Dharitri News
ରାଜ୍ୟ | ବ୍ରହ୍ମପୁର

ଗୋଚ୍ଛାପଡ଼ାରେ ଲାଗିଲା ମାଓବାଦୀ ପୋଷ୍ଟର

ଗୋଚ୍ଛାପଡ଼ାରେ ଲାଗିଲା ମାଓବାଦୀ ପୋଷ୍ଟର ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧।୧-କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅଞ୍ଚଳ ଲୋହରା ସାହିରେ ନୂଆ ବର୍ଷରେ ମାଓବାଦୀ ପୋଷ୍ଟର ମରା ଯାଇଥିବା ଦେଖିବାକୁ ମିଳିଛି ପୋଷ୍ଟରରେ ଆଦିବାସୀ ବିସ୍ଥାପନ ଓ ସାମ୍ରାଜ୍ୟବାଦ ବିରୋଧରେ ଆଦିବାସୀମାନେ ଏକଜୁଟ ହୋଇ ସଂଘର୍ଷ କରିବା, ଜଳ, ଜମ ଓ ଜଙ୍ଗଲ ପାଇଁ ଗଁ। ଗଁରେ ଲୋକେ ଏକତ୍ରିତ ହୋଇ ଲଢିବା, ପୋଲିସ ଦମନଲୀଳା ବିରୋଧରେ ସଂଗ୍ରାମ କରିବା ପାଇଁ ଏଥିରେ ଆହ୍ବାନ ଦିଆ ଯାଇଛି । ଏସବୁ ହାତଲେଖା ପୋଷ୍ଟରଗୁଡିକର ତଳେ କେକେବିଏନ୍‌, ଡିବିସି, ଭାକପା( ମାଓବାଦୀ) ବୋଲି ଲେଖାଯାଇଛି। ତେବେ ପୋଷ୍ଟର ଲାଗିବାର କିଛି ସମୟ ପରେ ଏହାକୁ କେହି କାଢ଼ି ଦେଇଥିବା ଜଣାଯାଇଛି। ପ୍ରକୃତରେ ଏହା ମାଓବାଦୀ ପୋଷ୍ଟର କି ନୁହେଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି । ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ପ୍ରକାଶ କରିଛନ୍ତିା

ରାଜ୍ୟ | ବ୍ରହ୍ମପୁର

ବାର୍‌ହା ଶିକାର: ୨ ଶିକାରୀ ଗିରଫ

ବାର୍‌ହା ଶିକାର: ୨ ଶିକାରୀ ଗିରଫ

ଆସିକା,୨୧।୧ (ଡି.ଏନ୍‌.ଏ.)-ଆସିକା ବନାଞ୍ଚଳର ଧରାକୋଟ ବ୍ଲକ ଅନ୍ତର୍ଗତ ଝରପାରୀ ଗ୍ରାମ ନିକଟରୁ ରବିବାର ସକାଳ ପ୍ରାୟ ୮ଟାରେ ବନ ବିଭାଗ କର୍ମଚାରୀମାନେ ଗୋଟିଏ ମୃତ ବାର୍‌ହା ସହ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ କଳାସୁତା ଗ୍ରାମର ସତ୍ୟବାନ ପ୍ରଧାନ ଓ ବୁଗୁଡା ବନାଞ୍ଚଳର ବାଲିପଦର ନିକଟସ୍ଥ ମହୁଲପଲ୍ଲୀ ଗ୍ରାମର ରମେଶ ସ୍ବାଇଁ। ସେମାନେ ଝରପାରୀ ଗ୍ରାମ ମାଛଖାଇ ଚିହ୍ନଟ ଜଙ୍ଗଲରେ ଖାଦ୍ୟରେ ବିସ୍ଫୋରକ ଦେଇ ବାର୍‌ହା ଶିକାର କରିଥିଲେ।

ଭଙ୍ଗାଚାଳିଆରେ ଅସହାୟ ମା’ ଝିଅ

ଭଙ୍ଗାଚାଳିଆରେ ଅସହାୟ ମା’ ଝିଅ

ତିହିଡ଼ି,୨୧।୧(ଡି.ଏନ.ଏ.): ଗରିବ ବିଧବା ବୃଦ୍ଧା ରନତ୍ମଣି କର ଓ ତାଙ୍କ ଝିଅ ରଶ୍ମିତା ଏକ ଭଙ୍ଗାଛପର ଘରେ ମୁଣ୍ଡ ଗୁଞ୍ଜି ଦିନ ବିତାଉଛନ୍ତି। ଅର୍ଥାଭାବ ଯୋଗୁ ୩ ବର୍ଷ ହେଲା ଘର ଛପର କରି ପାରି ନାହାନ୍ତି।

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସମ୍ବଲପୁର, ୨୧।୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ କମ୍ପାନୀରୁ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ବିହାର ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ସୁବୋଧ କାଣ୍ଡ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ଶନିବାର ବିଳମ୍ବିତ ରାତିରେ ବିହାରରୁ ଗିରଫ କରାଯାଇଛି।

ଶ୍ରେଷ୍ଠ ପ୍ରଶାସକ ପରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

ଶ୍ରେଷ୍ଠ ପ୍ରଶାସକ ପରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖ୍ୟାତି ତାଲିକାରେ ରବିବାର ଯୋଡି ହୋଇଛି ଆଉ ଏକ ନୂଆ ସମ୍ମାନ ‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’। ମହାରାଷ୍ଟ୍ରର ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ଅତୁଟ: ଉପନିର୍ବାଚନରେ ବିଜେଡିର ଜିତାପଟ

ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ଅତୁଟ: ଉପନିର୍ବାଚନରେ ବିଜେଡିର ଜିତାପଟ

ଭୁବନେଶ୍ୱର,୨୧।୧(ବ୍ୟୁରୋ)- ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିର ପ୍ରଭାବ ଜାରି ରହିଛି। ବିଭିନ୍ନ ସ୍ଥାନରେ ପଞ୍ଚାୟତସ୍ତରୀୟ ଉପନିର୍ବାଚନରେ ଦଳ ସଫଳତା ହାସଲ କରିଛି। ମାତ୍ର ବର୍ଷକ ତଳେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦଳ କେତେକ ସ୍ଥାନରେ ପରାଜିତ ହୋଇଥିଲା। ହେଲେ ବର୍ତ୍ତମାନ ଆସିଥିବା ଫଳାଫଳରୁ ଦଳ ନିଜର ସ୍ଥିତି ସୁଧାରି ପାରିଥିବାର ସଙ୍କେତ ଦେଇଛି ବୋଲି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ: ଡିଆରଏମ୍‌ଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲା ବିଜେଡି

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ: ଡିଆରଏମ୍‌ଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲା ବିଜେଡି

ଭୁବନେଶ୍ୱର,୨୧।୧(ବ୍ୟୁରୋ)-ନିକଟରେ ରେଳରାଷ୍ଟ୍ରମନ୍ତ୍ରୀ ରାଜେନ୍‌ ଗୋହେନ୍‌ ଓଡ଼ିଶା ଗସ୍ତ କରଥିଲେ। ଏହି ଗସ୍ତ ସମୟରେ ଖୁବ୍‌ଶୀଘ୍ର ଭୁବନେଶ୍ୱର ରେଳଷ୍ଟେଶନକୁ ଆଧୁନିକୀକରଣ ପାଇଁ ଏମ୍‌ଓୟୁ କରାଯିବ ବୋଲି ମତ ରଖିଥିଲେ। ଯାହାକୁ ଆଖି ଆଗରେ ରଖି ଶନିବାର ବା ଜାନୁୟାରୀ ୨୦ରେ ରେଲଓ୍ବେ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଏମ୍‌ଓୟୁ କରିବା ପାଇଁ ସ୍ଥିର କରାଯାଇଥିଲା।

ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା: ଦୃଢ ପ୍ରତିଜବାବ ରଖିଲା ବିଜେଡି

ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା: ଦୃଢ ପ୍ରତିଜବାବ ରଖିଲା ବିଜେଡି

ଭୁବନେଶ୍ୱର,୨୧।୧(ବ୍ୟୁରୋ)- ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏକ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିକଟରେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ଦାମୋଦର ରାଉତଙ୍କୁ ଢାଲ କରି ସେ କହିଛନ୍ତି ଯେ, ମୃତ୍ତିକା ସଂରକ୍ଷଣ ଦୁର୍ନୀତିର ଚେର ତୃତୀୟ ମହଲାକୁ ଲମ୍ବିଥିବାରୁ ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ରାଜ୍ୟ ସରକାରଙ୍କ ଭଙ୍ଗା ମାଠିଆର ବେଳ ସରି ଆସୁଛି। ପୁଣେ ଯାଇ ଆଦର୍ଶ ମୁଖ୍ୟମନ୍ତ୍ରୀର ଡିଣ୍ଡିମ ପିଟିବା ପୂର୍ବରୁ ଓଡ଼ିଆ ଭାବାବେଗ ସହ ଜଡିତ ଥିବା ପ୍ରଶ୍ନର ଉତ୍ତର ଦେବାକୁ ଧର୍ମେନ୍ଦ୍ର କହିଛନ୍ତି।

ଅର୍ଥ ତୋସରପାତ: ବିଡିଓ, ଯନ୍ତ୍ରୀଙ୍କ ସମେତ ୩ ଗିରଫ

କଟକ ଅଫିସ, ୨୦।୧- ଗ୍ରାମ ସଡ଼କ ନିର୍ମାଣ କ୍ଷେତ୍ରରେ ଦୁର୍ନୀତି। ୧କୋଟି ୩୨ଲକ୍ଷ ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନ କରି ବିଭାଗ ପକ୍ଷରୁ କରାଯାଇ ୪୨ଲକ୍ଷ ଟଙ୍କା ତୋସରପାତ କରାଯାଇଛି। ଏହି ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ସୁନ୍ଦରଗଡ ଜିଲାର ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଓ ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଶନିବାର ଗିରଫ କରାଯାଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧- ଅଦାଲତ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କଲେ ମାମଲାର ତଦନ୍ତ ଅଧିକାରୀ ପୁରସ୍କୃତ ହେବେ। ଓଡିଶା ପୋଲିସ ପକ୍ଷରୁ ଏଭଳି ଅଭିନବ ଯୋଜନା ଶନିବାର କାର୍ଯ୍ୟକାରୀ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ୨୪ ଜଣ ପୋଲିସ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଶଂସାପତ୍ର ସହ ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ପୂର୍ବତନ ଉପଜିଲାପାଳଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡ

କଟକ ଅଫିସ, ୨୦।୧-ମାଲକାନଗିରି ଜିଲାର ପୂର୍ବତନ ଉପଜିଲାପାଳ ବଳଭଦ୍ର ପଣ୍ଡାଙ୍କୁ ୩ବର୍ଷ ସଶ୍ରମ ଜେଲ୍‌ ଓ ୧ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଛି। ଜରିମାନା ଅନାଦାୟ ହେଲେ ଅଭିଯୁକ୍ତ ପଣ୍ଡାଙ୍କୁ ଅଧିକ ୪ମାସ ସଶ୍ରମ ଜେଲ୍‌ ଭୋଗିବାକୁ ପଡିବ ବୋଲି ବିଚାରପତି ନିଜ ରାୟରେ ସ୍ପଷ୍ଟ କରିଛନ୍ତି।

କୃଷି ସଭାରେ ଯୁବକଙ୍କୁ ହତ୍ୟା

ନିରାକାରପୁର,୨୦।୧(ଡି.ଏନ୍‌.ଏ.)- କୃଷି ସଭା ଚାଲିଥିବାବେଳେ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା। ସେଠାରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯିବା ଯୋଗୁ ଆତଙ୍କ ଖେଳିଯାଇଥିଲା। ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ରାମେଶ୍ୱର ପଞ୍ଚାୟତ ଅଧୀନ ତାଳପଡ଼ା ଗ୍ରାମର ଗୋଠ ପଡ଼ିଆଠାରେ ଶନିବାର ଘଟିଥିଲା ଏହି ଘଟଣା।

ମହିଳାଙ୍କୁ ହତ୍ୟା: ପାହାଡ଼ ଖୋଲରୁ ମିଳିଲା ଗଳିତ ମୃତଦେହ

ଦଶପଲ୍ଲା,୨୦।୧(ଡି.ଏନ.ଏ.)-ଗତ କିଛିଦିନ ହେଲା ନିଖୋଜ ହୋଇଯାଇଥିଲେ ଜଣେ ୨୫ ବର୍ଷୀୟା ମହିଳା ହାର ଖିଲାର ଓ ତାଙ୍କ ଝିଅ ଯମୁନା(୫)। ଶନିବାର ହାରଙ୍କ ଗଳିତ ମୃତଦେହକୁ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ କୁସୁମଘାଟି ପାହାଡର ଏକ ଖୋଲରୁ ପୋଲିସ ଜବତ କରିଛି। ନିଖୋଜ ଥିବା ହାରଙ୍କ ମୃତଦେହ ପାହାଡ ଉପରୁ ମିଳିବା ଏବଂ ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଛି।