ରାଜ୍ୟ |

ବନ୍ଦ ହେଲା ୭ ଖଣି

ବନ୍ଦ ହେଲା ୭ ଖଣି

ଭୁବନେଶ୍ୱର, ୧।୧(ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶାରେ ବେଆଇନ ଭାବେ ଖଣିଜ ଉତ୍ତୋଳନ ଏବଂ ଅନ୍ୟାନ୍ୟ ଆଇନର ଉଲ୍ଲଂଘନ କରିଥିବା ଖଣି ମାଲିକମାନଙ୍କ ଠାରୁ ଜରିମାନା ଆଦାୟର ସମୟସୀମା ରବିବାର ଶେଷ ହୋଇସାରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଜରିମାନା ରାଶି ପ୍ରଦାନ କରି ନ ଥିବା ୭ଟି ଖଣିକୁ ରାଜ୍ୟ ସରକାର ସୋମବାର ବନ୍ଦ କରିଦେଇଛନ୍ତି। ବନ୍ଦ ଖଣିଗୁଡିକ ହେଉଛି, ରାଜ୍ୟ ସରକାରଙ୍କ ପରିଚାଳିତ ଇଡ୍‌କଲ୍‌ର ରୋଇଡା ଖଣି, ଏସେଲର କୋଇଡା ଖଣି, ସିରାଯୁଦ୍ଧିନ୍‌ କମ୍ପାନୀର ବଳଦା ଖଣି, ମେସ୍କୋର ରୋଇଡା ଖଣି, ନ୍ୟାଶନାଲ୍‌ ଏଣ୍ଟରପ୍ରାଇଜେସ୍‌ର କୋଇଡା ଖଣି, କ୍ରପ୍‌ ରିସୋର୍ସେସ୍‌ର ତନ୍ତ୍ର ମାଇନ୍ସ, ଓଏମଏମର ପଟବେଡା ଖଣି। ଜରିମାନା ବାବଦକୁ ଏହି ଖଣି ଲିଜ୍‌ଧାରୀମାନେ ପାଖାପାଖି ୪ହଜାର କୋଟି ଟଙ୍କା ଦେବାର ଥିଲା, ମାତ୍ର ନ ଦେବାରୁ ଏଗୁଡିକୁ ବନ୍ଦ କରିଦିଆଯାଇଛି। ରାଜ୍ୟରେ ଛୋଟବଡ ହୋଇ ୫୪ଟି ଖଣି କାର୍ଯ୍ୟରତ ରହିଛି। ସେଥି ମଧ୍ୟରୁ ୪୬ଟି ଆଇରନ୍‌ ଓର୍‌ ଖଣି ରହିଥିଲା ବେଳେ ୮ଟି ମାଙ୍ଗାନିଜ ଖଣି ଅଛି। ସେହି ଖଣିଗୁଡିକ ମଧ୍ୟରୁ ୪୨ଟିର ମାଲିକ ତାଙ୍କ ଜରିମାନା ରାଶିକୁ ନିର୍ଦ୍ଧାରିତ ସମୟ ଭିତରେ ପଇଠ କରିଛନ୍ତି। ବେଆଇନ ଖଣିଜ ଉତ୍ତୋଳନ କରିୁଥିବା ଖଣି ଲିଜଧାରୀଙ୍କ ଠାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସିଇସି(ସେଣ୍ଟ୍ରାଲ ଏମ୍ପାଓ୍ବାର କମିଟି) ପକ୍ଷରୁ ଜରିମାନା ରାଶି ବାବଦକୁ ୧୭,୫୦୦କୋଟି ଟଙ୍କା ଆଦାୟ ପାଇଁ ସ୍ଥିର କରାଯାଇଥିଲା। ତେବେ ଏହି ନିର୍ଦ୍ଧାରିତ ଜରିମାନା ରାଶି ମଧ୍ୟରୁ ରାଜ୍ୟ ସରକାର ମାତ୍ର ୮,୨୨୩କୋଟି ଟଙ୍କା ଆଦାୟ କରିଛନ୍ତି। ଏହାସହ ରାଜ୍ୟରେ ବନ୍ଦ ରହିଥିବା ୧୦୨ଟି ଖଣି ମଧ୍ୟରୁ ପାଖାପାଖି ୩୦ଟି ଖଣି ମାଲିକ ସେମାନଙ୍କର ଜରିମାନା ରାଶି ପ୍ରଦାନ କରିଛନ୍ତି। ଏନେଇ ସୋମବାର ଖଣି ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ଖଣି ବିଭାଗ ନିର୍ଦ୍ଦେଶକ ଦୀପକ କୁମାର ମହାନ୍ତି କହିଛନ୍ତି, ୭ଟି ଖଣିକୁ ବନ୍ଦ କରିଦିଆଯାଇଛି। ଏହି ଖଣି ମାଲିକମାନଙ୍କ ମଧ୍ୟରୁ କେତେ ଜଣ କିଛି ଜରିମାନା ପଇଠ କରିଛନ୍ତି। ସମ୍ପୂର୍ଣ୍ଣ ଜରିମାନା ଅର୍ଥ ପଇଠ ନ କରିଥିବାରୁ ସେମାନଙ୍କ ଖଣିକୁ ବନ୍ଦ କରାଯାଇଛି। ଆଗକୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବେଆଇନ ଭାବରେ ଖଣିଜ ଦ୍ରବ୍ୟ ଉତ୍ତୋଳନ କରୁଥିବା ଖଣି ମାଲିକଙ୍କ ଠାରୁ ଶତ ପ୍ରତିଶତ ଜରିମାନା ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ୨୦୧୭ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଖଣି ମାଲିକମାନଙ୍କୁ ସମୟ ଦିଆଯାଇଥିଲା। ରାଜ୍ୟରେ ୨୦୦୦ ରୁ ୨୦୧୦ ମସିହା ମଧ୍ୟରେ ଖଣି ଅନିୟମିତତା ହୋଇଥିବା ଦର୍ଶାଇ ରାଜ୍ୟ ସରକାର ଖଣି ଲିଜ୍‌ଧାରୀଙ୍କ ଠାରୁ ୬୪ହଜାର କୋଟି ଟଙ୍କା ଆଦାୟ କରିବାକୁ ସୁପ୍ରିମକୋର୍ଟରେ କହିଥିଲେ। ମାତ୍ର ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଜରିମାନା ରାଶି ଦେବାଲାଗି ଖଣି ମାଲିକମାନେ ସକ୍ଷମ ନ ଥିବା ସୁପ୍ରିମକୋର୍ଟରେ ଆବେଦନ ଜଣାଇଥିଲେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସିଇସି ପକ୍ଷରୁ ୧୮୦୦୦କୋଟି ଟଙ୍କା ଆଦାୟ ଲାଗି କୁହାଯାଇଥିଲା। ତେବେ ଏହି ନିର୍ଦ୍ଧାରିତ ରାଶି ମଧ୍ୟ ଖଣି ମାଲିକମାନେ ସମ୍ପୂର୍ଣ୍ଣଭାବେ ପଇଠ କରି ନାହାନ୍ତି। ତେଣୁ ଆଗକୁ ବଳକା ଜରିମାନା ରାଶିକୁ ରାଜ୍ୟ ସରକାର କିଭଳି ଆଦାୟ କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଆଦାୟ ହେବାକୁ ଥିବା ଜରିମାନା ରାଶିକୁ ଆଦିବାସୀମାନଙ୍କ ବିକାଶ ଦିଗରେ ଖର୍ଚ୍ଚ କରିବା ପାଇଁ ସୁପ୍ରିମକୋର୍ଟ କହିଥିଲେ। ତେବେ ବର୍ତ୍ତମାନ ଆଦାୟ ହୋଇଥିବା ଜରିମାନା ରାଶିକୁ ରାଜ୍ୟ ସରକାର କେଉଁ ଦିଗରେ ଖର୍ଚ୍ଚ କରୁଛନ୍ତି ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଏନେଇ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ଯେଉଁ ଖଣି ମାଲିକମାନେ ଜରିମାନା ରାଶି ସମ୍ପୂର୍ଣ୍ଣ ପଇଠ କରି ନାହାନ୍ତି ସେହିସବୁ ଖଣିକୁ ସୋମବାରଠାରୁ ବନ୍ଦ କରିଦିଆଯାଇଛି। ଜାନୁୟାରୀ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଅଛି। ଏହାପରେ ସେମାନଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାହା ନିଷ୍ପତ୍ତି ନେବେ ଜଣାପଡିବ ବୋଲି ସେ କହିଛନ୍ତି। ଆସନ୍ତା ୪ତାରିଖରେ ଏ ବାବଦରେ ରାଜ୍ୟ ସରକାର ସିଇସି ପାଖରେ ନିଜର ଷ୍ଟାଟସ୍‌ ରିପୋର୍ଟ ପ୍ରଦାନ କରିବେ।

All Right Reserved By

Model This Week

ନିକିତା

ରାଜ୍ୟ |

୨ମୁଣ୍ଡିଆ ବିରଳ ବାଛୁରୀ ଜନ୍ମ

୨ମୁଣ୍ଡିଆ ବିରଳ ବାଛୁରୀ ଜନ୍ମ

ପାଟକୁରା, ୨୪ା୪(ଡି.ଏନ୍‌.ଏ.)- ଗରଦପୁର ବ୍ଲକ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ କିଣିଲୋ ଗ୍ରାମର ରାଜକିଶୋର ପରିଡାଙ୍କ ଜର୍ସି ଗାଈ ସୋମବାର ଏକ ୨ ମୁଣ୍ଡିଆ ବାଛୁରୀ ଜନ୍ମ ଦେଇଛି। ବାଛୁରୀଟିର ୪ ଆଖି ଥିବାବେଳେ ୨ ପାଟି ଅଛି। ବାଛୁରୀ ଉଭୟ ପାଟିରେ ଖାଇପାରିବା ସହ ସବୁ ଆଖିରେ ଦେଖିପାରୁଛି। ରାଜକିଶୋର ବାଛୁରୀଟିକୁ ବୋତଲ ସାହାଯ୍ୟରେ କ୍ଷୀର ପିଆଉଛନ୍ତି। ଏହି ବିରଳ ବାଛୁରୀକୁ ଦେଖିବା ପାଇଁ ତାଙ୍କ ଘରେ ଏବେ ଲୋକଙ୍କ ଭିଡ ଜମିଛି।

ସଚେତନତା ଅଭାବରୁ ଦୁର୍ଘଟଣା ବଢ଼ୁଛି

ସଚେତନତା ଅଭାବରୁ ଦୁର୍ଘଟଣା ବଢ଼ୁଛି

କେନ୍ଦ୍ରାପଡା ଅଫିସ, ୨୪ା୪କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୨୯ତମ ସଡ଼କ ନିରାପତ୍ତା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ସୋମବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଏକ ସଚେତନତା ରଥ ଜିଲା ପରିକ୍ରମା ପାଇଁ ବାହାରିଛି। ଏହି ରଥକୁ ପରିବହନ କାର୍ଯ୍ୟାଳୟଠାରେ ଜିଲାପାଳ ରେଘୁ ଜୀ. ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଏଟିଏମରୁ ବାହାରିଲା ୧୦ ଚିରା ନୋଟ୍‌

ଏଟିଏମରୁ ବାହାରିଲା ୧୦ ଚିରା ନୋଟ୍‌

ବାଲିକୁଦା,୨୪ା୪(ସ୍ବ.ପ୍ର.): ସାରା ଦେଶରେ ଏଟିଏମରେ ଟଙ୍କାର ଅଭାବକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ଏଭଳି ସ୍ଥିତିରେ ବାଲିକୁଦା ମୁଖ୍ୟ ବଜାରଠାରେ ଥିବା ଏକ ଏଟିଏମ୍‌ରୁ ଚିରା ନୋଟ୍‌ ବାହାରିବା ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ କି ଦୁଇଟି ନୁହେଁ, ଲଗାତାର ଭାବେ ୧୦ଟି ଚିରା ନୋଟ୍‌ ବାହାରିବା ଏଠାରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଦିନକର କାହାଣୀ

ଦିନକର କାହାଣୀ

ଖବରକାଗଜ ବିକ୍ରେତା କର୍ଣ୍ଣ ନାଥ ଜଗତ୍‌ସିଂହପୁର ଅଫିସ,୨୪।୪: ସକାଳୁ ରାତି ପର୍ଯ୍ୟନ୍ତ ଖବରକାଗଜ ତାଙ୍କର ସାଥୀ। ଏହା ତାଙ୍କୁ ଅନେକ କଷ୍ଟ ଦେଇଛି ଓ କଷ୍ଟ ହରଣ ମଧ୍ୟ କରିଛି। ମାସେ କି ବର୍ଷେ ନୁହେଁ, ଦୀର୍ଘ ୩୫ ବର୍ଷ ଧରି ଅନେକ ଝଡ଼ଝଞ୍ଜା ମଧ୍ୟରେ ଲୋକଙ୍କ ପାଖରେ ଖବରକାଗଜ ପହଞ୍ଚାଇଆସୁଛନ୍ତି ସେ। ଏହା ଯେ ତାଙ୍କୁ କେବଳ ରୋଜଗାର ଦେଇଛି ତାହା ନୁହେଁ, ସମାଜରେ ପରିଚୟ ମଧ୍ୟ ଦେଇଛି। ଏହା ହେଉଛି ଜଗତ୍‌ସିଂହପୁର ସହରର ଖବରକାଗଜ ବିକ୍ରେତା କର୍ଣ୍ଣ ନାଥ(୫୫)ଙ୍କ କାହାଣୀ।

ସଞ୍ଜହେଲେ ଖୋଜାପଡ଼େ ମାଳିଆ ବରା

ସଞ୍ଜହେଲେ ଖୋଜାପଡ଼େ ମାଳିଆ ବରା

କୁଜଙ୍ଗ,୨୪ା୪(ସ୍ବ.ପ୍ର.)ଆଜ୍‌ବେଷ୍ଟସ୍‌ ଛପର ଛୋଟିଆ ଦୋକାନଟି ଦିନ ସାରା ବନ୍ଦ ରହିଥାଏ। କେବଳ ସଞ୍ଜହେଲେ ୨ଘଣ୍ଟା ଖୋଲା ହୋଇଥାଏ। ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଦୋକାନ ଆଗରେ ଭିଡ଼ ଜମିଥାଏ। ସମସ୍ତେ କହନ୍ତି ଆମକୁ ଆଗ ଦିଅ। ସନ୍ଧ୍ୟାରେ ସେହି ଦୋକାନ ଆଗରେ ଅଟକି ଗଲେ ଏସବୁ ଘଟଣା ଦେଖିବାକୁ ମିଳିଥାଏ। କାଗଜଖଣ୍ଡରେ ୪ଟି ଗରମ ବରା ରହିଥାଏ।

ସୁନ୍ଦରିଆ ପଞ୍ଚାୟତକୁ ଆଜି ମିଳିବ ଜାତୀୟ ପୁରସ୍କାର

ରସୁଲପୁର,୨୪।୪(ଡି.ଏନ୍‌.ଏ.)ଯାଜପୁର ଜିଲା ଧର୍ମଶାଳା ବ୍ଲକ ସୁନ୍ଦରିଆ ପଞ୍ଚାୟତର ସରପଞ୍ଚ ଗାୟତ୍ରୀ ପରିଡା ଜାତୀୟ ସ୍ତରରେ ପୁରସ୍କୃତ ହେବେ ା ଓଡ଼ିଶାର ଏକମାତ୍ର ସରପଞ୍ଚ ଭାବେ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ତାଙ୍କୁ ମଙ୍ଗଳବାର ମଧ୍ୟପ୍ରଦେଶର ଜବଲପୁରଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ତେବେ ଜାତୀୟ ପୁରସ୍କାରପ୍ରାପ୍ତ ସୁନ୍ଦୁରିଆର ଅସଲ ଚିତ୍ର କିନ୍ତୁ ପଦାରେ ପଡିଯାଇଛି। ଏଭଳି ପୁରସ୍କାର ଘୋଷଣା କେବଳ ହାସ୍ୟାସ୍ପଦ ବୋଲି ସୂଚନା ଅଧିକାରକର୍ମୀ ସର୍ବେଶ୍ୱର ବେଉରା କହିଛନ୍ତି। ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରିପାରୁ ନ ଥିବା ପଞ୍ଚାୟତକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯିବା ଲୋକ ଦେଖାଣିଆ । ଏହା କେବଳ କାଗଜପତ୍ରରେ ସମୀତ ବୋଲି ସେ କହିଛନ୍ତି । ଏଥିସହ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହୋଇଥିବା ଘୋଟାଲା ସମ୍ପର୍କରେ ହସ୍ତଗତ ହୋଇଥିବା ତଥ୍ୟକୁ ବେଉରା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।

ଲେଉଟିଆ କିଆରି ପାଲଟିଛି ଗାଗରପାଟିଆ ପ୍ରକଳ୍ପ

ଲେଉଟିଆ କିଆରି ପାଲଟିଛି ଗାଗରପାଟିଆ ପ୍ରକଳ୍ପ

ଯାଜପୁର ଜିଲାର ବିଞ୍ଝାରପୁର ବ୍ଲକ ଏକ ଗ୍ରାମାଞ୍ଚଳ। ପ୍ରାୟ ୮୦ ପ୍ରତିଶତ ପରିବାର କୃଷି ଉପରେ ନିର୍ଭରଶୀଳ। ତେବେ ଏଠାରେ ମାତ୍ର ୨୦ପ୍ରତିଶତ ଜଳସେଚନ ବ୍ୟବସ୍ଥା ରହିଛି। ଫଳରେ ଅଧିକାଂଶ ଚାଷୀ କେବଳ ବର୍ଷାଜଳ ଉପରେ ନିର୍ଭର କରି ଚାଷ କରିଥାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଗତ ୧୦ବର୍ଷ ମଧ୍ୟରେ ଏହି ବ୍ଲକର ବିଭିନ୍ନ ନାଳ ସଫେଇ ନାମରେ ଶହେ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର ହୋଇଥିଲେ ସୁଦ୍ଧା ଲୋକମାନେ ଏହାର ସୁପଳ ପାଇପାରି ନାହାନ୍ତି। ଗାଗରପାଟିଆ ନାଳର ପୁନରୁଦ୍ଧାର କାର୍ଯ୍ୟ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି। ଏହି ପ୍ରକଳ୍ପ ଠିକାଦାର, ଯନ୍ତ୍ରୀ ଓ ରାଜନେତାଙ୍କ ପାଇଁ ଏକ ଲେଉଟିଆ କିଆରି ସଦୃଶ ପାଲଟିଛି। ନାଳର ପୁନରୁଦ୍ଧାର ନାମରେ ମିଳିମିଶି ଲୁଟ୍‌ ଚାଲିଛି ବୋଲି ଅଭିଯୋଗ ହେଉଛି।

ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା

ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା

ପୁତୁରାଙ୍କୁ ଆଜୀବନ ଜେଲଝାରସୁଗୁଡ଼ା ଅଫିସ,୨୩ା୪-ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ୍‌ ଅଞ୍ଚଳରେ ଘଟିଥିବା ଏକ ହତ୍ୟାକାଣ୍ଡର ରାୟ ସୋମବାର ପ୍ରକାଶ ପାଇଛି। ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ପୁତୁରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅତିରିକ୍ତ ଜିଲା ଓ ଦୌରାଜଜ ସୌମେନ୍ଦ୍ର କୁମାର ରାଜଗୁରୁ ମାମଲାର ବିଚାର କରି ଅଭିଯୁକ୍ତ ପୁତୁରା ସୁରଥ ଖଣ୍ଡାଙ୍କୁ ଆଜୀବନ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦାୟ ହେଲେ ଅତିରିକ୍ତ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି ।

ରେଳ ବିଭାଗକୁ ଅବଗତ କଲା ବନ ବିଭାଗ ବାଗଡିହିରେ ବୁଲୁଛନ୍ତି ୪ ହାତୀ

ଝାରସୁଗୁଡ଼ା ଅଫିସ,୨୪ା୪- ହାଓଡା-ମୁମ୍ବାଇ ମେଲ ଟ୍ରେନ୍‌ରେ କଟି ୪ ହାତୀର ମୃତ୍ୟୁ ହେବାପରେ ବନ ବିଭାଗର ଚେତା ପଶିଛି। ଅପରପକ୍ଷରେ ରେଳ ବିଭାଗ ମଧ୍ୟ ଏହି ଘଟଣା ପରେ ସତର୍କ ହୋଇଯାଇଛି। ଜାତୀୟସ୍ତରରେ ଉଭୟ ବନ ବିଭାଗ ଏବଂ ରେଳ ବିଭାଗ ସମାଲୋଚିତ ହେବା ପରେ ବିଭାଗୀୟ ଅଧିକାରୀମାନେ ସଚେତନ ହୋଇଛନ୍ତି। କାରଣ ବର୍ତ୍ତମାନ ଝାରସୁଗୁଡ଼ା ଜିଲା ବାଗଡିହି ରେଞ୍ଜ ଅଞ୍ଚଳରେ ୪ଟି ହାତୀ ବୁଲୁଥିବା ବନ ବିଭାଗ ନଜରକୁ ଆସିଛି। ହାତୀ ବୁଲୁଥିବା ନଜରକୁ ଆସିବା ପରେ ତୁରନ୍ତ ବାଗଡିହି ରେଞ୍ଜ୍‌ ତରଫରୁ ଟ୍ରେନ୍‌ର ଗତି ସେହି ଅଞ୍ଚଳରେ ହ୍ରାସ କରିବାକୁ ବାଗଡିହି ଷ୍ଟେଶନକୁ ସୂଚନା ପ୍ରଦାନ କରାଯାଇଛି। ବାଗଡିହି ଷ୍ଟେଶନରୁ ସୂଚନା ପାଇଁ ଝାରସୁଗୁଡ଼ା ଷ୍ଟେଶନ କର୍ତ୍ତୃପକ୍ଷ ପ୍ରତ୍ୟେକ ଟ୍ରେନର ଲୋକ ପାଇଲଟଙ୍କୁ ସତର୍କ କରାଉଛନ୍ତି। ଗାଡିର ଗତି ହ୍ରାସ କରିବା ସହ ସତର୍କତାର ସହ ଟ୍ରେନ୍‌ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଉଛି।

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ ଟ୍ରାଫିକ୍‌ ନିୟମରେ ସଚେତନ ହେଲେ ଦୁର୍ଘଟଣା ହ୍ରାସ ପାଇବ

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ ଟ୍ରାଫିକ୍‌ ନିୟମରେ ସଚେତନ ହେଲେ ଦୁର୍ଘଟଣା ହ୍ରାସ ପାଇବ

ସୋନପୁର,୨୪।୪(ନି.ପ୍ର.)- ସୁବର୍ଣ୍ଣପୁରରେ ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଜିଲାପାଳ ଦାଶରଥି ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜନସାଧାରଣ ଟ୍ରାଫିକ୍‌ ନିୟମ ସମ୍ପର୍କରେ ସଚେତନ ହେଲେ ଦୁର୍ଘଟଣା ବହୁ ପରିମାଣରେ ହ୍ରାସ ପାଇବ ବୋଲି କହିଥିଲେ। ସେହିପରି ଗାଡି ଚାଳନା ବେଳେ ଚାଳକମାନେ ସଜାଗ ରହିଲେ ଦୁର୍ଘଟଣାକୁ କେତେକାଂଶରେ ଏଡାଯାଇ ପାରିବ ବୋଲି ଜିଲାପାଳ ମତ ଦେଇଥିଲେ।

ଷ୍ଟିଲ୍‌ସିଟିରେ ର଼୍ୟାମ୍ପ ଶୋ

ଷ୍ଟିଲ୍‌ସିଟିରେ ର଼୍ୟାମ୍ପ ଶୋ

ରାଉରକେଲା ଅଫିସ, ୨୪। ୪-ଷ୍ଟିଲସିଟି ରାଉରକେଲାରେ ଆୟୋଜିତ ପ୍ରଥମ ‘ରାଉରକେଲା ଫ୍ୟାଶନ ୱିକ’ ଶେଷ ହୋଇଛି। ଇସ୍ପାତ୍‌ ସହରରେ ପ୍ରଥମ କରି ଆୟୋଜିତ ହୋଇଥିବା ଏହି ଫ୍ୟାଶନ ଶୋ ରେ ନାମୀଦାମୀ ଡିଜାଇନରଙ୍କ ସ୍ବତନ୍ତ୍ର କଲେକ୍ସନରେ ର଼୍ୟାମ୍ପ ଶୋ ଅନୁଷ୍ଠିତ ହୋଇଥିଲା

ସିରିଡିରୁ କଣ୍ଟାବାଞ୍ଜିକୁ ପଦଯାତ୍ରା

ସିରିଡିରୁ କଣ୍ଟାବାଞ୍ଜିକୁ ପଦଯାତ୍ରା

ନୂଆପଡ଼ା ଅଫିସ,୨୪ା୪ମନରେ ଅସୁମାରୀ ଆଶା ଆଉ ପ୍ରଗାଢ ଈଶ୍ୱର ବିଶ୍ୱାସ। ମନ୍ଦିରଟିଏ ପ୍ରତିଷ୍ଠା କରିବେ। ଏହି ଦୃଢ଼ ବିଶ୍ୱାସ ମନରେ ପୋଷଣ କରି ପୁଟୁଳି ବାନ୍ଧି ସୁଦୂର ସିରିଡିରୁ କଣ୍ଟାବାଞି ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି କଣ୍ଟାବାଞିର ନଟୱର ସୋନି ।