ଖେଳ |

ରୋହିତ୍‌, ପାଣ୍ଡ୍ୟା ବ୍ରଦର୍ସଙ୍କୁ ରଖିପାରେ ମୁମ୍ବାଇ ଇଣ୍ଡିଆନ୍ସ

ରୋହିତ୍‌, ପାଣ୍ଡ୍ୟା ବ୍ରଦର୍ସଙ୍କୁ ରଖିପାରେ ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ, ୨।୧(ପି.ଟି.)- ଆଇପିଏଲ୍‌ର ଆଗାମୀ ସଂସ୍କରଣ ଲାଗି ଚଳିତ ମାସ ୨୭ରେ ଖେଳାଳି ନିଲାମ ଅନୁଷ୍ଠିତ ହେବ। ଏଥିଲାଗି ବିଭିନ୍ନ ଦଳ ସେମାନଙ୍କର ଫେଭରାଇଟ୍‌ ଖେଳାଳିଙ୍କୁ ଦଳରେ ରିଟେନ (ରଖିବା) କରି ଚୂଡ଼ାନ୍ତ ତାଲିକା ପ୍ରକାଶ କରୁଛନ୍ତି। ଏହିକ୍ରମରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍‌ ଶର୍ମାଙ୍କ ବ୍ୟତୀତ ପାଣ୍ଡ୍ୟା ବ୍ରଦର୍ସ ହାର୍ଦ୍ଦିକ ଓ କ୍ରୁନାଲଙ୍କୁ ଦଳରେ ରିଟେନ୍‌ କରିବାର ଅଧିକ ସମ୍ଭାବନା ରହିଛି। ‘ରୋହିତ୍‌ଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୩ଥର ଆଇପିଏଲ୍‌ ଚାମ୍ପିୟନ ହୋଇଥିବାରୁ ଏଥର ମଧ୍ୟ ତାଙ୍କୁ ଦଳର ଦାୟିତ୍ୱ ଭାର ମିଳିବା ଏକପ୍ରକାର ନିଶ୍ଚିତ। ସେହିପରି ହାର୍ଦ୍ଦିକ ଜଣେ ଶ୍ରେଷ୍ଠ ମ୍ୟାଚ୍‌ ବିଜେତା ହୋଇଥିବାରୁ ସେ ମଧ୍ୟ ଦଳରେ ସ୍ଥାନ ସୁରକ୍ଷିତ ରଖିପାରନ୍ତି। ତେବେ ୩ୟ ରିଟେନ ଖେଳାଳି କ୍ରୁନାଲ ହୋଇପାରନ୍ତି’ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ, ରିଟେନ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାର ଅନ୍ତିମ ସମୟ ଜାନୁୟାରୀ ୪ ରହିଥିବାରୁ ଦିନେ ଦୁଇଦିନ ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି।

All Right Reserved By

ଖେଳ |

ଭାରତୀୟ ଟେଷ୍ଟ ଦଳରେ ପନ୍ତ

ଭାରତୀୟ ଟେଷ୍ଟ ଦଳରେ ପନ୍ତ

ନୂଆଦିଲ୍ଲୀ,୧୮।୭(ପି.ଟି.)- ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍‌ ଲାଗି ବୁଧବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶବ ପନ୍ତ ସ୍ଥାନ ପାଇଛନ୍ତି।

ବିଶ୍ୱକପ୍‌ ବିଜେତା ଏମ୍‌ବାପ୍ପେ ବୋନସ ଦାନ କଲେ

ବିଶ୍ୱକପ୍‌ ବିଜେତା ଏମ୍‌ବାପ୍ପେ ବୋନସ ଦାନ କଲେ

ପ୍ୟାରିସ,୧୮।୭(ଏପି)- ବିଶ୍ୱକପ୍‌ ବିଜେତା ଫ୍ରାନ୍ସ ଦଳର ମୁଖ୍ୟ ସଦସ୍ୟ କ୍ୟାଲିଆନ ଏମ୍‌ବାପ୍ପେଙ୍କୁ ମିଳିଥିବା ବୋନସକୁ ମେଡିକଲରେ ଚିକିତ୍ସିତ ହେଉଥିବା ଶିଶୁଙ୍କ ଜୀବନରେ କ୍ରୀଡ଼ାକୁ ଫେରାଇ ଆଣିବା ଲାଗି ଏକ ଆସୋସିଏଶନକୁ ପ୍ରଦାନ କରିଛନ୍ତି।

ଅମ୍ପାୟରଙ୍କଠାରୁ ବଲ ନେଲେ ଧୋନୀ

ଅମ୍ପାୟରଙ୍କଠାରୁ ବଲ ନେଲେ ଧୋନୀ

ଲିଡ୍ସ,୧୮।୭- ଏଠାରେ ଭାରତ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ଦିନିକିଆ ମ୍ୟାଚ୍‌କୁ ୮ ଉଇକେଟରେ ଜିତି ଇଂଲଣ୍ଡ ଦଳ ସିରିଜ୍‌କୁ ଦଳ ୨-୧ ବ୍ୟବଧାନରେ କବଜା କରିଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ ଶେଷରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ ଅମ୍ପାୟରଙ୍କଠାରୁ ମ୍ୟାଚ୍‌ ବଲ ନେଇଯାଇଥିଲେ।

ଜୁନିୟର ମହିଳା ହକି  ବେଲଜିୟମକୁ ହରାଇଲା ଭାରତ

ଜୁନିୟର ମହିଳା ହକି ବେଲଜିୟମକୁ ହରାଇଲା ଭାରତ

ଆଣ୍ଟଓ୍ବର୍ପ(ବେଲଜିୟମ),୧୮।୭- ଏଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ ଷଡରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟରେ ଭାରତୀୟ ଦଳ ଆୟୋଜକ ବେଲଜିୟମକୁ ପରାସ୍ତ କରିଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଦଳ ୨-୦ ଗୋଲରେ ବିଜୟୀ ହୋଇଛି।

ଭାରତୀୟ ମହିଳା ଦଳର କୋଚ୍‌ ପଦ ଦୌଡ଼ରେ ମମଥା

ଭାରତୀୟ ମହିଳା ଦଳର କୋଚ୍‌ ପଦ ଦୌଡ଼ରେ ମମଥା

ବେଙ୍ଗାଲୁରୁ,୧୮।୭- ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍‌ ପଦ ଲାଗି ପୂର୍ବତନ ଅଧିନାୟିକା ମମଥା ମାବେନ ଆବେଦନ କରିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୋମବାରଠାରୁ ଏହି ପଦ ପାଇଁ ବିଜ୍ଞାପନ ଦିଆଯାଇଥିଲା। ବିଜ୍ଞାପନ ଦିଆଯିବାର ୨୪ ଘଣ୍ଟା ମଧ୍ୟରେ ହିଁ ପୂର୍ବତନ ଅଲରାଉଣ୍ଡର ମାବେନ ଆବେଦନ କରିଛନ୍ତି।

ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ

ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୮।୭- ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର ନିରଜ ଚୋପ୍ରା କ୍ୟାରିୟରରେ ଆଉ ଏକ ସଫଳତା ପାଇଛନ୍ତି। ଫ୍ରାନ୍ସଠାରେ ଚାଲିଥିବା ସୋଟ୍ଟେଭିଲେ ଆଥ୍‌ଲେଟିକ୍ସ ମିଟ୍‌ରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଚୋପ୍ରା ଫାଇନାଲରେ ୮୫.୧୭ ମିଟର ଦୂରତା ଜାଭେଲିନ ଫିଙ୍ଗି ପୋଡିୟମ୍‌ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ସିଙ୍ଗାପୁର ଓପନ୍‌ ମୁଖ୍ୟ ଡ୍ର’ରେ ଗୁରୁସାଇଦତ୍ତ

ସିଙ୍ଗାପୁର ଓପନ୍‌ ମୁଖ୍ୟ ଡ୍ର’ରେ ଗୁରୁସାଇଦତ୍ତ

ସିଙ୍ଗାପୁର, ୧୮।୭(ପି.ଟି.)- ପ୍ରାକ୍ତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ଆର୍‌ଏମ୍‌ଭି ଗୁରୁସାଇଦତ୍ତ ଏଠାରେ ଚାଲିଥିବା ୩ ଲକ୍ଷ ୫୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ସିଙ୍ଗାପୁର ଓପନ୍‌ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ପ୍ରବେଶ କରିଛନ୍ତି। ଆଘାତଜନିତ ସମସ୍ୟାରୁ ମୁକୁଳିଥିବା ଗୁୁରୁସାଇଦତ୍ତ ୨୧-୧୮, ୨୧-୧୮ ସିଧାସଳଖ ଗେମ୍‌ରେ ମାଲେସିଆର ଲିଅଙ୍ଗ ଜୁନ୍‌ଙ୍କୁ ପରାସ୍ତ କରିଛନ୍ତି। ଏଥିପୂର୍ବରୁ ଓପନିଂ ରାଉଣ୍ଡରେ ଗୁରୁସାଇଦତ୍ତ ୨୧-୭, ୨୧-୧୦ ଗେମ୍‌ରେ ଇଟାଲୀର ରୋସାରିଓ ମାଡାଲୋନିଙ୍କୁ ହରାଇଥିଲେ। ମୁଖ୍ୟ ପର୍ଯ୍ୟାୟରେ ସେ ଚାଇନାର କ୍ୱିଆଓ ବିନ୍‌ଙ୍କୁ ବୁଧବାର ଭେଟିବେ। ମିକ୍ସଡ ଡବଲ୍ସରେ ସାତ୍ତ୍ୱିସାଇରାଜ ରାନକିରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପା ଯୋଡ଼ି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଭାରତୀୟ ଯୋଡ଼ି ୨୧-୧୬, ୨୧-୧୯ରେ ଇଣ୍ଡୋନେସିଆର ରାମାଡିନସ୍ୟା ଓ ମାସେଲ କ୍ରିଷ୍ଟେନଙ୍କୁ ହରାଇଛନ୍ତି।

ଦୃଷ୍ଟିହୀନ କ୍ରିକେଟ:ଭାରତର ସାନ୍ତ୍ୱନାମୂଳକ ବିଜୟ

କଲମ୍ବୋ, ୧୮ା୭-ସ୍ଥାନୀୟ ବିଆର୍‌ସି ଗ୍ରାଉଣ୍ଡରେ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଦୃଷ୍ଟିହୀନ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୬୬ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ଲାଭ କରି ଶ୍ରୀଲଙ୍କା ଆଗୁଆ ସିରିଜ କବ୍‌ଜା କରିନେଇ ସାରିଛି। ତେଣୁ ଭ୍ରମଣକାରୀ ଦଳ ପାଇଁ ଏହା ଥିଲା ସାନ୍ତ୍ୱନାମୂଳକ ବିଜୟ। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୪୦ଓଭରରେ ୮ ଉଇକେଟ ବିନିମୟରେ ୩୨୩ ରନ କରିଥିଲା।

ଅର୍ଜୁନ ତେନ୍ଦୁଲକରଙ୍କୁ ପ୍ରଥମ ଅନ୍ତର୍ଜାତୀୟ ଉଇକେଟ

ଅର୍ଜୁନ ତେନ୍ଦୁଲକରଙ୍କୁ ପ୍ରଥମ ଅନ୍ତର୍ଜାତୀୟ ଉଇକେଟ

କଲମ୍ବୋ, ୧୮ା୭ (ପି.ଟି.)-ବ୍ୟାଟିଂ ଆଇକନ୍‌ ସଚିନ ତେନ୍ଦୁଲକରଙ୍କ ୧୮ ବର୍ଷୀୟ ପୁଅ ଅର୍ଜୁନ ତେନ୍ଦୁଲକର ମଙ୍ଗଳବାର ତାଙ୍କ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳିଛନ୍ତି। ସ୍ଥାନୀୟ ନନ୍‌ ଡେସ୍‌କ୍ରିପ୍ଟସ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ୧୯ବର୍ଷରୁ କମ୍‌ ଦଳ ବିପକ୍ଷ ପ୍ରଥମ ୟୁଥ୍‌ ଟେଷ୍ଟ ମ୍ୟାଚରେ ସେ ଭାରତୀୟ ୧୯ବର୍ଷରୁ କମ୍‌ ଦଳ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ଏହି ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କା ଦଳକୁ ୨୪୪ରନରେ ଅଲଆଉଟ କରିଦେବା ପରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୧ଉଇକେଟ ବିନିମୟରେ ୯୨ ରନ କରିଛି।

ଏସୀୟ ସ୍କୁଲ ଚେସ୍‌ ପଦକ ବିଜୟିନୀ ଆରୁଷିଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ଏସୀୟ ସ୍କୁଲ ଚେସ୍‌ ପଦକ ବିଜୟିନୀ ଆରୁଷିଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୮।୭(ସ୍ପୋଟର୍‌ସ ବ୍ୟୁରୋ)- ଶ୍ରୀଲଙ୍କାରେ ଅନୁଷ୍ଠିତ ଏସୀୟ ସ୍କୁଲ ଚେସ୍‌ରେ ୯ ବର୍ଷରୁ କମ୍‌ ବାଳିକା ବିଭାଗରେ ବ୍ୟକ୍ତିଗତ ୨ଟି ବ୍ରୋଞ୍ଜ୍‌, ଦଳଗତ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିଣି ଭାରତକୁ ଗୌରବାନ୍ବିତ କରିଥିବା ଓଡ଼ିଶାର ଆରୁଷି ଶ୍ରୀଚନ୍ଦନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭୁବନେଶ୍ୱର ଦାରୁଠେଙ୍ଗର ଆରୁଷିଙ୍କୁ ଏସ୍‌.ଆର. ଚେସ୍‌ ସେଣ୍ଟ ତରଫରୁ ସ୍ବାଗତ କରାଯାଇଥିଲା।

ରୁଟ୍‌ଙ୍କ ଶତକ: ଦିନିକିଆ ସିରିଜ ଜିତିଲା ଇଂଲଣ୍ଡ

ରୁଟ୍‌ଙ୍କ ଶତକ: ଦିନିକିଆ ସିରିଜ ଜିତିଲା ଇଂଲଣ୍ଡ

ଲିଡ୍ସ,୧୮।୭(ପି.ଟି.)- ଟିମ୍‌ ଇଣ୍ଡିଆର ଦିନିକିଆ ସିରିଜ ବିଜୟ ରଥ ଶେଷରେ ଅଟକିଛି। କ୍ରମାଗତ ୯ଟି ସିରିଜରେ ବିଜୟ ହାସଲ କରିବା ପରେ ଭାରତ ପ୍ରଥମଥର ପରାଜୟ ବରଣ କରିଛି। ସ୍ଥାନୀୟ ହେଡିଙ୍ଗଲେ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଇଂଲଣ୍ଡ ଭ୍ରମଣକାରୀ ଭାରତକୁ ୩୩ ବଲ ବାକିଥାଇ ୮ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂ ବିଫଳତା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ଇଂଲଣ୍ଡ ୨-୧ରେ ହାତେଇ ନେଇଛି।

ପଦ ଛାଡ଼ିଲେ ଆଇସ୍‌ଲାଣ୍ଡ କୋଚ୍‌

ପଦ ଛାଡ଼ିଲେ ଆଇସ୍‌ଲାଣ୍ଡ କୋଚ୍‌

ରେକଜାଭିକ (ଆଇସ୍‌ଲାଣ୍ଡ), ୧୭।୭(ଏପି)- ଆଇସ୍‌ଲାଣ୍ଡକୁ ପ୍ରଥମଥର ଲାଗି ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଐତିହାସିକ ସଫଳତା ଦେଇଥିବା କୋଚ୍‌ ହେଉମିର ହଲ୍‌ଗ୍ରିମସନ ପଦ ଛାଡ଼ିଛନ୍ତି। ଦୀର୍ଘ ୭ ବର୍ଷ ଧରି ପ୍ରଶିକ୍ଷକ ପଦରେ ରହିବା ପରେ ନିଜଆଡ଼ୁ କୋଚ୍‌ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଆଇସ୍‌ଲାଣ୍ଡ ଫୁଟ୍‌ବଲ ଆସୋସିଏଶନ ପକ୍ଷରୁ ମଙ୍ଗଳବାର କୁହାଯାଇଛି।

Model This Week

ରୂପେଶ