
ରାୟଗଡା ଅଫିସ୍, ୧।୧-
ଗ୍ରାମ ନିକଟସ୍ଥ ନଦୀରୁ ହେଉଥିବା ବେଆଇନ ବାଲି ଚାଲାଣକୁ ବିରୋଧ କରି ରାୟଗଡା ଜିଲା ସଦର ବ୍ଲକ୍ ମାଲିଗଁ। ପଞ୍ଚାୟତର ମାଲିଗଁ।ଗ୍ରାମବାସୀ ସୋମବାର ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି ।
ଗ୍ରାମଠାରୁ ପ୍ରାୟ ୫୦ମିଟର ଦୂର ନାଗାବଳୀ ନଦୀରୁ କିଛିଦିନ ହେବ ବାଲି ମାଫିଆମାନେ ବାଲି ଚୋରି କରି ନେଉଛନ୍ତି । ଫଳରେ ନଦୀର ଗଭୀରତା ବଢିବା ସହ ଗ୍ରାମକୁ ସୁରକ୍ଷା ଥିବା ନଦୀବାଡର ଅତଡା ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ନଦୀ ଗ୍ରାମମୁହାଁ ହେଉଥିବା ଦାବିପତ୍ରରେ ଉଲ୍ଲେଖ ରହିଛି । ଗ୍ରାମବାସୀ ଏହାର ପ୍ରତିବାଦ କରିବାରୁ ତୁମ ହାତରେ ଯାହା ହେଉଛି କର, ଯାହାକୁ କହୁଛ କୁହ ବୋଲି ମାଫିଆମାନେ କହୁଥିବା ଗ୍ରାମବାସୀ କହିଛନ୍ତି । ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଉକ୍ତ ଗ୍ରାମର ବିଷ୍ଣୁ ହୁଇକା, ଏସ୍.ବିନୋଦ କୁମାର, ଗୋପୀନାଥ ହୁଇକା, ନରେନ୍ଦ୍ର ତାଡିଙ୍ଗୀ, ଶମ୍ଭୁ କିଲାକା, ଗଜେନ୍ଦ୍ର ହୁଇକା, ସୁବଳ କିଲାକା, ମୁନା ହୁଇକା, ସୋମେଶ ହୁଇକା, କମେଶ ସାମଲ, ସୁନୀଲ ହିମିରିକାଙ୍କ ସମେତ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ ।