ରାଜ୍ୟ | ବ୍ରହ୍ମପୁର

ନୂଆବର୍ଷ ଅଘଟଣ: ସମୁଦ୍ରରେ ଭାସିଗଲେ ୨ ବି.ଟେକ୍‌ ଛାତ୍ର

ନୂଆବର୍ଷ ଅଘଟଣ: ସମୁଦ୍ରରେ ଭାସିଗଲେ ୨ ବି.ଟେକ୍‌ ଛାତ୍ର
ବ୍ରହ୍ମପୁର ଅଫିସ,୧।୧: ନୂଆ ବର୍ଷ ପାଳନ ପାଇଁ ସାଙ୍ଗମାନେ ଏକାଠି ହୋଇଥିଲେ। ଏକାଠି ଖାଇଲେ। ଏକାଠି ଗାଧୋଇବା ପାଇଁ ସମୁଦ୍ରକୁ ଗଲେ। କିନ୍ତୁ ଗାଧୋଇବା ବେଳେ ଭାସିଗଲେ ଦୁଇ ଯୁବକ। ସେମାନେ ହେଲେ ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁ ଗ୍ରାମର ଅଜୟ ସୁଆଁସିଆ (୧୯), ଆସିକାର ପ୍ରଦୀପ ମହାନ୍ତି(୧୯)। ସେମାନେ ସମ୍ପର୍କୀୟ ଭାଇ ଏବଂ ମାଡ୍ରାସସ୍ଥିତ ଭାରତ ବିଶ୍ୱବିଦ୍ୟାଳୟର ବି.ଟେକ୍‌ ଛାତ୍ର। ସେମାନଙ୍କ ସନ୍ଧାନ ମିଳିପାରିନାହିଁ। ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୁନପୁରକୁ ନୂଆ ବର୍ଷ ପାଳନ ପାଇଁ ୬ ସାଙ୍ଗ ୨ଟି ବାଇକ୍‌ରେ ଯାଇଥିଲେ। ସେମାନେ ହେଲେ ଅଜୟ ଓ ପ୍ରଦୀପଙ୍କ ସମେତ ବୁଗୁଡ଼ାର ଶିବୁ ଦଳବେହେରା, ସରୋଜ ଦଳବେହେରା, ପାରଳାଖେମୁଣ୍ଡିର ଆଲୋକ ସାମଲ ଏବଂ ଭଞ୍ଜନଗରର ଗୌତମ ରାଉତ। ଖାଇବା ପାଇଁ ରାସ୍ତାରୁ ଏକ ହୋଟେଲରୁ ପାର୍ସଲ୍‌ ଆଣିଥିଲେ। ସମୁଦ୍ର ତଟରେ ଖାଇବା ପରେ ଗାଧୋଇବା ପାଇଁ ସମୁଦ୍ରକୁ ଯାଇଥିଲେ। ଅନ୍ୟ ୪ଜଣ କୂଳରେ ଗାଧୋଉଥିବା ବେଳେ ଅଜୟ ଏବଂ ପ୍ରଦୀପ ଗଭୀର ସମୁଦ୍ରକୁ ଚାଲିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କୂଳରେ ଠିଆ ହୋଇ ଅନ୍ୟ ୪ଜଣ ଚିକତ୍ାର କରିଥିଲେ। ହେଲେ କିଛି ସମୟ ପରେ ଅଜୟ ଓ ପ୍ରଦୀପ ବୁଡ଼ିଯାଇଥିଲେ। ସେମାନଙ୍କ ପତ୍ତା ମିଳି ନ ଥିଲା। ଅନେକ ସମୟ ପର୍ଯ୍ୟନ୍ତ ୪ଜଣ ସାଙ୍ଗ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ସନ୍ଧାନ ମିଳିପାରି ନ ଥିଲା। ଫଳରେ ଏ ନେଇ ଉଭୟଙ୍କ ପରିବାର ବର୍ଗଙ୍କ ସମେତ ମେରାଇନ୍‌ ଥାନାକୁ ଖବର ଦିଆଯାଇଥିଲା। ଗୋଳନ୍ଥରା ଥାନାଧିକାରୀ ଡ. ଆଲୋକ କୁମାର ଜେନା, କନିଷି ଅଗ୍ନିଶମ ବିଭାଗ କର୍ମଚାରୀ ଓ ମେରାଇନ୍‌ ଥାନା ପୋଲିସ ପହଞ୍ଚତ୍ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଶେଷ ଖବର ସୁଦ୍ଧା ଉଭୟ ଛାତ୍ରଙ୍କ କୌଣସି ସନ୍ଧାନ ମିଳିପାରିନାହିଁ।
All Right Reserved By

ରାଜ୍ୟ | ବ୍ରହ୍ମପୁର

ରିଲିଫ ଅର୍ଥ ହଡ଼ପ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ରିଲିଫ ଅର୍ଥ ହଡ଼ପ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଭଦ୍ରକ ଅଫିସ,୧୬।୧୦-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ପଞ୍ଚାୟତର ୪ ନମ୍ବର ୱାର୍ଡର କୁସୁନନଗର ଓ ତେଲିସାହିର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ରିଲିଫ ଟଙ୍କାକୁ ଗଁାର କେତେକ ନେତା ହଡ଼ପ କରିନେଇଥିବା ସୋମବାର ହିତାଧିକାରୀମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। 

‘ପଟ୍ଟା ନାହିଁ ତ ଭୋଟ ନାହିଁ ’

‘ପଟ୍ଟା ନାହିଁ ତ ଭୋଟ ନାହିଁ ’

ବାରିପଦା ଅଫିସ,୧୬।୧୦- ଆସନ୍ତା ୨୧ ତାରିଖରେ ବାରିପଦାସ୍ଥିତ ଛଉପଡ଼ିଆଠାରେ ହେବାକୁ ଥିବା  ଦୁର୍ନୀତି ଭ୍ରଷ୍ଟାଚାର ବିରୋଧି ମହାସମାବେଶକୁ ସଫଳ କରିବା ପାଇଁ ବାରିପଦା ପୌରାଞ୍ଚଳ ପଟ୍ଟା ବିହୀନ ବାସିନ୍ଦା ସଂଘ ପକ୍ଷରୁ ପାଲବଣିଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ମା’ ଅମ୍ବିକା ମନ୍ଦିର: ନବ ରାତ୍ରରେ ଜମୁଛି ଭିଡ

ମା’ ଅମ୍ବିକା ମନ୍ଦିର: ନବ ରାତ୍ରରେ ଜମୁଛି ଭିଡ

ବାରିପଦା ଅଫିସ,୧୬।୧୦- ବାରିପଦା ରାଧାମୋହନ ମନ୍ଦିର ନିକଟରେ ଅବସ୍ଥିତ ଇଷ୍ଟାଦେବୀ ମା’ ଅମ୍ବିକାଙ୍କ ମନ୍ଦିରରେ  ନବରାତ୍ର ସମୟରେ   ଦେବୀ  ଦୁର୍ଗା ୯ ବେଶରେ ପୂଜା ପାଇଥାନ୍ତି। 

ଦୁର୍ଗମ ଅଞ୍ଚଳରେ ଅଗ୍ନିଶମ ବାହିନୀର ଜନସେବା :ଖଟିଆରେ ପ୍ରସୂତୀଙ୍କୁ ଧରି ୨ କି.ମି. ଚାଲିଲେ

ଦୁର୍ଗମ ଅଞ୍ଚଳରେ ଅଗ୍ନିଶମ ବାହିନୀର ଜନସେବା :ଖଟିଆରେ ପ୍ରସୂତୀଙ୍କୁ ଧରି ୨ କି.ମି. ଚାଲିଲେ

ବ୍ରହ୍ମ୍ମପୁର ଅଫିସ,୧୬ା୧୦-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଦୁର୍ଗମ ଅଞ୍ଚଳଭାବେ ପରିଚିତ ବୁରୁତାଲ ପଞ୍ଚାୟତ କମଳଖାତ ଗଁାରେ ଅଗ୍ନିଶମ କର୍ମଚାରୀମାନେ ସୋମବାର ପହଞ୍ଚି  ସେବା ଯୋଗାଇଥିବା ଦେଖିବାକୁ ମିଳିଛି ା

କଳିଙ୍ଗା ଘାଟିରେ ଦୁର୍ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

କଳିଙ୍ଗା ଘାଟିରେ ଦୁର୍ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

ଜି.ଉଦୟଗିରି,୧୬ା୧୦(ଡି.ଏନ.ଏ.)-କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ସୋମବାର ଅପରାହ୍ନ ୨ଟାରେ ଏକ ଲୁହାଖୁଣ୍ଟ ବୋଝେଇ ଟ୍ରକ ଘାଟିରୁ ୧୦୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି।

ବନ୍ୟାରେ ଭିଜିଥିବା ଜିନିଷ କିଣିବାକୁ ଭିଡ଼

ବନ୍ୟାରେ ଭିଜିଥିବା ଜିନିଷ କିଣିବାକୁ ଭିଡ଼

ଆସିକା,୧୬ା୧୦(ଡି.ଏନ୍‌.ଏ)-ଆସିକା ସହରର କଳିଙ୍ଗା ରୋଡ, ଲକ୍ଷ୍ମୀ ବଜାର, ବିନାୟକ ବଜାର ଆଦି ଅଞ୍ଚଳରେ ଥିବା ଦୋକାନଗୁଡ଼ିକରେ ପ୍ରାୟ ୧୦ ଫୁଟ ଉଚ୍ଚରେ ବନ୍ୟାଜଳ ଜମି ରହିଥିଲା। 

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ତାଳଚେର୧୬ା୧୦(ନି.ପ୍ର.)ପାର୍ବଣ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି କୋଇଲା ନଗରୀ ତାଳଚେର। ମା’ ଦୁର୍ଗାଙ୍କ ଧରାବତରଣକୁ ନେଇ ଶ୍ରଦ୍ଧାଳୁ ଉତ୍ସାହିତ ହୋଇଥିବାବେଳେ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ପାଳନ ପାଇଁ ବିଭିନ୍ନ ପୂଜା ମଣ୍ଡପ, ଶକ୍ତି ପୀଠରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। 

ତହସିଲ କାର୍ଯ୍ୟାଳୟ ଘେରିଲା ଆର୍‌ପିଆଇ

ତହସିଲ କାର୍ଯ୍ୟାଳୟ ଘେରିଲା ଆର୍‌ପିଆଇ

ହିନ୍ଦୋଳ, ୧୬।୧୦ (ଡି.ଏନ.ଏ.)ହିନ୍ଦୋଳ ବ୍ଲକ ଆର୍ଥିକ ଅନଗ୍ରସର ବର୍ଗ ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ପକ୍ଷରୁ ସୋମବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। 

ବିଭିନ୍ନ ପ୍ରକଳ୍ପ ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ବିଭିନ୍ନ ପ୍ରକଳ୍ପ ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ଅନୁଗୋଳ ଅଫିସ,୧୬ା୧୦ଆମ ଗାଁ ଆମ ବିକାଶ ଯୋଜନାରେ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ସୋମବାର ଅନୁଗୋଳ ବ୍ଲକ ଧୋକୁଟା ପଞ୍ଚାୟତର କହ୍ନେଇ ନଗର ଗ୍ରାମରେ ମହିଳା କର୍ମଶାଳାର ଭୂମିପୂଜନ କରିଛନ୍ତି। 

ଜାକେଡା ପଞ୍ଚାୟତବାସୀଙ୍କ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଜାକେଡା ପଞ୍ଚାୟତବାସୀଙ୍କ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ନୂଆଗାଁ,୧୬।୧୦(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ସୋମବାର ପଞ୍ଚାୟତର ଦୁଇଶହର ଊର୍ଦ୍ଧ୍ୱ ମହିଳାପୁରୁଷ ନୂଆଗାଁ ବିଡିଓଙ୍କୁ ଆଠ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । 

ମା’ ମଣିନାଗ ପୀଠରେ ପଶୁବଳି ପରମ୍ପରା ବନ୍ଦ

ମା’ ମଣିନାଗ ପୀଠରେ ପଶୁବଳି ପରମ୍ପରା ବନ୍ଦ

 ରାଜାରାଜୁଡ଼ା ଅମଳରେ ଏଠାରେ ମା’ଙ୍କ ନିକଟରେ ପଶୁବଳି ପ୍ରଥାକୁ ମୁଖ୍ୟ ପରମ୍ପରା ଭାବେ ଗ୍ରହଣ କରାଯାଉଥିଲା । କିନ୍ତୁ ସମୟର ପରିବର୍ତ୍ତନ ଘଟିଛି ।  

ବିଭିନ୍ନ ଶକ୍ତିପୀଠ ଓ ପୂଜାମଣ୍ଡପରେ ମା’ଦୁର୍ଗାଙ୍କ ଉପାସନା

ବିଭିନ୍ନ ଶକ୍ତିପୀଠ ଓ ପୂଜାମଣ୍ଡପରେ ମା’ଦୁର୍ଗାଙ୍କ ଉପାସନା

ବୋଲଗଡ,୧୬ା୧୦(ଡି.ଏନ.ଏ.)-ମା’ଦୁର୍ଗାଙ୍କର ଶାରଦୀୟ ପର୍ବ ଅବସରରେ  ବୋଲଗଡ଼ ବ୍ଲକର ବିଭିନ୍ନ ଦେବୀପୀଠ ଓ ପୂଜାମଣ୍ଡପଗୁଡ଼ିକ ଶକ୍ତି ଉପାସନାରେ ଉତ୍ସବମୁଖର ହୋଇଉଠିଛି।