ବ୍ରହ୍ମପୁର

ଦୁଇ ବାଇକ୍‌ ମୁହାଁମୁହିଁ: ୨ ମୃତ, ୨ ଗୁରୁତର

ଦୁଇ ବାଇକ୍‌ ମୁହାଁମୁହିଁ: ୨ ମୃତ, ୨ ଗୁରୁତର
ମୋହନା,୧।୧(ଡି.ଏନ.ଏ.)-ଗଜପତି ଜିଲା ମୋହନା ବ୍ଲକ ପଥରଗଡ଼ ଗ୍ରାମ ନିକଟରେ ସୋମବାର ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ମୋହନା ବ୍ଲକ ପୁଇପଡ଼ାର କିରଣ କୁମାର ବଳିଆରସିଂ ଓ ଗଞ୍ଜାମ ଜିଲା ଛତ୍ରପୁରର ସୁବ୍ରତ ଦଳେଇ। ଗୁରୁତର ଆହତ ଛତ୍ରପୁରର କେଶର ରାଓ ଓ ପୁଇପଡ଼ାର ନରସିଂହ ବଳିଆରସିଂ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନୂଆବର୍ଷର ପ୍ରଥମ ଦିନରେ ସୁବ୍ରତ ଓ କେଶର ବାଇକ୍‌ (ନଂ.ଓଡି୦୭ୟୁ୨୧୫୪) ଯୋଗେ ଚନ୍ଦ୍ରଗିରିର ଖସଡ଼ା ବୁଲିବାକୁ ଆସୁଥିଲେ। ପଥରଗଡ଼ ଗ୍ରାମ ନିକଟରେ ଅନ୍ୟ ବାଇକ୍‌ (ନଂ ଓଡି୦୭ଡି୯୯୫୦)ରେ ଆସୁଥିବା କିରଣ ଓ ନରସିଂହଙ୍କ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇ ବାଇକ୍‌ର ଆରୋହୀମାନେ ଖସିପଡି ଗୁରୁତର ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ସୁବ୍ରତ ଓ କିରଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଦୁଇଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେପଟେ ବିପର୍ଯ୍ୟସ୍ତ ରାସ୍ତା ମରାମତି ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଦୁର୍ଘଟଣାସ୍ଥଳରେ ଲୋକେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ମୋହନା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।
All Right Reserved By

ବ୍ରହ୍ମପୁର

ଔଷଧ ଭାବି ବିଷ ପିଇ ମହିଳା ମୃତ

ଔଷଧ ଭାବି ବିଷ ପିଇ ମହିଳା ମୃତ

ପାତ୍ରପୁର,୨୨ା୧୦(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଚରିଆବାଡ଼ ଗ୍ରାମର ଜଣେ ମହିଳା ପେଟ ବ୍ୟଥା ଔଷଧ ଭାବି ବିଷ ପିଇ ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ନରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ରେଣୁ ପ୍ରଧାନ। 

ପାଣି ସୁଅରେ ଘର ସହ ୬ଜଣ ଭାସିଯିବା ଘଟଣା:ଆଉ ଜଣଙ୍କ ମୃତଦେହ ମିଳିଲା

ସୋରଡା,୨୩ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡାଠାରୁ ଦାରିଙ୍ଗବାଡି ଜାତୀୟ ରାଜପଥ ନଂ.୫୯ ପାର୍ଶ୍ୱରେ ଥିବା ଗାଜଲବାଡି ପଞ୍ଚାୟତ ଆମ୍ବକଣ ଗଁା ନିକଟ ଅଡାଙ୍ଗି ନାଳରେ ବନ୍ୟାପାଣି ଆସିବାରୁ ଗତ ୧୧ ତାରିଖରେ ଘର ସହ ୬ ଜଣ ଭାସି ଯାଇଥିଲେ। 

କୋଠରଶିଙ୍ଗି ଗଣ୍ଡଗୋଳ ଘଟଣା : ଉଭୟ ପକ୍ଷରୁ ଥାନାରେ ଏତଲା

ବ୍ରହ୍ମପୁର ଅଫିସ୍‌,୨୨ା୧୦: ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠରଶିଙ୍ଗି ଗ୍ରାମରେ ୧୯ ତାରିଖ ରାତିରେ ହୋଇଥିବା ଗଣ୍ଡଗୋଳ ଓ ମାରପିଟ ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ା 

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଦିଗପହଣ୍ଡି/ପାଟପୁର, ୨୩ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ଗ୍ରାମରେ ଚାଷଜମି ମାଲିକାନା ସତ୍ତ୍ବକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପୁଣିଥରେ ମୁଣ୍ଡ ଟେକିଛି। ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। 

୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର

୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର

ବୁଗୁଡ଼ା,୨୩ା୧୦(ଡି.ଏନ.ଏ.)-ବୁଗୁଡ଼ା ଥାନା ବେତାରସିଙ୍ଗି ପାହାଡ଼ ପଛପଟୁ ସୋମବାର ମଧ୍ୟାହ୍ନରେ ବୁଗୁଡ଼ା ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ସହ ଏକ ରକ୍ତଭିଜା ଛୁରୀ ଜବତ କରିଛି। ମୃତକ ହେଲେ ଲକ୍ଷ୍ମୀ ପ୍ରଧାନ (୨୮)। ଲକ୍ଷ୍ମୀଙ୍କ ମା’ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପୋଲିସକୁ କହିଛନ୍ତି। 

ବିବାହ ପାଇଁ ଜିଦ୍‌ କରିବାରୁ କଲେଜ ଛାତ୍ରୀଙ୍କୁ ହତ୍ୟା

ବିବାହ ପାଇଁ ଜିଦ୍‌ କରିବାରୁ କଲେଜ ଛାତ୍ରୀଙ୍କୁ ହତ୍ୟା

ପାତ୍ରପୁର,୨୩ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଜରଡା ଥାନା ଖାରିଆଗୁଡା ପଞ୍ଚାୟତ ଅଧୀନ ଏସ.ନୂଆଗଁାସ୍ଥିତ ଅଜା ଘରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଛନ୍ତି। ଶନିବାର ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ସୋମବାର ହତ୍ୟାକାରୀ ଜରଡା ଥାନାରେ ଆତ୍ମସମର୍ପଣ କରି ସବୁକଥା କହିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ କୂଅରୁ ମୃତଦେହ ଜବତ କରିବା ସହ ନଂ.୧୭୪/୧୮ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କଲେ ଲୋକେ

ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କଲେ ଲୋକେ

ଛତ୍ରପୁର/ ଗଞ୍ଜାମ, ୨୩ା୧୦ (ଡି.ଏନ.ଏ)-ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ବିରିପୁର ଗାଁରେ ଲୋକଙ୍କୁ ରବିବାର ବିଳମ୍ବିତ ରାତିରେ ଭୟଭୀତ କରିବା ସହ  ମାରଣାସ୍ତ୍ର ଧରି କେତେଜଣ ବଟି ମାଗିଥିବା ଅଭିଯୋଗ ହୋଇଛି ା 

ରାଜୀବ ଆବାସ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ରାଜୀବ ଆବାସ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ବ୍ରହ୍ମପୁର ଅଫିସ,୨୩ା୧୦-ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ୩୮ ନଂ. ୱାର୍ଡ ଖୋଳାସାହି ଅଞ୍ଚଳରେ ରାଜୀବ ଆବାସ ଯୋଜନା(ଆରଏୱାଇ)ରେ ଗୃହ ନିର୍ମାଣ ପାଇଁ ୨୦୧୬ରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା ା ଉଚ୍ଛେଦ ହୋଇଥିବା ଲୋକଙ୍କୁ ରାଜୀବ ଆବାସ ପ୍ରଦାନ କରାଯିବ ବୋଲି ବିଏମସି ପକ୍ଷରୁ ସେ ସମୟରେ ପ୍ରତିଶ୍ରୁତି ଦିଆଯାଇଥିଲା। 

ତ୍ୱରିତ ପଦକ୍ଷେପରୁ ଟଳିଗଲା ମହାମାରୀ

ତ୍ୱରିତ ପଦକ୍ଷେପରୁ ଟଳିଗଲା ମହାମାରୀ

ବ୍ରହ୍ମପୁର ଅଫିସ,୨୩ା୧୦-ବାତ୍ୟା ତିତ୍‌ଲି ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲା ପ୍ରଭାବିତ ହୋଇଥିଲା। ଅଧିକାଂଶ ବ୍ଲକର ବିଭିନ୍ନ ଗ୍ରାମ ଜଳମଗ୍ନ ହୋଇଥିଲା। ଏପରିକି ଘରେ ମଧ୍ୟ ପାଣି ପଶି ଯାଇଥିଲା। 

ନିଖୋଜର ୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର: ରକ୍ତଭିଜା ଛୁରୀ ଜବତ

ନିଖୋଜର ୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର: ରକ୍ତଭିଜା ଛୁରୀ ଜବତ

ବୁଗୁଡ଼ା,୨୨ା୧୦(ଡି.ଏନ.ଏ.)- ବୁଗୁଡ଼ା ଥାନା ବେତାରସିଙ୍ଗି ପାହାଡ଼ ପଛପଟୁ ସୋମବାର ମଧ୍ୟାହ୍ନରେ ବୁଗୁଡ଼ା ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ସହ ଏକ ରକ୍ତଭିଜା ଛୁରୀ ଜବତ କରିଛି। ମୃତକ ଜଣକ ହେଲେ ଲକ୍ଷ୍ମୀ ପ୍ରଧାନ (୨୮)। ଲକ୍ଷ୍ମୀଙ୍କ ମା’ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପୋଲିସକୁ କହିଛନ୍ତି। ଏନେଇ ନଂ. ୨୪୫/୧୮ରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି। ଏଥିସହ ହତ୍ୟାକାଣ୍ଡର ତଦନ୍ତ ଚାଲୁ ରଖିବା ସହ ହତ୍ୟାକାରୀ ତୁରନ୍ତ ଧରାଯିବ ବୋଲି ପୋଲିସ କହିଛି।

ଏନ୍‌କାଉଣ୍ଟରରେ ଆହତ କାଳୁ ବିଶ୍ୱାଳ ଗିରଫ

ଏନ୍‌କାଉଣ୍ଟରରେ ଆହତ କାଳୁ ବିଶ୍ୱାଳ ଗିରଫ

ଆସିକା,୨୨।୧୦(ଡି.ଏନ୍‌.ଏ)- ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଚାରିମଇଲି ଛକ ନିକଟରେ ଅଗଷ୍ଟ ୯ରେ ପୋଲିସ ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ୱାଳ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧିନ ଥିଲେ। କାଳୁ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯାଇ ସୋମବାର ଅଫରାହ୍ନରେ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି।

ଜୁଆ ଆଡ୍ଡାରେ ଚଢ଼ାଉ, ୩୧ ଗିରଫ

ଜୁଆ ଆଡ୍ଡାରେ ଚଢ଼ାଉ, ୩୧ ଗିରଫ

ଭଞ୍ଜନଗର,୨୨।୧୦(ଡି.ଏନ.ଏ.)-ଭଞ୍ଜନଗର ପୋଲିସ ସୋମବାର ୫ଟି ଜୁଆ ଆଡ୍ଡାରେ ଚଢାଉ କରି ୩୧ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୬୮ହଜାର ୮୯୦ ଟଙ୍କା, ୧୦ଟି ମୋବାଇଲ ଫୋନ୍‌ ସମେତ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।