ଉପକୂଳ ଓଡିଶା

ସରକାରୀ ଯୋଜନାରୁ ବଞ୍ଚିତ ବିଦ୍ୟାର୍ଥୀ

ସରକାରୀ ଯୋଜନାରୁ ବଞ୍ଚିତ ବିଦ୍ୟାର୍ଥୀ

ରସୁଲପୁର,୧।୧(ଡି.ଏନ୍‌.ଏ.)- ରସୁଲପୁର ବ୍ଲକର ଶତାଧିକ ବିଦ୍ୟାଳୟରେ ବିଜୁଳି ସଂଯୋଗ ହୋଇନାହିଁ। ଏନେଇ ବିଦ୍ୟୁତ୍‌ ଓ ଶିକ୍ଷା ବିଭାଗ ମଧ୍ୟରେ ତାଳମେଳ ରହୁନାହିଁ। ଫଳରେ ବିଦ୍ୟାର୍ଥୀମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହି ବ୍ଲକରେ ମୋଟ ୨୨୯ ବିଦ୍ୟାଳୟ ରହିଛି। ସେଥି ମଧ୍ୟରୁ ମାତ୍ର ୪୭ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ କରାଯାଇଛି ବୋଲି ବିଦ୍ୟୁତ ବିଭାଗ ରିପୋର୍ଟରୁ ଜଣାପଡ଼ିଛି। ଏ ନେଇ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ମାତ୍ର ୩୦ଟି ବିଦ୍ୟାଳୟରେ ବିଦ୍ୟୁତ ଅଛି ବୋଲି ସରକାରଙ୍କୁ ରିପୋର୍ଟ କରାଯାଇଛି। ଏହି କ୍ରମରେ ୯୮ ପ୍ରାଥମିକ ବିଦ୍ୟାଳୟରୁ ୬, ୧୧ ୟୁଜିଏମଇ ବିଦ୍ୟାଳୟରୁ ୮, ୨୯ ନୋଡାଲ ୟୁପି ବିଦ୍ୟାଳୟରୁ ୯, ୨୩ ପ୍ରକଳ୍ପ ୟୁପି ବିଦ୍ୟାଳୟରୁ ୫, ୪୨ ଉଚ୍ଚ ବିଦ୍ୟାଳୟରୁ ୧୯ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ରହିଛି ବୋଲି ଅନୁସନ୍ଧାନରୁ ଜଣାପଡିଛି। ଏଥିସହ ୧୦ ୟୁପି ,୧୭ ବ୍ଲକ ଗ୍ରାଣ୍ଟ ୟୁପି, ୭ ଏଡେଡ୍‌ ୟୁପି, ୩ ମଦରସା, ୨ ସଂସ୍କୃତ ଟୋଲ, ୩ ସେବାଶ୍ରମକୁ ଆଦୌ ବିଦ୍ୟୁତ ସଂଯୋଗ ହୋଇନାହିଁ। ବିଦ୍ୟୁତ ନ ଥିବା ବିଦ୍ୟାଳୟରେ ସରକାରଙ୍କର ସୁଲଭ ଶୌଚାଳୟ ଯୋଜନା, ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପୂର୍ବରୁ ହାତଧୋଇବା, ଗରମ ଦାଉରୁ ରକ୍ଷା ପାଇବା ପାଇଁ ବିଜୁଳି ପଙ୍ଖା ସଂଯୋଗୀକରଣ, ପ୍ରତ୍ୟେକ ବିଦ୍ୟାଳୟକୁ କମ୍ପୁଟରୀକରଣ, ମଲ୍ଟି ଟ୍ୟାପ୍‌ ବ୍ୟବସ୍ଥା ଭଳି ଅନେକ ସରକାରୀ ବ୍ୟବସ୍ଥା କାର୍ଯ୍ୟକାରୀ ହେଉନାହିଁ। ଫଳରେ କୋମଳମତି ଛାତ୍ରୀଛାତ୍ରଙ୍କର ସ୍ବାସ୍ଥ୍ୟ ପ୍ରଭାବିତ ହେଉଛି। ବିଦ୍ୟୁତ୍‌ ନ ଥିବାରୁ ବିଦ୍ୟାଳୟର ପାଣି ମଟର ଗୁଡିକ ଅଚଳ ହୋଇଗଲାଣି। ବିଦ୍ୟୁତ୍‌ ବିଲ୍‌ ବାବଦକୁ ବିଦ୍ୟାଳୟକୁ ଆସୁଥିବା ଉନ୍ନତୀକରଣ ପାଣ୍ଠିରୁ ଭରଣା କରିବାରେ ବିଶେଷ ଅସୁବିଧା ନାହିଁ। ଏହାସତ୍ତ୍ୱେ ବି ପ୍ରତ୍ୟେକ ବିଦ୍ୟାଳୟକୁ ବିଦ୍ୟୁତ୍‌ ସଂଯୋଗ କରାଯିବା ଉପରେ ଗୁରୁତ୍ୱ ଦିଆଯାଉ ନାହିଁ। କେତେକ ବିଦ୍ୟାଳୟକୁ ବେଆଇନ ବିଦ୍ୟୁତ ସଂଯୋଗ ହୋଇଛି। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଅନେକ ସ୍ଥାନରେ ବିଦ୍ୟାଳୟ ଆଳରେ ବିଜୁଳି ବାଟମାରଣା ହେଉଛି। ଏ ନେଇ ରସୁଲପୁର ବ୍ଲକ ସହକାରୀ ଶିକ୍ଷାଧିକାରୀ ଅକ୍ଷୟ କୁମାର ରାଉତରାଏଙ୍କୁ ପଚାରିବାରେ ସରକାରଙ୍କୁ ଅବଗତ କରାଯାଇଛି। ବିଦ୍ୟାଳୟକୁ ଅନୁଦାନ ମିଳିଲେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ନେସ୍କୋ ପକ୍ଷରୁ କୁଆଖିଆ ବିଦ୍ୟୁତ ସେକ୍ସନର କନିଷ୍ଠ ଯନ୍ତ୍ରୀ ସୟଦ ଇବ୍ରାଲ ଅଲ୍ଲିଙ୍କୁ ପଚାରିବାରେ ବିଭାଗ ଅବଗତ ନାହିଁ। ଯଦି ଅଭିଯୋଗ ଆସେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

All Right Reserved By

ଉପକୂଳ ଓଡିଶା

କଳିଙ୍ଗନଗର ୪୦ ବିସ୍ଥାପିତଙ୍କ ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କଳିଙ୍ଗନଗର ୪୦ ବିସ୍ଥାପିତଙ୍କ ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଯାଜପୁର ରୋଡ଼,୧୭।୭(ନି.ପ୍ର.): କଳିଙ୍ଗନଗର ଶିଳ୍ପାଞ୍ଚଳର ଖୁରୁଣ୍ଟି, ମଳିକସାହିର ୪୦ ପରିବାର ୧୯୯୨ ମସିହାରେ ନିଳାଚଳ ଇସ୍ପାତ ନିଗମରୁ ବିସ୍ଥାପିତ ହୋଇଥିଲେ। ୨୦୧୧ରେ ସେମାନଙ୍କୁ ବିସ୍ଥାପିତ ପରିଚୟ ପତ୍ର ମିଳିଥିଲା।

ମଦ ନିଶା: ଡ୍ରେନରୁ ଯୁବକ ଉଦ୍ଧାର

ଓଡ଼ଗାଁ, ୧୭।୭(ସ୍ବ.ପ୍ର.): ସ୍ଥାନୀୟ ରେଞ୍ଜ ଅଫିସ ସାମନା ଡ୍ରେନରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି। ସେ ମାତାଲ ଅସ୍ଥାରେ ସକାଳୁ ଡ୍ରେନ୍‌ ଭିତରେ ପଡିଥିବା ଲୋକମାନେ ଦେଖି ଦମକଳ କେନ୍ଦ୍ରକୁ ଜଣାଇଥିଲେ।

ରାଜପଥ ପାଲଟିଛି ମରଣଯନ୍ତା

ମାର୍ଶାଘାଇ,୧୭।୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳ ଦେଇ ଯାଇଥିବା ନଂ. ୫(କ) ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂଠାରୁ ଲୁଣା ବ୍ରିଜ୍‌ ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ରାଜପଥ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ଓ ମରାମତି ଜନିତ ତ୍ରୁଟି ଯୋଗୁ ଏପରି ହୋଇଛି।

ଓଲଟିଲା ସାର ବୋଝେଇ ଟ୍ରକ: ଡ୍ରାଇଭର ମୃତ

ଓଲଟିଲା ସାର ବୋଝେଇ ଟ୍ରକ: ଡ୍ରାଇଭର ମୃତ

ସାଲେପୁର,୧୭।୭(ଡି.ଏନ୍‌.ଏ.): କଟକ-ଚାନ୍ଦବାଲି ରାସ୍ତାର ନାନ୍ଦୋଳଗଡ଼ା ଭାତପଡ଼ା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସାର ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ପ୍ରଶାନ୍ତ କୁମାର ରାଉତଙ୍କ ମୃତ୍ୟୁ ହୋଇଛି।

ଗାଁ କଲ୍ୟାଣ ସମିତି ଅର୍ଥରେ ହେଉନି ଗାଁର ଉନ୍ନତି

ଖଣ୍ଡପଡ଼ା,୧୭।୭(ସ୍ବ.ପ୍ର.)- ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ପରିମଳ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖି ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଜରିଆରେ ପ୍ରତ୍ୟେକ ରାଜସ୍ବ ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି। ଏହି ସମିତିରେ ଗାଁର ୱାର୍ଡ ସଭ୍ୟାସଭ୍ୟ, ଅଙ୍ଗନୱାଡି କର୍ମୀ, ରାଜସ୍ବ ଗ୍ରାମର ଆଶାକର୍ମୀ, ଗ୍ରାମ୍ୟ ଜଳଯୋଗାଣ ସଂସ୍ଥାର ସ୍ବାବଲମ୍ବୀ କାରିଗର, ସର୍ବାଧିକ ସଞ୍ଚୟ ଥିବା ୩ଟି ମହିଳା ସ୍ବୟଂ ସହାୟକ ଦଳର ପ୍ରତିନିଧିଙ୍କୁ ସାମିଲ କରାଯାଇଛି।

ଅଭିନବ ରଥଯାତ୍ରା, ନୌକାରେ ବିଜେ ଜଗନ୍ନାଥ

ଅଭିନବ ରଥଯାତ୍ରା, ନୌକାରେ ବିଜେ ଜଗନ୍ନାଥ

ଟାଙ୍ଗୀ (ଖୋର୍ଦ୍ଧା), ୧୭।୭ (ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ୍‌ ନଇରୀର ଅନତି ଦୂରରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଗୋପନସ୍ଥଳୀ କାଙ୍କଣଶିଖରୀରେ ଚଳିତବର୍ଷ ଅଭିନବ ଉପାୟରେ ରଥଯାତ୍ରା ପାଳିତ ହୋଇଯାଇଛି। ନନ୍ଦିଘୋଷ ନୌକାରେ ପ୍ରଭୁଙ୍କୁ ବିଜେ କରାଇ କାଙ୍କଣଶିଖରୀର ଚତୁଃପାର୍ଶ୍ୱରେ ନୌବିହାର କରାଯାଇଥିଲା।

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ

ନୂଆଗାଁ,୧୭।୭(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଓଡିଆ ବିଶ୍ୱ ବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ ଭାଷା ଆନ୍ଦୋଳନର ଆବାହକ ଶିବରାମ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀଜଗନ୍ନାଥଙ୍କ କଚ୍ଛପ ଅବତାର

ଶ୍ରୀଜଗନ୍ନାଥଙ୍କ କଚ୍ଛପ ଅବତାର

ଦଶପଲ୍ଲା,୧୭।୭ (ଡି.ଏନ.ଏ.)-ଦଶପଲ୍ଲାସ୍ଥିତ ଗୁଣ୍ଡିଚା ମନ୍ଦିରରେ ସୋମବାର ଚତୁର୍ଥୀ ତିଥିରେ ପ୍ରଭୁ ଜଗନ୍ନାଥଙ୍କ କଚ୍ଛପ ଅବତାର ବେଶ ସମ୍ପୂର୍ଣ୍ଣ ହୋଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ସନ୍ଧ୍ୟାରେ ଏହି କଚ୍ଛପ ଅବତାର ବେଶକୁ ଦର୍ଶନ କରିବା ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ବର୍ଷାପାଣି ନିଷ୍କାସନକୁ ନେଇ ଏଲପଡ଼ା ଗ୍ରାମରେ ବିବାଦ: ଗାଁ ମଝିରେ ୪ ଫୁଟ୍‌ ଉଚ୍ଚ ୪ ବନ୍ଧ

ବର୍ଷାପାଣି ନିଷ୍କାସନକୁ ନେଇ ଏଲପଡ଼ା ଗ୍ରାମରେ ବିବାଦ: ଗାଁ ମଝିରେ ୪ ଫୁଟ୍‌ ଉଚ୍ଚ ୪ ବନ୍ଧ

ଭାପୁର,୧୭।୭(ଡି.ଏନ.ଏ.)-ନୟାଗଡ଼ ଜିଲା ଫତେଗଡ଼ ଥାନା ଏଲପଡ଼ା ଗ୍ରାମରେ ଜଳନିଷ୍କାସନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ କେତେକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ଗାଁ ମଝିରେ ୪ଟି ୪ ଫୁଟିଆ ମାଟିବନ୍ଧ ପକାଯାଇଛି। ଏଥିଯୋଗୁ ଗାଁ ମଝିରେ ଅଣ୍ଟାଏ ପାଣି ଜମିରହିଛି।

୩ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଧାୟକ: ୧୦ଦିନରେ ପକ୍କାଘର ନିର୍ମାଣ ସାରିବାକୁ ନିର୍ଦ୍ଦେଶ

୩ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଧାୟକ: ୧୦ଦିନରେ ପକ୍କାଘର ନିର୍ମାଣ ସାରିବାକୁ ନିର୍ଦ୍ଦେଶ

ଡୁବୁରୀ,୧୭।୭(ଡିଏନଏ)- କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦୀ ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର ଠାକୁରାସାହି (ଅଙ୍କୁରାପାଳ) ଗାଁରେ ୩ଜଣ ଅନାଥ ଶିଶୁ ଏକ ଭଙ୍ଗା ଅସୁରକ୍ଷିତ ଘରେ ଜୀବନଯାପନ କରୁଛନ୍ତି। ଉକ୍ତ ୩ଶିଶୁଙ୍କ ବାପା ସାମୁ ଜାମୁଦା ଓ ମା’ ସିପେଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବର୍ଷାଧିକ ସମୟ ଧରି ସେମାନେ ଗଣ୍ଡେ ଖାଇ ଦଣ୍ଡେ ଜୀଇଁ ଆସୁଛନ୍ତି।

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଯାଜପୁର ରୋଡ,୧୭।୭(ନି.ପ୍ର.)- ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ସୋମବାର ରାତିରେ ମୃତ୍ୟୁ ଘଟିଛି। ମୃତ ଯୁବକ ପାଣିକୋଇଲି ଥାନା ଅନ୍ତର୍ଗତ ତଣ୍ଡରା ପଞ୍ଚାୟତ ତଣ୍ଡରା ଗ୍ରାମର ନରେନ୍ଦ୍ର ମଲ୍ଲିକ (୩୦) ବୋଲି ଜଣାଯାଇଛି। ସେ ବିଦ୍ୟୁତ ତାରରେ ହୁକ ପକାଉଥିବା ସମୟରେ କରେଣ୍ଟ ମାରିବା ଯୋଗୁ ସେ ଅଚେତ ହୋଇଯାଇଥିଲେ।

ଚୋରାମଦ ବ୍ୟବସାୟୀଙ୍କୁ ଛେଚିଲେ ଗ୍ରାମବାସୀ

ଚୋରାମଦ ବ୍ୟବସାୟୀଙ୍କୁ ଛେଚିଲେ ଗ୍ରାମବାସୀ

ବିଞ୍ଝାରପୁର,୧୭।୭(ଡି.ଏନ.ଏ)- ବିଞ୍ଝାରପୁର ଅଞ୍ଚଳରେ ଚୋରାମଦ କାରବାର ବ୍ୟାପକ ହୋଇଛି। ଏ ନେଇ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଫଳରେ ସାଧାରଣ ଲୋକେ ଏବେ ଆଇନ ନିଜ ହାତକୁ ନେଉଥିବା ଦେଖିବାକୁ ମିଳିଛି।

Model This Week

ରୂପେଶ