ଉପକୂଳ ଓଡିଶା

ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ:ଦୁର୍ବଳ ହେଉଛି ଭାଜପା

ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ:ଦୁର୍ବଳ ହେଉଛି ଭାଜପା

ଯାଜପୁର ଅଫିସ,୧।୧- ବିକାଶ ନାଁରେ କେନ୍ଦ୍ରରେ କ୍ଷମତା ହାସଲ କରିଥିବା ଭାଜପା ଦିନକୁ ଦିନ ଏହାର ଲୋକପ୍ରିୟତା ହରାଉଥିବା ବିଭିନ୍ନ ଅଞ୍ଚଳର ରାଜନୈତିକ ସ୍ଥିତିକୁ ଦେଖିଲେ ଅନୁଭବ ହେଉଛି। ଯାଜପୁର ଜିଲା ବରୀ ବିଧାନସଭା ନିର୍ବାଚନ ମଣ୍ଡଳିରେ ଏଭଳି ଘଟଣାର କିଛି ଆଭାସ ଦେଖିବାକୁ ମିଳିଲାଣି। ଫଳରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଟକ୍କର ଦେଇ ଭାଜପା ଯେଉଁ ସଫଳତା ପାଇଥିଲା ତାହା ଏବେ ହାତଛଡ଼ା ହେବାକୁ ଯାଉଛି। ପୂର୍ବତନ ଭାଜପା ଜିଲା ସଭାପତି ଆଶୁତୋଷ ପରିଡାଙ୍କ ସମର୍ଥକମାନେ ସଂପ୍ରତି ଅଞ୍ଚଳରେ ସେତେଟା ସକ୍ରିୟ ଦେଖାଯାଉ ନାହାନ୍ତି। ଏପରି କି ଭାଜପାରେ ଯୋଗଦେବା ପରେ ସ୍ବାଧୀନ ନେତା ବିଶ୍ୱରଞ୍ଜନ ମଲ୍ଲିକଙ୍କ ସହିତ ପୂର୍ବରୁ ଭିତିରିଆ ଗଠବନ୍ଧନ ଥିବା କଂଗ୍ରେସ ନେତା ଓ କର୍ମୀମାନେ ମଧ୍ୟ ଦୂରେଇବାକୁ ଲାଗିଲେଣି। ୨୦୧୭ର ଶେଷ ଦିନରେ କଳାମାଟିଆ ପଞ୍ଚାୟତର କାଇପଡ଼ା ଗୋଲା ପଡ଼ିଆଠାରେ ବିଜେଡ଼ିର ମିଶ୍ରଣ ସଭା ଭାଜପା ନେତାଙ୍କୁ ବିଚଳିତ କରିଛି। ଏହାସହ ବରୀ ବ୍ଲକ କଂଗ୍ରେସ ସଭାପତିଙ୍କ ବିଜେଡିରେ ଯୋଗଦାନ ବିଧାୟକ ଦେବାଶିଷ ନାୟକଙ୍କୁ ଆଶ୍ୱସ୍ତ କରିଛି। ଅନ୍ୟପକ୍ଷେ ଭାଜପା ସମର୍ଥିତ ସମିତିସଭ୍ୟ ବିଜେଡିରେ ମିଶିବା ଭାଜପା ନେତା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ମଧ୍ୟ ଶକ୍ତ ଧକ୍କା ଲାଗିଛି ା ଗତ ପଞ୍ଚାୟତ ନିର୍ବାଚନରେ ସ୍ବାଧୀନ ସଂଗଠନରେ ବିଜୟୀ ହୋଇଥିବା ଅନେକ ସମିତି ସଭ୍ୟ ଓ ସରପଞ୍ଚ ବିଜେଡିରେ ଯୋଗ ଦେବାକୁ ଯୋଜନା ରଖିଥିବାରୁ ବରୀ ଭାଜପା ପାଇଁ ଚିନ୍ତାର ବିଷୟ ପାଲଟିଥିବା କୁହାଯାଉଛି। କଂଗ୍ରେସ ଛାଡ଼ି ସ୍ବାଧୀନ ସଂଗଠନ କରି ବରୀ ବ୍ଲକରେ ଦବଦବା ରଖିଥିବା ମଲ୍ଲିକ ଭାଜପାରେ ଯୋଗଦେବା ପରେ ଲୋକ ସମର୍ଥନ ହରାଉଥିବା ଦେଖିବାକୁ ମିଳିଛି। ଯାହାକି ଆସନ୍ତା ବିଧାନସଭା ନିର୍ବାଚନରେ ଭାଜପାକୁ ମାତ୍‌ ଦେବାକୁ ବିଜେଡିକୁ ସହଜ ହେବ ଏବଂ କଂଗ୍ରେସକୁ ତିଷ୍ଠି ରହିବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି।
୨୦୧୭ଜିଲା ପରିଷଦ ନିର୍ବାଚନରେ ବରୀରେ ଭାଜପା ଆଗୁଆ ରହିଥିଲା। ୧୭ ବର୍ଷ ତଳେ ଏଠାରେ ବିଜେଡି ୫୬ପ୍ରତିଶତ ଭୋଟ ହାତେଇଥିଲା । ୨୦୧୨ରେ ବିଜେଡିର ଭୋଟହାର ଖସି ୫୪ ପ୍ରତିଶତରେ ରହିଥିଲା । ତେବେ ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ୪୫ପ୍ରତିଶତକୁ ଖସିଥିଲା। କଂଗ୍ରେସ ଛାଡ଼ି ସ୍ବାଧୀନ ସଂଗଠନରେ ବିଧାୟକ ପ୍ରାର୍ଥୀ ମଲ୍ଲିକ ଜୋରଦାର ଟକ୍କର ଦେଇଥିଲେ। ବିଧାୟକ ନାୟକ ପ୍ରାୟ ୭ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ୨୦୧୭ ଜିଲା ପରିଷଦ ନିର୍ବାଚନରେ ବିଜେଡିର ଭୋଟହାର ୪୫.୨୬ ପ୍ରତିଶତରେ ରହିଛି। ଅନ୍ୟପକ୍ଷେ ବିଶ୍ୱ ମଲ୍ଲିକଙ୍କ ଭୋଟ ସହ ଭାଜପା ୪୬.୫୪ ପ୍ରତିଶତ ପାଇଛି। ଗତ ପଞ୍ଚାୟତ ନିର୍ବାଚନ ସମୟରେ ସ୍ବାଧୀନ ନେତା ବିଶ୍ୱ ସହିତ କଂଗ୍ରେସର ଭିତିରିଆ ମୂଲଚାଲ ରହିଥିଲା। ବିଶ୍ୱ ଭାଜପାରେ ଯୋଗଦେବା ପରେ କଂଗ୍ରେସ ସମଦୂରତା ବଜାୟ ରଖିଛି। ଏବେ ୪୪ବର୍ଷର ରାଜନୈତିକ ଜୀବନ ତଥା ବିଜେଡିକୁ ବିରୋଧ କରି ଆସୁଥିବା କଂଗ୍ରେସର ବରିଷ୍ଠ ନେତା ଗିରିଶ ରାୟଙ୍କ ବିଜେଡିରେ ଯୋଗଦେବା ବିଶ୍ୱଙ୍କୁ ଅଡୁଆରେ ପକାଇଛି। ସେହିପରି ବୋଦୁଅ ପଞ୍ଚାୟତର ଭାଜପା ସମର୍ଥକ ସମିତି ସଭ୍ୟ ଖଗେଶ୍ୱର ଜେନା ବିଜେଡିରେ ମିଶିବା ଏବେ ବରୀ ଭାଜପା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ା ଅନ୍ୟପକ୍ଷେ ସାରାଦେଶରେ ଭାଜପା ହାୱା ପୂର୍ବଭଳି ଆଉ ନାହିଁ । ବିମୁଦ୍ରୀକରଣ, ଜିଏସ୍‌ଟି, କଳାଧନ ଫେରାଇ ଆଣିବାରେ ଭାଜପାର ଧୁଆଁବାଣ ଆଦି ଲୋକଙ୍କୁ ହତାଶ କରିଛି। ତେଣୁ ରାଜ୍ୟ ତଥା ଜିଲାରେ ଶକ୍ତିଶାଳୀ ଥିବା ବିଜେଡି ସହ ମୁକାବିଲା କରିବାକୁ ଭାଜପାକୁ ଅଧିକ ସଂଘର୍ଷ କରିବାକୁ ପଡିବ ବୋଲି ମତପ୍ରକାଶ ପାଉଛି । ବରୀ ବ୍ଲକରେ ବିଜେଡିର ଭୋଟହାରକୁ ଦେଖି ପୂର୍ବରୁ ଭାଜପାକୁ ସହଜ ହେବ ବୋଲି କୁହାଯାଉଥିଲା। କିନ୍ତୁ ଗତ କିଛି ଦିନ ହେଲା ଭାଜପା ନୀରବି ଯାଇ ଲୋକଙ୍କ ମୌଳିକ ସମସ୍ୟାକୁ ଭୁଲି ଯାଇଛି। ବରୀ ବିଡିଓଙ୍କୁ ଆକ୍ରମଣ ଘଟଣା, ରନତ୍ଗିରି ଓ ହଳଦିବସନ୍ତରେ ଗଣ୍ଡଗୋଳ, ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପଯୁକ୍ତ ହିତାଧିକାରୀଙ୍କୁ ଘର ନ ମିଳିବା ଇତ୍ୟାଦି ଭାଜପା ନେତୃତ୍ୱାଧୀନ ପଞ୍ଚାୟତ ସମିତିକୁ ବଦନାମ ହେବାକୁ ପଡିଛି। କଂଗ୍ରେସ ପତାକା ତଳେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ବିଶ୍ୱ ମଲ୍ଲିକ ପରବର୍ତ୍ତି ସମୟରେ ସ୍ବାଧୀନ ଓ ଏବେ ଭାଜପାରେ ମିଶିବା ପରେ ଭାଜପାର ମୂଳନେତା ବିଶ୍ୱଙ୍କ ଖାପଛଡ଼ା ଦେଉଛନ୍ତି। ଏଭଳିସ୍ଥିତିରେ ବିଜେଡି ବରୀରେ ପୁଣିଥରେ ଆଧିପତ୍ୟ ବିସ୍ଥାର କରିବାକୁ ଯୋଜନାବଦ୍ଧ ରଣନୀତି ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

ବିଚିତ୍ର ବ୍ୟବସ୍ଥା,ପିଲାଙ୍କ ସୁରକ୍ଷା ନାହିଁ ଚିନ୍ତା

ବିଚିତ୍ର ବ୍ୟବସ୍ଥା,ପିଲାଙ୍କ ସୁରକ୍ଷା ନାହିଁ ଚିନ୍ତା

ବରୀ,୨୧। ୪(ସ୍ବ.ପ୍ର.):ବରୀ ବ୍ଲକ ଅଧୀନ କଳାମାଠିଆ ପଞ୍ଚାୟତସ୍ଥିତ କାଇପଡା ଗ୍ରାମରେ ରହିଛି କାଇପଡା ଉଚ୍ଚ ବିଦ୍ୟାଳୟ। ୧୯୬୩ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟର କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଛାତରୁ ବିମ୍‌ ବାହାରି ଓହଳି ରହିଥିଲାବେଳେ ବାରଣ୍ଡାରେ ଛାତ୍ରୀଛାତ୍ରମାନେ ମଧ୍ୟ୍ୟାହ୍ନ ଭୋଜନ ଖାଉଥିବା ଶୁକ୍ରବାର ଦେଖିବାକୁ ମିଳିଛି। ଏ ନେଇ ଛାତ୍ରୀଛାତ୍ର ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ପାନୀୟଜଳ ପ୍ରକଳ୍ପ ଅଧାପନ୍ତରିଆ

ପାନୀୟଜଳ ପ୍ରକଳ୍ପ ଅଧାପନ୍ତରିଆ

କୋରେଇ,୨୧।୪(ସ୍ବ.ପ୍ର):ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକେ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଦୁର୍ନିତୀଖୋର ମନୋଭାବ ଯୋଗୁ ଦୀର୍ଘଦିନ ଧରି ପାନୀୟଜଳ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡିରହିଛି। ଏହାର ଉଦାହରଣ ଦେଖିବାକୁ ମିଳିଛି କୋରେଇ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ମୁକୁନ୍ଦପୁର ଗ୍ରାମରେ । ଏହି ଗ୍ରାମରେ ୨୦୧୧ ମସିହାରେ ବିଧାୟକ ପ୍ରିତୀରଞ୍ଜନ ଘଡେଇ ୨୧।୧୨।୨୦୧୧ରେ ମୁକୁନ୍ଦପୁର ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ : କ୍ଷେତ୍ର ପରିଦର୍ଶନ  କଲେ ପ୍ରଶାସନିକ ଅଧିକାରୀ

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ : କ୍ଷେତ୍ର ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ଚଣ୍ଡିଖୋଲ,୨୧।୪(ଡି.ଏନ୍‌.ଏ.)-ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚି । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ଅଭିଯୋଗକୁ ନେଇ ଯାଜପୁର ଜିଲା ପ୍ରଶାସନିକ ଅଧିକାରୀ ଓ ରେଳ ବିକାଶ ନିଗମ ଲିମିଟେଡର କର୍ମକର୍ତ୍ତାମାନେ ଶୁକ୍ରବାର ଘଟଣାସ୍ଥଳ ତଦାରଖ କରିବା ସହିତ କ୍ଷେତ୍ର ପରିଦର୍ଶନ କରିଛନ୍ତି। ପ୍ରକାଶ ଯେ, ଦର୍ପଣ ତହସିଲ ଅନ୍ତର୍ଗତ ମାତକାତପୁରର ଅଠେଇଶବାଟୀଠାରେ ଏକ ଗଳିପୋଲ ନିର୍ମାଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦୀର୍ଘଦିନ ହେଲା ଦାବୀ କରିଆସୁଛନ୍ତି। ସେହିଭଳି ଗୋବଣ୍ଡିଆ ଗ୍ରାମର ବଢେଇ ଛନ୍ଦା ନିକଟରେ ଏକ ଗଳିପୋଲ ଦାବୀ କରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲୁ ରହିଛି।

ଅପରିବର୍ତ୍ତିତ ରହିଛି ଶୌଚାଳୟ, ପାଣି ସମସ୍ୟା

ଯାଜପୁର ଅଫିସ,୨୧।୪:ଛାତ୍ରୀଛାତ୍ରଙ୍କ ଗୁଣାମତ୍କ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ସର୍ବୋପରି ଶିକ୍ଷା ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଶିକ୍ଷକଙ୍କ ଅଭାବ ସହିତ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲରେ ଶୌଚାଳୟ, ପାଣି ଓ ଆବଶ୍ୟକ ବିଲଡିଂର ଅଭାବ ଯୋଗୁ ଯାଜପୁର ଜିଲାରେ ଅବ୍ୟବସ୍ଥା ରେକର୍ଡ ସୃଷ୍ଟି କରିଛି । ଏହାର ପ୍ରତିକାର ପାଇଁ ୨୦୧୬ରେ ରାଜ୍ୟ ମାନବାଧିକାର କମିଶନ (ଏସ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି ।

ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟଣା: ୫୪ଙ୍କ ନାମରେ ମାମଲା,ଜେଲ ଗଲେ ୬

ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟଣା: ୫୪ଙ୍କ ନାମରେ ମାମଲା,ଜେଲ ଗଲେ ୬

ଖଣ୍ଡପଡା,୨୦।୪(ସ୍ବ.ପ୍ର.)-ନୟାଗଡ ଜିଲା ଖଣ୍ଡପଡା ଥାନା ଅନ୍ତର୍ଗତ କଣ୍ଟିଲୋ ପାଣୁସାହୁପାଟଣା ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟଣାରେ ଉଭୟ ପକ୍ଷରୁ ଥାନାରେ ୫୪ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଖଣ୍ଡପଡା ଜେଲ ହାଜତକୁ ପଠାଇ ଦିଆଯାଇଛି।

ଏଟିଏମ୍‌ରେ ନାହିଁ ଟଙ୍କା: ଗ୍ରାହକ ହନ୍ତସନ୍ତ

ଏଟିଏମ୍‌ରେ ନାହିଁ ଟଙ୍କା: ଗ୍ରାହକ ହନ୍ତସନ୍ତ

ବିଞ୍ଝାରପୁର,୨୦।୪( ଡି.ଏନ.ଏ)- ବିଞ୍ଝାରପୁରରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଏଟିଏମ୍‌ ଥିବାବେଳେ ଅଧିକାଂଶ ଏଟିଏମ୍‌ରେ ଟଙ୍କା ନ ଥିବାରୁ ଗ୍ରାହକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଦୁର୍ଘଟଣାରେ ଯୁବକ ମୃତ

ଦୁର୍ଘଟଣାରେ ଯୁବକ ମୃତ

ଛତିଆ,୨୦।୪- ବୈରୀ ଥାନା ଅନ୍ତର୍ଗତ ଛତିଆ କଳକଳା ପୂର୍ତ୍ତବିଭାଗ ରାସ୍ତା ସୋଲରଠାରେ ବାଇକ୍‌ ଦୁର୍ଘଟଣାରେ ଗୁରୁବାର ବିଳମ୍ବିତ ରାତିରେ ଯୁବକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଯୁବକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ

ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ

ଗଣିଆ,୨୦।୪(ଡି.ଏନ୍‌.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ ଆଡ଼କଟା ପଞ୍ଚାୟତର ଧୂଆମଡ଼ା ଗ୍ରାମଠାରେ ଶୁକ୍ରବାର ଶ୍ରୀଶ୍ରୀ ରାମେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଶୁଭାଧିବାସ ଓ ଅଙ୍କୁରାରୋପଣ ପରେ ଗୁରୁବାର ସକାଳୁ ସୂର୍ଯ୍ୟପୂଜା, ୧୦୮ ଘଟ କଳସ ଶୋଭାଯାତ୍ରା, ଗୋପୂଜନ, ଅଖଣ୍ଡ ନାମ କୀର୍ତ୍ତନ, ସାଧୁସେବା ଓ ଘୃତଯଜ୍ଞ ଅନୁଷ୍ଠିତ ହୋଇଥିଲା।

୬୯ ଦିବ୍ୟାଙ୍ଗଙ୍କୁ ମିଳିଲା ସହାୟକ ଉପକରଣ

୬୯ ଦିବ୍ୟାଙ୍ଗଙ୍କୁ ମିଳିଲା ସହାୟକ ଉପକରଣ

ଗଣିଆ,୨୦।୪(ଡି.ଏନ୍‌.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ୬୯ଜଣ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା। ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ବଣ୍ଟନ କରିଥିଲେ।

ଉଜ୍ଜ୍ୱଳ ଦିବସ ପାଳିତ

ଉଜ୍ଜ୍ୱଳ ଦିବସ ପାଳିତ

ମାର୍ଶାଘାଇ,୨୦ା୪(ଡି.ଏନ୍‌.ଏ.)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇଠାରେ ସାରନାଥ ଇଣ୍ଡେନ୍‌ ଗ୍ୟାସ୍‌ ବିତରକଙ୍କ ପକ୍ଷରୁ ଶୁକ୍ରବାର ଉଜ୍ଜ୍ୱଳା ଦିବସ ପାଳିତ ହୋଇଯାଇଛି।

୨ୟ ଦିନରେ ଆଳିରେ ଉତ୍‌ଥାନ, ଉଜ୍ଜ୍ୱଳ ପ୍ରଶିକ୍ଷଣ ଶିବିର

ଆଳି,୨୦ା୪(ଡି.ଏନ୍‌.ଏ.)- ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ଗୁରୁବାରଠାରୁ ଆଳିର ୨ଟି ସ୍ଥାନରେ ଆରମ୍ଭ ହୋଇଥିବା ଉତ୍‌ଥାନ, ଉଜ୍ଜ୍ୱଳ ପ୍ରଶିକ୍ଷଣ ଶିବିର ଶୁକ୍ରବାର ୨ୟ ଦିନରେ ପହଞ୍ଚତ୍ଛି।

ଭୋବସର ଗ୍ରାମବାସୀଙ୍କୁ ବନରାଜା କୁକୁଡାଚିଆଁ ପ୍ରଦାନ

ଭୋବସର ଗ୍ରାମବାସୀଙ୍କୁ ବନରାଜା କୁକୁଡାଚିଆଁ ପ୍ରଦାନ

ଓଡ଼ଗାଁ,୨୦ା୪(ସ୍ବ.ପ୍ର.)-ନୟାଗଡ଼ ଜିଲାର ଓଡଗାଁ ବ୍ଲକର ଆଦୌ ଗମନାଗମନ ନିମନ୍ତେ ରାସ୍ତାଘାଟ ନ ଥିବା ବାଣପୁର ପଞ୍ଚାୟତ ଭୋବସର ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ବନରାଜା କୁକୁଡ଼ା ଚିଆଁ ପ୍ରଦାନ କରାଯାଇଛି।