ଖେଳ |

ରଣଜୀ ଟ୍ରଫି: ବିଦର୍ଭକୁ ପ୍ରଥମ ଟାଇଟଲ

ରଣଜୀ ଟ୍ରଫି: ବିଦର୍ଭକୁ ପ୍ରଥମ ଟାଇଟଲ

ଇନ୍ଦୋର,୧ା୧(ପି.ଟି.)- ଫଏଜ ଫଜଲଙ୍କ ନେତୃତ୍ୱରେ ବିଦର୍ଭ ପ୍ରଥମଥର ପାଇଁ ରଣଜୀ ଟ୍ରଫି ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଅନୁଷ୍ଠିତ ଦିଲ୍ଲୀ ବିପକ୍ଷ ଫାଇନାଲ ମ୍ୟାଚରେ ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର ପ୍ରଦର୍ଶନ କରି ବିଦର୍ଭ ୯ ଉଇକେଟରେ ଫେଭରାଇଟ୍‌ ଦିଲ୍ଲୀକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି। ପ୍ରଥମ ଇନିଂସରେ ୨୫୨ ରନ ପଛରେ ପଡିଥିବା ଦିଲ୍ଲୀ ଦ୍ୱିତୀୟ ଇନିଂସରେ ୭୬ ଓଭରରେ ମାତ୍ର ୨୮୦ ରନ କରି ଅଲଆଉଟ ହୋଇଥିଲା। ଫଳରେ ବିଦର୍ଭ ସମ୍ମୁଖରେ ୨୯ ରନର ଛୋଟିଆ ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ମ୍ୟାଚର ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବିଦର୍ଭ ଗୋଟିଏ ଉଇକେଟ ହରାଇ ୫ ଓଭରରେ ୩୨ ରନ କରି ବିଜୟ ହାସଲ କରିଥିଲା। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଫଏଜ ଫଜଲ ୨ ରନ କରିଥିବା ବେଳେ କୁଲଓ୍ବନ୍ତ ଖେଜ୍ରୋଲିୟାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ସଞ୍ଜୟ ରାମାସ୍ବାମୀ ଓ ଅଭିଜ୍ଞ ଓ୍ବାସିମ ଜାଫର ଯାଥାକ୍ରମେ ୯ ଓ ୧୭ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ବିଦର୍ଭର ଦ୍ରୁତ ବୋଲର ରଜନୀଶ ଗୁର୍ବାନୀ ମ୍ୟାଚରେ ମୋଟ ୮ ଉଇକେଟ ହାସଲ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ପ୍ରଥମ ଇନିଂସରେ ୨୯୫ ରନ କରି ଅଲଆଉଟ ହୋଇଥିଲା। ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୫୨୮/୭ରୁ ଖେଳ ଆରମ୍ଭ କରି ବିଦର୍ଭ ୫୪୭ ରନ କରି ଅଲଆଉଟ ହେବା ସହ ୨୫୨ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଅକ୍ଷୟ ଓ୍ବାଦକର ୧୩୩ରୁ ଖେଳ ଆରମ୍ଭ କରି ଅଧିକ ରନ ସଂଗ୍ରହ କରି ନ ପାରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ସିଦ୍ଧେଶ ନେରାଲ ୫୬ ରନରୁ ଖେଳ ଆରମ୍ଭ କରି ଯଥାକ୍ରମେ ୭୪ ରନ କରି ଆଉଟ ହୋଇଥିଲେ। ଆଦିତ୍ୟ ଠାକରେ ବିନାସ୍କୋରରେ ଆଉଟ ହୋଇଥିବା ବେଳେ ରଜନୀଶ ଗୁର୍ବାନୀ କୌଣସି ରନ ସଂଗ୍ରହ ନ କରି ଅପରାଜିତ ରହିଥିଲେ। ବୋଲିଂରେ ଦିଲ୍ଲୀ ତରଫରୁ ନବଦୀପ ସଇନି ସର୍ବାଧିକ ୫, ଆକାଶ ସୁଦାନ ଓ କୁଲଓ୍ବନ୍ତ ଖେଜ୍ରୋଲିୟା ଦୁଇଟି ଲେଖାଏ, ନୀତିଶ ରାଣା ଗୋଟିଏ ଉଇକେଟ ହାସଲ କରିଥିଲେ।
ଏହା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଦିଲ୍ଲୀ ପ୍ରାରମ୍ଭିକ ଝଟକା ଖାଇଥିଲା। ଏକଦା ୧୮୯ ରନରେ ୩ ଉଇକେଟ ହରାଇ ଦୃଢ ସ୍ଥିତିରେ ଥିବା ଦିଲ୍ଲୀ ଶେଷରେ ୨୮୦ ରନ କରି ଅଲଆଉଟ ହୋଇଥିଲା। ଦଳପକ୍ଷରୁ ନୀତୀଶ ସର୍ବାଧିକ ୬୪, ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଧ୍ରୁବ ଶୋରେ ୬୨, ଅଭିଜ୍ଞ ଗୌତମ ଗମ୍ଭୀର ୩୬, ଅଧିନାୟକ ରିଷଭ ପନ୍ତ ୩୨, ବିକାଶ ମିଶ୍ର ୩୪ ରନ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ବିଦର୍ଭ ତରଫରୁ ଅକ୍ଷୟ ଓ୍ବାଖରେ ସର୍ବାଧିକ ୪, ଆଦିତ୍ୟ ସରଓ୍ବାତେ ୩, ଗୁର୍ବାନୀ ୨ ଓ ସିଦ୍ଧେଶ ନେରାଲ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦିଲ୍ଲୀ ପ୍ରଥମ ଇନିଂସ: ୧୦୨.୫ ଓଭରରେ ୨୯୫।
ବିଦର୍ଭ ପ୍ରଥମ ଇନିଂସ: ୧୬୩.୪ଓଭରରେ ୫୪୭।
ଦିଲ୍ଲୀ ଦ୍ୱିତୀୟ ଇନିଂସ: ୭୬ ଓଭରରେ ୨୮୦।
(ରାଣା-୬୪, ଧ୍ରୁବ- ୬୨,ଗମ୍ଭୀର-୩୬,ବିକାଶ-୩୪, ପନ୍ତ-୩୨, ଓ୍ବାଖରେ- ୪/୯୫, ସରଓ୍ବାତେ-୩/୩୦, ଗୁର୍ବାନୀ- ୨/୯୨)।
ବିଦର୍ଭ ଦ୍ୱିତୀୟ ଇନିଂସ: ୫ ଓଭରରେ ୩୨/୧।
(ଜାଫର- ୧୭, ସଞ୍ଜୟ-୯, ଖେଜ୍ରୋଲିୟା-୧/୨୧)।

All Right Reserved By

Model This Week

Model This Week

ଖେଳ |

ଚାମ୍ପିୟନ୍ସ ଟ୍ରଫି ବଦଳରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ: ଆଇସିସି

ଚାମ୍ପିୟନ୍ସ ଟ୍ରଫି ବଦଳରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ: ଆଇସିସି

କଲିକତା, ୨୬।୪ (ପି.ଟି.)- ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ଭାରତରେ ଆୟୋଜନ ହେବାକୁଥିବା ୫୦ ଓଭର ବିଶିଷ୍ଟ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟକୁ ଟି୨୦ ବିଶ୍ୱକପ୍‌ରେ ପରିଣତ କରିଛି। ଆଇସିସିର ୫ ଦିନିଆ ବୋର୍ଡ ବୈଠକ ଶେଷରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ ରିଚାର୍ଡସନ ଏ ନେଇ ସୂଚନା ଦେଇଛନ୍ତି।

ଆଇଏଏଏଫ୍‌ର ନୂଆ ‘ଜେଣ୍ଡର’ ନିୟମରେ ଦୂତୀ ଆଶ୍ୱସ୍ତି

ଆଇଏଏଏଫ୍‌ର ନୂଆ ‘ଜେଣ୍ଡର’ ନିୟମରେ ଦୂତୀ ଆଶ୍ୱସ୍ତି

ନୂଆଦିଲ୍ଲୀ, ୨୬ା୪ (ପି.ଟି.)-ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ) ପକ୍ଷରୁ ଗୁରୁବାର ନୂଆ ଲିଙ୍ଗଭେଦ ଅବା ଜେଣ୍ଡର ନିୟମ ଘୋଷଣା କରାଯାଇଛି। ଫଳରେ ବିଶେଷକରି ଦୀର୍ଘ ୪ବର୍ଷ ହେଲା ପୁରୁଣା ନିୟମର ଶିକାର ହୋଇ ମାନସିକ ଯନ୍ତ୍ରଣା ପାଇ ଆସିଥିବା ଭାରତର ଓଡ଼ିଆ ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦଙ୍କୁ ଆଶ୍ୱସ୍ତି ମିଳିଛି।

ଏବିସି କ୍ୱାର୍ଟରରେ ସାଇନା, ସିନ୍ଧୁ, ଶ୍ରୀକାନ୍ତ

ଏବିସି କ୍ୱାର୍ଟରରେ ସାଇନା, ସିନ୍ଧୁ, ଶ୍ରୀକାନ୍ତ

ଉହାନ (ଚାଇନା), ୨୬।୪(ପି.ଟି.)- ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ସାଇନା ନେହ୍ବାଲ ଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ଏସିଆ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ (ଏବିସି) ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ ସିଡ୍‌ କିଡାମ୍ବୀ ଶ୍ରୀକାନ୍ତ ଓ ବିଶ୍ୱର ୧୦ ନମ୍ବର ଖେଳାଳି ଏଚ୍‌.ଏସ୍‌. ପ୍ରଣୟ ମଧ୍ୟ ପୁରୁଷ ସିଙ୍ଗଲ୍ସର ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।

ଭାରତୀୟ ମହିଳା କ୍ରିକେଟ ଦଳର ବୋଲିଂ କୋଚ୍‌ ପାଇଁ ବିଜ୍ଞପ୍ତି

ଭାରତୀୟ ମହିଳା କ୍ରିକେଟ ଦଳର ବୋଲିଂ କୋଚ୍‌ ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ, ୨୬।୪(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜାତୀୟ ମହିଳା କ୍ରିକେଟ ଦଳ ପାଇଁ ବୋଲିଂ କୋଚ୍‌ ଅନ୍ବେଷଣରେ ରହିଛି। ଖୁବ୍‌ ଶୀଘ୍ର ଏହି ପଦ ପୂରଣ ପାଇଁ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାକ୍ତନ ବରୋଦା ଅଲ୍‌ରାଉଣ୍ଡର ତୁଷାର ଆର୍ଥର ବର୍ତ୍ତମାନ ଭାରତୀୟ ଦଳର ବ୍ୟାଟିଂ କୋଚ୍‌ ରହିଛନ୍ତି।

ଜାତୀୟ କ୍ୟାମ୍ପ୍‌ରେ ଅମିତ୍‌, ବୀରେନ୍ଦ୍ର, ଦୀପସାନ, ନୀଲମ୍‌

ଜାତୀୟ କ୍ୟାମ୍ପ୍‌ରେ ଅମିତ୍‌, ବୀରେନ୍ଦ୍ର, ଦୀପସାନ, ନୀଲମ୍‌

ବାଙ୍ଗାଲୋର, ୨୬।୪(ପି.ଟି.)- ଶୁକ୍ରବାରଠାରୁ ସ୍ଥାନୀୟ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କ୍ୟାମ୍ପସରେ ଆରମ୍ଭ ହେବାକୁ ଥିବା ଜାତୀୟ ହକି କ୍ୟାମ୍ପ୍‌ (ପୁରୁଷ) ପାଇଁ ହକି ଇଣ୍ଡିଆ ପକ୍ଷରୁ ୫୫ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି।

ନୂତନ ରେକର୍ଡ ସତ୍ତ୍ୱେ ନିରାଶ କଲେ ଶୁଟର ମନୁ-ମିଥରଭାଲ ଯୋଡ଼ି

ନୂତନ ରେକର୍ଡ ସତ୍ତ୍ୱେ ନିରାଶ କଲେ ଶୁଟର ମନୁ-ମିଥରଭାଲ ଯୋଡ଼ି

ନୂଆଦିଲ୍ଲୀ, ୨୬।୪- ନିକଟରେ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟଠାରେ ସମାପ୍ତ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇଭେଣ୍ଟରେ ପଦକ ସଫଳତା ପାଇ ଭାରତକୁ ଗୌରବାନ୍ବିତ କରିଥିବା ଶୁଟର ମନୁ ଭାକର ଓ ଓମ୍‌ ମିଥରଭାଲ ଯୋଡ଼ି କୋରିଆର ଚାଙ୍ଗଓ୍ବନଠାରେ ଚାଲିଥିବା ଶୁଟିଂ ବିଶ୍ୱକପ୍‌ର ଫାଇନାଲରେ ନିରାଶ କରିଛନ୍ତି।

କୋହଲିଙ୍କୁ ୧୨ ଲକ୍ଷ ଅର୍ଥଦଣ୍ଡ

କୋହଲିଙ୍କୁ ୧୨ ଲକ୍ଷ ଅର୍ଥଦଣ୍ଡ

ବାଙ୍ଗାଲୋର, ୨୬।୪(ପି.ଟି.)- ଚଳିତ ଆଇପିଏଲ୍‌ରେ ଏକ ମ୍ୟାଚ୍‌ରେ ସ୍ଲୋ-ଓଭର ବୋଲିଂ ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ଡ୍ରାଭିଡ୍‌ଙ୍କୁ ଦ୍ରୋଣାଚାର୍ଯ୍ୟ, କୋହଲିଙ୍କୁ ଖେଳରତ୍ନ ପାଇଁ ସୁପାରିସ

ଡ୍ରାଭିଡ୍‌ଙ୍କୁ ଦ୍ରୋଣାଚାର୍ଯ୍ୟ, କୋହଲିଙ୍କୁ ଖେଳରତ୍ନ ପାଇଁ ସୁପାରିସ

କୋଲକାତା, ୨୬।୪(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରାକ୍ତନ ଭାରତୀୟ କ୍ରିକେଟର ରାହୁଲ ଡ୍ରାଭିଡ୍‌ଙ୍କ ନାମକୁ ସମ୍ମାନଜନକ ଗୁରୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସରକାରଙ୍କ ନିକଟକୁ ସୁପାରିସ କରିଛି। ସେହିଭଳି ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ଖେଳରତ୍ନ’ପାଇଁ ଅଧିନାୟକ ବିରାଟ କୋହଲିଙ୍କ ନାମକୁ ସୁପାରିସ କରାଯାଇଛି।

ବାର୍ସିଲୋନା ଓପନ୍‌ରୁ ଜୋକୋଭିଚ୍‌ଙ୍କ ବିଦାୟ

ବାର୍ସିଲୋନା ଓପନ୍‌ରୁ ଜୋକୋଭିଚ୍‌ଙ୍କ ବିଦାୟ

ବାର୍ସିଲୋନା, ୨୬।୪(ଏଏଫ୍‌ପି)- ତାରକା ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ଙ୍କୁ ଏଠାରେ ଚାଲିଥିବା ବାର୍ସିଲୋନା ଓପନ୍‌ରେ ନିରାଶ ହେବାକୁ ପଡ଼ିଛି। ପ୍ରତିଯୋଗିତାର ପ୍ରାରମ୍ଭିକ ପର୍ଯ୍ୟାୟରେ ଜୋକୋଭିଚ୍‌ ଆଶ୍ଚର୍ଯ୍ୟଜନକ ଭାବେ ବିଶ୍ୱର ୧୪୦ତମ ମାନ୍ୟତା ପ୍ରାପ୍ତ ମାର୍ଟିନ କ୍ଲିଜାନଙ୍କଠାରୁ ହାରିଯାଇଛନ୍ତି।

ନ୍ୟାୟ ଆଶାରେ କଳ୍ପନା

ନ୍ୟାୟ ଆଶାରେ କଳ୍ପନା

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହୀ କଳ୍ପନା ଦାସ। ପର୍ବତାରୋହଣ ପରି ଦୁସାହସିକ କ୍ରୀଡ଼ାକୁ ନିଶା ଓ ପେସାରେ ପରିଣତ କରିଥିବା ଢେଙ୍କାନାଳର ଏହି ମହିଳା ପର୍ବତାରୋହୀ ଏବେ ଦ୍ୱନ୍ଦ୍ୱ ଏବଂ ଆଶଙ୍କାରେ। କେବଳ ରାଜ୍ୟରେ ନୁହେଁ ଦେଶରେ ଦୁସାହସିକ କ୍ରୀଡ଼ାକୁ କ୍ୟାରିୟର କରିବାକୁ ଯାଉଥିବା ଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା କଳ୍ପନା ଏବେ ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚତ୍ତ।

ନିଶାନ୍ତ ଚାମ୍ପିୟନ, ରାକେଶ ରନର୍ସଅପ୍‌

ନିଶାନ୍ତ ଚାମ୍ପିୟନ, ରାକେଶ ରନର୍ସଅପ୍‌

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ ଭିନ୍‌ଟେଜ୍‌ କ୍ଲବ ପରିସରରେ ଅନୁଷ୍ଠିତ ଅଲ୍‌ ଓଡ଼ିଶା ଓପନ ହ୍ୟାଣ୍ଡିକ୍ୟାପ ସ୍ନୁକର ଚାମ୍ପିୟନଶିପ୍‌ରେ ନିଶାନ୍ତ ବିଶ୍ୱାଳ ଚାମ୍ପିୟନ ହୋଇଛନ୍ତି। ସେ ବୁଧବାର ଅନୁଷ୍ଠିତ ଫାଇନାଲରେ ରାକେଶ ରୋଶନ ପ୍ରଧାନଙ୍କୁ ୫-୨ ଫ୍ରେମ୍‌ରେ ପରାସ୍ତ କରିଛନ୍ତି।

ଚିନ୍ମୟ ସେମିଫାଇନାଲରେ

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)-ଅଲଇଣ୍ଡିଆ ଟେନିସ ଆସୋସିଏଶନ(ଏଆଇଟିଏ) ଓ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ)ର ଅନୁମୋଦନକ୍ରମେ ମେଣ୍ଢାଶାଳସ୍ଥିତ ଗୁରୁକୂଳ ଟେନିସ ରିସର୍ଟରେ ଚାଲିଥିବା ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟର ସିଙ୍ଗଲ୍ସ ସେମିଫାଇନାଲରେ ଓଡ଼ିଶାର ଚିନ୍ମୟ ପ୍ରଧାନ ପ୍ରବେଶ କରିଛନ୍ତି।