ବ୍ରହ୍ମପୁର

ଜିଲା ବିଜେଡିର ନୂଆବର୍ଷ କର୍ମୀ ସମାବେଶରେ ଆହ୍ବାନ:‘ଚଳିତ ବର୍ଷକୁ ଚ୍ୟାଲେଞ୍ଜର ବର୍ଷ ଭାବେ ଗ୍ରହଣ କରନ୍ତୁ’

ଜିଲା ବିଜେଡିର ନୂଆବର୍ଷ କର୍ମୀ ସମାବେଶରେ ଆହ୍ବାନ:‘ଚଳିତ ବର୍ଷକୁ ଚ୍ୟାଲେଞ୍ଜର ବର୍ଷ ଭାବେ ଗ୍ରହଣ କରନ୍ତୁ’
ବ୍ରହ୍ମପୁର ଅଫିସ,୧।୧-ଗଞ୍ଜାମ ଜିଲାରେ ତୃଣମୂଳ ସ୍ତରରୁ ବିଜେଡି ସଂଗଠନକୁ ଅଧିକ ମଜଭୁତ କରିବାକୁ କର୍ମୀଙ୍କୁ ଆହ୍ବାନ ଦିଆଯାଇଛି। ଚଳିତବର୍ଷ ହେବାକୁ ଥିବା ପୌର ନିର୍ବାଚନ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସାଧାରଣ ନିର୍ବାଚନରେ ଏହି ବୃହତ୍ତମ ଜିଲାରେ ବିଜେଡି ଯେଭଳି ପୂର୍ବ ପରି ବାଜିମାତ କରିବ ସେଥିପାଇଁ ନେତା ଓ କର୍ମୀମାନେ ଏବେଠୁ ପ୍ରସ୍ତୁତ ହେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ବିରୋଧୀ ଦଳର ଅପପ୍ରଚାରକୁ ଠିକଣା ଭାବରେ ମୁକାବିଲା କରିବା ନିମନ୍ତେ ଚଳିତ ବର୍ଷକୁ କର୍ମୀମାନେ ଚ୍ୟାଲେଞ୍ଜର ବର୍ଷ ଭାବେ ଗ୍ରହଣ କରିବା ଲାଗି ପରାମର୍ଶ ଦିଆଯାଇଛି। ବ୍ରହ୍ମପୁରସ୍ଥିତ ଜିଲା ବିଜେଡି କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ନୂଆବର୍ଷ ବନ୍ଧୁମିଳନ ଓ କର୍ମୀ ସମାବେଶ କାର୍ଯ୍ୟକ୍ରମରେ ଏଭଳି ଅନେକ କଥା କୁହାଯାଇଥିଲା। ଦଳର ଜିଲା ସଭାପତି ତଥା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ବ୍ରହ୍ମପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ, ବିଏମସି ମେୟର କେ. ମାଧବୀ, ଡେପୁଟି ମେୟର ଜ୍ୟୋତ୍ସ୍ନା ନାୟକ, ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ଜିଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ, ଜିଲା ବିଜେଡି ଉପସଭାପତି ଉମା ଚରଣ ନାୟକ, ସାଧାରଣ ସମ୍ପାଦକ ଅନିଲ ସାହୁ ଓ ଜଗନ୍ନାଥ ସାବତ ଉଦ୍‌ବୋଧନ ଦେଇଥିଲେ। ପାଇକାରୀ ସମବାୟ ଭଣ୍ଡାର ସଭାପତି ସୁଧୀର କୁମାର ରାଉତ, ମହିଳା ବିଜେଡି ଜିଲା ସଭାନେତ୍ରୀ ସଂଘମିତ୍ରା ଦଳାଇ, ମହାନଗର ବିଜେଡି ସଭାପତି ବିଜୟ ସାମଲ, ଜିଲା ଯୁବ ବିଜେଡି ସଭାପତି ଧନଞ୍ଜୟ ରାଓ, ସାଧାରଣ ସମ୍ପାଦକ ଜଗଦୀଶ ସାବତ, ଛାତ୍ର ବିଜେଡି ଜିଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ଜିଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ କର୍ମୀ ଓ ଛାମୁଆ ସଂଗଠନର ନେତାମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକାରୀ କରିଥିବା ବହୁ ମୁଖ୍ୟ ଜନକଲ୍ୟାଣ ଯୋଜନାର ସଫଳ ଯେଭଳି ଲୋକେ ପାଇପାରିବେ ସେଥିପାଇଁ କର୍ମୀମାନେ ନିଷ୍ଠାପର ଭାବେ ଉଦ୍ୟମ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। କ୍ଷମତା ପାଇଁ ବିରୋଧୀ ଭାଜପାର ସ୍ବପ୍ନକୁ ଦିବା ସ୍ବପ୍ନରେ ପରିଣତ କରିବା ପାଇଁ ମିଳିତ ଉଦ୍ୟମ ଚଳାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
All Right Reserved By

ବ୍ରହ୍ମପୁର

ଆସିକା ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଆସିକା ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଆସିକା, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଆସିକାରେ ତିତ୍‌ଲି ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଅଞ୍ଚଳକୁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ। 

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଗଞ୍ଜାମ, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ବଡବଜାରରେ ଗଜଲକ୍ଷ୍ମୀ ପୂଜା ନିମନ୍ତେ ବୁଧବାର ରାତିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ା ବ୍ୟବସାୟୀ ସଂଘ ପକ୍ଷରୁ ଏହା ଆୟୋଜନ କରାଯାଉଛି । ଏହି ପୂଜା ୯ ଦିନ ଧରି ଚାଲିବ ।

ପାଣିରେ ବୁଡି ଦିବ୍ୟାଙ୍ଗଙ୍କ ମୃତ୍ୟୁ

ପାଣିରେ ବୁଡି ଦିବ୍ୟାଙ୍ଗଙ୍କ ମୃତ୍ୟୁ

ଭଞ୍ଜନଗର, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ନଡା ଗ୍ରାମର ଜଣେ ଦିବ୍ୟାଙ୍ଗଙ୍କର ଗୁରୁବାର ପାଣିରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିିଛି।

ତିତ୍‌ଲି ସହାୟତା ରାଶି ପାଇଁ ଲୋକଙ୍କ ଧାଡି

ତିତ୍‌ଲି ସହାୟତା ରାଶି ପାଇଁ ଲୋକଙ୍କ ଧାଡି

ଚନ୍ଦ୍ରଗିରି, ୧୮ା୧୦(ଡି.ଏନ.ଏ.)-ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରେ ତିତ୍‌ଲି ବାତ୍ୟାରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଲୋକେ ଏବେବି ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଛନ୍ତି। 

ବୁଗୁଡାରେ ଦୁର୍ଗାପୂଜା

ବୁଗୁଡାରେ ଦୁର୍ଗାପୂଜା

ବୁଗୁଡା, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ବୁଗୁଡା ଅଞ୍ଚଳରେ  ଦୁର୍ଗାପୂଜା ଜାକଜମକରେ ପାଳନ କରାଯାଉଛି। ବୁଗୁଡା ସହର ନୂତନ ବସ୍‌ଷ୍ଟାଣ୍ଡ, ମଦନମୋହନ ଛକ, ବିଦ୍ୟୁତ୍‌ କାର୍ଯ୍ୟାୟରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି । ଗୁରୁବାର ନବମୀ ପୂଜା ହେଉଥିବା ବେଳେ ଶୁକ୍ରବାର ଦଶମୀ ପୂଜା ଅନୁଷ୍ଠିତ ହେବ  । ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।

ବ୍ରାହ୍ମଣଛାଇରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ବ୍ରାହ୍ମଣଛାଇରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଶେରଗଡ, ୧୮ା୧୦(ଡି.ଏନ.ଏ.)- ଗଞ୍ଜାମ ଜିଲା ଶେରଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଛାଇରେ ବୁଧବାର ସନ୍ଧ୍ୟାରୁ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା ା

ଗୁଡିସର ଗ୍ରାମରେ ରିଲିଫ୍‌ ବଣ୍ଟନ

ଗୁଡିସର ଗ୍ରାମରେ ରିଲିଫ୍‌ ବଣ୍ଟନ

ଶେରଗଡ, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଶେରଗଡ ବ୍ଲକ ଅନ୍ତର୍ଗତ ଗୁଡିସର ଗ୍ରାମ ତିତ୍‌ଲି ବାତ୍ୟା ଓ ପରବର୍ତ୍ତୀ ସମୟରେ ହୋଇଥିବା ବନ୍ୟାରେ ବହୁ କ୍ଷତି ହୋଇଥିଲା ା

ଦୁର୍ଗାପୂଜା ପାଇଁ ରାଇକିଆ ଚଳଚଞ୍ଚଳ

ଦୁର୍ଗାପୂଜା ପାଇଁ ରାଇକିଆ ଚଳଚଞ୍ଚଳ

ରାଇକିଆ, ୧୮ା୧୦(ଡି.ଏନ.ଏ.)- କନ୍ଧମାଳ ଜିଲା ରାଇକିଆ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ା ପୂଜା କମିଟି ତରଫରୁ ମୁଖ୍ୟ ବଜାର ଛକରେ ଜାକଜକମର ଆୟୋଜନ କରାଯାଇଛି ା 

ମାଡ଼ ମାରି ମା’, ବାପାଙ୍କୁ ଘରୁ ବାହାର କଲେ ପୁଅ

ମାଡ଼ ମାରି ମା’, ବାପାଙ୍କୁ ଘରୁ ବାହାର କଲେ ପୁଅ

ଦାରିଙ୍ଗବାଡ଼ି,୧୮।୧୦,(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି  ବ୍ଲକ ସୋନପୁର ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି ା ଜଣେ ପୁଅ ନିଶାସକ୍ତ ଅବସ୍ଥାରେ ତାଙ୍କ ମା’ ବାପାଙ୍କୁ ଭିଷଣ ମାଡ଼ ମାରିବା ସହ ଘରୁ ବାହାର କରି ଦେଇଛନ୍ତି ା

ଗରମପାଣି ଢାଳି ହୋଇ ମହିଳା ଗୁରୁତର

ଗରମପାଣି ଢାଳି ହୋଇ ମହିଳା ଗୁରୁତର

ଦିଗପହଣ୍ଡି, ୧୮ା୧୦(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଆଙ୍କୋରୋଡା ପଞ୍ଚାୟତ ରାଜପୁର ଗ୍ରାମରେ ଗୁରୁବାର ଗରମପାଣି ଢାଳି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। 

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଆସିକା ଗସ୍ତ

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଆସିକା ଗସ୍ତ

ଆସିକା, ୧୮ା୧୦(ଡି.ଏନ.ଏ.)-ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ପୂର୍ବାହ୍ନରେ ଆସିକା ବନ୍ୟାଞ୍ଚଳ ପରିଦର୍ଶନରେ ଆସିଥିଲେ।

ଭଞ୍ଜ ସଙ୍ଗୀତ ଆସର

ଭଞ୍ଜ ସଙ୍ଗୀତ ଆସର

ଭଞ୍ଜନଗର,୧୮।୧୦(ଡି.ଏନ୍‌.ଏ.-ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ପୋଲସରା ନିକଟସ୍ଥ ଗୁଡ଼ିଆପଲ୍ଲୀଠାରେ ବୁଧବାର ସନ୍ଧ୍ୟାରେ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଗୁରୁ ରଙ୍କନିଧି ବେହେରା ଉଦ୍ଘାଟନ କରିଥିଲେ ।