ରାୟଗଡା

ଟ୍ରକ୍‌ ଧକ୍କାରେ ଜଣେ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଟ୍ରକ୍‌ ଧକ୍କାରେ ଜଣେ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ରାୟଗଡା ଅଫିସ୍‌/ଜେକେପୁର, ୧।୧(ଡି.ଏନ୍‌.ଏ)-
ସୋମବାର ଜେକେ କାଗଜକଳ ନିକଟ ନାଇଡୁପେଟା ନିକଟରେ ଏକ ଟ୍ରକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେ ହେଲେ ରାୟଗଡା ଜିଲା ଚାନ୍ଦିଲି ଥାନା ଅଧୀନ ନାଇଡୁପେଟା ସାହିର ଆର୍‌.ଗୌରୀଶଙ୍କର ପଟ୍ଟନାୟକ(୫୦) । କ୍ଷତିପରୂଣ ଦାବିରେ ଗୌରୀଶଙ୍କରଙ୍କ ପରିବାର ଓ ସ୍ଥାନୀୟ ଲୋକେ ୪ଘଣ୍ଟା ଧରି ରାସ୍ତାରୋକୋ କରିଥିଲେ।
ପ୍ରକାଶ ଯେ, ସୋମବାର ସକାଳେ ଗୌରୀଶଙ୍କର ଘରୁ ବାହାରି ଚାଲି ଚାଲି ଜେକେପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ (ଏପି-ଏମ୍‌ଇ-୪୮୬୯) ଭାରସାମ୍ୟ ହରାଇ ପ୍ରଥମେ ପାଖରେ ଥିବା ବ୍ରିଜ୍‌କୁ ଓ ପରେ ଗୌରୀଶଙ୍କରଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଗୌରୀଶଙ୍କରଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପ୍ରଚାରିତ ହେବା ମାତ୍ରେ ଗୌରୀଶଙ୍କରଙ୍କ ସମ୍ପର୍କୀୟ ଏବଂ ଗ୍ରାମବାସୀ ନାଇଡୁପେଟା ଛକଠାରେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ଖବରପାଇ ଚାନ୍ଦିଲି ଥାନାଧିକାରୀ ମନୋରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ । ପୋଲିସ ପକ୍ଷରୁ ଏନେଇ ୧/୨୦୧୮ରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଟ୍ରକଟିକୁ ଜବତ କରିଛି । ପ୍ରଶାସନ ପକ୍ଷରୁ ୫୦ ହଜାର ଟଙ୍କା କ୍ଷତିପୂରଣ, ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଓ ରେଡ୍‌କ୍ରସ ପକ୍ଷରୁ ସହାୟତା ରାଶି ପ୍ରଦାନ ଘୋଷଣା ପରେ ୪ ଘଣ୍ଟା ଧରି ଚାଲିଥିବା ରାସ୍ତାରୋକୋ ହଟିଥିଲା ।

All Right Reserved By

Model This Week

Model This Week

ରାୟଗଡା

ମହାରାଜା କୃଷ୍ଣଚନ୍ଦ୍ରଙ୍କ ଅବଦାନ ଚିର ସ୍ମରଣୀୟ

ମହାରାଜା କୃଷ୍ଣଚନ୍ଦ୍ରଙ୍କ ଅବଦାନ ଚିର ସ୍ମରଣୀୟ

ପାରଳାଖେମୁଣ୍ଡି, ୨୬।୪(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଗୁରୁବାର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ୧୨୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ମହାରାଜାଙ୍କ ଜନ୍ମସ୍ଥାନ ପାରଳାଖେମୁଣ୍ଡିରେ ଆୟୋଜିତ ଜୟନ୍ତୀ ଉତ୍ସବରେ ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ। ପୂର୍ବାହ୍ନରେ ସ୍ଥାନୀୟ ବଜାର ଛକସ୍ଥିତ ମହାରାଜା କୃଷ୍ଣଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିରେ ରାଜକୁମାରୀ କଲ୍ୟାଣୀ ଦେବୀଙ୍କ ସମେତ ଜିଲାପାଳ ଅନୁପମ ଶାହା, ଜିଲା ପରିଷଦ ଅଧ୍ୟକ୍ଷା ଅନିତାରାଣୀ ବେହେରା, ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ କେ.ସୂରିୟା ରାଓ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

କନ୍ଧ ନାବାଳିକାଙ୍କୁ ବଳାତ୍କାର: ପୀଡ଼ିତାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଲେ ଅଭିଯୁକ୍ତଙ୍କ ସ୍ତ୍ରୀ

କନ୍ଧ ନାବାଳିକାଙ୍କୁ ବଳାତ୍କାର: ପୀଡ଼ିତାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଲେ ଅଭିଯୁକ୍ତଙ୍କ ସ୍ତ୍ରୀ

ବୈପାରୀଗୁଡ଼ା,୨୭ା୪(ଡି.ଏନ୍‌.ଏ.): ବଳାତ୍କାରୀଙ୍କୁ ଫାଶୀଦଣ୍ଡ ଦେବା ପାଇଁ ଏଇ ନିକଟରେ ଆଇନ୍‌ ପାସ୍‌ ହୋଇଛି ସତ; କିନ୍ତୁ ଯୌନ ବିକାରଗ୍ରସ୍ତ ଅଭିଯୁକ୍ତମାନଙ୍କ ଭିତରେ ଏହା ଭୟ ସୃଷ୍ଟି କରିପାରି ନାହିଁ। ଯେଉଁଥିପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ନାବାଳିକାଙ୍କୁ ବଳାତ୍କାର ଭଳି ଖବର ସାମ୍ନାକୁ ଆସୁଛି। କୋରାପୁଟ ଜିଲା ଦଶମନ୍ତପୁର ପଞ୍ଚାୟତ ବରୁଆବାଡି ଗ୍ରାମରେ ସେମିତି ଏକ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ଗାଁର ଜଣେ ବିବାହିତ ଯୁବକ ଜଣେ ନାବାଳିକାଙ୍କୁ ବଳାତ୍କାର କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି ଯେ, ସେ ଏହା ପୂର୍ବରୁ ମଧ୍ୟ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିଲେ।

୨ ଶହ ଏକରରୁ ଊର୍ଦ୍ଧ୍ୱ ଧାନ ଫସଲ ନଷ୍ଟ

୨ ଶହ ଏକରରୁ ଊର୍ଦ୍ଧ୍ୱ ଧାନ ଫସଲ ନଷ୍ଟ

ମାଲକାନଗିରି,୨୬।୪(ସ୍ବ.ପ୍ର)-ମାଲକାନଗିରି ଜିଲାରେ ଲୋକମାନେ ଚାଷ ଉପରେ ନିର୍ଭର କରି ଗୁଜରାଣ ମେଣ୍ଟାଇଥାନ୍ତି । କିନ୍ତୁ ଏହି ଚାଷ ଉପରେ ବଞ୍ଚୁଥିବା କୋରକୋଣ୍ଡା ପଞ୍ଚାୟତର ଏମଭି ୩୧ ଗ୍ରାମର ୪୦ରୁ ଊର୍ଦ୍ଧ୍ୱ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଉଜୁଡ଼ି ଯାଇଛି ତାଙ୍କର ୨ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଜମିର ଧାନ ଫସଲ ।

ସରକାରଙ୍କ ଉପରେ ବର୍ଷିଲେ ଖାରବେଳ

ସରକାରଙ୍କ ଉପରେ ବର୍ଷିଲେ ଖାରବେଳ

ମୁନିଗୁଡା, ୨୬।୪(ଡି.ଏନ୍‌.ଏ)-ରାୟଗଡା ଜିଲା ମୁନିଗୁଡାର ଶହୀଦ୍‌ ଲକ୍ଷ୍ମଣ ନାୟକ ବସ୍‌ ରହଣିସ୍ଥଳ ନିକଟରେ ଉତ୍କଳ ଭାରତ ଦଳର ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା ଅବସରରେ ବୁଧବାର ଆୟୋଜିତ ପଥପ୍ରାନ୍ତ ସଭାରେ ଏହାର ରାଜ୍ୟ ସଭାପତି ଖାରବେଳ ସ୍ବାଇଁ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ପ୍ରତ୍ୟେକ କ୍ଷେତ୍ରରେ ଅନଗ୍ରସରତାର ସ୍ପଷ୍ଟ ଚିତ୍ର ଥିବାବେଳେ ଓଡ଼ିଶା ସରକାର ନିଜକୁ ଏକ ନମ୍ବର କହି ବାହାବା ନେବା ଦୁର୍ଭାଗ୍ୟଜନକ।

ନାମଫଳକ ଓଡ଼ିଆରେ ଲେଖିବା ନେଇ ଆଲୋଚନା

ନାମଫଳକ ଓଡ଼ିଆରେ ଲେଖିବା ନେଇ ଆଲୋଚନା

ସୁନାବେଡ଼ା,୨୬। ୪(ଡ଼ି.ଏନ.ଏ)- ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖିବା ନେଇ ସୁନାବେଡ଼ା ପୌର ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବନ୍ଧୁକ ସହ ୬୦ ମାଓବାଦୀଙ୍କ  ଆତ୍ମସମର୍ପଣ

ବନ୍ଧୁକ ସହ ୬୦ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୨୬ । ୪(ସ୍ବ.ପ୍ର.)- ସୀମାନ୍ତ ରାଜ୍ୟ ଛତିଶଗଡ଼ର ବସ୍ତର ଅଞ୍ଚଳରେ ଚାଲିଥିବା ମାଓବାଦୀ ଅପରେଶନରେ ଗୁରୁବାର ପୋଲିସକୁ ବଡ ସଫଳତା ମିଳିଛି। ନାରାୟଣପୁର ଜିଲା ଅବୁଞ୍ଜାବାଡ଼ା ଅଞ୍ଚଳରେ ସକ୍ରିୟ ଥିବା ୬୦ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଉଦ୍‌ଘାଟିତ ହେଲା ‘ଆମ କ୍ଲିନିକ୍‌’

ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଉଦ୍‌ଘାଟିତ ହେଲା ‘ଆମ କ୍ଲିନିକ୍‌’

ରାୟଗଡା ଅଫିସ୍‌, ୨୬।୪- ରାୟଗଡା ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ରାୟଗଡା ସହରରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଜିଲା ସ୍ବାସ୍ଥ୍ୟ ସମିତି ନେତୃତ୍ୱରେ ‘ଆମ କ୍ଲିନିକ୍‌’ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲାପାଳ ଗୁହା ପୁନମ ତାପସ କୁମାର ଯୋଗଦେଇ ଆମ କ୍ଲିନିକ୍‌ ଯୋଜନାର ଉଦ୍‌ଘାଟନ କରିଥିଲେ ।

ପାରଳା ମହାରାଜା  କୃଷ୍ଣଚନ୍ଦ୍ର ଗଜପତିଙ୍କ  ଜୟନ୍ତୀ

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ

ରାୟଗଡା ଅଫିସ୍‌, ୨୬ । ୪- ପାରଳା ମହାରାଜା ତଥା ନବ ଉତ୍କଳ ନିର୍ମାତା ସ୍ବର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ତମ ଜୟନ୍ତୀ ଗୁରୁବାର ରାୟଗଡା ସହରର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ କଳା ଓ ସାଂସ୍କୃତିକ ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି ।

୧ରୁ ଛୁଟିରେ ଯିବ ଅମଲା ସଂଘ

୧ରୁ ଛୁଟିରେ ଯିବ ଅମଲା ସଂଘ

ଗୁଣପୁର,୨୬। ୪(ଡି.ଏନ.ଏ)-ପୂର୍ବ ବୈଠକର ନିଷ୍ପତ୍ତି ମୁତାବକ ବିଭିନ୍ନ ଦାବି ନେଇ ରାଜସ୍ବ ବିଭାଗର ଅମଲାମାନେ ଆସନ୍ତା ୧ ତାରିଖରୁ ସମୂହ ଛୁଟିରେ ଯିବେ । ଏନେଇ ରାୟଗଡା ଜିଲା ଗୁଣପୁର ଉପଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଅମଲାମାନେ ଗୁରୁବାର ସାମୂହିକ ଛୁଟିରେ ଯିବାକୁ ଦରଖାସ୍ତ ଦେଇଛନ୍ତି ।

ସ୍ବତନ୍ତ୍ର ଉନ୍ନୟନ କାଉନ୍‌ସିଲ ବୈଠକ ଅନୁଷ୍ଠିତ

ସ୍ବତନ୍ତ୍ର ଉନ୍ନୟନ କାଉନ୍‌ସିଲ ବୈଠକ ଅନୁଷ୍ଠିତ

ନବରଙ୍ଗପୁର,୨୬।୪(ବି.ପ୍ର.): ସ୍ଥାନୀୟ ମିଶନଶକ୍ତି ବୈଠକ ଗୃହରେ ସ୍ବତନ୍ତ୍ର ଉନ୍ନୟନ କାଉନ୍‌ସିଲ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜନଜାତି ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୦ ବିଷୟ ଉପରେ ଆଲୋଚନା କରାଯାଇଥିଲା।

ସ୍କୁଲ ନ ଯାଇ କେନ୍ଦୁପତ୍ର ଫଡିରେ ଛାତ୍ରୀ

ସ୍କୁଲ ନ ଯାଇ କେନ୍ଦୁପତ୍ର ଫଡିରେ ଛାତ୍ରୀ

ନବରଙ୍ଗପୁର,୨୬।୪(ବି.ପ୍ର.)- ନବରଙ୍ଗପୁର ଜିଲାରେ ଶିକ୍ଷା ସଚେତନତା ହୋଇଛି ବାଟବଣା । ବିଦ୍ୟାଳୟରେ ପିଲାମାନେ ନାମ ଲେଖାଉଛନ୍ତି ସତ କିନ୍ତୁ ଛାତ୍ରୀଛାତ୍ରଙ୍କ ଉପସ୍ଥାପନ ବହୁ ମାତ୍ରାର କମୁଛି । ଅବିଭାବକଙ୍କ ମହଲରେ ସଚେତନତା ଅଭାବ ଯୋଗୁ କୋମଳମତି ଶିଶୁମାନେ ବିଦ୍ୟାଳୟକୁ ନଯାଇ କାଜୁ ତୋଳିବା, ଜଙ୍ଗଲରୁ କାଠ ସଂଗ୍ରହ କରିବା, କେନ୍ଦ୍ରପତ୍ର ତୋଳିବା ଆଦି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ।

ବିନା ଅନୁମତିରେ ଜଙ୍ଗଲ ଜମି ଖନନ

ବିନା ଅନୁମତିରେ ଜଙ୍ଗଲ ଜମି ଖନନ

ଡାବୁଗାଁ,୨୬।୪(ଡି.ଏନ.ଏ.)-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଜଙ୍ଗଲ ଓ ସରକାରୀ, ବେସରକାରୀ ଜମିରେ ଗାତ ଖୋଳି ଘରୋଇ ଟେଲିକମ ସଂସ୍ଥା ବିନା ଅନୁମତିରେ କେବୁଲ ଲାଇନ ପକାଉଛି କିନ୍ତୁ ଏନେଇ ବିଭାଗର ନିଘା ନାହିଁ । ଘରୋଇ ଟେଲିକମ ସଂସ୍ଥା କେବୁଲ ଲାଇନ ପକାଇବା ପାଇଁ ସରକାରୀ ବେସରକାରୀ ଜମି , ସଂରକ୍ଷିତ ଜଙ୍ଗଲ ଓ ଘରୋଇ ଜମିଗୁଡିକରେ ଜେସିବି ମେଶିନ ସାହାଯ୍ୟରେ ଖୋଳି କେବୁଲ ପକାଉଛନ୍ତି ।