ମେଟ୍ରୋ |

ମିଥ୍ୟା ମାମଲା କରି ବୀମା ଅର୍ଥ ହଡ଼ପ

ମିଥ୍ୟା ମାମଲା କରି ବୀମା ଅର୍ଥ ହଡ଼ପ
କଟକ ଅଫିସ, ୧।୧: ବୀମା ଅର୍ଥ ହାତେଇବା ପାଇଁ ହେଉଛି ଚଞ୍ଚକତା। ଦୁର୍ଘଟଣା ଘଟିଥିବା ଦର୍ଶାଇ ବୀମା ଅର୍ଥ ହଡ଼ପ କରିବା ଉଦ୍ଦେଶ୍ୟରେ ଥାନାରେ ମିଥ୍ୟା ମାମଲା ରୁଜୁ କରାଯାଉଛି। ଏହି କାରବାରରେ ଏକ ର଼୍ୟାକେଟ୍‌ କାର୍ଯ୍ୟ କରୁଛି। ଯେଉଁଥିରେ ଓକିଲ, ଡାକ୍ତର, ପରିବହନ ଓ ପୋଲିସ ବିଭାଗର ଅଧିକାରୀମାନେ ସାମିଲ ଅଛନ୍ତି। ଏଭଳି ଠକେଇ ଘଟଣାରେ ଡିଜିପି ଆର.ପି. ଶର୍ମା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଭଳି ଅପରାଧକୁ କେବେ ବରଦାସ୍ତ କରାଯିବ ନାହିଁ। ଏ ସମ୍ପର୍କରେ ଅଭିଯୋଗ ଆସିଲେ ତୁରନ୍ତ ଥାନାରେ ମାମଲା ରୁଜୁ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଜିଲାର ଏସ୍‌ପିଙ୍କୁ ଡିଜିପି ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ଡିପିଓ ଅଥବା ଡିଏସ୍‌ପି ପଦବୀର ଅଫିସରମାନେ ଉକ୍ତ ମାମଲାର ତଦାରଖ କରିବେ। ବୀମା ସମ୍ପର୍କିତ ମାମଲାର ଚୂଡ଼ାନ୍ତ ରିପୋଟର୍ର୍ ଦିଆଯିବା ପୂର୍ବରୁ ଏସ୍‌ପିମାନେ ସମସ୍ତ ନଥିପତ୍ର ଯାଞ୍ଚ କରିବେ। ନଥିପତ୍ରଗୁଡ଼ିକ ଉପରେ ଏସ୍‌ପିମାନେ ସନ୍ତୁଷ୍ଟ ହେବା ଜରୁରୀ। ଯାଞ୍ଚ ବେଳେ ଯଦି ମିଥ୍ୟା ମାମଲା ରୁଜୁ ହୋଇଥାଏ ଏବଂ କୌଣସି ପୋଲିସ ଅଫିସର ସମ୍ପୃକ୍ତ ଥିବା ନଜରକୁ ଆସେ ତେବେ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହାଛଡ଼ା ଘରୋଇ ଇନ୍‌ସ୍ୟୁରାନ୍ସ କମ୍ପାନୀ, ସାଧାରଣ ଲୋକଙ୍କୁ ନେଇ ନିୟମିତ ଜିଲାଗୁଡ଼ିକରେ ଚାଲିଥିବା ର଼୍ୟାକେଟ ସମ୍ପର୍କରେ ଆଲୋଚନା କରିବେ। ଏଭଳି ବଡ଼ଧରଣର ଠକେଇକୁ ରୋକିବା ପାଇଁ ପୋଲିସ ବିଭାଗ ସତର୍କତା ଅବଲମ୍ବନ କରିବା ସହିତ ଗୋଇନ୍ଦା ତଥ୍ୟ ସଂଗ୍ରହ କରି ପଦକ୍ଷେପ ଗ୍ରହଣ କରାଯିବ। ଏହାଛଡ଼ା ବୀମା ଅଧିକାରୀ, ସିଡିଏମ୍‌ଓ, ଆର୍‌ଟିଓ ଓ ଡିଏଲ୍‌ଓଙ୍କୁ ନେଇ ଏକ ସମନ୍ବୟ ବୈଠକ କରାଯିବା ପାଇଁ ଏସ୍‌ପିମାନେ ପଦକ୍ଷେପ ନେବାକୁ ଡିଜିପି ତାଙ୍କ ନିର୍ଦ୍ଦେଶରେ ପରାମର୍ଶ ଦେଇଛନ୍ତି।
All Right Reserved By

ମେଟ୍ରୋ |

ନକଲି ଚାପତି ବ୍ୟବସାୟୀ ଗିରଫ

ନକଲି ଚାପତି ବ୍ୟବସାୟୀ ଗିରଫ

ବାରଙ୍ଗ,୧୯।୧(ଡି.ଏନ୍‌.ଏ.)- ନକଲି ଚାପତି ପ୍ୟାକେଟକରି ବିକ୍ରି କରିବା ଅଭିଯୋଗରେ ଶନିବାର ନନ୍ଦନକାନନ ଥାନା ପୋଲିସ ଜଣେ ବ୍ୟବସାୟୀଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। 

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି ରାଜ୍ୟ ସରକାର

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି ରାଜ୍ୟ ସରକାର

ଭୁବନେଶ୍ୱର, ୧୯।୧(ସୁନିତ୍‌ ମିଶ୍ର): ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରାଯିବ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଇ ବିଜେଡି ନିଜ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା।

ରାଜ୍ୟପାଳଙ୍କ ସମୀକ୍ଷା ବୈଠକ

ରାଜ୍ୟପାଳଙ୍କ ସମୀକ୍ଷା ବୈଠକ

ପୁରୀ ଅଫିସ, ୧୯।୧: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶନିବାର ପୁରୀ ଜିଲାର ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ସର୍କିଟ ହାଉସରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟପାଳ ମୁଖ୍ୟତଃ ୪ଟି ଯୋଜନା ଉପରେ ଫୋକସ୍‌ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟ ପାନୀୟ ଜଳ  ଏକ ଆବାସ ଯୋଜନାଗୁଡ଼ିକ କିପରି ଠିକ୍‌ ସମୟରେ କାର୍ଯ୍ୟକାରୀ ହେବ ତା’ଉପରେ ଗୁରୁତ୍ୱ ଦେଇଥିଲେ।

ରାସ୍ତା ପାଇଁ ରାସ୍ତାରେ ବସିଲେ ଗ୍ରାମବାସୀ

ରାସ୍ତା ପାଇଁ ରାସ୍ତାରେ ବସିଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୧୯।୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲ ଅଧୀନସ୍ଥ  ରାମକୃଷ୍ଣପୁର ଗ୍ରାମର ମଳିକସହିକୁ ରାସ୍ତା ନଥିବାରୁ ଏହାର ପ୍ରତିବାଦରେ ଶନିବାର ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଧାରଣାରେ ବସିଛନ୍ତି । 

ଝାରପଡ଼ାରେ ୩ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଜଣେ ଗୁରୁତର

ଝାରପଡ଼ାରେ ୩ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଜଣେ ଗୁରୁତର

କଟକ ରୋଡ଼, ୧୯।୧(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଶାନ୍ତିନଗର ନିକଟରେ ଥିବା ଏକ ଗ୍ୟାସ ରିଫିଲିଂ ଦୋକାନରେ ଶନିବାର ମଧ୍ୟାହ୍ନରେ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ସେ ହେଲେ ଲକ୍ଷ୍ମୀସାଗର ମଣ୍ଡପସାହିର ପ୍ରଭାକର ବାରିକ। ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ବଢ଼ିଲା ବାର୍ଦ୍ଧକ୍ୟ ଭତ୍ତା : ୨ଶହ ଟଙ୍କା ବୃଦ୍ଧିନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଢ଼ିଲା ବାର୍ଦ୍ଧକ୍ୟ ଭତ୍ତା : ୨ଶହ ଟଙ୍କା ବୃଦ୍ଧିନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ଏହା ଦ୍ୱାରା ୩୦୦ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ୫୦୦ ଟଙ୍କା ପାଇପାରିବେ। ସେହିପରି ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ୭ଶହ ଟଙ୍କା ପାଇବେ। 

ପିଠା ସ୍ଥଳୀରେ ମାର୍‌ପିଟ: ସରପଞ୍ଚଙ୍କ ଅନୁପସ୍ଥିତିରେ ପ୍ରୋତ୍ସାହନ ବାଣ୍ଟିଲେ ମନ୍ତ୍ରୀ

ପିଠା ସ୍ଥଳୀରେ ମାର୍‌ପିଟ: ସରପଞ୍ଚଙ୍କ ଅନୁପସ୍ଥିତିରେ ପ୍ରୋତ୍ସାହନ ବାଣ୍ଟିଲେ ମନ୍ତ୍ରୀ

କଟକସଦର, ୧୯।୧(ଡି.ଏନ୍‌.ଏ.): କଟକସଦର ବ୍ଲକ ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତର ପିଠା କାର୍ଯ୍ୟକ୍ରମ ସ୍ଥଳରେ ଶନିବାର ସକାଳେ ୨ ଗୋଷ୍ଠୀ ମଧ୍ୟରେ  ମାର୍‌ପିଟ୍‌ ହୋଇଛି। ଫଳରେ ସରପଞ୍ଚ ଗୋଷ୍ଠୀର ୨ ଜଣ ଆହତ ହୋଇଥିବା  ଜଣାପଡିଛି। 

୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରୁ ଖଣ୍ଡଗିରି ଥାନା ପୋଲିସ ଓ କ୍ୟୁଏଟି ମିଳିତ ଭାବେ ଚଢ଼ାଉକରି ୨ ବ୍ରାଉନ୍‌ ସୁଗାର ବ୍ୟବସାୟୀଙ୍କୁ ଶନିବାର ସକାଳେ ଗିରଫ କରିଛି। ସେମାନଙ୍କ ପରିଚୟ ଏଯାବତ୍‌ ମିଳିପାରି ନାହିଁ। ତେବେ ସେମାନଙ୍କ ନିକଟରୁ ୨୦ ଗ୍ରାମର ବ୍ରାଉନ୍‌ସୁଗାର ଓ ଏକ କାର ଜବତ କରାଯାଇଛି। 

ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ସ୍ବାମୀ,  ସ୍ତ୍ରୀ, ଝିଅ ଗୁରୁତର

ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ସ୍ବାମୀ, ସ୍ତ୍ରୀ, ଝିଅ ଗୁରୁତର

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱର ନଗର କେନାଲବନ୍ଧ ଅଞ୍ଚଳରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ରକରି ଦମ୍ପତ୍ତି ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନେ ହେଲେ ସ୍ବାମୀ ଅଜୟ ଦାସ(୪୦), ସ୍ତ୍ରୀ ଜାନକୀ ଦାସ। ଏଥିରେ ସେମାନଙ୍କ ୩ ବର୍ଷିୟା ଝିଅ ମଧ୍ୟ ଆହତ ହୋଇଛନ୍ତି। 

ରାଜଧାନୀରେ ଘନ କୁହୁଡ଼ି: ଯାତାୟାତ ବାଧାପ୍ରାପ୍ତ, ବିମାନ ସେବା ବିଳମ୍ବ

ରାଜଧାନୀରେ ଘନ କୁହୁଡ଼ି: ଯାତାୟାତ ବାଧାପ୍ରାପ୍ତ, ବିମାନ ସେବା ବିଳମ୍ବ

ଭୁବନେଶ୍ୱର,୧୯।୧: ଘନ କୁହୁଡ଼ିର ଆସ୍ତରଣ ମଧ୍ୟରେ ରାଜଧାନୀ ଭୂବନେଶ୍ୱର। ଶନିବାର ସକାଳେ ରାଜଧାନୀ ସମେତ କଟକରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଫଳରେ ଜନଜୀବନ ସାଧାରଣ ବାଧାପ୍ରାପ୍ତ ହୋଇଛି। 

ପଶ୍ଚିମ  ଓଡିଶାରେ ଶୀତର ପ୍ରକୋପ ଜାରି: ୧୦ ଡିଗ୍ରୀ ତଳେ ୧୦ ସହର

ପଶ୍ଚିମ ଓଡିଶାରେ ଶୀତର ପ୍ରକୋପ ଜାରି: ୧୦ ଡିଗ୍ରୀ ତଳେ ୧୦ ସହର

 ଭୁବନେଶ୍ୱର,୧୯।୧(ବ୍ୟୁରୋ)-ପଶ୍ଚିମ  ଓଡିଶାରେ ଶୀତର ପ୍ରକୋପ ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଅନୁଗୋଳ, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀର ଜିଲାରେ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଅଞ୍ଚଳରେ ପାରଦ ୧୦ ଡିଗ୍ରୀ ତଳେ ରହିବ।  କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ର ଆହୁରି ତଳକୁ ଖସିବ ବୋଲି ଅନୁମାନ କରାଯାଇଛି। 

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି  ରାଜ୍ୟ ସରକାର

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି ରାଜ୍ୟ ସରକାର

ଭୁବନେଶ୍ୱର, ୧୯।୧(ସୁନିତ୍‌ ମିଶ୍ର): ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରାଯିବ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଇ ବିଜେଡି ନିଜ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। ଲୋକମାନଙ୍କ ବିପୁଳ ସମର୍ଥନ ପାଇ ୪ର୍ଥ ଥର ଲାଗି ବିଜେଡି କ୍ଷମତାକୁ ଫେରିଥିଲା। ହେଲେ ରାଜ୍ୟ ସରକାର ୨୦୧୯ ସୁଦ୍ଧା ୨୫ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଲେ।