ବ୍ରହ୍ମପୁର

ଚିକିଟିରେ ଅଭାବୀ ଧାନବିକ୍ରି, ଚାଷୀ ହତାଶ

 ଚିକିଟିରେ ଅଭାବୀ ଧାନବିକ୍ରି, ଚାଷୀ ହତାଶ
ଚିକିଟି,୧।୧(ଡି.ଏନ.ଏ.)-ଚିକିଟି ବ୍ଲକର ୧୭ ପଞ୍ଚାୟତରେ ଚଳିତ ବର୍ଷ ଧାନର ଅଭାବୀ ବିକ୍ରି ଦେଖାଦେଇଛି। ଏଥିରେ ଚାଷୀମାନେ କ୍ଷତି ସହୁଥିବା ବେଳେ ଦଲାଲ ଓ ଆନ୍ଧ୍ରବେପାରୀମାନେ ମାଲାମାଲ ହେଉଛନ୍ତି। ଡିସେମ୍ବର ୨୧ଠାରୁ ସମସ୍ତ ପଞ୍ଚାୟତରେ ଧାନମଣ୍ଡି ଖୋଲି ସେବା ସମବାୟ ସମିତି ମାଧ୍ୟମରେ ଧାନକିଣା ଆରମ୍ଭ ହେବ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏଯାଏ ଜଗମୋହନପୁର ସେବା ସମବାୟ ସମିତି ତରଫରୁ ଓଳପୁର ଛକ ନିକଟରେ ଗୋଟିଏ ମାତ୍ର ମଣ୍ଡି ଖୋଲାଯାଇ ପରେ ପୁଣି ବନ୍ଦ କରି ଦିଆଯାଇଛି। ସ୍ଥାନ ଅଭାବରୁ ଖଳାରେ ଧାନ ରଖି ଶୀତ କାକରରେ ଦିନରାତି ଚାଷୀ ଜଗି ରହୁଛି। ରୋଗପୋକ ଓ ବର୍ଷା ମୁହଁରୁ ଯାହା କିଛି ଧାନ ବର୍ତ୍ତି ଯାଇଥିଲା ତାକୁ ବିକ୍ରିକରି କିଛି ରୋଜଗାର କରିବାକୁ ଆଶା ରଖିଥିବା ଚାଷୀ ଏବେ ହତାଶ। ନିରୁପାୟ ହୋଇ ଦଲାଲଙ୍କ ଜରିଆରେ ଆନ୍ଧ୍ର ବେପାରୀଙ୍କୁ କୁଇଣ୍ଟାଲ ୧୦୦୦ରୁ ୧୦୫୦ ଟଙ୍କା ଦରରେ ଧାନ ବିକିବାକୁ ବାଧ୍ୟ ହେଉଛି। ଏହି ଧାନ ଡଭାର, ଚାନ୍ଦପୁର, ନୂଆପଡା, ଦେଓଖାଳି, ଚିକିଟି, ପାତ୍ରପୁର ଭାୟା ସୁରଙ୍ଗି ଦେଇ ପଡୋଶୀ ଆନ୍ଧ୍ରକୁ ଚାଲାଣ ହେଉଛି। ଦଲାଲ ଓ ଆନ୍ଧ୍ରବେପାରୀ ମାଲାମାଲ ହେଉଥିବାବେଳେ ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଚିକିଟି ବ୍ଲକର ୧୭ ପଞ୍ଚାୟତରେ ବ୍ଲକ ପ୍ରଶାସନ ତରଫରୁ ୧୮ଟି ମଣ୍ଡି ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପଯର୍‌ୟାୟରେ ୩୫ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷଧାଯର୍‌ୟ ରଖାଯାଇଥିବା ବ୍ଲକ ଯୋଗାଣ ନିରୀକ୍ଷିକା ପି. ଭାର୍ଗବୀ କହିଛନ୍ତି। ଅନ୍ୟପକ୍ଷରେ ଚଳିତବର୍ଷ ଧାନ କିଣିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ତାଲିକାରେ ବହୁ ଚାଷୀଙ୍କ ନାମ ନାହିଁ। ତେଣୁ ଅଧିକାଂଶ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚତ୍ତ ହେବା ସମ୍ଭାବନା ରହିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ଏନେଇ ଯୋଗାଣ ନିରୀକ୍ଷିକା ଭାର୍ଗବୀଙ୍କ ସହ ଯୋଗାଯୋଗ ବେଳେ ଚଳିତ ବର୍ଷ ୯୦ ପ୍ରତିଶତ ଧାନ କିଣା ହେବ। କିନ୍ତୁ ମିଲରମାନଙ୍କ ସହ ଏଗ୍ରିମେଣ୍ଟ ହୋଇନଥିବା ଯୋଗୁ ଧାନ କିଣା ହୋଇପାରୁନାହିଁ। ପ୍ରଶାସନ ତୁରନ୍ତ ମଣ୍ଡି ଖୋଲିବା ପାଇଁ ନିର୍ଦ୍ଦେଶ ଦେବାରୁ ମଣ୍ଡି ଖୋଲା ଆରମ୍ଭ କରିଥିଲୁ। ଏକ ସପ୍ତାହ ମଧ୍ୟରେ ମିଲରମାନଙ୍କ ସହ ଚୁକ୍ତିନାମା କରି ଧାନ କିଣା ଆରମ୍ଭ ହେବ ବୋଲି ସେ କହିଛନ୍ତି।
All Right Reserved By

ବ୍ରହ୍ମପୁର

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ଦିଗପହଣ୍ଡି,୨୫।୯(ଡି.ଏନ.ଏ.): ଦିଗପହଣ୍ଡି ବ୍ଲଖ ଫାସିଗୁଡ଼ା ପଞ୍ଚାୟତ ଜକମେରିପଲ୍ଲୀ ଓ ଜଲମେରିପଲ୍ଲୀ ଗ୍ରାମର ବହୁ କଂଗ୍ରେସ କର୍ମୀ ସୋମବାର ଦଳ ଛାଡି ବିଜେଡିିରେ ସାମିଲ ହୋଇଥିବା ଘୋଷଣା କରିଛନ୍ତି । 

ଅଶାନ୍ତି ଆଶଙ୍କାରେ ପୋଲିସ ପହରା

ଅଶାନ୍ତି ଆଶଙ୍କାରେ ପୋଲିସ ପହରା

ବ୍ରହ୍ମପୁର ଅଫିସ୍‌,୨୫ା୯-ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ତଥାପି ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ରାଜନୀତି ଉଷ୍ମ ହେବାରେ ଲାଗିଛି। ଆଶାୟୀମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନିଜ ସପକ୍ଷରେ ଛାତ୍ରମତ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ କଲେଣି ରଣନୀତି। ଜିଲାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଷ୍ମତା ଦେଖିବାକୁ ମିଳିଛି ।

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

ଫିରିଙ୍ଗିଆ, ୨୫ା୯-କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ସୋମବାର ଦୁଇଟି ସ୍ଥାନରେ ଚଢ଼ାଉ କରି ୨ କୁଇଣ୍ଟାଲ ୮ କେଜି ଗଞ୍ଜେଇ ଜବତ କରିଛି ା ଗୋଟିଏ ଘଟଣାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଘଟଣାରେ ୪ ଜଣ ଗାଡି ଛାଡି ଫେରାର ହୋଇଯାଇଛନ୍ତିି ା 

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ/କୋଟଗଡ,(ଡି.ଏନ.ଏ.), ୨୫ା୯-କନ୍ଧମାଳ ଜିଲା କୋଟଗଡ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଥମି ନ ଥିବା ବେଳେ ସୋମବାର ପୁଣି ଏକ ବଳାତ୍କାର ଘଟଣା ପଦାକୁ ଆସିଛି।

ବିଏମ୍‌ସିର ୫ ବର୍ଷରେ ବାଧାପ୍ରାପ୍ତ ହୋଇଛି ବିକାଶ

ବ୍ରହ୍ମପୁର ଅଫିସ,୨୫ା୯-ବ୍ରହ୍ମପୁର ମହାନଗର ନିଗମ ନିର୍ବାଚିତ ପରିଷଦର ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ରେଶମ ନଗରୀ ବିକାଶ ବାଧାପ୍ରାପ୍ତ ହୋଇଛି । ସମୁଦାୟ ୩୯୧,୯୩୮ କ.ମି. ସଡ଼କ ମଧ୍ୟରୁ ଅର୍ଦ୍ଧେକ ଖାଲଖମାରେ ଶୋଚନୀୟ ହୋଇଯାଇଛି। 

୧୩୪ ଅଭିଯୋଗର ଶୁଣାଣି

ବ୍ରହ୍ମପୁର ଅଫିସ୍‌,୨୫ା୯-ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ସୋମବାର ବ୍ରହ୍ମପୁର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୩୪ ଅଭିଯୋଗ ଶୁଣାଣି କରାଯାଇଥିଲା । 

ମାନବ ଅଧିକାର ସୁରକ୍ଷାମଞ୍ଚର ଘଣ୍ଟ ଯାତ୍ରା

ମାନବ ଅଧିକାର ସୁରକ୍ଷାମଞ୍ଚର ଘଣ୍ଟ ଯାତ୍ରା

ବ୍ରହ୍ମପୁର ଅଫିସ୍‌,୨୫ା୯:-୨ ଦଫା ଦାବି ନେଇ ସୋମବାର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟ ପିଟା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ା 

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଛତ୍ରପୁର,୨୫ା୯(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଗୃହରକ୍ଷୀମାନଙ୍କ ପାସିଂ ଆଉଟ୍‌ ପ୍ୟାରେଡ୍‌ ସୋମବାର ଛତ୍ରପୁରସ୍ଥିତ ପୋଲିସ ପଡିଆରେ ଅନୁଷ୍ଠିତ ହୋଇଥିଲା ା 

ମାପ ଓ ଓଜନ ବିଭାଗର ଚଢାଉ

ଆସିକା,୨୫ା୯ (ଡି.ଏନ୍‌.ଏ.): -ଭଞ୍ଜନଗର ଉପଖଣ୍ଡ ମାପ ଓ ଓଜନ ବିଭାଗ ପକ୍ଷରୁ ସୋମବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା କେତେକ ଚାଉଳ କଳ, ସୁନା ରୁପା ଅଳଙ୍କାର ଦୋକାନ, ପେଟ୍ରୋଲ ପମ୍ପରେ ଚଢାଉ କରାଯାଇଥିଲା ା 

କଲ୍ୟାଣ ଶିକ୍ଷକ,ଶିକ୍ଷା ନିରୀକ୍ଷକଙ୍କ ଜିଲାସ୍ତରୀୟ ସମ୍ମିଳନୀ

କଲ୍ୟାଣ ଶିକ୍ଷକ,ଶିକ୍ଷା ନିରୀକ୍ଷକଙ୍କ ଜିଲାସ୍ତରୀୟ ସମ୍ମିଳନୀ

ରାଇକିଆ,୨୫ା୯(ଡ଼ି.ଏନ.ଏ.)-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ନେଡ଼ିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ କନ୍ଧମାଳ ଶାଖାର ଜିଲାସ୍ତରୀୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି ା

‘ଆମେ ଚାହଁୁ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା’

‘ଆମେ ଚାହଁୁ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା’

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ପକ୍ଷରୁ ଚାଲିଥିବା ପ୍ଲାଷ୍ଟିକ୍‌ ମୁକ୍ତ ଓଡ଼ିଶା ଅଭିଯାନରେ ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର ସାମିଲ ହେବାପାଇଁ ସୋମବାର ନିଷ୍ପତ୍ତି ନେଇଛନ୍ତି। 

୨୮ରେ ଭଞ୍ଜନଗରରେ ବନ୍ଦ ରହିବ ଦୋକାନ

୨୮ରେ ଭଞ୍ଜନଗରରେ ବନ୍ଦ ରହିବ ଦୋକାନ

ଭଞ୍ଜନଗର,୨୪।୯(ଡି.ଏନ.ଏ.)-ବିଦେଶୀ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଭାରତରେ ଆସି ବ୍ୟବସାୟ କରିବା ଦ୍ୱାରା ଦେଶର ଛୋଟବଡ଼ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହା ପ୍ରତିବାଦରେ ୨୮ ତାରିଖରେ ଦେଶର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ଛୋଟବଡ଼ ଖୁଚୁରା ଦୋକାନ ବନ୍ଦ ରହିବ ।