ଖେଳ |

କ୍ରୀଡ଼ା ଜଗତରେ ଓଡ଼ିଶାର ଗୁରୁତ୍ୱ ବଢୁଛି

କ୍ରୀଡ଼ା ଜଗତରେ ଓଡ଼ିଶାର ଗୁରୁତ୍ୱ ବଢୁଛି

ଭୁବନେଶ୍ୱର, ୧।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ବଢ଼ିଛି। ବିଶେଷ କରି ଭୁବନେଶ୍ୱରରେ ବିଶ୍ୱ ସ୍ତରର ଭିତ୍ତିଭୂମି ଉପଲବ୍ଧ ଯୋଗୁ କ୍ରୀଡ଼ା ଜଗତର ନଜର ଏବେ ଏହି ସହର ଉପରେ କେନ୍ଦ୍ରୀଭୂତ ହେବାରେ ଲାଗିଛି। ମେଗା ଇଭେଣ୍ଟ ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କ ଆଗ୍ରହ, ନିକଟରେ ବିମାନବନ୍ଦର, ପରିବହନ, ଟ୍ରାଫିକ୍‌ ଶୃଙ୍ଖଳା, ପରିମଳ ବ୍ୟବସ୍ଥା, ଖେଳାଳି ଓ ଅଫିସିଆଲଙ୍କ ରହଣିର ସୁବ୍ୟବସ୍ଥା, ଖାଦ୍ୟପେୟ ଏବଂ ସର୍ବୋପରି ପ୍ରତି ଇଭେଣ୍ଟ ପ୍ରତି ଦର୍ଶକଙ୍କ ଉତ୍ସାହ ଯୋଗୁ ଭୁବନେଶ୍ୱର ଏବେ ପସନ୍ଦର ଭେନ୍ୟୁ। ଆଥଲେଟିକ୍ସ ହେଉ ହକି କିମ୍ବା ଅନ୍ୟ କୌଣସି କ୍ରୀଡ଼ା ଦେଶ ବିଦେଶର ଖେଳାଳି, ଅଫିସିଆଲ ଏବଂ କିମ୍ବଦନ୍ତୀ କ୍ରୀଡ଼ାବିତ୍‌ମାନେ ଆୟୋଜନ ବ୍ୟବସ୍ଥାରେ ଶତମୁଖ। ଆୟୋଜିତ ଇଭେଣ୍ଟଗୁଡ଼ିକ ସ୍ମରଣୀୟ ସ୍ମୃତି ଛାଡ଼ି ଯାଇଥିବାବେଳେ ଆଗକୁ ଆହୁରି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆସିବା ସ୍ପଷ୍ଟ ହୋଇଛି। ନିକଟରେ ଓଡ଼ିଶା ଦର୍ଶକ ଫୁଟବଲ ଏବଂ ଟେନିସର ରୋମାଞ୍ଚ ଖୁବ୍‌ ନିକଟରୁ ଅନୁଭବ କରିବାର ସୁଯୋଗ ପାଇବେ। ଭୁବନେଶ୍ୱରକୁ ସ୍ପୋଟର୍‌ସ ସିଟିରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରି ସାରିଛନ୍ତି। ଫଳରେ ଭୁବନେଶ୍ୱର ଏବେ ବିଭିନ୍ନ କ୍ରୀଡ଼ା ଆୟୋଜନର କେନ୍ଦ୍ରସ୍ଥଳ ପାଲଟି ଯାଇଛି।
କଳିଙ୍ଗ ଷ୍ଟାଡିୟମ: କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ଅନ୍ତର୍ଜାତୀୟ ଇଭେଣ୍ଟଭାବେ ୨୦୧୪ରେ ପ୍ରଥମଥରପାଇଁ ଚାମ୍ପିୟନ୍ସ ଟ୍ରଫି ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ସମେତ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାର ସୁଆୟୋଜନ ଅନ୍ୟ ଅନ୍ତର୍ଜାତୀୟ ଇଭେଣ୍ଟ ପାଇଁ ବାଟ ଫିଟାଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ଭାରତ-ଜାପାନ ହକି ସିରିଜ ଏବଂ ବିଭିନ୍ନ ଜାତୀୟ ସ୍ତରୀୟ ମ୍ୟାଚ ଆୟୋଜିତ ହୋଇଥିଲା। ୨୦୧୭ ଡିସେମ୍ବର ୧ରୁ ୧୦ ପର୍ଯ୍ୟନ୍ତ ଏଠାରେ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲ ସଫଳତାର ସହ ଆୟୋଜିତ ହୋଇଛି। ଏଥିରେ ମଧ୍ୟ ବିଶ୍ୱର ଶ୍ରେଷ୍ଠ ୮ଟି ଦଳ ଭାଗ ନେଇଥିଲେ। ବର୍ଷା ଏବଂ ଶୀତୁଆ ପରିବେଶ ସତ୍ତ୍ୱେ ମ୍ୟାଚ ପ୍ରତି ଦର୍ଶକଙ୍କ ଆଗ୍ରହ ଆୟୋଜକଙ୍କ ସମେତ ଅନ୍ତର୍ଜାତୀୟ ଖେଳାଳିମାନଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ଏହି ଅବସରରେ ଦକ୍ଷିଣ କୋରିଆ ଏଠାକୁ ଆସି କେତୋଟି ଅଭ୍ୟାସ ମ୍ୟାଚ ମଧ୍ୟ ଖେଳିଥିଲା। ଏବେ ହକି ଷ୍ଟାଡିୟମର ଭିତ୍ତିଭୂମିକୁ ସମ୍ପ୍ରସାରଣ କରାଯାଉଛି। ଷ୍ଟାଡିୟମର ଦର୍ଶକ ସଂଖ୍ୟା ୨୦,୦୦୦କୁ ବୃଦ୍ଧି କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଏଠାରେ ୨୦୧୮ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ହକି ମହାକୁମ୍ଭ ବିଶ୍ୱକପର ୧୪ତମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ ଯୋଗ୍ୟତାସମ୍ପନ୍ନ ୧୬ଟି ଦଳ ଅଂଶଗ୍ରହଣ କରିବେ। କେବଳ ଅନ୍ତର୍ଜାତୀୟ ଇଭେଣ୍ଟ ନୁହେଁ ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶାଭିତ୍ତିକ ଫ୍ରାଞ୍ଚାଇଜ୍‌ କଳିଙ୍ଗ ଲାନ୍ସର୍ସର ହୋମ୍‌ଭେନ୍ୟୁ ଭାବେ ମଧ୍ୟ କଳିଙ୍ଗ ଷ୍ଟାଡିୟମ ବ୍ୟବହୃତ ହେଉଛି। ୨୦୧୭ରେ କଳିଙ୍ଗ ଲାନ୍ସର୍ସ ଚାମ୍ପିୟନ ହେବାପରେ ଏହି ଭେନ୍ୟୁର ଗୁରୁତ୍ୱ ବଢ଼ିଛି।
୯୦ ଦିନର ଚ୍ୟାଲେଞ୍ଜ: ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୨୨ତମ ସଂସ୍କରଣ ଜୁଲାଇ ୬ରୁ ୯ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ପ୍ରକୃତରେ ଏହି ପ୍ରତିଯୋଗିତା ଝାଡ଼ଖଣ୍ଡରେ ଆୟୋଜନ ହେବାର ଥିଲା। ମାତ୍ର ଏହି ରାଜ୍ୟ ଅକ୍ଷମତା ପ୍ରକାଶ ପରେ ବିଳମ୍ବରେ ଓଡ଼ିଶାକୁ ଏହା ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସମୟ ମାତ୍ର ୯୦ଦିନ ଥିଲେ ହେଁ ଓଡ଼ିଶା ସରକାର ଚ୍ୟାଲେଞ୍ଜଭାବେ ନେଇ ଏହାକୁ ସଫଳତାର ସହ ଆୟୋଜନ କରି ଦେଶ ବିଦେଶରୁ ପ୍ରଶଂସା ସାଉଁଟିଥିଲେ। ଏହି ବଡ଼ ଇଭେଣ୍ଟ ଆୟୋଜନ ସହିତ କଳିଙ୍ଗ ଷ୍ଟାଡିୟମ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ସ୍ବତନ୍ତ୍ରସ୍ଥାନ ଅଧିକାର କରିଥିଲା।
ଆଇଏସଏଲ ମ୍ୟାଚ: ଆସନ୍ତା ଫେବୃୟାରୀ ୨୫ରେ କଳିଙ୍ଗ ଷ୍ଟାଡିୟମରେ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ଏକ ମ୍ୟାଚ ଅନୁଷ୍ଠିତ ହେବ। ଜାମସେଦପୁର ଫ୍ରାଞ୍ଚାଇଜ୍‌ କଳିଙ୍ଗ ଷ୍ଟାଡିୟମକୁ ଦ୍ୱିତୀୟ ହୋମ୍‌ଭେନ୍ୟୁଭାବେ ଗ୍ରହଣ କରିଛି। ଜାମସେଦପୁର ଓ ବେଙ୍ଗାଲୁରୁ ଏଫସି ମଧ୍ୟରେ ହେବାକୁଥିବା ମ୍ୟାଚରେ ଦର୍ଶକମାନେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ତାରକାଙ୍କ ଖେଳକୁ ନିକଟରୁ ଦେଖିପାରିବେ। ଇଣ୍ଟରନ୍ୟାଶନାଲ ଟେନିସ ଫେଡେରେଶନ ପକ୍ଷରୁ ଫେବୃୟାରୀରେ ଏଠାରେ ଏକ ପ୍ରତିଯୋଗିତା ଆୟୋଜନ ହେବ। ତାରିଖ ଚୂଡ଼ାନ୍ତ ହୋଇ ନ ଥିଲେ ହେଁ ଏହି ପ୍ରତିଯୋଗିତାରେ ଅନେକ ନାମୀ ଖେଳାଳି ଅଂଶଗ୍ରହଣ କରିବା ନିଶ୍ଚିତ ହୋଇଛି। ୪ଟି କ୍ଲେ ଏବଂ ୭ଟି ସିନ୍ଥେଟିକ୍‌ ଟେନିସ କୋର୍ଟ ଏଠାରେ ଉପଲବ୍ଧ। ଏ ସବୁ ପ୍ରତିଯୋଗିତାକୁ ଛାଡ଼ିଦେଲେ କଳିଙ୍ଗ ଷ୍ଟାଡିୟମରେ ରଗ୍‌ବୀ, ବାସ୍କେଟବଲ, ଭଲିବଲ, କବାଡ଼ି, ଶୁଟିଂ, ଓ୍ବାଲ୍‌ କ୍ଲାଇମ୍ବିଂ ପାଇଁ ମଧ୍ୟ ଅଭ୍ୟାସର ଭଲ ସୁଯୋଗ ରହିଛି।
ଅନ୍ତର୍ଜାତୀୟ ମାନର କ୍ଲାଇମ୍ବିଂ ଓ୍ବାଲ: କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମାନର କ୍ଲାଇମ୍ବିଂ ଓ୍ବାଲ୍‌ ନିର୍ମାଣ ସରିଛି। ଖୁବ୍‌ଶୀଘ୍ର ଏହା ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିରେ ଅନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତା ହୋଇ ପାରିବ। ସ୍ପିଡ୍‌ ଓ ଲୀଡ୍‌ ପାଇଁ ଓ୍ବାଲ୍‌ର ଉଚ୍ଚତା ୫୦ ଫୁଟ ରହିଥିବାବେଳେ ବୋଲ୍ଡରିଂ ପାଇଁ ୧୨ ଫୁଟ୍‌ର ଓ୍ବାଲ୍‌ ନିର୍ମାଣ ହୋଇଛି। ଏହା ଅନ୍ତର୍ଜାତୀୟ ଓ୍ବାଲ୍‌ କ୍ଲାଇମ୍ବରଙ୍କୁ ଆକର୍ଷିତ କରିବା ଆଶା।
କିଟ୍‌ରେ କ୍ରିକେଟ ଷ୍ଟାଡିୟମ: କଳିଙ୍ଗ ଷ୍ଟାଡିୟମକୁ ଛାଡ଼ିଦେଲେ ଦ୍ୱିତୀୟ ସର୍ବାଧିକ ସୁବିଧା ସୁଯୋଗ ଏବଂ ବହୁ କ୍ରୀଡ଼ା ବିଶିଷ୍ଟ ଭିତ୍ତିଭୂମି କିଟ୍‌ରେ ଉପଲବ୍ଧ। ଏଠାରେ କ୍ରିକେଟ ଷ୍ଟାଡିୟମ ରହିଛି। ଯେଉଁଠାରେକି ରଣଜୀ ଟ୍ରଫିଠାରୁ ଆରମ୍ଭ କରି ଅନ୍ୟ ଜାତୀୟ ଟୁର୍ନାମେଣ୍ଟ ଆୟୋଜିତ ହୋଇ ସାରିଛି। ଫ୍ଲଡ୍‌ଲାଇଟ୍‌ ଏବଂ ଦର୍ଶକ ଗ୍ୟାଲେରି କରାଯାଇ ଏହାକୁ ଅନ୍ତର୍ଜାତୀୟ ସ୍ତରୀୟ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହା ବ୍ୟତୀତ ଏଠାରେ ଆର୍ଚେରୀ, ଚେସ୍‌, ବ୍ୟାଡ୍‌ମିଣ୍ଟନ, ଟେବୁଲ ଟେନିସ, ବାସ୍କେଟବଲ ଭଲିବଲ, ସ୍କ୍ବାଶ୍‌, କବାଡ଼ି, ଖୋ-ଖୋ, ଲନ୍‌ ଟେନିସ ପାଇଁ ଅତ୍ୟାଧିୁନିକ ଭିତ୍ତିଭୂମି ଉପଲବ୍ଧ। ଏଠାରେ ଅନ୍ତର୍ଜାତୀୟ ମାନର ସୁଇମିଂ ପୁଲ୍‌ ଏବଂ ୬୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କିଟ୍‌ରେ ୨୫୦୦୦ ପିଲା ରହିବାଭଳି ୩-ଷ୍ଟାର ସୁବିଧାଥିବା ହଷ୍ଟେଲ ଏବଂ ୧୦୦୦ ଅତିଥି ଓ ଅଫିସିଆଲଙ୍କ ରହିବାକୁ ୫-ଷ୍ଟାର ସୁବିଧାଥିବା ଗେଷ୍ଟ ହାଉସ୍‌ ଉପଲବ୍ଧ ରହିଛି। ଏଠାରେ ଅନ୍ତର୍ଜାତୀୟ ବେସ୍‌ବଲ୍‌, ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସାରିଛି। ଜାତୀୟ ସ୍ତରରେ ବହୁ ବଡ଼ ପ୍ରତିଯୋଗିତା ଏଠାରେ ଆୟୋଜିତ ହୋଇଯାଇଛି ଏବଂ ଆଗାମୀ ଦିନରେ ଆହୁରି ବଡ଼ ଇଭେଣ୍ଟ ଏଠାକୁ ଆସୁଛି ବୋଲି କିଟ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାସ ପ୍ରକାଶ କରିଛନ୍ତି। ହାଇଦ୍ରାବାଦ-ସିକନ୍ଦରାବାଦ୍‌ଭଳି ଆଗାମୀ ଦିନରେ କଟକ-ଭୁବନେଶ୍ୱରକୁ କ୍ରୀଡ଼ା କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ। ଭୁବନେଶ୍ୱର ହେଉଛି କ୍ଲିନ୍‌ ସିଟି। ଏଠାରେ ବିମାନବନ୍ଦର ନିକଟରେ ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥା ବହୁତ ଭଲ ଏବଂ ଟ୍ରାଫିକ ସମସ୍ୟା ନାହିଁ। ପରିବହନ ବ୍ୟବସ୍ଥାକୁ ମଧ୍ୟ ଅତ୍ୟନ୍ତ ସୁନ୍ଦରଭାବେ ପରିଚାଳିତ କରାଯାଉଛି। ଫଳରେ ଏଠାକୁ ଅଧିକରୁ ଅଧିକ ଅନ୍ତର୍ଜାତୀୟ ଇଭେଣ୍ଟ ଆସିବାରେ ଲାଗିଛି ବୋଲି ଗଗନେନ୍ଦୁ ପ୍ରକାଶ କରିଛନ୍ତି।
କିଟ୍‌ ବ୍ୟତୀତ ଭୁବନେଶ୍ୱରରେ ରେଲଓ୍ବେ ଷ୍ଟାଡିୟମ ଏବଂ ବିକାଶ ଗ୍ରାଉଣ୍ଡ କ୍ରିକେଟ ପାଇଁ ଉପଯୁକ୍ତ। ଏହି ୨ ଗ୍ରାଉଣ୍ଡରେ ରଣଜୀ ଟ୍ରଫି ଏବଂ ବିସିସିଆଇ ପରିଚାଳିତ ଅନ୍ୟ ବୟସବର୍ଗ ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜିତ ହୋଇଛି।
ଉତ୍କଳ କରାଟେ ସ୍କୁଲ: ଭୁବନେଶ୍ୱରରେ ଇନ୍‌ଡୋର ଗେମ୍‌ କଥା ଉଠିଲେ ସ୍ବତଃ ଉତ୍କଳ କରାଟେ ସ୍କୁଲ ଉପରକୁ ନଜର ଆସେ। ଏଠାରେ କରାଟେରୁ ଆରମ୍ଭ କରି ଭାରୋତ୍ତୋଳନ, ଶକ୍ତିଉତ୍ତୋଳନ, ଜେନେରାଲ ଫିଟ୍‌ନେସ୍‌, ସ୍ପେଶିଫିକ୍‌ ଫିଟ୍‌ନେସ ଟ୍ରେନିଂ, ଜୁଜୁତ୍ସୁ, ଗ୍ରାପଲିଂ, ରେସ୍‌ଲିଂ, ବକ୍ସିଂ, ମିକ୍ସଡ ମାର୍ଶାଲ ଆର୍ଟ(ଏମଏମ), ବାହୁ କୁସ୍ତି, ଶୁଟିଂ ଓ ସ୍ପୋଟର୍‌ସ କ୍ଲାଇମ୍ବିଂପାଇଁ ଭିତ୍ତିଭୂମି ଉପଲବ୍ଧ। କରାଟେଠାରୁ ଆରମ୍ଭ କରି ମିକ୍ସଡ ମାର୍ଶାଲ ଆର୍ଟର ଜାତୀୟ ପ୍ରତିଯୋଗିତା ପର୍ଯ୍ୟନ୍ତ ଏଠାରେ ବହୁ ବଡ଼ ଇଭେଣ୍ଟ ହରି ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି।
ଏପରି ସୁବିଧା କ୍ୱଚିତ: କଳିଙ୍ଗ ଷ୍ଟାଡିୟମରେ ୨ଟି ହକି ଗ୍ରାଉଣ୍ଡ ପାଖାପାଖି ରହିଛି। ଏପରି ବ୍ୟବସ୍ଥା ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ। ଆଥଲେଟିକ୍ସ ପାଇଁ ଗୋଟିଏ ଇଭେଣ୍ଟ ଏବଂ ଗୋଟିଏ ପ୍ରାକ୍ଟିସ ଗ୍ରାଉଣ୍ଡ ରହିଛି। ଫୁଟବଲ ପାଇଁ ମଧ୍ୟ ଗୋଟିଏ ଟୁର୍ନାମେଣ୍ଟ ଏବଂ ଅନ୍ୟ ଗୋଟିଏ ଅଭ୍ୟାସ ପଡ଼ିଆ ରହିଛି। ମୁଖ୍ୟ ଷ୍ଟାଡିୟମଠାରୁ ବିମାନବନ୍ଦର ମାତ୍ର ୪ କିଲୋମିଟର। ଟ୍ରାଫିକ୍‌ ଶୃଙ୍ଖଳାଠାରୁ ଆରମ୍ଭ କରି ପରିବହନ ଏବଂ ପିଲାଙ୍କ ରହିବାକୁ ଏଠାରେ ବହୁ ଗୁରୁତ୍ୱ ଦିଆ ଯାଇଥାଏ। ବିଭିନ୍ନ ଇଭେଣ୍ଟ ଆୟୋଜନ ପାଇଁ ସରକାରୀସ୍ତରରେ ଆଗ୍ରହ ଥିବାରୁ ବଡ଼ ଇଭେଣ୍ଟଗୁଡ଼ିକ ସଫଳତାର ସହ ସମ୍ପନ୍ନ ହୋଇପାରିଛି। ତେଣୁ ଭୁବନେଶ୍ୱରପ୍ରତି ସ୍ବତଃ ଅନ୍ତର୍ଜାତୀୟ ସ୍ତରରେ ଆଗ୍ରହ ବୃଦ୍ଧି ପାଇଛି ବୋଲି ଷ୍ଟାଡିୟମ ଇନ୍‌ଚାର୍ଜ ବାରିଜ ମହାନ୍ତି ପ୍ରକାଶ କରିଛନ୍ତି। ଷ୍ଟାଡିୟମ ପରିସରରେ ୪୦୦ ପିଲାଙ୍କ ପାଇଁ ରହିବା ବ୍ୟବସ୍ଥା ଏବଂ ଅଫିସିଆଲ୍‌ ଓ ରେଫରିଙ୍କପାଇଁ ୩୪ଟି ରୁମ୍‌ ଉପଲବ୍ଧ ଅଛି ବୋଲି ସେ କହିଛନ୍ତି।
ସରକାରଙ୍କ ଆଗ୍ରହ ହିଁ ମୁଖ୍ୟ: କୌଣସି ବଡ଼ ପ୍ରତିଯୋଗିତା ପାଇଁ ରାଜ୍ୟ ସରକାର ନିଜେ ଆୟୋଜକ ହେବା ସମ୍ଭବତଃ ଆଉ କେଉଁଠି ଦେଖିବାକୁ ମିଳେନାହିଁ। ଓଡ଼ିଶା ସରକାର ଏଥିପ୍ରତି ଆଗ୍ରହ ଦେଖାଉଥିବାରୁ ମେଗା ଇଭେଣ୍ଟ ଗୁଡ଼ିକ ସଫଳତାର ସହ ଆୟୋଜନ ହୋଇପାରୁଛି। କଳିଙ୍ଗ ଷ୍ଟାଡିୟମରେ ସରକାର ଯାହା କରୁଛନ୍ତି କେବଳ ଅଲିମ୍ପିକ୍ସ କିମ୍ବା ଏସିଆନ ଗେମ୍ସକୁ ଛାଡ଼ିଦେଲେ ଅନ୍ୟ କେହି କେଉଁଠାରେ କରନ୍ତି ନାହିଁ। ତେବେ ଗୋଟିଏ କୌଣସି କ୍ରୀଡ଼ା ପାଇଁ ଅନ୍ୟ କୌଣସି କ୍ରୀଡ଼ାକୁ ହେଳା କରାଯିବା ଉଚିତ ନୁହେଁ। ଏହାକୁ ଦୃଷ୍ଟିରେ ରଖାଯାଇ କାର୍ଯ୍ୟ କରାଗଲେ ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ଆହୁରି ଆଗକୁ ଯାଇପାରିବ। ଉତ୍କଳ କରାଟେ ସ୍କୁଲରେ ବିଭିନ୍ନ ଇନ୍‌ଡୋର ଗେମ୍‌ ପାଇଁ ଭିତ୍ତିଭୂମି ବିକାଶ କରାଯାଇଛି। ଦେଶ ବିଦେଶରୁ ଆସୁଥିବା ଖେଳାଳି ଏବଂ ଅଫିସିଆଲମାନଙ୍କୁ ଏହା ଆକୃଷ୍ଟ କରିପାରିଛି ଏବଂ ଅଳ୍ପ ସ୍ଥାନରେ କିପରି ଅଧିକରୁ ଅଧିକ ଭିତ୍ତିଭୂମି ପ୍ରସ୍ତୁତ ହୋଇପାରିଛି ତା’ର ନକ୍‌ସା ସେମାନେ ପ୍ରସ୍ତୁତ କରି ନିଜ ରାଜ୍ୟ କିମ୍ବା ଦେଶକୁ ଫେରିଛନ୍ତି। ବିଭିନ୍ନ କ୍ରୀଡ଼ାର ସଫଳ ଆୟୋଜନ ଏବଂ ଫିଟ୍‌ନେସ୍‌ ଟ୍ରେନିଂ ପାଇଁ ଉତ୍କଳ କରାଟେ ସ୍କୁଲ ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଉତ୍କଳ କରାଟେ ସ୍କୁଲ ମୁଖ୍ୟ ତଥା ଫିଟ୍‌ନେସ୍‌ ଗୁରୁ ହରିପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ଆହୁରି ଅନେକ ବାକିଅଛି: ଆମ ରାଜ୍ୟରେ ଏବେ ଆଥଲେଟିକ୍ସ, ହକି ଭଳି ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ହୋଇଛି। ମାତ୍ର ଜାତୀୟ କ୍ରୀଡ଼ା,ଏସିଆନ ଗେମ୍ସ କିମ୍ବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ହେଲେ ଆମକୁ ଆହୁରି ଭିତ୍ତିଭୂମି ବଢ଼ାଇବାକୁ ପଡ଼ିବ। ଏସିଆନ ଗେମ୍ସ କିମ୍ବା ରାଜ୍ୟଗୋଷ୍ଠୀ କ୍ରୀଡ଼ା କରିବାକୁ ହେଲେ ୧୦ରୁ ଊର୍ଦ୍ଧ୍ୱ ଷ୍ଟାଡିୟମ ଏବଂ ସମାନ ସଂଖ୍ୟକ ଅଭ୍ୟାସ ପଡ଼ିଆ ଆବଶ୍ୟକ। ଯାହାକି ଆମ ପାଖରେ ନାହିଁ। ତେଣୁ କେବଳ ଭୁବନେଶ୍ୱରରେ ନୁହେଁ ଏହାର ଆଖପାଖରେ ଥିବା ପଡ଼ିଆକୁ ଚିହ୍ନଟ କରି ଏହାର ବିକାଶ କରାଇବାକୁ ପଡ଼ିବ। ଭୁବନେଶ୍ୱରରେ ଅନ୍ତର୍ଜାତୀୟ ହକି ହେଉଛି ସତ, ମାତ୍ର ଭୁବନେଶ୍ୱରର କୌଣସି ସ୍କୁଲରେ ପିଲାମାନେ ହକି କ’ଣ ଜାଣି ନାହାନ୍ତି। ଅନ୍ୟ ଇଭେଣ୍ଟକୁ କ୍ୟାରିୟର କରୁଥିବା ପିଲାଙ୍କ ଅବସ୍ଥା ମଧ୍ୟ ସମାନ। ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏହା ହେଲେ ଯାଇ ରାଜ୍ୟରେ ଅଧିକରୁ ଅଧିକ ମେଗା ପ୍ରତିଯୋଗିତା ଆୟୋଜନରୁ ରାଜ୍ୟ ଖେଳାଳିଙ୍କୁ ଫାଇଦା ମିଳି ପାରିବ ବୋଲି ପୂର୍ବତନ ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ଅଶୋକ ମହାନ୍ତି ପ୍ରକାଶ କରିଛନ୍ତି।

All Right Reserved By

Model This Week

ନିକିତା

ଖେଳ |

କୋହଲିଙ୍କୁ ଟପିଲେ ରାଇନା

କୋହଲିଙ୍କୁ ଟପିଲେ ରାଇନା

ହାଇଦ୍ରାବାଦ, ୨୨।୪- ଟି୨୦ ସ୍ପେଶାଲିଷ୍ଟ ସୁରେଶ ରାଇନା ପୁଣିଥରେ ଆଇପିଏଲ୍‌ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ରବିବାର ଏଠାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ରାଇନା ଏହି କୃତିତ୍ୱ ଅର୍ଜନ କରିଥିଲେ।

ଶୀର୍ଷରେ ସୁପର କିଙ୍ଗ୍ସ

ଶୀର୍ଷରେ ସୁପର କିଙ୍ଗ୍ସ

ହାଇଦ୍ରାବାଦ, ୨୨।୪- ଚଳିତ ଆଇପିଏଲ୍‌ରେ ରବିବାର ଅପରାହ୍ନରେ ଅନୁଷ୍ଠିତ ପ୍ରତିଯୋଗିତାର ୨୦ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ରୋମାଞ୍ଚକ ଭାବେ ୪ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ସୁପର କିଙ୍ଗ୍ସ ପକ୍ଷରୁ ଧାର୍ଯ୍ୟ ୧୮୩ ରନ୍‌ର ଏକ କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରିଥିବା କେନ୍‌ ଓ୍ବିଲିୟମସନଙ୍କ ହାଇଦ୍ରାବାଦ ଦଳ ୬ ଉଇକେଟ୍‌ ହରାଇ ୧୭୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ସ୍କୁଲ ଓପନ ଚେସ୍‌: ତନ୍ମୟ ଚାମ୍ପିୟନ

ସ୍କୁଲ ଓପନ ଚେସ୍‌: ତନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୨୨।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସସିଏ) ଆନୁକୂଲ୍ୟରେ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ୟୁନିଟ-୧ସ୍ଥିତ ମଦର୍ସ ପବ୍ଲିକ୍‌ ସ୍କୁଲରେ ରବିବାର ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟର ୧୭ ସ୍କୁଲରୁ ୧୦୮ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ଶେଷରେ ମୋଟ ୫ ପ୍ରତିଯୋଗୀ ୬ ପଏଣ୍ଟ ଲେଖାଏ ପାଇଥିଲେ। ବୁକୋଲଜ୍‌ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲର ତନ୍ମୟ କୁମାର ଚାମ୍ପିୟନ ହୋଇଥିଲେ।

ରାହିଲଙ୍କୁ ପାନାସୋନିକ ଗଲ୍ଫ ଟାଇଟଲ

ରାହିଲଙ୍କୁ ପାନାସୋନିକ ଗଲ୍ଫ ଟାଇଟଲ

ଓସାକା(ଜାପାନ), ୨୨।୪ (ପି.ଟି.)- ଭାରତୀୟ ଗଲ୍ଫ ତାରକା ରାହିଲ ଗଙ୍ଗଜୀ ରବିବାର ପାନାସୋନିକ ଓପନ ଟାଇଟଲ ହାସଲ କରିଛନ୍ତି। ଏଥି ସହିତ ସେ ଦୀର୍ଘ ୧୪ ବର୍ଷ ପରେ କୌଣସି ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ୩୯ ବର୍ଷୀୟ ରାହିଲଙ୍କ ସହିତ କୋରିଆର ହ୍ୟୁଙ୍ଗସଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏହାପୂର୍ବରୁ ୨୦୦୪ରେ ରାହିଲ ଶେଷଥର ପାଇଁ ଚାଇନାରେ ଏସିଆନ୍‌ ଟୁର ଟାଇଟଲ ଜିତିଥିଲେ। ଏହି ବିଜୟ ସହ ସେ ବିଭିନ୍ନ ଦୃଷ୍ଟିକୋଣରୁ ବେଶ୍‌ ଲାଭବାନ ହୋଇଛନ୍ତି। ସେ ୨ ଲକ୍ଷ ୮୩ ହଜାର ଆମେରିକୀୟ ଡଲାର ପୁରସ୍କାର ଆର୍ଥିକ ପୁରସ୍କାର ପାଇଛନ୍ତି।

ସାଉଥ୍‌ ଏସିଆନ ଚାମ୍ପିୟନଶିପ୍‌:  ଭାରତୀୟ ମହିଳା ଜୁଡୋକାଙ୍କୁ ୪ ସ୍ବର୍ଣ୍ଣ

ସାଉଥ୍‌ ଏସିଆନ ଚାମ୍ପିୟନଶିପ୍‌: ଭାରତୀୟ ମହିଳା ଜୁଡୋକାଙ୍କୁ ୪ ସ୍ବର୍ଣ୍ଣ

ଲଳିତ୍‌ପୁର (ନେପାଲ), ୨୨।୪(ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଅଷ୍ଟମ ସାଉଥ ଏସିଆନ୍‌ ଜୁଡୋ ଚାମ୍ପିୟନଶିପ୍‌ର ପ୍ରଥମ ଦିବସରେ ଭାରତୀୟ ପ୍ରତିଯୋଗୀମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ମହିଳା ଜୁଡୋକାମାନେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତ ଏଲ. ସୁଶୀଳା ଦେବୀ ୪୮ କେ.ଜି ବର୍ଗରେ ପାକିସ୍ତାନର ହୁମାଇରା ଆଶିକ୍‌ଙ୍କୁ ଫାଇନାଲରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି କଳ୍ପନା ଦେବୀ ଥୋଉଡାମ ୫୨ କେ.ଜି. ବର୍ଗରେ ପାକିସ୍ତାନର ମାର଼୍ୟାମ୍‌ଙ୍କୁ ହରାଇ ଦେଶ ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଛନ୍ତି। ଅନ୍ୟପଟେ ୫୭ କେ.ଜି. ବର୍ଗରେ ଏ. ଅନିତା ଚାନୁ ସ୍ଥାନୀୟ ଖେଳାଳି ଲିଳା ଅଧିକାରୀଙ୍କୁ ଓ ଏଚ୍‌. ସୁନିବାଳା ଦେବୀ ନେପାଳର ଫୁପୁ ଲାମୁ ଖାତ୍ରୀଙ୍କୁ ୬୩ କେ.ଜି ବର୍ଗରେ ପରାସ୍ତ କରି ଯାଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ଡି’ଭିଲର୍ସଙ୍କୁ ଶ୍ରେୟ ଦେଲେ କୋହଲି

ଡି’ଭିଲର୍ସଙ୍କୁ ଶ୍ରେୟ ଦେଲେ କୋହଲି

ବାଙ୍ଗାଲୋର, ୨୨।୪ (ପି.ଟି.)- ଶନିବାର ଦଲ୍ଲୀ ଡେୟାର ଡେଭିଲ୍ସକୁ ୬ ଉଇକେଟରେ ପରାସ୍ତ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ବେଶ୍‌ ହାଲକା ଅନୁଭବ କରିଛନ୍ତି। ୫ଟି ମ୍ୟାଚ ଖେଳି ବାଙ୍ଗାଲୋର ତା’ର ଦ୍ୱିତୀୟ ବିଜୟ ହାସଲ କରି ପ୍ରତ୍ୟାବର୍ତ୍ତନ କରିଛି। ଅଭିଜ୍ଞ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସଙ୍କୁ ସେ ଏହି ବିଜୟର ଶ୍ରେୟ ପ୍ରଦାନ କରିଛନ୍ତି। ଡି’ଭିଲର୍ସ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ଆମକୁ ଖୁସି କରାଉଛନ୍ତି ବୋଲି କୋହଲି କହିଛନ୍ତି।

ଯୁବିଙ୍କ ଭଳି ଖେଳୁଛନ୍ତି ପନ୍ତ: ମନଦୀପ୍‌

ଯୁବିଙ୍କ ଭଳି ଖେଳୁଛନ୍ତି ପନ୍ତ: ମନଦୀପ୍‌

ବାଙ୍ଗାଲୋର, ୨୨।୪ (ପି.ଟି.)- ଦିଲ୍ଲୀ ଡେୟାର ଡେଭିଲ୍ସ ଯୁବ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଭିଜ୍ଞ ଯୁବରାଜ ସିଂଙ୍କ ଭଲି ବ୍ୟାଟିଂ କରୁଛନ୍ତି ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ ମନଦୀପ ସିଂ କହିଛନ୍ତି। ଯୁବରାଜଙ୍କ ଭଳି ପନ୍ତ ଛକା ମାରୁଛନ୍ତି। ଶନିବାର ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ପନ୍ତ ୪୮ଟି ବଲ ଖେଳି ୬ ଚୌକା ଓ ୭ ଛକା ସହ ଦ୍ରୁତ ୮୫ ରନ ସଂଗ୍ରହ କରିଥିଲେ ମଧ୍ୟ ଦିଲ୍ଲୀ ଏହି ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ ଏବି ଡି’ଭିଲର୍ସ ୩୯ ବଲରୁ ଦ୍ରୁତ ୯୦ ରନ କରି ବାଙ୍ଗାଲୋରକୁ ୬ ଉଇକେଟରେ ଜିତାଇଥିଲେ। ପନ୍ତ ନିଜ ଦକ୍ଷତା ଅନୁଯାୟୀ ଖେଳିଲେ ସମସ୍ତଙ୍କୁ ପଛରେ ପକାଇ ଆଗକୁ ଯାଇପାରିବେ ବୋଲି ମନଦୀପ ପୂର୍ବନୁମାନ କରିଛନ୍ତି।

ବାର୍ସିଲୋନା ଜିତିଲା ୩୦ତମ ‘କୋପା ଡେଲ ରେ’ ଟାଇଟଲ

ବାର୍ସିଲୋନା ଜିତିଲା ୩୦ତମ ‘କୋପା ଡେଲ ରେ’ ଟାଇଟଲ

ମାଡ୍ରିଡ, ୨୨।୪ (ଏ.ପି.)- ଦୁଇ ସୁପରଷ୍ଟାର ଲିଓନେଲ ମେସି ଓ ଲୁଇସ୍‌ ସୁଆରେଜଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ବାର୍ସିଲୋନା କ୍ଲବ୍‌ ‘କୋପା ଡେଲ ରେ’ ଟାଇଟଲ ହାସଲ କରିଛି। ଶନିବାର ସେବିଲାକୁ ସମ୍ପୂନ୍ନ ଏକପାଖିଆ ମ୍ୟାଚରେ ୫-୦ ଗୋଲରେ ପରାସ୍ତ କରି ବାର୍ସିଲୋନା ଏହି ଟୁର୍ନାମେଣ୍ଟର ୩୦ତମ ଟାଇଟଲ ହାସଲ କରିଛନ୍ତି। ଏଥିସହିତ ବାର୍ସିଲୋନା ଏହି ଟୁର୍ନାମେଣ୍ଟରେ କ୍ରମାଗତ ଚତୁର୍ଥ ଟାଇଟଲ ହାସଲ କରିଛି ଓ ଗତ ୫ ବର୍ଷ ମଧ୍ୟରେ ବାର୍ସିଲୋନା ସବୁଥର ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି।

୨ ବର୍ଷରେ ପ୍ରଥମ ବିଜୟ ହାସଲ କଲେ ଆମୀର

୨ ବର୍ଷରେ ପ୍ରଥମ ବିଜୟ ହାସଲ କଲେ ଆମୀର

ଲିଭରପୁଲ, ୨୨।୪ (ଏ.ପି.)- ପୂର୍ବତନ ବିଶ୍ୱଚାମ୍ପିୟନ ବ୍ରିଟେନ ଅଭିଜ୍ଞ ବକ୍ସର ଅମୀର ଖାଁ ଗତ ୨ ବର୍ଷ ମଧ୍ୟରେ ତାଙ୍କର ପ୍ରଥମ ଫାଇଟରେ ବିଜୟୀ ହୋଇଛନ୍ତି। ଶନିବାର ଅନୁଷ୍ଠିତ ମୁକାବିଲାରେ ଆମୀର ମାତ୍ର ୩୯ ସେକେଣ୍ଡରେ କାନାଡ଼ାର ପେସାଦନାର ବକ୍ସର ଫିଲ ଲୋ ଗ୍ରିକୋଙ୍କୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି। ଘରୋଇ ପରିବେଶ ଆମୀର ଗତ ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ ଓ ବେଶ୍‌ ଉଚ୍ଚକୋଟୀର ପଦର୍ଶନ କରିଥିଲେ। ଏହାପୂର୍ବରୁ ୨୦୧୬ ମେ’ ମାସରେ ୩୧ ବର୍ଷୀୟ ଆମୀର ସଲ କାନେଲୋ ଆଲଭାରେଜଙ୍କଠାରୁ ପରାସ୍ତ ହୋଇଥିଲେ।

ପୂର୍ବତନ ବ୍ରାଜିଲ ଗୋଲ କିପର ଜୁଲିଓଙ୍କ ଅବସର

ପୂର୍ବତନ ବ୍ରାଜିଲ ଗୋଲ କିପର ଜୁଲିଓଙ୍କ ଅବସର

ରିଓ ଡି ଜାନେଇରୋ, ୨୨।୪ (ଏ.ପି.)- ପୂର୍ବତନ ବ୍ରାଜିଲ ଗୋଲ୍‌ କିପର ଜୁଲିଓ ସିଜାର ଫୁଟବଲରୁ ଅବସର ନେଇଛନ୍ତି । ୩୮ ବର୍ଷୀୟ ଜୁଲିଓ ନିଜ ପିଲାବେଳର କ୍ଲବ୍‌ ଫ୍ଲାମେଙ୍ଗୋ ତରଫରୁ ତାଙ୍କର ଶେଷ ମ୍ୟାଚ ଖେଳି ଏ ନେଇ ଘୋଷଣା କରିଛନ୍ତି। ସେ ପୂର୍ବରୁ ଇଣ୍ଟର ମିଲାନ, ବେନଫିକା ତରଫରୁ ଖେଳି ବେଶ୍‌ ସଫଳତା ହାସଲ କରିଥିଲେ। ଐତିହାସିକ ମାରାକାନା ଷ୍ଟାଡିୟମରେ ଶନିବାର ରାତିରେ ଅନୁଷ୍ଠିତ ମ୍ୟାଚ୍‌ରେ ତାଙ୍କ କ୍ଲବ ୨-୦ ଗୋଲରେ ଆମେରିକାକୁ ପରାସ୍ତ କରିଥିଲା। ବ୍ରାଜିଲିଆନ ଚାମ୍ପିୟନଶିପ୍‌ର ଏହି ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଜୁଲିଓ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଅବସର କଥା ଘୋଷଣା କରିବା ବେଳେ ଜୁଲିଓ ବେଶ୍‌ ଭାବପ୍ରବଣ ହୋଇ ପଡିଥିଲେ ଓ ତାଙ୍କ ଆଖି ଛଳଛଳ ହୋଇଥିଲା

ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ ବାଳିକା ବର୍ଗର ଫାଇନାଲରେ ବିବିଏ-ଟ୍ରଟର୍ସ

କଟକ ଅଫିସ, ୨୨।୪- ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଓଡ଼ିଶା ବାସ୍କେଟବଲ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ର ଶନିବାର ଖେଳ ଶେଷ ହୋଇଛି। ପ୍ରତିଯୋଗିତାର ବାଳିକା ବର୍ଗର ଫାଇନାଲକୁ ବିବିଏ ଓ ଟ୍ରଟର୍ସ ପ୍ରବେଶ କରିଛନ୍ତି।

ବିଶ୍ୱ ଫୁଟ୍‌ଭଲି ଚାମ୍ପିୟନଶିପ୍‌  ଜାତୀୟ ଦଳରେ ୩ ଓଡ଼ିଆ

ବିଶ୍ୱ ଫୁଟ୍‌ଭଲି ଚାମ୍ପିୟନଶିପ୍‌ ଜାତୀୟ ଦଳରେ ୩ ଓଡ଼ିଆ

କଟକ ଅଫିସ,୨୨।୪- ଏପ୍ରିଲ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ବିଶ୍ୱ ଫୁଟଭଲି ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏ ନେଇ କଟକ ସିଟି ଫୁଟ୍‌ଭଲି ଆସୋସିଏଶନ ପକ୍ଷରୁ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ ସମ୍ମିଳନୀ କକ୍ଷରେ ଭାରତୀୟ ଦଳକୁ ଶନିବାର ସମ୍ବର୍ଦ୍ଧନା ଦିଆଯାଇଥିଲା।