ଖେଳ |

‘ଟ୍ରେନିଂ ପାଇଁ ପର୍ଯ୍ୟାପ୍ତ ସୁବିଧା’

‘ଟ୍ରେନିଂ ପାଇଁ ପର୍ଯ୍ୟାପ୍ତ ସୁବିଧା’

ଭୁବନେଶ୍ୱର, ୧।୧(କ୍ରୀଡ଼ା ପ୍ରତିନିଧି) : ଉତ୍କଳ କରାଟେ ସ୍କୁଲରେ ପାଖାପାଖି ୨୦ଟି ନ୍ୟାଶ୍‌ନାଲ ଇଭେଣ୍ଟ ଆୟୋଜନ ହୋଇ ସାରିଛି। ଏଠାରେ ପ୍ରତିଯୋଗିତା ଆୟୋଜନ ପାଇଁ ଦେଶ ବିଦେଶର ଅର୍ଗାନାଇଜେଶନଙ୍କ ଆଗ୍ରହ କ୍ରମେ ବଢ଼ୁଛି। ପାଓ୍ବାର ସ୍ପୋଟର୍‌ସ ଓ କମ୍ବାଟ୍‌ ସ୍ପୋଟର୍‌ସ କଥା କହିଲେ ଭାରୋତ୍ତୋଳନ, ଶକ୍ତିଉତ୍ତୋଳନ, ମିକ୍ସଡ ମାର୍ଶାଲ ଆର୍ଟ, ଜୁଜୁତ୍ସୁ, ଗ୍ରାପ୍‌ଲିଂ କରାଟେ ଆଦି ଏସବୁ ଇଭେଣ୍ଟର ବଡ଼ ବଡ଼ ମାଷ୍ଟର, ଗ୍ରୁପ, ଅର୍ଗାନାଇଜେଶନ, ନ୍ୟାଶନାଲ ବଡି ଏବଂ କେତେକ ଇଣ୍ଟରନ୍ୟାଶନାଲ ବଡି ଏଠାକୁ ଆସି ସାରିଲେଣି। ସେମାନେ ଏଠାରେ ଟ୍ରେନିଂ ପାଇଁ ଗୋଟିଏ ସ୍ଥାନରେ ଏତେ ଜିନିଷ ଦେଖି ଅଭିଭୂତ। ଏହା ବ୍ୟତୀତ ଓଡ଼ିଶାରେ ଯେପରି ଆତିଥେୟତା ମିଳେ ବୋଧହୁଏ ଆଉ କେଉଁଠି ସେପରି ମିଳେନାହିଁ। ଆମେହିଁ ଅତିଥି ଦେବୋ ଭବ ଦେଖାଇଥାଉ। ଲୋକଙ୍କର ଭଲ ପାଇବା ଆମକୁ ଆହୁରି ଆଗକୁ ବଢ଼ିବାକୁ ଉତ୍ସାହିତ କରିଛି। ଭେନ୍ୟୁ ପାଇଁ ବଡ଼ ସ୍ଥାନ ନ ଥିଲେ ହେଁ ଟ୍ରେନିଂ ପାଇଁ ସୁବିଧା ସୁଯୋଗ ହିଁ ଉତ୍କଳ କରାଟେ ସ୍କୁଲର ବୈଶିଷ୍ଟ୍ୟ। ଏହା ବାହାର ଲୋକଙ୍କୁ ଆକୃଷ୍ଟ କରୁଛି। ଏଠାକୁ ଯେଉଁମାନେ ଆସିଛନ୍ତି ବିଭିନ୍ନ ଟ୍ରେନିଂ ଏବଂ ସରଞ୍ଜାମର ଡ୍ରଇଂ ଏବଂ ଡିଜାଇନ୍‌ କରି ନିଜ ଦେଶ କିମ୍ବା ରାଜ୍ୟକୁ ଯାଇଛନ୍ତି। ଏଇ ସ୍ଥାନ ସେମାନଙ୍କ ପାଇଁ ଏକ ସ୍ପୋଟର୍‌ସ ମ୍ୟୁଜିୟମ ଭଳି ହୋଇଛି ବୋଲି ଉତ୍କଳ କରାଟେ ସ୍କୁଲ ମୁଖ୍ୟ ଡ.ହରି ପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ଗୋଟେ କମ୍ପାଉଣ୍ଡ ମଧ୍ୟରେ ବିଭିନ୍ନ ଖେଳର ସୁବିଧା ସୁଯୋଗ ଏବଂ ସେହି ଖେଳ ନିମନ୍ତେ ଆବଶ୍ୟକ ସମସ୍ତ ଉପକରଣ ଏଠାରେ ଉପଲବ୍ଧ। ଯେମିତିକି କ୍ରସ୍‌ ଟ୍ରେନିଂ ପାଇଁ ରିଜ୍‌, ବାର୍ବେଲରାଡର, କାଟେଲବେଲ୍‌, ଡମ୍ବଲ, ବଟଲବେଲ୍‌, ପ୍ଲକ୍‌ବେଲ୍‌, କ୍ଲବ୍‌ ବେଲ୍‌, ଚେଞ୍ଜ୍‌, ରୋପ୍ସ, ବାଟେଲରୋପ୍‌, ପାଓ୍ବାରରୋପ୍‌, ଥ୍ରୋ ବଲ୍‌, ବାଉନ୍ସ ବଲ୍‌, ଡେଡ୍‌ ବାଉନ୍ସବଲ, ମେଡିସିନ୍‌ ବଲ୍‌, ବାନାନା ବ୍ୟାଗ୍ସ ଆଦି ସରଞ୍ଜାମ, ହାମରିଂ ପାଇଁ ହାମର୍ସ, ବିଭିନ୍ନ ପ୍ରକାର ବ୍ଲାଡର, ହର୍ଡଲ୍ସ, ଇଲାଷ୍ଟିକ୍‌ ଟ୍ରେନିଂ, ରବରଭେଷ୍ଟ, ପୁସପର଼୍ୟାକ୍‌, ହାଇପରେଷ୍ଟେନଶନ ରୋମାନଚେୟାର, ବେଞ୍ଚେସ, ରୋଇଂ, ହେୟାରରୋଇଂ, ଅସଲ୍ଡବାଇକ, ବିଭିନ୍ନ ଓଜନର ବ୍ୟାଗ୍ସ, ବକ୍ସେସ ଫର ପ୍ଲାଇମେଟ୍ରିକ, ଜମ୍ପ, ବେଞ୍ଚେସ ଫର ପ୍ଲାଇମେଟ୍ରିକ ଜମ୍ପ୍ସ ଏହିପରି ଅତିରିକ୍ତ ଫିଟ୍‌ନେସ ପାଇଁ ଆଜିକାଲି ବକ୍ସର କିମ୍ବା ଆଥଲେଟ୍‌ମାନେ ଅଲିମ୍ପିକ୍ସ କିମ୍ବା ଉଚ୍ଚସ୍ତରୀୟ ପ୍ରତିଯୋଗିତା ପାଇଁ ବ୍ୟବହାର କରୁଛନ୍ତି। ଏସବୁକୁ ଆମେ ପ୍ରସ୍ତୁତ କରିପାରିଛୁ। ବିଭିନ୍ନ ପ୍ରକାର ମ୍ୟାଟ୍ସ, କ୍ରାସ୍‌ ମ୍ୟାଟ୍ସ ଏବଂ ଲେଗ୍‌ କଲ୍‌, ଲେଗ୍‌ ଏକ୍ସଟେନସନ, ଲେଗ୍‌ ପ୍ରେସ, ଫଙ୍କଶନାଲ ଟ୍ରେନର, ଡବଲଆଣ୍ଡ ପୁଲି, ହାଇ ଆଣ୍ଡ ପୁଲ୍‌ଡାଉନ, ଇନର ଥାଇ, ଆଉଟରଥାଇ ଆଦି ବିଭିନ୍ନ ପ୍ରକାର ମେଶିନ ଆମେ ଗୋଟିଏ ସ୍ଥାନରେ ଉପଲବ୍ଧ କରାଇ ପାରିଛୁ। ଏହା ବ୍ୟତୀତ ଶକ୍ତିଉତ୍ତୋଳନ ଓ ଭାରୋତ୍ତୋଳନ ପାଇଁ ସୋନା, ଷ୍ଟିମ୍‌, ଫିଜିଓଥେରାପି, ସ୍ପୋଟର୍‌ସ ଲାଇବ୍ରେରି, ଅଡିଓଭିଜୁଆଲ ସିଷ୍ଟମ ଇ-ଲାଇବ୍ରେରି(ଗୋଟିଏ ସ୍ଥାନରେ ବସି ପାଖାପାଖି ୩୦ ବ୍ୟକ୍ତି ଜାତୀୟ-ଅନ୍ତର୍ଜାତୀୟ ମ୍ୟାଚ ଦେଖି ପାରିବେ), ରିଡିଂ ରୁମ୍‌ ଆଦି, ବଡ଼ ହଲ୍‌, ଡର୍ମିଟୋରିଜ୍‌, କୋଚ୍‌ ମାନଙ୍କ ପାଇଁ ରୁମ୍‌ ଆଦି ଉପଲବ୍ଧ। ଗୋଟିଏ ସ୍ଥାନରେ ଏତେଗୁଡ଼ିଏ ଜିନିଷ ଉପଲବ୍ଧ ହେବାରୁ ଆଥଲେଟ୍‌ମାନଙ୍କୁ ଫାଇଦା ମିଳୁଛି। ବାହାରେ ସିଙ୍ଗଲ ଷ୍ଟେଶନ ମେଶିନ ଉପଲବ୍ଧ ହେଉଛି। ମାତ୍ର ଆଥଲେଟ୍‌ମାନଙ୍କୁ ମୁଖ୍ୟତଃ ଫଙ୍କଶନାଲ ଟ୍ରେନିଂ ଆବଶ୍ୟକ। ଯାହାର ସମସ୍ତ ସରଞ୍ଜାମ କେବଳ ଏଠାରେ ରହିଛି। ତେଣୁ ଉତ୍କଳ କରାଟେ ସ୍କୁଲ ଯେତିକି ଜିନିଷ କରିପାରିଛି ଅନ୍ୟ କେଉଁଠାରେ ହେବା କଷ୍ଟକର। ଗୋଟେ ଗୋଟେ ଲିକେସେଡ୍‌ ବାରବେଲର ମୂଲ୍ୟ ୩ରୁ ୪ ଲକ୍ଷ ଟଙ୍କା। ଏଠାରେ ଷ୍ଟ୍ରଙ୍ଗମ୍ୟାନଙ୍କ ପାଇଁ ଭଟିକାଲ ଜମ୍ପ ଟେଷ୍ଟ, ବ୍ରଡ୍‌ଜମ୍ପ ଟେଷ୍ଟ ପାଇଁ ମଧ୍ୟ ମେଶିନ ରହିଛି ବୋଲି ହରିପ୍ରସାଦ ପ୍ରକାଶ କରିଛନ୍ତି।

All Right Reserved By

ଖେଳ |

ଲାଞ୍ଚ ଅଭିଯୋଗରେ ୟୁପିସିଏ ଅଧିକାରୀଙ୍କୁ ସସ୍‌ପେଣ୍ଡ କଲା ବିସିସିଆଇ

ନୂଆଦିଲ୍ଳୀ, ୧୯।୭(ପି.ଟି.)- ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏଶନ (ୟୁପିସିଏ)ର ଜଣେ ବରିଷ୍ଠ ଅଧିକାରୀ ଆକ୍ରମ ସୈଫିଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସସ୍‌ପେଣ୍ଡ କରିଛି। ଦଳରେ ଚୟନ ପାଇଁ ଉତ୍ତରପ୍ରଦେଶରେ ଖେଳାଳିମାନଙ୍କୁ ସେ ଲାଞ୍ଚ୍‌ ମାଗିଥିବା ଏକ ଷ୍ଟିଙ୍ଗ ଅପରେଶନ ଜଣାପଡିଛି। ଏକ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ ଏ ନେଇ ଖବର ପ୍ରସାର କରିବା ପରେ ବୋର୍ଡ ଏହି କଡ଼ା ପଦେକ୍ଷେପ ନେଇଛି। ଆକ୍ରମ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଚେୟାରମ୍ୟାନ ରାଜୀବ ଶୁକ୍ଳା ସହଯୋଗୀ ଭାବେ ବେଶ୍‌ ଜଣାଶୁଣା।

ଟେନିସ ହଲ୍‌ ଅଫ୍‌ ଫେମ୍‌ରେ ଷ୍ଟିଚ୍‌,ହେଲେନା

ଟେନିସ ହଲ୍‌ ଅଫ୍‌ ଫେମ୍‌ରେ ଷ୍ଟିଚ୍‌,ହେଲେନା

ନ୍ୟୁୟର୍କ, ୧୯।୭(ଏଏଫ୍‌ପି)- ପ୍ରାକ୍ତନ ଓ୍ବିମ୍ବେଲଡନ ଚାମ୍ପିୟନ ଜର୍ମାନୀର ମାଇକେଲ ଷ୍ଟିଚ୍‌ ଓ ୧୪ଥର ଡବଲ୍ସ ଚାମ୍ପିୟନ ଚେକ୍‌ ଗଣରାଜ୍ୟର ହେଲେନ ସୁକୋଭା ଇଣ୍ଟରନ୍ୟାଶନାଲ ଟେନିସ ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇବେ। ନ୍ୟୁପୋର୍ଟ ରୋଡେ ଆଇସଲାଣ୍ଡଠାରେ ଥିବା ଏଟିପି ହଲ୍‌ ଅଫ୍‌ ଫେମ୍‌ କ୍ଲାସିକରେ ଶନିବାର ଏକ ଉତ୍ସବ ଅବସରେ ୪୯ ବର୍ଷୀୟ ଷ୍ଟିଚ୍‌ ଓ ୫୩ ବର୍ଷୀୟା ସୁକୋଭାଙ୍କୁ ଟେନିସ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଷ୍ଟିଚ୍‌ ତାଙ୍କ କ୍ୟାରିୟରର ଏକମାତ୍ର ଗ୍ରାଣ୍ଡସ୍ଲାମ ୧୯୯୧ରେ ଜିତିଥିଲେ।

ୟୁଥ୍‌ ଟେଷ୍ଟ: ଶୂନରେ ଆଉଟ୍‌ ହେଲେ ତେନ୍ଦୁଲକର

ୟୁଥ୍‌ ଟେଷ୍ଟ: ଶୂନରେ ଆଉଟ୍‌ ହେଲେ ତେନ୍ଦୁଲକର

କଲେମ୍ବୋ, ୧୯।୭- କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର ତାଙ୍କ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ରେ ଖାତା ଖୋଲିବାରେ ବିଫଳ ହୋଇଛନ୍ତି। ଘରୋଇ ଶ୍ରୀଲଙ୍କା ୧୯ ବର୍ଷରୁ କମ୍‌ ଦଳ ବିପକ୍ଷରେ ଏଠାରେ ଚାଲିଥିବା ପ୍ରଥମ ୟୁଥ୍‌ ଟେଷ୍ଟ ମ୍ୟାଚରେ ଭାରତର ପ୍ରଥମ ଇନିଂସରେ ନବମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅର୍ଜୁନ ୧୧ଟି ବଲର ସମ୍ମୁଖୀନ ହୋଇଥିଲେ ମଧ୍ୟ ଖାତା ଖୋଲିପାରି ନ ଥିଲେ।

ସଙ୍କଟରେ ଶାହଙ୍କ କ୍ୟାରିୟର

ସଙ୍କଟରେ ଶାହଙ୍କ କ୍ୟାରିୟର

କୋଲକାତା, ୧୯।୭(ପି.ଟି.)- ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ଲାଗି ଘୋଷିତ ଭାରତୀୟ ଦଳରୁ ନିୟମିତ ଉଇକେଟ୍‌କିପର ରିଦ୍ଧିମାନ ଶାହଙ୍କୁ ବାଦ୍‌ ଦିଆଯାଇଛି। ଆଙ୍ଗୁଠିଜନିତ ଆଘାତ ସମସ୍ୟା ଲାଗି ଶାହଙ୍କୁ ବାଦ୍‌ ଦିଆଯାଉଥିବା କୁହାଯାଉଥିଲେ ମଧ୍ୟ ପ୍ରକୃତରେ ତାଙ୍କ କାନ୍ଧରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏଥିସକାଶେ ଅପରେଶନ ଲାଗି ଶାହ ଆସନ୍ତା ମାସରେ ବ୍ରିଟେନ ଯିବେ ବୋଲି ଜଣାପଡ଼ିଛି।

ବୋଲିଂ କୋଚ୍‌ଙ୍କୁ ଦେଖାଇବାକୁ ବଲ୍‌ ଆଣିଥିଲେ ଧୋନୀ: ଶାସ୍ତ୍ରୀ

ବୋଲିଂ କୋଚ୍‌ଙ୍କୁ ଦେଖାଇବାକୁ ବଲ୍‌ ଆଣିଥିଲେ ଧୋନୀ: ଶାସ୍ତ୍ରୀ

ନୂଆଦିଲ୍ଲୀ, ୧୯।୭- ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟରେ ଚାଲିଥିବା ଚର୍ଚ୍ଚାରେ ଭାରତୀୟ ଦଳର କୋଚ୍‌ ରବି ଶାସ୍ତ୍ରୀ ପୂର୍ଣ୍ଣଛେଦ ଟାଣିଛନ୍ତି।

ଆଲିସନଙ୍କୁ ରେକର୍ଡ ମୂଲ୍ୟରେ ନେଇପାରେ ଲିଭରପୁଲ

ଆଲିସନଙ୍କୁ ରେକର୍ଡ ମୂଲ୍ୟରେ ନେଇପାରେ ଲିଭରପୁଲ

ଲଣ୍ଡନ, ୧୯।୭(ଏଏଫ୍‌ପି)- ଇଂଲିଶ ପ୍ରିମିୟର ଲିଗ୍‌ର ପ୍ରମୁଖ କ୍ଲବ ଲିଭରପୁଲ୍‌ ବ୍ରାଜିଲ ଗୋଲକିପର ଆଲିସନ ବେକରଙ୍କ ସହ ରେକର୍ଡ ୭୫ ମିଲିୟନ ୟୁରୋ ମୂଲ୍ୟରେ ଆଗାମୀ ୫ ବର୍ଷ ଲାଗି ଚୁକ୍ତି କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଆଜାରେଙ୍କା ୟୁଏସ୍‌ ଓପନ୍‌କୁ ସିଧାସଳଖ ପ୍ରବେଶରୁ ବଞ୍ଚିତ

ଆଜାରେଙ୍କା ୟୁଏସ୍‌ ଓପନ୍‌କୁ ସିଧାସଳଖ ପ୍ରବେଶରୁ ବଞ୍ଚିତ

ନ୍ୟୁୟର୍କ, ୧୯।୭(ଏପି)- ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଅଗଷ୍ଟ ୨୭ରୁ ଆରମ୍ଭ ହେବ। ତେବେ ଦୁଇଥର ୟୁଏସ୍‌ ଓପନ୍‌ ଉପବିଜୟିନୀ ଭିକ୍ଟୋରିଆ ଆଜାରେଙ୍କା ଏହି ସମ୍ମାନଜନକ ପ୍ରତିଯୋଗିତାକୁ ସିଧାସଳଖ ପ୍ରବେଶ କରିବାରୁ ବଞ୍ଚତ୍ତ ହୋଇଛନ୍ତି। ୟୁଏସ୍‌ ଓପନ୍‌କୁ ପ୍ରବେଶ ଲାଗି ପ୍ରକାଶ ପାଇଥିବା କଟ୍‌ ଅଫ୍‌ ର଼୍ୟାଙ୍କିଙ୍ଗ୍‌ ବାହାରେ ୩୧ ବର୍ଷୀୟା ଆଜାରେଙ୍କା ରହୁଥିବାରୁ ସିଧାସଳଖ ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିପାରି ନାହାନ୍ତି।

ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ନୀତି ଚାହୁଁଛି ଶ୍ରୀଲଙ୍କା

ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ନୀତି ଚାହୁଁଛି ଶ୍ରୀଲଙ୍କା

କଲମ୍ବୋ, ୧୯।୭(ଏଏଫପି)- କ୍ରିକେଟରେ ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ତଥା ସରଳ ନୀତି ଆପଣେଇବା ଆବଶ୍ୟକ ବୋଲି ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ଫୈଜର ମୁସ୍ତାଫା କହିଛନ୍ତି। ସେ ଏନେଇ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ନିକଟରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏସିଆନ ଜୁନିୟର ରେସଲିଂ: ଭୀରେଶ ଜିତିଲେ ବ୍ରୋଞ୍ଜ

ଏସିଆନ ଜୁନିୟର ରେସଲିଂ: ଭୀରେଶ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ, ୧୯।୭(ପି.ଟି.)- ଏଠାରେ ଚାଲିଥିବା ଏସିଆନ ଜୁନିୟର ରେସଲିଂ ଚାମ୍ପିୟନଶିପ୍‌ର ୨ୟ ଦିବସରେ ବୁଧବାର ଭୀରେଶ କୁଣ୍ଡୁ ବ୍ରୋଞ୍ଜ ପଦକ ଜିତି ଭାରତର ସମ୍ମାନ ରଖିଛନ୍ତି। ଦିବସରେ ଭାରତର ପଦକ ଆଶା ମଉଳି ଯାଉଥିବାବେଳେ ୯୭ କିଗ୍ରା ବର୍ଗର ଏକ

ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବ ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ

ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବ ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ

ମୁମ୍ବାଇ, ୧୯।୭(ପି.ଟି.)- କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଯୁବ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏକ ନୂତନ କ୍ରିକେଟ ଏକାଡେମୀ ଖୋଲିଛନ୍ତି। ଏହି କ୍ରିକେଟ ଏକାଡେମୀର ନାମ ‘ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ’ (ଟିଏମ୍‌ଜିଏ)ରଖାଯାଇଛି।

ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ନୂଆଦିଲ୍ଲୀ, ୧୯।୭- ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍‌ ମହିଳା ବ୍ରିକ୍ସ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ବୁଧବାର ଏହାର ପ୍ରଥମ ମ୍ୟାଚରେ ହାରି ଯାଇଛି। ଦ୍ୱିତୀୟାର୍ଦ୍ଧରେ ୪ ଗୋଲ ସହାୟତାରେ ଘରୋଇ ଦକ୍ଷିଣ ଆଫ୍ରିକା ୫-୧ ଗୋଲରେ ଭାରତକୁ ପରାସ୍ତ କରିଛି।

ପୁନମଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ପୂର୍ବାଞ୍ଚଳ ବିଜୟୀ

ପୁନମଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ପୂର୍ବାଞ୍ଚଳ ବିଜୟୀ

କଟକ ଅଫିସ,୧୯ା୭- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ତାମିଲନାଡୁ କ୍ରିକେଟ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଚେନ୍ନାଇରେ ଚାଲିଥିବା ୧୯ବର୍ଷରୁ କମ୍‌ ବାଳିକା ଆନ୍ତଃ ଜୋନାଲ ଏକ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଏକ ମ୍ୟାଚ୍‌ରେ ପୂର୍ବାଞ୍ଚଳ ୭ ଉଇକେଟରେ ଦକ୍ଷିଣାଞ୍ଚଳକୁ ପରାସ୍ତ କରିଛି ।

Model This Week

ରୂପେଶ