍ଚ ଗାତ କରିବା ଓ ୨୦୦ଏମ୍‌ଏମ୍‌ ମୋଟେଇ, ତଳେ ପଲିଥିନ ପକାଇ କଂକ୍ରିଟ କରିବାକୁ ନିୟମ ରହିଥିବାବେଳେ ତାହା ଏଠାରେ ପାଳନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ସିମେଣ୍ଟ, ଚିପ୍ସ, ବାଲି ଭାଗ ମାପ ଠିକ୍‌ ଭାବେ କରା ନ ଯାଇ ନିମ୍ନମାନର କରୁଥିବାରୁ ଏହା ମାତ୍ର କିଛି ଦିନରେ ନଷ୍ଟ ହୋଇଯିବା ସମ୍ଭାବନା ରହିଛି ବୋଲି ଦେଓଗାଁବାସୀ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ଏହି ରାସ୍ତାର ଦେଓଗାଁ ଦେହୁରୀସାହୀରେ କିଛି ଦିନପୂର୍ବରୁ ସୁକିନ୍ଦା ବ୍ଲକ ପକ୍ଷରୁ ଲକ୍ଷାଧିକ ଟଙ୍କାରେ କଂକ୍ରିଟ କାର୍ଯ୍ୟକାରୀ କରାଯାଇଥିଲା। ୨ ବର୍ଷ ପୂର୍ବରୁ ୨୦୧୪-୧୫ ଆର୍ଥିକ ବର୍ଷରେ ଠିକ୍‌ ସେହିସ୍ଥାନରେ ଆରଡ଼ି ବିଭାଗ ପକ୍ଷରୁ ଠିକାଦାର ଓ କାର୍ଯ୍ୟରତ ଜେଇ ପ୍ରଚୁର ଅର୍ଥ ଆମତ୍ସାତ କରିଥିବା ନେଇ ଖବରକାଗଜରେ ପ୍ରକାଶ ପାଇଥିଲା। ପୂନର୍ବାର ଉକ୍ତ ସ୍ଥାନରେ ପାଲିସ କାମକରି ବିଭାଗୀୟ ଅଧିକାରୀ ଓ ଠିକାଦାର ଅର୍ଥ ଆମତ୍ସାତ କରିବାର ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି। ଏହି ଯୋଜନାରେ ୨ଟି କଲଭର୍ଟ ନିର୍ମାଣ କରାଯିବାର ବ୍ୟବସ୍ଥା ଥିବାବେଳେ ଚିପ୍ସ ବଦଳରେ ବଡ଼ ବଡ଼ ମେଣ୍ଟାଲ ସହ ପାହାଡ଼ିଆ ଧଳା ପଥର ବିଛାଇ କଲଭର୍ଟ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ଏ ନେଇ କାର୍ଯ୍ୟରତ ଜେଇ ଜେକେ ବେହେରାଙ୍କୁ ପଚାରିବାରେ ତାଙ୍କ ଜ୍ଞାତରେ ସେଭଳି କିଛି ହୋଇନି ବୋଲି କହିଛନ୍ତି।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

ମଦ ଦୋକାନ ଉଚ୍ଛେଦ ଦାବିରେ ଆନ୍ଦୋଳନ

ମଦ ଦୋକାନ ଉଚ୍ଛେଦ ଦାବିରେ ଆନ୍ଦୋଳନ

ବଅଁରପାଳ,୨୪।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଛକଠାରେ ଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ମଙ୍ଗଳବାର ସକାଳେ ଶତାଧିକ ମହିଳା ମଦ ଦୋକାନ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି।

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ମହାକାଳପଡ଼ା, ୨୪।୪(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଅଧୀନ ପାରାଦୀପ-ଚଣ୍ଡିଖୋଲ ୫ନଂ. ଜାତୀୟ ରାଜପଥ(କ) ବଉଦ ଛକ ପାର୍ଶ୍ୱ ବନ୍ଧରେ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ।

୨ମୁଣ୍ଡିଆ ବିରଳ ବାଛୁରୀ ଜନ୍ମ

୨ମୁଣ୍ଡିଆ ବିରଳ ବାଛୁରୀ ଜନ୍ମ

ପାଟକୁରା, ୨୪ା୪(ଡି.ଏନ୍‌.ଏ.)- ଗରଦପୁର ବ୍ଲକ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ କିଣିଲୋ ଗ୍ରାମର ରାଜକିଶୋର ପରିଡାଙ୍କ ଜର୍ସି ଗାଈ ସୋମବାର ଏକ ୨ ମୁଣ୍ଡିଆ ବାଛୁରୀ ଜନ୍ମ ଦେଇଛି। ବାଛୁରୀଟିର ୪ ଆଖି ଥିବାବେଳେ ୨ ପାଟି ଅଛି। ବାଛୁରୀ ଉଭୟ ପାଟିରେ ଖାଇପାରିବା ସହ ସବୁ ଆଖିରେ ଦେଖିପାରୁଛି। ରାଜକିଶୋର ବାଛୁରୀଟିକୁ ବୋତଲ ସାହାଯ୍ୟରେ କ୍ଷୀର ପିଆଉଛନ୍ତି। ଏହି ବିରଳ ବାଛୁରୀକୁ ଦେଖିବା ପାଇଁ ତାଙ୍କ ଘରେ ଏବେ ଲୋକଙ୍କ ଭିଡ ଜମିଛି।

ସଚେତନତା ଅଭାବରୁ ଦୁର୍ଘଟଣା ବଢ଼ୁଛି ଦକ୍ଷତା ବିକାଶ ପ୍ରତିଯୋଗୀ ସମ୍ବର୍ଦ୍ଧିତ

କେନ୍ଦ୍ରାପଡା ଅଫିସ, ୨୪ା୪ଜିଲାସ୍ତରୀୟ ଦକ୍ଷତା ବିକାଶ ପ୍ରତିଯୋଗିତାରେ କାଠ ଶିଳ୍ପର ଛାତ୍ର ଚିନ୍ମୟ କୁମାର ସାମଲ, ପାଣି ପାଇପ ମରାମତି ବିଭାଗର ଛାତ୍ର ସେକ୍‌ ସର୍ଫରାଜ, ଚନ୍ଦନ ଖିଲାର, ଅଖିଳ କୁମାର ସେନାପତି ଓ ରାଜେଶ କୁମାର ବାରିକ ସଫଳ ହୋଇଛନ୍ତି। କୃତୀ ପ୍ରତିଯୋଗୀଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ସମ୍ବର୍ଦ୍ଧନା ଦିଆଯାଇଛି।

ଡାକ୍ତରଙ୍କ ଅବହେଳାରୁ ନବଜାତକ ମୃତ

କେନ୍ଦ୍ରାପଡା ଅଫିସ, ୨୪ା୪ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ନେଇ ବାରମ୍ବାର ଅଭିଯୋଗ ହେଉଛି। ମାତ୍ର ଏଥିରେ କୌଣସି ସୁଧାର ଆସିପାରୁନାହିଁ ା ଦୀର୍ଘଦିନ ଧରି ଏହି ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ ମେଶିନ ଅଚଳ ହୋଇ ପଡି ରହିଥିବା ବେଳେ ଡାକ୍ତର ଅଭାବ ଯୋଗୁ ପ୍ରସୂତି ବିଭାଗ ଓଟିର କାର୍ଯ୍ୟକାରିତା କମିଯାଇଛି।

ସଚେତନତା ଅଭାବରୁ ଦୁର୍ଘଟଣା ବଢ଼ୁଛି

ସଚେତନତା ଅଭାବରୁ ଦୁର୍ଘଟଣା ବଢ଼ୁଛି

କେନ୍ଦ୍ରାପଡା ଅଫିସ, ୨୪ା୪କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୨୯ତମ ସଡ଼କ ନିରାପତ୍ତା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ସୋମବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଏକ ସଚେତନତା ରଥ ଜିଲା ପରିକ୍ରମା ପାଇଁ ବାହାରିଛି। ଏହି ରଥକୁ ପରିବହନ କାର୍ଯ୍ୟାଳୟଠାରେ ଜିଲାପାଳ ରେଘୁ ଜୀ. ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ପ୍ରହସନ ପାଲଟିଛି ଜିଲାପାଳଙ୍କ ଜନଶୁଣାଣି ଶିବିର

ପ୍ରହସନ ପାଲଟିଛି ଜିଲାପାଳଙ୍କ ଜନଶୁଣାଣି ଶିବିର

ରାଜନଗର,୨୪ା୪(ଡି.ଏନ୍‌.ଏ.)- ରାଜନଗର ବ୍ଲକ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ସୋମବାର କେନ୍ଦ୍ରାପଡା ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ଜିଲାପାଳ ରେଘୁଜୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନଶୁଣାଣି ଶିବିରରେ ୧୭୫ ବ୍ୟକ୍ତିଗତ ୧୨ ସାମୂହିକ ଅଭିଯୋଗକୁ ମିଶାଇ ମୋଟ ୧୮୭ ଅଭିଯୋଗର ଶୁଣାଣି ହୋଇଛି। ଜିଲାପାଳଙ୍କ ଜନଶୁଣାଣି ଶିବିର ଏବେ ପ୍ରହସନରେ ପରିଣତ ହୋଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଅଭିଯୋଗକାରୀମାନେ ବହୁବାର ଜିଲାପାଳଙ୍କ ଶିବିରରେ ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ଅବା ଲୋକଙ୍କ ସମସ୍ୟା ଦୂର ହେଉନାହିଁ ବୋଲି ଅଭିଯୋଗ ହୋଇଥିଲା। ଜିଲାପାଳ ଶିବିରକୁ ଆସିବା ପୂର୍ବର ପ୍ରାୟ ୪୦ ଅଭିଯୋଗର ଶୁଣାଣି ହୋଇଥିଲା।

ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ଅଭିଯୋଗ

ନୂଆଗାଁ,୨୪।୪(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ନୂଆଗାଁ - ବାହାଡାଝୋଲା ରାସ୍ତାର ନୂଆଗାଁ ଠାରୁ ଡିମିରିପଲି ପର୍ଯ୍ୟନ୍ତ ୧୬ କିଲୋମିଟର ରାସ୍ତାର ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ମରଣଯନ୍ତା ପାଲଟିଥିବା ଏହି ରାସ୍ତାର ମରାମତି ପାଇଁ ସରକାରଙ୍କ ତରଫରୁ ୩୫ ଲକ୍ଷ ଟଙ୍କା ଅନୁଦାନ ରାଶି ଯୋଗାଇ ଦିଆଯାଇଥିଲା ବେଳେ ତାହା ହଡପ ପାଇଁ ଉଦ୍ୟମ ହେଉଥିବା ମଧ୍ୟ ଅଭିଯୋଗ ହେଉଛି।

ସଡ଼କ ସୁରକ୍ଷା ସଚେତନତା ରଥ ଉଦ୍‌ଘାଟିତ

ନୟାଗଡ଼ ଅଫିସ,୨୪ା୪- ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସୋମବାର ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ସହରର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଅରିନ୍ଦମ ଡାକୁଆ ଓ ଏସ୍‌ପି ଆଶିଷ କୁମାର ସିଂ ଯୋଗଦେଇ ସଡକ ସୁରକ୍ଷା ସଚେତନତା ରଥକୁ ଉଦ୍‌ଘାଟନ କରିଥିଲେ। ଏହି ରଥ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଜିଲାର ବିଭିନ୍ନ ବ୍ଲକରେ ବୁଲି ଲୋକମାନଙ୍କୁ ସଚେତନ କରାଇବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରଟିଓ ପ୍ରଭାକର ପାଣିଗ୍ରାହୀ, ଜିଲା ଘରୋଇ ବସ୍‌ ଆସୋସିଏଶନ୍‌ ସଭାପତି ମନୋଜ କୁମାର ନାୟକ, ସମ୍ପାଦକ ଶେଖ୍‌ ୟୁସୁଫ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌, ଏନ୍‌ସିସି, ୱାଇଆରସି, ନାଭାଲ ଛାତ୍ରୀଛାତ୍ର ରାସ୍ତାରେ ଯାଉଥିବା ବାଇକ୍‌ ଆରୋହୀ ଓ କାର୍‌ ଚାଳକମାନଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଯାଇଥିଲା। ଛାତ୍ରୀଛାତ୍ର ବାଇକ୍‌ ଆରୋହୀଙ୍କୁ ହେଲ୍‌ମେଟ ପିନ୍ଧିବାକୁ କହୁଥିଲା ବେଳେ କାରରେ ଯାଉଥିବା ଯାତ୍ରୀମାନଙ୍କୁ ସିଟ୍‌ ବେଲ୍ଟ ପିନ୍ଧିବା ପାଇଁ ପ୍ରବର୍ତ୍ତାଉଥିଲେ। ଜିଲାପାଳ ଓ ଏସ୍‌ପି ମଧ୍ୟ ବାଇକ୍‌ ଆରୋହୀଙ୍କୁ ଲିଫ୍‌ଲେଟ ବଣ୍ଟନ କରି ସଚେତନ କରାଇଥିଲେ।

ପାନୀୟ ଜଳ ପାଇଁ ବିଡିଓଙ୍କୁ ଅଭିଯୋଗ

ଦଶପଲ୍ଲା,୨୪ା୪ (ଡି.ଏନ.ଏ.)- ଅସହ୍ୟ ଗ୍ରୀଷ୍ମରେ ଦଶପଲ୍ଲା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିସ୍ଥଳେ ପାନୀୟଜଳ ସମସ୍ୟା ଲୋକଙ୍କୁ ଅତିଷ୍ଠ କରିଦେଇଛି। ଏହାକୁ ନେଇ ସୋମବାର ବିଭିନ୍ନ ପଞ୍ଚାୟତର ଶତାଧିକ ଜନସାଧାରଣ ବିଡିଓଙ୍କୁ ଭେଟିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ବିଭିନ୍ନ ପଞ୍ଚାୟତରେ ନଳକୂପଗୁଡିକ କାମ କରୁ ନ ଥିବାବେଳେ ଅଧିକାଂଶ ପାନୀୟଜଳ ପ୍ରକଳ୍ପ ମଧ୍ୟ ଅଚଳ ହୋଇପଡିଛି। ପାନୀୟଜଳ ପାଇଁ ବିଭିନ୍ନ ଗ୍ରାମର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଫାଣ୍ଡିରେ ପୋଡ଼ିହୋଇ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ

ଦଶପଲ୍ଲା,୨୪ା୪ (ଡି.ଏନ.ଏ.)- ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଫାଣ୍ଡି ଭିତରେ କିରୋସିନ ଢାଳି ପୋଡିହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୋନପୁର ଜିଲା ତରଭା ଅଞ୍ଚଳର ମାନବିକ ଅଧିକାର କର୍ମୀ ଶ୍ରୀକୁମାର ମହନ୍ତ। ଦଶପଲ୍ଲା ଥାନା ଶିମିଳିସାହି ଗ୍ରାମର କାଳିଆ କାଠୁଆ କନ୍ଧ ଭୋଗବାଡି ଗ୍ରାମର ହାର ଖିଲାର ଓ ତାଙ୍କ ୫ବର୍ଷର ଝିଅ ଯମୁନା ଖିଲାର ହତ୍ୟା ଘଟଣା ଏବଂ ଶିମିଳିସାହି ପଞ୍ଚାୟତରୁ ଭତ୍ତାଟଙ୍କା ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥାଇ ଫେରାର ଥିବାବେଳେ ଗତ ୧୩ ତାରିଖରେ ପୋଲିସ ତାଙ୍କୁ ଧରି ନିଜ ହେପାଜତ୍‌କୁ ଆଣିଥିଲା । ପରେ ନୟାଗଡର ଏକ ଆମ୍ବ ତୋଟାକୁ ନେଇ କାଳିଆଙ୍କୁ ନିସ୍ତୁକ ମାଡ ମାରିଥିଲା। ପୁନଶ୍ଚ ଗତ ୧୫ ତାରିଖରେ ମଧ୍ୟଖଣ୍ଡ ଫାଣ୍ଡିକୁ ଆଣି ଅଟକ ରଖି ମାଡ ମାରିଥିଲା।

ଡମ୍ଫର ମାଲିକ ସଂଘ ନିର୍ବାଚନକୁ ନେଇ ଉତ୍ତେଜନା

ପାରାଦୀପ,୨୪ା୪(ସ୍ବ.ପ୍ର.): ପାରାଦୀପ ଆନ୍ତଃ ପରିବହନ (ଆଇପିଟି)ରେ ନିୟୋଜିତ ଡମ୍ଫର ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ। ସୋମବାର ସନ୍ଧ୍ୟା ସୁଧା ଏଥିପାଇଁ ପ୍ରାର୍ଥିପତ୍ର ଯାଞ୍ଚ, ପ୍ରତ୍ୟାହାର, ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ଓ ନିର୍ବାଚନୀ ଚିହ୍ନ ପ୍ରଦାନ କାର୍ଯ୍ୟ ଶେଷ ହୋଇଛି। ଏଥିରେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚରେ କଟିଯାଇଥିବା ବେଳେ ୨ଜଣ ପ୍ରତ୍ୟାହାର କରିଛନ୍ତି। ଶେଷ ଖବରସୁଦ୍ଧା ୫ ପଦବୀ ପାଇଁ ୧୩ଜଣ ନିର୍ବାଚନ ଦୌଡ଼ରେ ଅଛନ୍ତି ବୋଲି ନିର୍ବାଚନ ଅଧିକାରୀ ଆଇନଜୀବୀ ସଞ୍ଜୟ କୁମାର ବେହେରା ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ସଭାପତି ପଦ ପାଇଁ ୩, ସମ୍ପାଦକ ପାଇଁ ୪, ଉପସଭାପତି, ସହ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ୨ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଯୋଗିତାରେ ଅଛନ୍ତି।