Dharitri News
ରାଜ୍ୟ |

ହାଉସ୍‌ସର୍ଜନ ଷ୍ଟାଇପେଣ୍ଡ୍‌ ୨୦,୦୦୦ ଟଙ୍କାକୁ ବୃଦ୍ଧି: ୨୦୧୭ ଏପ୍ରିଲ ପହିଲାରୁ ପିଛିଲା ଭାବେ ଲାଗୁ

ହାଉସ୍‌ସର୍ଜନ ଷ୍ଟାଇପେଣ୍ଡ୍‌ ୨୦,୦୦୦ ଟଙ୍କାକୁ ବୃଦ୍ଧି: ୨୦୧୭ ଏପ୍ରିଲ ପହିଲାରୁ ପିଛିଲା ଭାବେ ଲାଗୁ ଭୁବନେଶ୍ୱର,୧।୧(ବ୍ୟୁରୋ): ନବବର୍ଷ ୨୦୧୮ର ପ୍ରଥମ ଦିନରେ ରାଜ୍ୟ ସରକାର ତିନୋଟି ମେଡିକାଲ କଲେଜ ହସ୍‌ପିଟାଲର ହାଉସ୍‌ସର୍ଜନମାନଙ୍କୁ ନୂଆଭେଟି ଦେଇଛନ୍ତି। କିଛିଦିନ ତଳେ ଷ୍ଟାଇପେଣ୍ଡ୍‌ ବୃଦ୍ଧି ନେଇ ଆନ୍ଦୋଳନରେ ବସିଥିବା ହାଉସସର୍ଜନଙ୍କ ଷ୍ଟାଇପେଣ୍ଡ ୨୦,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୋମବାର ଏ ସମ୍ପର୍କିତ ଘୋଷଣା କରିବା ସହ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରିଛନ୍ତି। ପୁର୍ବରୁ ହାଉସ୍‌ସର୍ଜନମାନେ ୧୫,୦୦୦ ଟଙ୍କା ଷ୍ଟାଇପେଣ୍ଡ୍‌ ପାଉଥିଲେ। କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ, ବ୍ରହ୍ମପୁର ମେଡିକାଲ କଲେଜ ଓ ହସ୍‌ପିଟାଲ ଏବଂ ବୁର୍ଲା ଭିମ୍‌ସାରରେ କାର୍ଯ୍ୟ କରୁଥିବା ପ୍ରାୟ ୬୫୦ ହାଉସ୍‌ସର୍ଜନ ଏହି ନିଷ୍ପତ୍ତି ଦ୍ୱାରା ଉପକୃତ ହେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଗତ ଏପ୍ରିଲ ପହିଲା,୨୦୧୭ ଠାରୁ ଏହା ପିଛିଲା ଭାବେ ଲାଗୁ କରାଯିବ। କିଛିଦିନ ତଳେ ଏକାଧିକ ଦାବି ନେଇ ହାଉସ୍‌ସର୍ଜନମାନେ ଆନ୍ଦୋଳନରତ ଥିଲେ। ସେଥିମଧ୍ୟରୁ ଷ୍ଟାଇପେଣ୍ଡ୍‌ ବୃଦ୍ଧି ପ୍ରମୁଖ ଦାବି ଥିଲା। ତାହାକୁ ବୃଦ୍ଧି କରାଯିବା ନେଇ ଅତୀତରେ ସ୍ବାସ୍ଥ୍ୟମନ୍ତ୍ରୀ ଜେନା ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ଅର୍ଥ ବିଭାଗର ସହମତି କ୍ରମେ ଷ୍ଟାଇପେଣ୍ଡ ବୃଦ୍ଧି ନିଷ୍ପତ୍ତି ଉପରେ ସରକାରୀ ମୋହର ବାଜିଥିଲା। ଏହି ଘୋଷଣା ହେବା ପରେ ହାଉସ୍‌ସର୍ଜନ ସଂଘ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଂଘର ରାଜ୍ୟ ସଭାପତି ଡାକ୍ତର ପ୍ରସନ୍ନଜିତ୍‌ ପଟ୍ଟନାୟକ କହିଛନ୍ତି ଯେ, ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିବାରୁ କୃତଜ୍ଞତା ଜଣାଉଛୁ। ନୂଆବର୍ଷରେ ଏହା ଆମ ପାଇଁ ଭେଟି।

ରାଜ୍ୟ |

ଓଡ଼ିଶା ପୋଲିସର ୩ ଅଧିକାରୀ ପୁରସ୍କୃତ ହେବେ

ଓଡ଼ିଶା ପୋଲିସର ୩ ଅଧିକାରୀ ପୁରସ୍କୃତ ହେବେ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ୨୦୧୮ ପାଇଁ ପୋଲିସ ସାହସିକତା ପୁରସ୍କାର ବୁଧବାର ଘୋଷଣା କରାଯାଇଛି। ଓଡ଼ିଶାର ୩ ପୋଲିସ ଅଧିକାରୀ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।

ରାଷ୍ଟ୍ରପତି ପୁରସ୍କାର ପାଇଲେ ମମତା

ରାଷ୍ଟ୍ରପତି ପୁରସ୍କାର ପାଇଲେ ମମତା

କେନ୍ଦ୍ରାପଡ଼ା ଅଫିସ/ରାଜନଗର,(ଡି.ଏନ୍‌.ଏ.) ୨୪।୧- ବଡ଼ ଭଉଣୀକୁ କୁମ୍ଭୀର ମୁହଁରୁ ବଞ୍ଚାଇ ସାହସିକତା ପରିଚୟ ଦେଇଥିଲେ ରାଜନଗରର କୁନି ଝିଅ ମମତା ଦଳାଇ। ଏ ନେଇ ତାଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ସାହସିକତା ପୁରସ୍କାର ମିଳିବାକୁ ଯାଉଛି। ଏଥିପାଇଁ ମମତା ଦିଲ୍ଲୀରେ ପହଞ୍ଚତ୍ଥିବା ବେଳେ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପୁରସ୍କୃତ ହୋଇଛନ୍ତି।

ରାଜନଗରରେ କଂଗ୍ରେସ ଓ ଭାଜପା ପକ୍ଷରୁ ବନ୍ଦ ପାଳନ

ରାଜନଗରରେ କଂଗ୍ରେସ ଓ ଭାଜପା ପକ୍ଷରୁ ବନ୍ଦ ପାଳନ

ରାଜନଗର, ୨୪।୧ (ଡି.ଏନ୍‌.ଏ.)- କୁନ୍ଦୁଲି ଗଣ ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ କଂଗ୍ରେସ ଓ ଭାଜପା ପକ୍ଷରୁ ବୁଧବାର ବନ୍ଦ ପାଳନ କରାଯାଉଛି।

ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ବନ୍ଦପାଳନ

ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ବନ୍ଦପାଳନ

ନୟାଗଡ଼ ଅଫିସ, ୨୪।୧: ନୟାଗଡ଼ ଜିଲା ଭାଜପା ଓ କଂଗ୍ରେସ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଓ ହରତାଳ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି।

ସାରା ରାଜ୍ୟରେ ବନ୍ଦ ପାଳନର ପ୍ରଭାବ

ସାରା ରାଜ୍ୟରେ ବନ୍ଦ ପାଳନର ପ୍ରଭାବ

ଭୁବନେଶ୍ୱର,୨୪।୧(ବ୍ୟୁରୋ): କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଓ ଭାଜପାର ୧୨ ଘଣ୍ଟିଆ ହରତାଳର ପ୍ରଭାବ ସାରା ଓଡ଼ିଶାରେ ପରିଲକ୍ଷିତ ହୋଇଛି। ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଯାନବାହନ ଚଳାଚଳ ବନ୍ଦ ରହିଛି। ଷ୍ଟେଶନରେ ଯାତ୍ରୀମାନେ ବସି ରହିଛନ୍ତି।

ଦାରିଙ୍ଗବାଡ଼ିରେ ବନ୍ଦ ପାଳନ

ଦାରିଙ୍ଗବାଡ଼ିରେ ବନ୍ଦ ପାଳନ

ଦାରିଙ୍ଗବାଡ଼ି, ୨୪।୧(ଡି.ଏନ୍‌.ଏ.): କୋରାପୁଟ କୁନ୍ଦୁଲି ପୀଡ଼ିତା ନ୍ୟାୟ ନ ପାଇ ଆତ୍ମହତ୍ୟା କରିଥିବା ଅଭିଯୋଗରେ ବୁଧବାର କଂଗ୍ରେସ ଓ ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।

ଜଳୁଛି କୁନ୍ଦୁଲି ନିଆଁ: ପୋଲିସ ସହ ଧସ୍ତାଧସ୍ତି

ଜଳୁଛି କୁନ୍ଦୁଲି ନିଆଁ: ପୋଲିସ ସହ ଧସ୍ତାଧସ୍ତି

କଟକ ଅଫିସ, ୨୪।୧: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ସୃଷ୍ଟି ହୋଇଥିବା ଝଡ଼ ଘନୀଭୂତ ହେବାରେ ଲାଗିଛି। ପୋଲିସ ମୁଖ୍ୟାଳୟ ସମ୍ମୁଖରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

ପୁରୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ପୁରୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ପୁରୀ ଅଫିସ, ୨୪।୧: କୋରାପୁଟ କୁନ୍ଦୁଲି ପୀଡ଼ିତା ନ୍ୟାୟ ନ ପାଇ ଆତ୍ମହତ୍ୟା କରିଥିବା ଅଭିଯୋଗରେ ବୁଧବାର କଂଗ୍ରେସ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଏବଂ ଭାଜପା ହରତାଳ ଡାକରା ଦେଇଛି। ଏହାର ଆଂଶିକ ପ୍ରଭାବ ପୁରୀରେ ପଡ଼ିଛି। ସହରରେ ଦୋକାନ ବଜାର କାଁଭାଁ ବନ୍ଦ ରହିଛି।

୫୦ ଭାଜପା କର୍ମୀ ଅଟକ

୫୦ ଭାଜପା କର୍ମୀ ଅଟକ

ଭୁବନେଶ୍ୱର,୨୪।୧(ବ୍ୟୁରୋ): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ନେଇ ବୁଧବାର ଭାଜପା ପକ୍ଷରୁ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ହରତାଳ କରାଯାଉଛି।

ସତ୍ୟବାଦୀ, ସମ୍ବଲପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ସତ୍ୟବାଦୀ, ସମ୍ବଲପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ସତ୍ୟବାଦୀ ଓ ସମ୍ବଲପୁର ସଡ଼କ ଦୁର୍ଘଟଣାରେ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଦେବା ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌: ୪ ମୃତ, ୩୨ ଉଦ୍ଧାର

ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌: ୪ ମୃତ, ୩୨ ଉଦ୍ଧାର

ସମ୍ବଲପୁର/ମାନେଶ୍ୱର/ପଡିଆବାହାଲ, ୨୪।୧ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ପଡିଆବାହାଲ ନିକଟସ୍ଥ ଗଉଡପାଲି ବ୍ରିଜ୍‌ ଉପରୁ ମଙ୍ଗଳବାର ରାତିରେ ମାଳତି ନଦୀ ତଳକୁ ଏକ ଯାତ୍ରୀବାହୀ ବସ୍‌ ଖସି ପଡିଛି । ବୈଷ୍ଣୋଦେବୀ ନାମକ ଏହି ଯାତ୍ରୀବାହୀ ବସ୍‌ (ଓଡି ୧୫ ଏଫ୍‌-୯୦୧୧)ଟି ସମ୍ବଲପୁରରୁ କେନ୍ଦୁଝର ଯାଉଥିଲା। ହେଲେ ରାତି ପ୍ରାୟ ୧୦ ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୫୨ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ ଭିତରୁ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ଆଜି କଂଗ୍ରେସର ୧୨ଘଣ୍ଟିଆ ଓଡ଼ିଶା ବନ୍ଦ

ଆଜି କଂଗ୍ରେସର ୧୨ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୨୪।୧(ବ୍ୟୁରୋ):କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଏନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପ୍ରସାଦ ହରିଚନ୍ଦନ ସୂଚନା ଦେଇଛନ୍ତି।