ରାୟଗଡା

ଗଁ।କୁ ରାସ୍ତା ନିର୍ମାଣ ଦାବି

ଗଁ।କୁ ରାସ୍ତା ନିର୍ମାଣ ଦାବି

ରାୟଗଡା ଅଫିସ୍‌, ୧।୧-
ଆର୍‌ଡି ରାସ୍ତାଠାରୁ ଜିଆଣିପଦର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କରିବାକୁ ବିଷମକଟକ ବ୍ଲକ୍‌ ଡୁମୁରିନେଲି ପଞ୍ଚାୟତ ଅଧୀନସ୍ଥ ଜିଆଣିପଦର ଓ ହିଚାବାଇ ଗ୍ରାମବାସୀ ଦାବି କରିଛନ୍ତି । ସରପଞ୍ଚ ସଞ୍ଜୁକ୍ତା କଲାକାଙ୍କ ନେତୃତ୍ୱରେ ସୋମବାର ଉଭୟ ଗ୍ରାମର ଗ୍ରାମବାସୀ ଜିଲାପାଳ ଗୁହା ପୁନମ ତାପସ କୁମାରଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ଏହି ରାସ୍ତା ନିର୍ମାଣ କରାଗଲେ ୨ଗ୍ରାମର ପ୍ରାୟ ୨୪୦ ପରିବାର ଉପକୃତ ହେବେ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି ।
ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଜଙ୍ଗଲ ମଝିଦେଇ ଆର୍‌ଡି ରାସ୍ତାଠାରୁ ଜିଆଣିପଦର ରାସ୍ତା ନିର୍ମାଣ ଚାଲିଥିଲା । ରୁରାଲ ୱାର୍କ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଥିଲା ଯେ, ରାସ୍ତା ନିର୍ମାଣ ହେତୁ ଜଙ୍ଗଲ ନଷ୍ଟ ହେଉଛି ବୋଲି ଉଭୟ ଗ୍ରାମର ବାସିନ୍ଦା ଅଭିଯୋଗ କରି କାର୍ଯ୍ୟବନ୍ଦ କରିବାକୁ ଦରଖାସ୍ତ ଦେଇଥିଲେ । ଫଳରେ କାର୍ଯ୍ୟ ବନ୍ଦ ରହିଛି । ଅଭିଯୋଗକାରୀମାନେ ଆମ ଗ୍ରାମର ନୁହନ୍ତି ବୋଲି ଉଭୟ ଗ୍ରାମର ବାସିନ୍ଦା କହିଛନ୍ତି। ଏହି ଘଟଣାର ତଦନ୍ତ କରି ପୁନର୍ବାର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଗ୍ରାମବାସୀ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ କସା କୁଣ୍ଡିକା, ବେତନ କୁମ୍ବୁଚକା, ବଇଦ କୁଣ୍ଡିକା, ଦାସନା ହୁଇକା, ବାରିକା କଲାକାଙ୍କ ସମେତ ୨ଗ୍ରାମର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।

All Right Reserved By

Model This Week

Model This Week

ରାୟଗଡା

ସ୍କୁଲ ନ ଯାଇ କେନ୍ଦୁପତ୍ର ଫଡିରେ ଛାତ୍ରୀ

ସ୍କୁଲ ନ ଯାଇ କେନ୍ଦୁପତ୍ର ଫଡିରେ ଛାତ୍ରୀ

ନବରଙ୍ଗପୁର,୨୬।୪(ବି.ପ୍ର.)- ନବରଙ୍ଗପୁର ଜିଲାରେ ଶିକ୍ଷା ସଚେତନତା ହୋଇଛି ବାଟବଣା । ବିଦ୍ୟାଳୟରେ ପିଲାମାନେ ନାମ ଲେଖାଉଛନ୍ତି ସତ କିନ୍ତୁ ଛାତ୍ରୀଛାତ୍ରଙ୍କ ଉପସ୍ଥାପନ ବହୁ ମାତ୍ରାର କମୁଛି । ଅବିଭାବକଙ୍କ ମହଲରେ ସଚେତନତା ଅଭାବ ଯୋଗୁ କୋମଳମତି ଶିଶୁମାନେ ବିଦ୍ୟାଳୟକୁ ନଯାଇ କାଜୁ ତୋଳିବା, ଜଙ୍ଗଲରୁ କାଠ ସଂଗ୍ରହ କରିବା, କେନ୍ଦ୍ରପତ୍ର ତୋଳିବା ଆଦି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ।

ବିନା ଅନୁମତିରେ ଜଙ୍ଗଲ ଜମି ଖନନ

ବିନା ଅନୁମତିରେ ଜଙ୍ଗଲ ଜମି ଖନନ

ଡାବୁଗାଁ,୨୬।୪(ଡି.ଏନ.ଏ.)-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଜଙ୍ଗଲ ଓ ସରକାରୀ, ବେସରକାରୀ ଜମିରେ ଗାତ ଖୋଳି ଘରୋଇ ଟେଲିକମ ସଂସ୍ଥା ବିନା ଅନୁମତିରେ କେବୁଲ ଲାଇନ ପକାଉଛି କିନ୍ତୁ ଏନେଇ ବିଭାଗର ନିଘା ନାହିଁ । ଘରୋଇ ଟେଲିକମ ସଂସ୍ଥା କେବୁଲ ଲାଇନ ପକାଇବା ପାଇଁ ସରକାରୀ ବେସରକାରୀ ଜମି , ସଂରକ୍ଷିତ ଜଙ୍ଗଲ ଓ ଘରୋଇ ଜମିଗୁଡିକରେ ଜେସିବି ମେଶିନ ସାହାଯ୍ୟରେ ଖୋଳି କେବୁଲ ପକାଉଛନ୍ତି ।

ଆଦର୍ଶ ବିଦ୍ୟାଳୟରେ ଆଡମିଶନରୁ ୫ ଛାତ୍ରୀଛାତ୍ରୀ ବଞ୍ଚିତ

ଆଦର୍ଶ ବିଦ୍ୟାଳୟରେ ଆଡମିଶନରୁ ୫ ଛାତ୍ରୀଛାତ୍ରୀ ବଞ୍ଚିତ

ନବରଙ୍ଗପୁର,୨୬।୪(ବି.ପ୍ର.)-ନବରଙ୍ଗପୁର ଜିଲା ରାଇଘର ବ୍ଲକର ୫ ଛାତ୍ରୀଛାତ୍ର ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢିବା ପାଇଁ ଚୟନ ହୋଇଥିବା ସତ୍ତ୍ୱେ ଆଡମିଶନରୁ ବଞ୍ଚିତ ହୋଇଛନ୍ତି । ସେମାନେ ପଢୁଥିବା ଏକ ଘରୋଇ ବିଦ୍ୟାଳୟରେ ଏନଓସି ନ ଥିବାରୁ ଛାତ୍ରୀଛାତ୍ରମାନେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଗୁରୁପ୍ରିୟା ସେତୁକୁ ଜଗିବ  ସି.ସି. ଟିଭି

ଗୁରୁପ୍ରିୟା ସେତୁକୁ ଜଗିବ ସି.ସି. ଟିଭି

ମାଲକାନଗିରି, ୨୬।୪(ଡି.ଏନ.ଏ.)-ମାଲକାନଗିରି ଜିଲାର ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବାକୁ ନିର୍ମାଣାଧୀନ ଗୁରୁପ୍ରିୟା ସେତୁର ତଦାରଖ ଓ ସୁରକ୍ଷା ପାଇଁ ସି.ସି. ଟିଭି ବ୍ୟବସ୍ଥା ପାଇଁ ପ୍ରସ୍ତାବ ରଖାଯାଇଛି । ପୂର୍ବରୁ ଏହି ସେତୁ ପାଇଁ ବହୁବାର ଟେଣ୍ଡର କରାଯିବା ପରେ ମଧ୍ୟ କୌଣସି କମ୍ପାନୀ ମାଓବାଦୀଙ୍କ ଭୟ ଯୋଗୁ ଟେଣ୍ଡରରେ ସାମିଲ ହୋଇ ନ ଥିଲେ। ପରେ ଏକ କମ୍ପାନୀ କାର୍ଯ୍ୟ ଆରମ୍ଭ କରି ମଧ୍ୟ ମାଓବାଦୀଙ୍କ ଭୟରେ କାମ ଛାଡ଼ି ଅଧାରୁ ଚାଲିଯାଇଥିଲା।

ଡିଡାୟୀ ଜନଜାତି ବାହାଘର: ଯେଉଁଠି କନ୍ୟାକୁ ଆତ୍ମକୌଶଳ ତାଲିମ ମିଳିଥାଏ

ଡିଡାୟୀ ଜନଜାତି ବାହାଘର: ଯେଉଁଠି କନ୍ୟାକୁ ଆତ୍ମକୌଶଳ ତାଲିମ ମିଳିଥାଏ

ମାଲକାନଗିରି,୨୬।୪(ଡି.ଏନ.ଏ)-ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ଫାଟି ପଡ଼େ ଗ୍ରାମ । ପାଦକୁ ପାଦ ମିଶାଇ ନାଚି ଉଠେ, ଆଦିବାସୀଙ୍କ ମନ। ସକାଳର ସୂର୍ଯ୍ୟ କିରଣ ଆଉ ରଙ୍ଗ ବେରଙ୍ଗ ଫୁଲର ପସରା ଯେତିକି ଆତ୍ମ ସନ୍ତୋଷ ଦେଇଥାଏ ତାହାଠାରୁ ଅଧିକ ସୁନ୍ଦର ଏଠାକାର ଡିଡାୟୀ ଜନଜାତିର ଲୋକଙ୍କ ପରମ୍ପରା ଓ ସଂସ୍କୃତି।

ପିଡିଏସ୍‌ ଚାଉଳରୁ ୧୦ ଗ୍ରାମର ବାସିନ୍ଦା ବଞ୍ଚତ୍ତ

ପିଡିଏସ୍‌ ଚାଉଳରୁ ୧୦ ଗ୍ରାମର ବାସିନ୍ଦା ବଞ୍ଚତ୍ତ

କୋରାପୁଟ,୨୬।୪(ସ୍ବ.ପ୍ର) ଦୁଇ ମାସ ହେଲା ପିଡିଏସ ଚାଉଳ ଓ କିରୋସିନ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ଦଶମନ୍ତପୁର ବ୍ଲକର ୧୦ ଟି ଗ୍ରାମର ବାସିନ୍ଦା । ସେମାନେ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦଶମନ୍ତପୁର ବ୍ଲକର ଫୁଲବେଡା ପଞ୍ଚୟତର ଓଡପୁରଠାରେ ଥିବା ମା’ ଦୁର୍ଗା ଏସଏଚଜି ଜରିଆରେ ଖାଉଟି ସମାଗ୍ରୀ ପ୍ରଦାନ କରାଯାଉଥିଲା।

ଜୟପୁର-ନବରଙ୍ଗପୁର ରେଳପଥ:ଜମି ଅଧିଗ୍ରହଣ ନିମନ୍ତେ ନିଯୁକ୍ତ ହେବେ ୧୧ ଆରଆଇ

ଜୟପୁର-ନବରଙ୍ଗପୁର ରେଳପଥ:ଜମି ଅଧିଗ୍ରହଣ ନିମନ୍ତେ ନିଯୁକ୍ତ ହେବେ ୧୧ ଆରଆଇ

ଜୟପୁର,୨୬।୪(ଡି.ଏନ୍‌.ଏ) ଜୟପୁର-ନବରଙ୍ଗପୁର ରେଳପଥ ନିର୍ମାଣ ନିମନ୍ତେ ଆବଶ୍ୟକ ଜମି ଅଧିଗ୍ରହଣ ଲାଗି ଜୟପୁର ତହସିଲର ୬ଜଣ ଏବଂ ବୋରିଗୁମ୍ମା ତହସିଲର ୫ଜଣ ରାଜସ୍ବ ନିରୀକ୍ଷକଙ୍କୁ ଡେପୁଟେଶନରେ ନିଯୁକ୍ତି ଦିଆଯିବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ଜୟପୁର- ନବରଙ୍ଗପୁର ୩୮ କିଲୋମିଟର ରେଳପଥ ନିର୍ମାଣ ନିମନ୍ତେ ବାଧକ ସାଜୁଥିବା ଜମିକୁ ଅଧିଗ୍ରହଣ ନିମନ୍ତେ ଏହି ନିଯୁକ୍ତି ଦିଆଯାଇଛି ।

  ବିଶ୍ବ ମ୍ୟାଲେରିଆ ଦିବସ ପାଳିତ

ବିଶ୍ବ ମ୍ୟାଲେରିଆ ଦିବସ ପାଳିତ

ମାଥିଲି , ୨୫।୪ (ଡି.ଏନ.ଏ): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ବଳଦିଆଗୁଡାସ୍ଥିତ ଏସଏସଡି ବାଳିକା ଊଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ବିଶ୍ବ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି ।

ସୁପରଭାଇଜରଙ୍କୁ ଗଳାକାଟି ହତ୍ୟା

ସୁପରଭାଇଜରଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି,୨୫।୪(ସ୍ବ.ପ୍ର.): ମାଲକାନଗିରି ସୀମାନ୍ତରେ ପୁଣି ମାଓବାଦୀ ଆତଙ୍କ ଦେଖାଦେଇଛି। ସୀମାନ୍ତ ଛତିଶଗଡର ଗଡମିରି ଗ୍ରାମରେ ଜଣକ ଗଳାକାଟି ହତ୍ୟା କରିଛନ୍ତି। ତାଙ୍କ ନାମ ଶିକୁ ରାଜୁ।

ସଡ଼କ ସୁରକ୍ଷା ସପ୍ତାହ ପାଳିତ

ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଗୁଣପୁର,୨୫। ୪(ଡ଼ି.ଏନ.ଏ)-ଗୁଣପୁରରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବାଇକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ନୂତନ ବସଷ୍ଟାଣ୍ଡଠାରେ ପହଞ୍ଚତ୍ଥିଲା ।

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ସୁନାବେଡ଼ା,୨୫।୪(ଡ଼ି.ଏନ.ଏ)-ସୁନାବେଡ଼ା ପୌର ପରିଷଦର ବିଭିନ୍ନ ଓ୍ବାର୍ଡ଼ରେ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନଗରପାଳିିକା ଶୁଭଶ୍ରୀ ମଲ୍ଲିକ, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାସ୍ଥିକ ଯାମେଦାର, ଓ୍ବାର୍ଡ଼ମେମ୍ବର ବିଦୁ ବିଶୋଇ, ପୌର ପରିଷଦର କର୍ମଚାରୀ ଯୋଗ ଦେଇଥିଲେ । ବର୍ଷା ଦିନ ପୂର୍ବରୁ ଉକ୍ତ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି ।

ଡିଏଭି ଗୁରୁକୂଳର ବାର୍ଷିକ ଉତ୍ସବ

ଡିଏଭି ଗୁରୁକୂଳର ବାର୍ଷିକ ଉତ୍ସବ

ମାଲକାନଗିରି,୨୫।୪(ସ୍ବ.ପ୍ର.)-ମାଲକାନଗିରି ସଦର ମହକୁମ୍ମା ନୂଆଗୁଡାଠାରେ ଥିବା ଡିଏଭି ଗୁରୁକୂଳ ବିଦ୍ୟାଳୟର ବାର୍ଷିକ ଉତ୍ସବ ଜିଲା ପରିଷଦ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି ମୁଖ୍ୟଅତିଥି ରୂପେ ଯୋଗଦେଇଥିଲେ।