ବ୍ରହ୍ମପୁର

ବିଦେଶୀ ପକ୍ଷୀଙ୍କ ପସନ୍ଦ ଉଷ୍ଣ ଆଦ୍ରଭୂମି

ବିଦେଶୀ ପକ୍ଷୀଙ୍କ ପସନ୍ଦ ଉଷ୍ଣ ଆଦ୍ରଭୂମି

ବ୍ରହ୍ମପୁର ଅଫିସ,୧।୧ -ବ୍ରହ୍ମପୁର ଆଞ୍ଚଳିକ ବନଖଣ୍ଡ ଅନ୍ତର୍ଗତ ୪ଟି ରେଞ୍ଜରେ ଆସନ୍ତା ୩ତାରିଖରେ ପକ୍ଷୀଗଣନା କରାଯିବ। ଦିଗପହଣ୍ଡି, ବ୍ରହ୍ମପୁର, ଖଲ୍ଲିକୋଟ ଏବଂ ସାମନ୍ତିଆପଲ୍ଲୀ ରେଞ୍ଜ ଅଧୀନରେ ଜଳ ସହ ସଂଶ୍ଳିଷ୍ଟ ପକ୍ଷୀଙ୍କ ଗଣନା ହେବ। ବର୍ତ୍ତମାନ ଶୀତ ପଡ଼ୁଥିବା ବେଳେ ଗଞ୍ଜାମ ଜିଲାର ଉପକୂଳ ଅଞ୍ଚଳଗୁଡ଼ିକରେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇସାରିଲାଣି। ମୁଖ୍ୟତଃ ଉପକୂଳ ଅଞ୍ଚଳରେ ଉଷ୍ଣ ଆଦ୍ରଭୂମି ରହୁଥିବା ଯୋଗୁ ଏହି ପରିବେଶ ବିଦେଶୀ ପକ୍ଷୀଙ୍କୁ ବେଶ୍‌ ସୁହାଉଛି। ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ରେଞ୍ଜ ଅଧୀନରେ ୮ ସ୍ଥାନରେ ପକ୍ଷୀ ଗଣନା ହେବାକୁ ଥିବା ବେଳେ ବ୍ରହ୍ମପୁର ରେଞ୍ଜ ଅଧୀନରେ ୮, ଦିଗପହଣ୍ଡି ରେଞ୍ଜ ଅଧୀନରେ ୧୧ ଏବଂ ସାମନ୍ତିଆପଲ୍ଲୀ ରେଞ୍ଜ ଅଧୀନରେ ୪ ସ୍ଥାନକୁ ଚିହ୍ନଟ କରାଯାଇଛି। ଖଲ୍ଲିକୋଟ ରେଞ୍ଜ ଅଧୀନ କଲରାବାଡ଼ି, ହୁମା ଲୁଣ ଫାର୍ମ, ଋଷିକୁଲ୍ୟା ମୁହାଣ, ରାଜଘାଇ, ଖଇରଖମା, ପଥୁରୀନାଳ, ଚମ୍ପେଇଘାଇ ଏବଂ କେନ୍ଦୁଆଘାକୁ ଚିହ୍ନଟ କରାଯାଇଛି। ସେହିଭଳି ଦିଗପହଣ୍ଡି ରେଞ୍ଜ ଅଧୀନ ଓଡ଼ାସିଙ୍ଗି ସାଗର, ଘୋଡ଼ାହାଡ଼, ତଳସାଗର, ଖଇରବାଙ୍କ, ପଲାସପୁର, ଆମ୍ବଡ଼ା ପୋଖରୀ, କଳିଙ୍ଗଦଳା ଡ୍ୟାମ୍‌, ଚକ୍ରବର୍ତ୍ତୀ ସାଗର, ଖଣିଖଳା, ମଦନମୋହନ ସାଗର ଏବଂ ବଗଳା ପୋଖରୀରେ ପକ୍ଷୀ ଗଣନା ହେବ। ବ୍ରହ୍ମପୁର ରେଞ୍ଜ ଅଧୀନ ତାମ୍ପରା ହ୍ରଦ, ରାଉତରାୟ ପୋଖରୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୋଖରୀ, ଗୋବିନ୍ଦପୁର ପୋଖରୀ, ପାତ୍ରପୁର ପୋଖରୀ, ଚୈତନ୍ୟପଡ଼ା ପୋଖରୀ, ସମରଝୋଳ ପୋଖରୀ ଏବଂ ଅନ୍ତେଇ ପୋଖରୀକୁ ଚିହ୍ନଟ କରାଯାଇଛି। ସେହିଭଳି ସାମନ୍ତିଆପଲ୍ଲୀ ରେଞ୍ଜ ଅଧୀନ ପଣ୍ଡା ସାଗର, କଳିଙ୍ଗଦଳା, ମୁକୁନ୍ଦପୁର ସାଗର ଏବଂ ବାଘଲଟି ଆଦି ରହିଛି। ପ୍ରତ୍ୟେକ ଜାଗାରେ ୨ଜଣ ବନ କର୍ମଚାରୀ ପକ୍ଷୀ ଗଣନାରେ ନିୟୋଜିତ ହେବେ। ଗଣନା ସରିବା ପରେ ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ଦିଆଯାଇଛି।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ପକ୍ଷୀଙ୍କ ସଂଖ୍ୟା କମୁଛି। ୨୦୧୭ରେ ଏହି ୪ ରେଞ୍ଜରେ ପକ୍ଷୀଗଣନା ହୋଇଥିଲା। ବିଭିନ୍ନ ପ୍ରଜାତିର ୮୨ଟି ପକ୍ଷୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ସଂଖ୍ୟା ଥିଲା ୧୩ହଜାର ୫୧। ଖଲ୍ଲିକୋଟ ରେଞ୍ଜରେ ସର୍ବାଧିକ ୬ହଜାର ୪୬୦ ପକ୍ଷୀ ଥିବା ବେଳେ ବ୍ରହ୍ମପୁର ରେଞ୍ଜ ଅଞ୍ଚଳରେ ୪ହଜାର ୪୦୩, ଦିଗପହଣ୍ଡି ରେଞ୍ଜରେ ୧ ହଜାର ୯ ଏବଂ ସାମନ୍ତିଆପଲ୍ଲୀ ରେଞ୍ଜ ଅଧୀନରେ ୧ହଜାର ୧୭୯ ପକ୍ଷୀ ରହିଲେ। ଏମାନଙ୍କ ମଧ୍ୟରେ ଚନ୍ଦନ ହଂସଙ୍କ ସଂଖ୍ୟା ଥିଲା ସର୍ବାଧିକ ଅର୍ଥାତ୍‌ ୮ଶହ। ସେହିଭଳି ପାଣିକୁଆଙ୍କ ସଂଖ୍ୟା ୭୨୫, ପାଣି ହଂସଙ୍କ ସଂଖ୍ୟା ୬ଶହ ଏବଂ ଗେଣ୍ଡାଳିଆଙ୍କ ସଂଖ୍ୟା ୨୧୦ ରହିଥିଲା। ୨୦୧୬ରେ ମୋଟ ପକ୍ଷୀଙ୍କ ସଂଖ୍ୟା ଥିଲା ୧୩ହଜାର ୯୬୦। ଖଲ୍ଲିକୋଟ ରେଞ୍ଜ ଅଞ୍ଚଳରେ ୭ହଜାର ୬୩୨ ପକ୍ଷୀ ରହିଥିବା ବେଳେ ଦିଗପହଣ୍ଡି ରେଞ୍ଜ ଅଞ୍ଚଳରେ ୬୯୨, ସାମନ୍ତିଆପଲ୍ଲୀ ରେଞ୍ଜ ଅଞ୍ଚଳରେ ୧ ହଜାର ୧୯୭ ଏବଂ ବ୍ରହ୍ମପୁର ରେଞ୍ଜ ଅଧୀନରେ ୪ହଜାର ୪୩୯ ରହିଥିଲା। ଏହି ବର୍ଷ କାଦମ୍ବ ହଂସଙ୍କ ସଂଖ୍ୟା ସର୍ବାଧିକ ୭ଶହ ରହିଥିବା ବେଳେ ସାମୁଦ୍ରିକ କୁଆଙ୍କ ସଂଖ୍ୟା ୫ଶହ, ଗେଣ୍ଡାଳିଆଙ୍କ ସଂଖ୍ୟା ୫ଶହ ରହିଥିଲା। ୨୦୧୫ରେ ଗଣନା ବେଳେ ପକ୍ଷୀଙ୍କ ସଂଖ୍ୟା ରହିଥିଲା ୧୩ହଜାର ୮୩୪। ଗଞ୍ଜାମ ଜିଲାର ସମୁଦ୍ର ଉପକୂଳ ଅଞ୍ଚଳରେ ବିଦେଶୀ ପକ୍ଷୀ ଯଥା ଚନ୍ଦନ ହଂସ, କାଦମ୍ବ ହଂସ, କଳା ହଂସ ଏବଂ ସାମୁଦ୍ରିକ କୁଆଙ୍କ ସଂଖ୍ୟା ଅଧିକ ଦେଖାଦିଏ। କାରଣ ଉକକୂଳ ଅଞ୍ଚଳ ଉଷ୍ଣ ଆଦ୍ରଭୂମି ହୋଇଥିବାରୁ ଜଳବାୟୁ ସାମାନ୍ୟ ଉଷ୍ମ ହୋଇଥାଏ। ଏହି ଜଳବାୟୁ ବିଦେଶୀ ପକ୍ଷୀଙ୍କୁ ସୁହାଉଥିବା ଯୋଗୁ ଏହି ଅଞ୍ଚଳଟି ସେମାନଙ୍କ ପସନ୍ଦ ଜାଗା ହୋଇଥାଏ ବୋଲି ବିଭାଗ ତରଫରୁ କୁହାଯାଇଛି।

All Right Reserved By

Model This Week

ନିକିତା

ବ୍ରହ୍ମପୁର

ଆଇଆର୍‌ଇରେ ନିଯୁକ୍ତି ଦାବି, ଅନଶନ ୫ମ ଦିନରେ

ଛତ୍ରପୁର,୨୪। ୪(ଡି.ଏନ.ଏ)-ଛତ୍ରପୁର ଉପକଣ୍ଠ ଆଇଆର୍‌ଇ (ଭାରତୀୟ ବିରଳ ମୃତ୍ତିକା) ପ୍ଲାଣ୍ଟ ଫାଟକ ସମ୍ମୁଖରେ ମୃତ କର୍ମଚାରୀଙ୍କ ପରିବାର ଲୋକଙ୍କ ପକ୍ଷରୁ ଚାଲିଥିବା ଅନଶନ ୫ ଦିନରେ ପହଞ୍ଚିଛି । ପ୍ଲାଣ୍ଟରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଏହି ଆନ୍ଦୋଳନ ଚାଲିଥିଲେ ମଧ୍ୟ ପ୍ରଶାସନ କିମ୍ବା ପ୍ଲାଣ୍ଟ କର୍ତ୍ତୃପକ୍ଷ ଏ ଯାଏ ସେମାନଙ୍କ ସହ ଆଲୋଚନା କରିନାହାନ୍ତି ।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୪।୪: ସ୍ଥାନୀୟ ଗୋପାଳପୁର ଥାନା ଅନ୍ତର୍ଗତ ପକୁଡ଼ିଆବନ୍ଧ ନିକଟରେ ଏକ ହୋଟେଲରେ ସୋମବାର ରାତିରେ ଶୋଇଥିବା ଜଣେ ଟ୍ରକ ଡ୍ରାଇଭରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତକ ହେଲେ ରମ୍ଭା ଥାନା ଡିଆଁଡେଇଁ ଗ୍ରାମର ସମୀର ନାହକ।

ଆର୍‌ଡିସିଙ୍କୁ ଆଉଟସୋର୍ସିଂ କର୍ମଚାରୀଙ୍କ ଦାବିପତ୍ର ପ୍ରଦାନ

ଆର୍‌ଡିସିଙ୍କୁ ଆଉଟସୋର୍ସିଂ କର୍ମଚାରୀଙ୍କ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୨୪।୪: ମେଡିକାଲ ଆଉଟସୋର୍ସିଂ କର୍ମଚାରୀମାନେ ଦୀର୍ଘ ୭ ବର୍ଷ ଧରି ନିରବଛିନ୍ନ ଭାବେ ବ୍ରହ୍ମପୁର ବଡ ମେଡିକାଲରେ କାର୍ଯ୍ୟ କରୁଛନ୍ତି। ମାତ୍ର ସେମାନଙ୍କୁ ସ୍ବଳ୍ପ ଦରମାରେ ନିୟୋଜିତ କରାଯାଇଛି। ଏହାର ପ୍ରତିବାଦରେ ସେମାନେ ମଙ୍ଗଳବାର ଆର୍‌ଡିସିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ସଡ଼କ ସୁରକ୍ଷା ସପ୍ତାହ ପାଳନ

ସଡ଼କ ସୁରକ୍ଷା ସପ୍ତାହ ପାଳନ

ଭଞ୍ଜନଗର, ୨୪।୪(ଡି.ଏନ୍‌.ଏ.): କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ମଙ୍ଗଳବାର ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।

ଅସ୍ଥାୟୀ ପୀଠରେ ଦୁଇ ଭଉଣୀ

ଅସ୍ଥାୟୀ ପୀଠରେ ଦୁଇ ଭଉଣୀ

ବ୍ରହ୍ମପୁର ଅଫିସ,୨୪ା୪ ସ୍ଥାନୀୟ ଶିଳ୍ପାଞ୍ଚଳ ଆଙ୍କୋଲିର ପ୍ରସିଦ୍ଧ କନକ ଦୁର୍ଗା ମାତାଙ୍କ ଦ୍ୱିବାର୍ଷିକ ଯାତ୍ରା ସୋମବାରରୁ ଆରମ୍ଭ ହୋଇଛି। ଏହା ୧୨ ଦିନ ଚାଲିବ ଏବଂ ଆସନ୍ତା ମେ ୪ ତାରିଖ ରାତିରେ ଉଦ୍‌ଯାପନ ହେବାର କାର୍ଯ୍ୟକ୍ରମ ରହିଛି। ଯାତ୍ରା ପରିଚାଳନା କମିଟି ସଭାପତି ରଜନୀକାନ୍ତ ମଣ୍ଡଳ ଏହି ସୂଚନା ଦେଇଛନ୍ତି। ସୋମବାର ସନ୍ଧ୍ୟାରେ ଆଙ୍କୋଲିବାସୀ ଏକ ଶୋଭାଯାତ୍ରାରେ କନକଦୁର୍ଗାଙ୍କ ନିଜସ୍ବ ମନ୍ଦିରକୁ ଯାଇଥିଲେ। ଗାଁ ଦାଣ୍ଡକୁ ବିଜେ କରିବା ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଥିଲା। ମନ୍ଦିରରେ ମା’ଙ୍କୁ ଆବାହନ ପାଇଁ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ସହ ହୋମଯଜ୍ଞ କରାଯାଇଥିଲା। ଦୁଇ ଭଉଣୀଙ୍କ ବିଗ୍ରହ ମସ୍ତକରେ ସ୍ଥାପିତ ଫୁଲମାଳ ଆପେ ଖସିବା ପରେ ଅସ୍ଥାୟୀ ପୀଠକୁ ବିଜେ କରିବାର ସଂକେତ ମିଳିଥିଲା। ରାତିରେ ବାଦ୍ୟବାଜଣା, ଶଙ୍ଖ ମହୁରୀ ନାଦ, ନାଚଗୀତ ମଧ୍ୟରେ ଏବଂ ଅସଂଖ୍ୟ ମହିଳା ଓ ପୁରୁଷଙ୍କ ଶୋଭାଯାତ୍ରାରେ କନକଦୁର୍ଗାଙ୍କୁ ଅଣାଯାଇଥିଲା। ଅସ୍ଥାୟୀ ପୀଠରେ ପୁଣି ପୂଜାର୍ଚ୍ଚନା ସହ ସ୍ଥାପନ କରାଯାଇଥିଲା।

ସରକାରୀ ଆୟୁର୍ବେଦ କଲେଜ ଅବହେଳିତ

ବ୍ରହ୍ମପୁର ଅଫିିସ,୨୪ା୪ଦକ୍ଷିଣ ଓଡ଼ିଶାର ଏକମାତ୍ର ବ୍ରହ୍ମପୁର ମହାନଗର ନିକଟ ଆଙ୍କୁଶପୁରସ୍ଥ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ସରକାରୀ ଆୟୁର୍ବେଦ କଲେଜ ଅବହେଳିତ ହୋଇ ରହିଛି। ଏହାର ଭିତ୍ତିଭୂମି ବିକାଶ କରାଯାଉ ନ ଥିବା ବେଳେ ଦୀର୍ଘବର୍ଷରୁ ଅନେକ ଅଧ୍ୟାପକ ଓ କର୍ମଚାରୀ ପଦବୀ ଖାଲି ପଡ଼ିଛି। ସାମାଜିକ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ଏହି ଅଭିଯୋଗ କରିଛି। ତୁରନ୍ତ ସମସ୍ୟା ସମାଧାନ ଲାଗି ଦାବି କରାଯାଇଛି। ନଚେତ ଏହାକୁ ପ୍ରସଙ୍ଗ କରି ମଞ୍ଚ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଛି। ବ୍ରହ୍ମପୁରରେ ସୋମବାର ଅନୁଷ୍ଠିତ ଗଞ୍ଜାମ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଟ୍ରାଫିକ୍‌ ନିୟମ ମାନିଲେ ଦୁର୍ଘଟଣା କମିବ

ଟ୍ରାଫିକ୍‌ ନିୟମ ମାନିଲେ ଦୁର୍ଘଟଣା କମିବ

ଛତ୍ରପୁର,୨୪।୪(ଡି.ଏନ.ଏ.)ଗଞ୍ଜାମ ଜିଲାରେ ଦିନକୁ ଦିନ ଦୁର୍ଘଟଣା ବଢୁଛି। ଏଥିସହ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟି ବୈଠକରେ ଏନେଇ ଚିନ୍ତା ପ୍ରକଟ କରାଯାଉଛି। ଏହାକୁ ସୁଧାରିବାକୁ ପଦକ୍ଷେପ ନିଆଯାଉଛି। ମାତ୍ର ସ୍ଥିତିରେ ସେମିତି କିଛି ଫରକ ଆସୁନି। ଟ୍ରାଫିକ ନିୟମ ନ ମାନିବା, ସିଟ୍‌ ବେଲ୍‌ଟ ଓ ହେଲମେଟ ନ ପିନ୍ଧିବାରୁ ଏପରି ଦୁର୍ଘଟଣା ଘଟିବାରେ ଲାଗିଛି। ଏଥିରେ ସଚେତନତା ଆଣିବାକୁ ଗଞ୍ଜାମ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅଭିନବ ଉପାୟ ଅବଲମ୍ବନ ଆରମ୍ଭ ହୋଇଛି। ସୋମବାରଠାରୁ ସୁରକ୍ଷିତ ସଡକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ୭ ଦିନ ଧରି ଜିଲାର ବିଭିନ୍ନ ସ୍ଥାନରେ ଆୟୋଜନ ହେବ। ଛତ୍ରପୁରରେ ରାହଗିରି ଭଳି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

  ଚାରୁ ଓ କାରୁକଳା କଲେଜ: ଅପପ୍ରଚାରକୁ ବିରୋଧ କଲେ ପୁରାତନ ଛାତ୍ରୀଛାତ୍ର

ଚାରୁ ଓ କାରୁକଳା କଲେଜ: ଅପପ୍ରଚାରକୁ ବିରୋଧ କଲେ ପୁରାତନ ଛାତ୍ରୀଛାତ୍ର

ଖଲ୍ଲିକୋଟ,୨୩।୪ (ଡି.ଏନ୍‌.ଏ.)ଖଲ୍ଲିକୋଟସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଜୁନିୟର ଛାତୀଛାତ୍ରଙ୍କୁ ର଼୍ୟାଙ୍ଗି କରାଯାଉଥିବା, ବିଭିନ୍ନ ବିଭାଗର ଦାମୀ ଉପକରଣ ଚୋରିଯିବା ଆଦି ଅପପ୍ରଚାର କରାଯାଉଛି। ବରିଷ୍ଠ ଓ କନିଷ୍ଠ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଏପରି କରାଯାଉଛି। ଏଥିରେ ପୋଲିସ ପ୍ରଶାସନର ସହଯୋଗ ନ ଲୋଡ଼ି ସିଧାସଳଖ ସଂସ୍କୃତି ବିଭାଗ ନିକଟରେ ମିଥ୍ୟା ଅଭିଯୋଗ କରାଯାଉଛି। ଏହାଦ୍ୱାରା କଲେଜର ଗୌରବ କ୍ଷୁର୍ଣ୍ଣ ହେଉଛି। ଚଳିତବର୍ଷ ନିଯୁକ୍ତି ପାଇଥିବା କେତେଜଣ ଅଧ୍ୟାପକ ନିଜର ସ୍ବାର୍ଥ ହାସଲ ପାଇଁ ଛାତ୍ରୀଛାତ୍ରଙ୍କୁ ପ୍ରଲୋଭିତ ଓ ଭୟଭୀତ କରି ରିତିମତ ଏପରି ଅପ୍ରୀତିକର ଘଟଣା ଘଟେଇ ଆସୁଛନ୍ତି ବୋଲି ପୁରାତନ ଛାତ୍ରୀଛାତ୍ରଙ୍କ ପକ୍ଷରୁ କୁହାଯାଇଛି।

 ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନାକୁ ନେଇ  ବିବାଦ

ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନାକୁ ନେଇ ବିବାଦ

ପାତ୍ରପୁର,୨୩।୪ (ଡି.ଏନ୍‌.ଏ.) ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଜିଲୁଣ୍ଡା ଭୈରବୀ ଚାଞ୍ଚଡ଼ା ପାହାଡ଼ ଉପରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରର ମାଲିକାନା ଓ ପରିଚାଳନା କମିଟିକୁ ନେଇ ବିବାଦ ଘନଉଛି ା ଜରଡ଼ା ଗଡ଼ର ରାଜା ଦୀପକ ଚନ୍ଦ୍ର ଦେଓ ଉକ୍ତ ମନ୍ଦିରକୁ ନିଜ ପିତୃପୁରୁଷ ନିର୍ମାଣ କରିଛନ୍ତି ବୋଲି ଦାବି କରିବା ସହ ମନ୍ଦିର ପରିଚାଳନା କମିଟି ଗଠନକୁ ବେଆଇନ ଦର୍ଶାଇଛନ୍ତି। ଏ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ବିବାହ ପୂର୍ବ ଦିନ ଯୁବକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ୨୩ ।୪(ଡି.ଏନ୍‌.ଏ) ହିଞ୍ଜିଳିକାଟୁ ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗ୍ରାମରେ ସୋମବାର ଏକ ଦୁତ୍ଖଦ ଘଟଣା ଘଟିଛି। ମଙ୍ଗଳବାର ବିବାହ ହେବାକୁ ଥିବା ଜଣେ ଯୁବକଙ୍କର ସୋମବାର ମୃତ୍ୟୁ ଘଟିଛି। ସେ ହେଲେ ବଡ଼ସାହି ମିଟିକ ପରିଡ଼ାଙ୍କ ସାନ ପୁଅ ଶଙ୍କର। ମଙ୍ଗଳବାର ବାହାଘର ଥିବାରୁ ବନ୍ଧୁବାନ୍ଧବ ଘରକୁ ଆସିଯାଇଥିଲେ। ସୋମବାର ସକାଳ ପ୍ରାୟ ୮ଟାରେ ଶଙ୍କର ଗ୍ରାମର ଏକ ବଗିଚାରୁ କଦଳୀ କାନ୍ଦି କିଣି ଘରକୁ ଫେରୁଥିଲେ। ଘରଠାରୁ କିଛି ଦୂରରେ କଦଳୀ କାନ୍ଦି ଧରିଥିବା ଅବସ୍ଥାରେ ସେ ହଠାତ ତଳେ ପଡ଼ିଯାଇଥିଲେ ।

ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନାକୁ ନେଇ ଥମୁନି ବିବାଦ

ପାତ୍ରପୁର,୨୩ ।୪ (ଡି.ଏନ୍‌.ଏ.) ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଜିଲୁଣ୍ଡା ଭୈରବୀ ଚାଞ୍ଚଡ଼ା ପାହାଡ଼ ଉପରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରର ମାଲିକାନା ଓ ପରିଚାଳନା କମିଟିକୁ ନେଇ ବିବାଦ ଘନଉଛି । ଜରଡ଼ା ଗଡ଼ର ରାଜା ଦୀପକ ଚନ୍ଦ୍ର ଦେଓ ଉକ୍ତ ମନ୍ଦିରକୁ ନିଜ ପିତୃପୁରୁଷ ନିର୍ମାଣ କରିଛନ୍ତି ବୋଲି ଦାବି କରିବା ସହ ମନ୍ଦିର ପରିଚାଳନା କମିଟି ଗଠନକୁ ବେଆଇନ ଦର୍ଶାଇଛନ୍ତି।

ପୂର୍ବତଟ ରେଳ ଶ୍ରମିକ କଂଗ୍ରେସ କର୍ମଚାରୀଙ୍କ ଧାରଣା

ପୂର୍ବତଟ ରେଳ ଶ୍ରମିକ କଂଗ୍ରେସ କର୍ମଚାରୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୩।୪-ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ବ୍ରହ୍ମପୁର ଶାଖା ପକ୍ଷରୁ ୧୮ ଦଫା ଦାବି ନେଇ ବ୍ରହ୍ମପୁର ରେଳଷ୍ଟେଶନ ମୁଖ୍ୟଫାଟକ ନିକଟରେ ଧାରଣା ଦିଆଯାଇଥିଲା। ଦାବିଗୁଡିକ ମଧ୍ୟରେ ୨୦୦୪ରୁ ରେଳ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରାଯାଇଥିବା ଜାତୀୟ ପେନସନ ବ୍ୟବସ୍ଥାକୁ ଉଠାଇ ପୁରାତନ ପେନସନ ବ୍ୟବସ୍ଥା ଲାଗୁ କରାଯିବା, ରେଳ ବିଭାଗରେ ଘରୋଇକରଣ ଓ ଆଉଟସୋର୍ସିଂ ବନ୍ଦ କରିବା, ରେଳ ବିଭାଗରେ ଖାଲିଥିବା ପଦବୀ ପୂରଣ କରିବା, ଗ୍ରେଡ-୨ ଓ ଗ୍ରେଡ-୧ ଟେକ୍ନିସିଆନ ପଦବୀକୁ ମିଶ୍ରଣ କରିବା, ଷଷ୍ଠ ସେଣ୍ଟ୍ରାଲ ପେ କମିଶନରେ ଲାଗୁ ହୋଇଥିବା ଗ୍ରେଡ ପେ ବୃଦ୍ଧି କରିବା, ଗ୍ରୁପ-ସି କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ କରି ଗ୍ରୁପ-ବି ପଦବୀରେ ଅବସ୍ଥାପିତ କରିବା ପ୍ରଭୃତି ରହିଛି।