ସମ୍ପାଦକୀୟ |

ମାତୃଦ୍ରୋହର କ୍ଷମା ନାହିଁ

ମାତୃଦ୍ରୋହର କ୍ଷମା ନାହିଁ

ପ୍ରଭାତ କୁମାର ଦାସ/

ବେଆଇନ ଭାବରେ ଖଣିଜ ଉତ୍ତୋଳନ କରିଥିବା ଖଣିମାଲିକମାନଙ୍କଠାରୁ ଶତ ପ୍ରତିଶତ ଜରିମାନା ଆଦାୟ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟର ରାୟ ପ୍ରକାଶିତ ହେଲା ପରେ ରାଜ୍ୟ ପ୍ରଶାସନ ଓ ସରକାର ସମସ୍ୟା ଭିତରେ ପଡିଯାଇଥିଲେ। କାରଣ ଏ ପର୍ଯ୍ୟନ୍ତ ସେମାନେ ଖଣିଜ ଲୁଟ୍‌ ସମସ୍ୟା ଭିତରୁ ଉତ୍ତୋଳନକାରୀଙ୍କଠାରୁ ଯଥାସମ୍ଭବ ରାଜନୈତିକ ଓ ଅର୍ଥନୈତିକ ଫାଇଦା ହାସଲ କଥା ଚିନ୍ତା କରୁଥିଲେ। କୋର୍ଟଙ୍କ ରାୟ ପରେ ସେଥିରେ ଭଟ୍ଟା ପଡିବାର ଆଶଙ୍କା ସୃଷ୍ଟି ହେଲା। ତେଣୁ ରାଜ୍ୟ କ୍ୟାବିନେଟ୍‌ର ଏକ ଜରୁରୀ ବୈଠକ ବସିଲା। ସ୍ଥିର ହେଲା ପାଖାପାଖି ୧୯ ହଜାର ୫୦୦ କୋଟି ଟଙ୍କାର ଜରିମାନା ରାଜକୋଷକୁ ଆସିବ। ପୂର୍ବ ହିସାବର ଏହା ଏକ ତୃତୀୟାଂଶ ମାତ୍ର। ସାଧାରଣ ରାଜ୍ୟବାସୀ ଏତେ କ୍ଳିଷ୍ଟ ହିସାବ ବୁଝିପାରିବେ ନାହିଁ। କିନ୍ତୁ ନିନ୍ଦୁକମାନେ କହନ୍ତି, ଏହା ସରକାରଙ୍କର ଖଣିମାଲିକମାନଙ୍କ ସହିତ ଏକ ବୁଝାମଣା ବା ଫିକ୍ସିଂ।
ଚଳିତବର୍ଷ ଡିସେମ୍ବର ସୁଦ୍ଧା ଜରିମାନା ଅର୍ଥ ଆଦାୟ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିଲା। ତାକୁ ଏକକାଳୀନ ନ ଦେଇ କିସ୍ତିରେ ଦେବା ପାଇଁ ଖଣିମାଲିକମାନେ ଅନୁରୋଧ କରିଛନ୍ତି। ଏବେ ସେହି ବିଚାର ପାଇଁ ତନାଘନା ଚାଲିଛି। ଏଥିରୁ ବି ପ୍ରତି ଦଳ ରାଜନୈତିକ ଫାଇଦା ଖୋଜିବାରେ ବ୍ୟସ୍ତ।କିନ୍ତୁ ଆମ ଆଲୋଚନାର ପ୍ରସଙ୍ଗ ଏକ ଭିନ୍ନ ଭାବନା ଉପରେ ଆଧାରିତ। ରାଜ୍ୟର ଚିନ୍ତାଶୀଳ ନାଗରିକମାନେ ଏ କଥା ନିରପେକ୍ଷ ଭାବରେ ବିଚାର କରନ୍ତୁ। ମାଟି ତଳେ ଯେଉଁ ଖଣିଜ ସମ୍ପଦ ପ୍ରକୃତି ଏ ରାଜ୍ୟବାସୀଙ୍କ ପାଇଁ ସାଇତି ରଖିଛି, ସେ ସବୁ କ’ଣ ଅସୀମିତ? ଯଦି ଅସୀମିତ ନୁହେଁ, ତେବେ ସେ ସବୁକୁ ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ବିନର୍ବ୍ୟୟ କରିବାର ଅଧିକାର କୌଣସି ନିର୍ଦ୍ଦିଷ୍ଟ ସମୟର ସରକାରଙ୍କର ଅଛି କି? ପରିମିତ ରାଶିର ଖଣିଜ ସମ୍ପଦକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ଶେଷ କରିଦେଲେ, ପରବର୍ତ୍ତୀ କାଳର ଉତ୍ତରାଧିକାରୀଙ୍କ ପାଇଁ କ’ଣ ଅବଶିଷ୍ଟ ରହିବ? ଉଚ୍ଚହାରର ରାଜସ୍ବ ଆବଶ୍ୟକତା ପାଇଁ ଏବେ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଇଛି- ଖଣିଜସମ୍ପଦକୁ ମନଇଚ୍ଛା ଉତ୍ତୋଳନ କରି ଶେଷ କରିଦେବା- ତାହା କେତେଦୂର ଯଥାର୍ଥ ?
ପିଲାଦିନେ ଛୋଟ ଶିକ୍ଷଣୀୟ ଗଳ୍ପଟିଏ ଆମେ ପଢିଥିଲୁ- ଜଣେ ଅଶୀତିପର ବୃଦ୍ଧ ଆମ୍ବଗଛର ଚାରାଟିଏ ପୋତୁଥିଲେ। ଜଣେ ଯୁବକ ତାଙ୍କୁ ପ୍ରଶ୍ନ କରିଥିଲା, ଅଜା! କେତେଦିନ ଆଉ ବଞ୍ଚିବେ, ଆମ୍ବଗଛର ଚାରା ପୋତୁଛନ୍ତି? ବୃଦ୍ଧ ଜଣକ ପାକୁଆ ପାଟିରେ ହସଟିଏ ହସି କହିଥିଲେ- ‘ନାହିଁରେ ନାତି, ମୁଁ ଏବେ ଯେଉଁ ଆମ୍ବ ଖାଉଛି, ସେ ଗଛ ମୋ ଜେଜେବାପା ଲଗେଇଥିଲେ। ଏବେ ମୁଁ ଯେଉଁ ଗଛ ଲଗାଉଛି ସେ ଆମ୍ବ ମୋ ନାତିମାନେ ଖାଇବେ। ମୁଁ ଏବେ ଗଛ ନ ଲଗାଇଲେ ମୋ ନାତି, ଅଣନାତିଙ୍କ ପାଇଁ ଆମ୍ବଟାଏ ମିଳିବ କେଉଁଠୁ?’ ଏଣୁ ଆମେ ଆମ ଉତ୍ତରପିଢି ପାଇଁ ଦାୟିତ୍ୱବାନ ହେବା ଓ କିଛି ରଖିଯିବା ଉଚିତ। କିନ୍ତୁ ଆଶ୍ଚର୍ଯ୍ୟର କଥା ସରକାର ଗଢୁଥିବା ବିଜ୍ଞ ରାଜନେତାମାନେ ଏ କଥା ଭୁଲିଯାଉଛନ୍ତି।
ଯେଉଁ ଖଣି ମାଲିକ ବା ଖଣି ଲୁଟେରାମାନେ ଅପରିମିତ ଖଣିଜ ଉତ୍ତୋଳନ କରି, ଖଣି ବାହାରୁ ଜଙ୍ଗଲ ଅଞ୍ଚଳରୁ ଖଣିଜ ତାଡି, ଜଙ୍ଗଲ ନଷ୍ଟ କରି, ବିଦେଶ ବଜାରରେ ତାକୁ ଉଚ୍ଚ ମୂଲ୍ୟରେ ବିକି ପ୍ରଚୁର ଲାଭ ଅର୍ଜନ କରିନେଲେ, ସେମାନଙ୍କଠାରୁ ଶତପ୍ରତିଶତ ଜରିମାନା ଆଦାୟ ପାଇଁ ନ୍ୟାୟାଳୟ ରାୟ ଦେଇଛନ୍ତି ସତ। ରାଜ୍ୟର ଆର୍ଥିକ କ୍ଷତି ଏହାଦ୍ୱାରା କିଛି ପରିମାଣରେ ଭରଣା ହୋଇପାରେ। କିନ୍ତୁ ଯେଉଁ ଖଣିଜ ଆମ ମାଟିତଳୁ ଲୁଟ୍‌ ହୋଇଗଲା, ତା’ର କ୍ଷତିକୁ କ’ଣ ଏ ଜରିମାନା ଭରଣା କରିପାରିବ?
ଆମେ ଶୁଣିଛୁ ଚାଇନା ସରକାର ଆମ ଦେଶରୁ ଦଶବର୍ଷ କାଳ ଲୁହାପଥର ଗୁଣ୍ଡ କିଣିନେଇ, ଭବିଷ୍ୟତ ପାଇଁ ତାକୁ ତାଙ୍କ ଦେଶର ମାଟି ତଳେ ସାଇତି ରଖୁଛି। ଏବେ ଆମ ଦେଶରୁ ଲୁହାପଥର କିଣିନେଇ ତାଙ୍କ ଶିଳ୍ପରେ ଉପଯୋଗ କରୁଛି। ନିଜ ଦେଶର ଲୁହାପଥର ଭବିଷ୍ୟତ କାଳକୁ ସାଇତା ହୋଇ ରହିଛି। ଅଥଚ ଆମେ ଆମ ଲୁହାପଥରକୁ ଶାଗମାଛ ଦରରେ ବିକିଦେଇ ଆମ ଦେଶର ବିକାଶ କରୁଛୁ। ପିଲାଦିନେ ଆମେ ଦେଖିଥିଲୁ ଅଶିକ୍ଷିତ ଦୂରଦୃଷ୍ଟିହୀନ ଚାଷୀମାନେ ଅମଳ ସମୟର ଧାନକୁ ତୁଚ୍ଛା ଦରରେ ବିକିଦେଇ ବର୍ଷାଦିନରେ ଅଧିକ ମୂଲ୍ୟରେ କିଣନ୍ତି କିନ୍ତୁ ଚାଲାକ ଚତୁର ଚାଷୀମାନେ ଅମଳ ଧାନକୁ ଖଣି ପକେଇ ସାଇତି ରଖି ଅମଳ ବେଳେ କିଣି ଖାଆନ୍ତି। ବର୍ଷାଦିନେ ଖଣି ଖୋଳି ଧାନ କାଢି ଅଧିକ ଦରରେ ବିକନ୍ତି। ଏଇ ସାମାନ୍ୟ କଥା କ’ଣ ଆମ ସରକାରରେ ଥିବା ବିଜ୍ଞ ନେତାମାନେ ଜାଣନ୍ତି ନାହିଁ?
ଯେଉଁମାନେ ଖଣିଜସମ୍ପଦକୁ ରକ୍ଷା ଓ ପରିଚାଳନା କରିବାର ଦାୟିତ୍ୱ ନେଇଥିଲେ, ସେମାନଙ୍କର କ’ଣ ରାଜ୍ୟର ଏ ବିପୁଳ କ୍ଷତି ପାଇଁ କୌଣସି ଦାୟିତ୍ୱ ନ ଥିଲା? ଏ କଥା କାହିଁକି ବିଚାର ପରିସର ଭିତରକୁ ଆସୁନାହିଁ? ଏଭଳି ନିଷ୍କ୍ରିୟତାକୁ ଦେଖିଲେ ମନେହେଉଛି ଏ ରାଜ୍ୟକୁ ଲୁଟି ଖାଇବାର ଅଧିକାର କିଛି ନିର୍ଦ୍ଦିଷ୍ଟ ରାଜନୈତିକ ବ୍ୟକ୍ତିବିଶେଷ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ନିଃସର୍ତ୍ତରେ ମିଳିଥିଲା। ଆମେ ତ ଭାବୁଛୁ ଯଦି ଏ ଦେଶରେ ନ୍ୟାୟ ଅଛି, ତେବେ ଯେମିତି ଖଣି ଲୁଟେରାମାନଙ୍କଠାରୁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଠିକ୍‌ ସେହିପରି ସେହି ଦଶବର୍ଷ କାଳ ଯେଉଁମାନେ ପ୍ରଶାସନିକ ଦାୟିତ୍ୱରେ ଥିଲେ ସେମାନଙ୍କଠାରୁ ମଧ୍ୟ ଶତପ୍ରତିଶତ ସେମାନେ ଗ୍ରହଣ କରିଥିବା ବେତନ ଓ ଅନୁଦାନକୁ ଜରିମାନା ରୂପେ ଆଦାୟ କରାଯିବା କଥା। ଯେଉଁ ମାଫିଆମାନେ ଲିଜ୍‌ ଖଣି ପରିସର ବାହାରୁ ଜଙ୍ଗଲ ଜମିରୁ ଖଣିଜ ଉତ୍ତୋଳନ କରି କୋଟିପତି ପାଲଟିଯାଇଛନ୍ତି ସେମାନଙ୍କୁ ମଧ୍ୟ ନ୍ୟାୟର ପରିଧି ଭିତରକୁ ଟଣାଯାଉ। ଯେତିକି ପରିମାଣର ଜଙ୍ଗଲ ନଷ୍ଟ କରାଯାଇଛି, ତା’ର ପୁନଃରୋପଣ ପାଇଁ, ସେହି ମାଫିଆମାନଙ୍କ ସବୁ ସମ୍ପତ୍ତି ବାଜ୍ୟାପ୍ତ କରି ଅଣାଯାଉ। ଜଙ୍ଗଲ କ୍ଷୟର ଆକଳନ କଲାବେଳେ ଏ କଥା ମଧ୍ୟ ବିଚାର କରାଯାଉ- ତାହା କେତେମାତ୍ରାରେ ପରିବେଶ ନଷ୍ଟ କରିଛି ଓ ପରବର୍ତ୍ତୀ ସମୟରେ ତାହା ରାଜ୍ୟ ପାଇଁ କେତେ ମାତ୍ରାରେ କ୍ଷତି ସାଧନ କରିବ।
ଆମ ରାଜ୍ୟ ଏକ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ରାଜ୍ୟ ବୋଲି ଏବେ ମଧ୍ୟ ବିବେଚିତ ହେଉଛି। ମାତ୍ର ଦଶବର୍ଷ ଭିତରେ ଯେତିକି ଖଣିଜ ଲୁଟ୍‌ ହୋଇଯାଇଛି, ଆଉ ଦଶବର୍ଷ ଯଦି ସେମିତି ଚାଲିବ, ତେବେ ଏ ରାଜ୍ୟ ଶୂନ୍ୟଗର୍ଭା ପାଲଟିଯିବ। ଆଗାମୀ ପିଢି ପାଇଁ ରାଜ୍ୟ ଏକ ଟାଙ୍ଗରାଭୂମିରେ ପରିଣତ ହୋଇଯିବ। ଗୋଟିଏ ସଫଳ ସରକାରର ଦାୟିତ୍ୱ କେବଳ ବର୍ତ୍ତମାନରେ ସୀମିତ ନୁହେଁ। ଭବିଷ୍ୟତକୁ ସୁରକ୍ଷିତ ରଖିବାର ଦାୟିତ୍ୱ ସରକାରଙ୍କ ଦୂରଦୃଷ୍ଟିପୂର୍ଣ୍ଣ ସୁବିଚାର ଉପରେ ନିର୍ଭର କରେ।
କେବଳ କେତେମାତ୍ରାରେ ଜରିମାନା ଆଦାୟ ହୋଇ ରାଜକୋଷକୁ ଆସିବ ତାହା ଭବିଷ୍ୟତ ସୁରକ୍ଷାର ସମାଧାନ ନୁହେଁ। ସେହି ସ୍ବାର୍ଥାନ୍ବେଷୀ, ଅପରିଣାମଦର୍ଶୀ ବ୍ୟକ୍ତିବିଶେଷ, ଯେଉଁମାନେ ମା’ମାଟିର ଚମଡା ଉତାରି ଲାଭ ଆଶାରେ ବିଦେଶରେ ବିକ୍ରି କରିଛନ୍ତି, ସେମାନେ ବି ଲୋକଲୋଚନକୁ ଆସିବା ଉଚିତ। ତା’ ଦ୍ୱାରା ଭବିଷ୍ୟତରେ ରାଜ୍ୟବାସୀ ବିି ଶିଖିବାର ସୁଯୋଗ ପାଇବେ- ମା’ ମାଟି ପ୍ରତି ଅତ୍ୟାଚାର କରିବା ମାତୃଦ୍ରୋହ ସହ ସମାନ। କେଉଁ ଧର୍ମରେ, କେଉଁ ଶାସ୍ତ୍ରରେ, କେଉଁ ସମ୍ବିଧାନରେ, କେଉଁ ନ୍ୟାୟର ପରିଭାଷାରେ ମାତୃଦ୍ରୋହର କ୍ଷମା ଅଛି?

(୫୮ ସ୍ବର୍ଣ୍ଣପୁରୀ, ଭୁବନେଶ୍ୱର, ମୋ -୯୪୩୭୦୧୫୨୫୦)

All Right Reserved By

ସମ୍ପାଦକୀୟ |

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ବରୁ ଏହି ସ୍ତମ୍ଭରେ ଶସ୍ୟକ୍ଷେତ୍ରରେ ପଞ୍ଚଗବ୍ୟର ବ୍ୟବହାର ଉପରେ ଏକ ନିବନ୍ଧ ଲେଖିଥିଲି। ବହୁବର୍ଷର ଗବେଷଣା ପରେ ଉକ୍ତ ପୁସ୍ତକ ଲେଖିଥିବା ଡ. କେ. ନଟରାଜନ୍‌ ଏଥିରେ ପ୍ରାଣୀମାନଙ୍କ ଉପରେ ପଞ୍ଚଗବ୍ୟର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଏକ ଅଧ୍ୟାୟ ଲେଖିଛନ୍ତି। ଗଛଲତା ଉପରେ ଅଧ୍ୟୟନ ପରେ ତାଙ୍କ ଗବେଷକ ଦଳ ପ୍ରାଣୀ ଓ ମନୁଷ୍ୟ ଉପରେ ଅଧ୍ୟୟନ ଆରମ୍ଭ କରିଦେଇଥିଲେ। ପୂର୍ବ ନିବନ୍ଧଟି ଯେଉଁମାନେ ପଢ଼ି ନ ଥିବେ ସେମାନଙ୍କ ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀ ନିମ୍ନରେ ଆଉ ଥରେ ଲେଖୁଛି।...

ଅଭାବର ଚିତ୍ରପଟ

ଅଭାବର ଚିତ୍ରପଟ

ଡ. ସୁବାସ ଚନ୍ଦ୍ର ପାତ୍ର ଦାରିଦ୍ର୍ୟର ମାତ୍ରା ତଥା କିସମ ଅଛି। ବିଭିନ୍ନ ପ୍ରକାର ଦାରିଦ୍ର୍ୟରେ ମଣିଷ ହନ୍ତସନ୍ତ କିନ୍ତୁ ଅର୍ଥନୈତିକ ଦାରିଦ୍ର୍ୟ ମଣିଷକୁ ବେଶି ନିପୀଡ଼ିତ କରେ କାରଣ ତା’ର ପ୍ରଭାବ ଦୃଶ୍ୟମାନ। ସବୁ ଦରିଦ୍ରତା ପଛରେ ଥାଏ ଏକ ଅଭାବବୋଧ ଏବଂ ଏହି ଅଭାବ ଯେତେବେଳେ ସର୍ବବ୍ୟାପୀ ଓ ସର୍ବଗ୍ରାସୀ ହୋଇଯାଏ ସେଇଠି ଦାରିଦ୍ର୍ୟ ହୋଇପଡ଼େ ଦୁର୍ବିଷହ।...

ପତିତପାବନ ଯାତ୍ରା

ପତିତପାବନ ଯାତ୍ରା

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପୁରୁଷୋତ୍ତମ ଜଗନ୍ନାଥ ଦିବ୍ୟ ନୀଳାଚଳରେ ଅନାଦିକାଳରୁ ଦାରବୀ ଲୀଳା ସଂରଚନା କରିଛନ୍ତି। ତାଙ୍କ ଦିବ୍ୟ ଲୀଳାକୁ ଦୁଇଭାଗରେ ବିଭକ୍ତ କରାଯାଇଛି- ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ସ୍ବରୂପରେ ଐଶ୍ୱର୍ଯ୍ୟଲୀଳା ଏବଂ ରଥଯାତ୍ରାରେ ଅଗଣିତ ଭକ୍ତଙ୍କ ସହିତ ମାଧୁର୍ଯ୍ୟଲୀଳା। ତାଙ୍କର ଏହି ମାଧୁର୍ଯ୍ୟଲୀଳା ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱମାନସକୁ ଉଦ୍‌ବୁଦ୍ଧ କରିଆସିଛି। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆଗମନ କରିଥାନ୍ତି। ଏହି ଯାତ୍ରାରେ ପ୍ରଭୁ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଦିନେ ନା ଦିନେ ସଫଳତା ଆଣି ଦେଇଥାଏ। ଯାହାକି ପୂର୍ବ ବାଙ୍ଗାଲୋରର ଲିଙ୍ଗରାଜପୁରମ୍‌ ଅଞ୍ଚଳରେ ବାସ କରୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସ୍ବାମୀଙ୍କ କ୍ଷଣିକ ରାଗର ଶିକାର ହୋଇ ନିଜର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ହରାଇଥିବା ଅନୀଥା ପାର୍କର ମେରୀ ନାମ୍ନୀ ଜଣେ ମହିଳା ଦୀର୍ଘ ୧୮ବର୍ଷ ଧରି ସଂଘର୍ଷ କରିବା ପରେ ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ଅନୀଥା ଏକ ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ସାମାନ୍ୟ କଥାକୁ କେନ୍ଦ୍ର କରି ୧୮ବର୍ଷ ତଳେ ଅନୀଥାଙ୍କ ସ୍ବାମୀ ଏକ ଜଳନ୍ତା ଲଣ୍ଠନକୁ ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏଥିରେ ଅନୀଥାଙ୍କ ମୁହଁ ଓ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସିତ...

ସାମରିକ ପ୍ରଶିକ୍ଷିତ ଯୁବକ

ସାମରିକ ପ୍ରଶିକ୍ଷିତ ଯୁବକ

ସମ୍ପାଦକୀୟ/ତଥାଗତ ସତପଥୀ ଭାରତର ବିରାଟ ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇବା ସକାଶେ କେନ୍ଦ୍ର ସରକାର ଜାତୀୟ ଯୁବ ସଶକ୍ତୀକରଣ ଯୋଜନା (ଏନ୍‌-ଓ୍ବାଇଇଏସ୍‌) ସୃଷ୍ଟି ଲାଗି ଚିନ୍ତା କରିଛନ୍ତି। ଏଥିରେ ପ୍ରତିବର୍ଷ ୧୦ ଲକ୍ଷ ଯୁବତୀଯୁବକ ବିଶେଷକରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସାମରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାର ବ୍ୟବସ୍ଥା କରାଯାଇପାରେ। ଏମାନଙ୍କୁ ୧୨ ମାସ ପାଇଁ ଷ୍ଟାଇପେଣ୍ଡ୍‌ ଦିଆଯାଇ ସାମରିକ ତାଲିମ ଦିଆଗଲେ ସେମାନେ ପ୍ରତିରକ୍ଷା, ଅର୍ଦ୍ଧସାମରିକ ବଳ ଏବଂ ପୋଲିସ ବାହିନୀରେ ନିଯୁ....

 ବୋଲକରା ବୋଲ୍‌ ବମ୍‌

ବୋଲକରା ବୋଲ୍‌ ବମ୍‌

ବୈଷ୍ଣବ ଚରଣ ମହାନ୍ତି ‘ବୋଲ୍‌ ବମ୍‌...ହର ହର ବମ୍‌...ଭୋଲା ବାବା ପାର୍‌ କରେଗା...ଜଟିଆ ବାବା ପାର୍‌ କରେଗା...’- ଏ ଡାକ ହେଉଛି କାଉଡ଼ିଆମାନଙ୍କର। ଦିନ ଥିଲା କାଉଡ଼ିଆ ଶବ୍ଦଟାର ଅର୍ଥ କାଢ଼ିବାକୁ ଅଭିଧାନ ଖେଳେଇବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଏ ଶବ୍ଦଟା ଖୁବ୍‌ ସାଧାରଣ ହୋଇଯାଇଛି ଏବଂ ଓଡ଼ିଶାର ଗଁାଗହଳିଠାରୁ ସହର ବଜାର ପର୍ଯ୍ୟନ୍ତ ସବୁଆଡ଼େ ସବୁରି ତୁଣ୍ଡରେ ଆସ୍ଥାନ ଜମେଇ ବସିଛି। ଏଇମାତ୍ର କୋଡ଼ିଏ ପଚିଶ ବର୍ଷ ତଳେ କାଉଡ଼ିଆ କ’ଣ କେହି ଜାଣି ନ ଥିଲେ। ପ୍ରଥମେ ଜଣେ ଦି’ଜଣ ପାଣିଭାର ଧରି ରାସ୍ତାରେ ଯାଉଥିବାର ଦେଖି ଲୋକେ କୌତୂହଳୀ ହେଇ ଚାହଁୁଥିଲେ, ଏବେ ତ ପିମ୍ପୁଡ଼ି ଧାର ପରି ରାସ୍ତାସାରା କାଉଡ଼ିଆଙ୍କ ...

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଡ. ଶରତ ଚନ୍ଦ୍ର ରଥ ହେ ନୀଳାଦ୍ରିନାଥ! ତୁମକୁ ସହସ୍ର ପ୍ରଣାମ। ତୁମେ ଅନନ୍ତ, ତୁମ ମହିମା ଅନନ୍ତ। ତୁମ ମହିମାର ଲଳିତ ସଙ୍ଗୀତ ଝରିପଡେ ବିହଙ୍ଗ ଗାନରେ, ଝରଣାର ଝର୍ଝର ତାନରେ। ତୁମ ଅଙ୍ଗର ସୁବାସ ଫୁଟିପଡେ ଫୁଲର ସୁରଭିରେ, ତୁମ ସ୍ମିତହାସ୍ୟର ମଧୁରିମା ଫିଟିପଡେ ଜୋଛନାର ଲାବଣ୍ୟରେ। ତୁମେ ସର୍ବମୟ କର୍ତ୍ତା, ବିଶ୍ୱବିଧାତା, ତୁମକୁ କଳିବାକୁ ମୁଁ ଶକ୍ତିହୀନ, ତୁମେ ବିଶାଳ ନୀଳସିନ୍ଧୁ, ମୁଁ କ୍ଷୀଣ ଏକ ଜଳାଧାର।...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନ ପରିବେଶକୁ ବହୁ ଭାବରେ ପ୍ରଦୂଷଣ କରୁଛି ପ୍ଲାଷ୍ଟିକ୍‌। ଏହାଦ୍ୱାରା ଜଳ, ସ୍ଥଳ, ମୃତ୍ତିକା ପ୍ରଦୂଷଣ ହେଉଛି। ପ୍ଲାଷ୍ଟିକ୍‌ ଜରିରେ ବାସିଖାଦ୍ୟ ରଖି ବାହାରେ ଫିଙ୍ଗାଯାଉଥିବାରୁ ଏହାକୁ ଖାଇ ବହୁ ଗୋରୁ, ଛେଳି, କୁକୁର ଅସୁସ୍ଥ ହେଉଛନ୍ତି। ଅନେକ ପ୍ରାଣୀ ମୃତ୍ୟୁବରଣ କରୁଛନ୍ତି। ସମୁଦ୍ରରେ ପ୍ଲାଷ୍ଟିକ୍‌ ବୋତଲ, ପଲିଥିନ୍‌, ଜରି ପ୍ରଭୃତିର ଭାସମାନ ପାହାଡ଼ ସୃଷ୍ଟି ହେଉଛି। ଏହା ଜଳଜନ୍ତୁଙ୍କ ପାଇଁ ବଇରୀ ସାଜିଛି। ଏଣୁ ସମ୍ପ୍ରତି ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ର ବ୍ୟବହାରକୁ ହ୍ରାସ କରିବା ପାଇଁ ସବୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି...

ସମ୍ପାଦକୀୟ/ଅଯୋଗ୍ୟ ଯୁବପିଢ଼ି

ସମ୍ପାଦକୀୟ/ଅଯୋଗ୍ୟ ଯୁବପିଢ଼ି

ଭାରତରେ ପିଲାମାନଙ୍କୁ ବଡ଼ ହେଲେ କ’ଣ ହେବ ବୋଲି ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନ ସର୍ବଦା ପଚରାଯାଇଆସୁଛି। ପ୍ରାୟ ଅଧିକାଂଶଙ୍କଠାରୁ ଉତ୍ତର ମିଳିଆସୁଛି ଡାକ୍ତର ଓ ଇଞ୍ଜିନିୟର ହେବେ। ଯଦିଓ ଛୁଆଟିଏ ଏହି ପାଠ୍ୟକ୍ରମ ସହିତ ଅଭ୍ୟସ୍ତ ନ ଥାଏ, ତଥାପି ମାତାପିତାଙ୍କ ଅଭିଳଷିତ ସ୍ବପ୍ନ ପିଲାଙ୍କ ଉପରେ ଅଜାଡ଼ି ହୋଇଯାଇଥାଏ ବୋଲି କୁହାଯାଏ। ଏବେ ଏହି ଦୁଇ ବୃତ୍ତିରେ ଘରୋଇ କଲେଜରେ ନାମ ଲେଖାଉଥିବା ପିଲାଙ୍କ ବିଷୟରେ ଅନେକ ନକାରାତ୍ମକ ତଥ୍ୟ ସାମ୍ନାକୁ ଆସିବା ଆରମ୍ଭ କଲାଣି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୭ରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ଅନ୍ତର୍ଗତ ଫିଜିକ୍ସ (ପଦାର୍ଥ ବିଜ୍ଞାନ) ଓ କେମିଷ୍ଟ୍ରି (ରସାୟନ ବିଜ୍ଞାନ) ବିଷୟବସ୍ତୁରେ ୫୧୦ ବିଦ୍ୟାର୍ଥୀ ଶୂନ ...

 ବଳାତ୍କାର ଓ ସାମାଜିକ ବିଫଳତା

ବଳାତ୍କାର ଓ ସାମାଜିକ ବିଫଳତା

ସବ୍ୟସାଚୀ ଅମିତାଭ ବଳାତ୍କାର କେବଳ ଦଣ୍ଡନୀୟ ଅପରାଧ ନୁହେଁ ବରଂ ଦେଶ ଓ ସମାଜ ପାଇଁ ଲଜ୍ଜା। ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ୍‌ କ୍ରିମିନାଲ ଲ’ ସଂଶୋଧନ ଅଧ୍ୟାଦେଶ ଆଣିିଛନ୍ତି। ଏଥିରେ ୧୨ ବର୍ଷ ପର୍ଯ୍ୟନ୍ତ ନାବାଳିକା ଓ ଶିଶୁଙ୍କ ସହ ବଳାତ୍କାର କରୁଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ଅତୀତରେ ନିର୍ଭୟା କାଣ୍ଡ ସାରା ଦେଶକୁ ବିଚଳିତ କରିଥିଲା। ସେତେବେଳେ ବି ଆଇନରେ ସଂଶୋଧନ ଅଣାଯାଇଥିଲା। ନାବାଳକ ବା କିଶୋରଙ୍କ ଦ୍ୱାରା କରାଯାଉଥିବା ଜଘନ୍ୟ ଅପରାଧରେ ବିଚାର ପାଇଁ ଅଭିଯୁକ୍ତଙ୍କ ବୟସ ୧୮ ବର୍ଷ ବଦଳରେ ୧୬ ବର୍ଷ କରାଯାଇଥିଲା। ପୋକ୍‌ସୋ ଆଇନକୁ କଡା କରାଯାଇସାରିଛି।...

ଅପରିଣାମଦର୍ଶୀ ମଣିଷ

ଅପରିଣାମଦର୍ଶୀ ମଣିଷ

ବୈକୁଣ୍ଠନାଥ ମିଶ୍ର ଏକଦା ଜଣେ ଆଧୁନିକ ଶିକ୍ଷିତ ଯୁବକ ବନ୍ଧୁମାନଙ୍କ ସହ ଶିକାର ଓ ବଣଭୋଜି ପାଇଁ ଘୋର ଜଙ୍ଗଲ ମଧ୍ୟକୁ ଯାଇ ବାଟବଣା ହୋଇଗଲେ। ଏଣେତେଣେ ବୁଲୁ ବୁଲୁ ଯୁବକ ଦେଖିଲେ ତାଙ୍କୁ ବଣର ସବୁ ପ୍ରାଣୀ ଘେରି ଯାଇଛନ୍ତି। ଯୁବକଙ୍କୁ ଭୟଭୀତ ହେବାର ଦେଖି ପଶୁରାଜ ସିଂହ କହିଲା, ଭୟ କରନାହିଁ ଯୁବକ। ଆଜି ତୁମ ସହ ଆମର ଏକ ଆଲୋଚନା ସଭା ଅନୁଷ୍ଠିତ ହେବ। ଆଲୋଚନାର ପ୍ରସଙ୍ଗ ପଶୁ-ମଣିଷ ସମ୍ପର୍କ। ଏଥିରେ ତୁମେ ତୁମର ଓ ଆମେ ଆମର ବକ୍ତବ୍ୟ ରଖିବୁ। ଆମେ ପରାସ୍ତ ହେଲେ ପୂର୍ବବତ୍‌ ତୁମର ବଶ୍ୟତା ସ୍ବୀକାର କରିବୁ ଏବଂ ତୁମେ ପରାସ୍ତ ହେଲେ ଆମ୍ଭମାନଙ୍କୁ ଶିକାର କରିବ ନାହିଁ କିମ୍ବା ଆମ ବାସସ୍ଥାନ ଉପରେ କର୍ତ୍ତୃତ୍ୱ ଜାହିର କରି ଏହାକୁ ଧ୍ୱଂସ କରିବ ନାହିଁ। ଆମ ଆଲୋଚନାର ସାକ୍ଷୀ ରହିବେ ଏ ବନଭୂମି ଓ ବୃକ୍ଷଲତା।...

ଏଇ ଭାରତରେ

ଏଇ ଭାରତରେ

ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅର୍ଥ ଏବଂ ଯୋଗାଡ଼ଯନ୍ତ୍ର ଅଭାବରୁ ବିବାହ କରିପାରି ନ ଥାନ୍ତି। ସେହି ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଯୁବତୀଯୁବକଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିବା ପାଇଁ ଜାଫ୍ରି କାଉନସିଲ୍‌ ଆଗେଇ ଆସିଛି। ଦୀର୍ଘ ୪ବର୍ଷ ଧରି ଏହି ଅନୁଷ୍ଠାନ ବର୍ଷକୁ ଥରେ ଗଣବିବାହ ଆୟୋଜନ କରିଆସୁଛି। ଚଳିତ ବର୍ଷ ଶ୍ରୀନଗରରେ ଆୟୋଜିତ ଗଣବିବାହ କାର୍ଯ୍ୟକ୍ରମରେ ୧୦୫ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉକ୍ତ ରାଜ୍ୟର ବିଭିନ୍ନ ଜିଲାରୁ ଆର୍ଥତ୍କ ଦୁର୍ବଳ ଶ୍ରେଣୀର କନ୍ୟାବର ସାମିଲ ହୋଇଥିଲେ। ଏହା ଏକ ସରଳ ତଥା ନିରାଡମ୍ବର ବିବାହ ଉତ୍ସବ ଥିଲା। ରବିବାର ଅମରସିଂ କ୍ଲବ୍‌ଠାରେ ଧର୍ମୀୟ ତଥା ସାମାଜିକ ସଂଗଠନ ଜାଫ୍ରି କାଉନସିଲ୍‌ ଦ୍ୱାରା ଏହା ଆୟୋଜିତ ହୋଇଥିଲା। ଉକ୍ତ କାଉନସିଲ୍‌ ପୂର୍ବରୁ ଗଣବିବାହ ଆୟୋଜନ କରାଇଥିଲେ ମଧ୍ୟ ଏଥର ସଂଖ୍ୟା ଥିଲା ସବୁଠୁ ଅଧିକ। ବିବାହ କରିବାକୁ ଥିବା କନ୍ୟାବର ଏହି ସଂଗଠନରେ ପ୍ରଥମେ ନାମ ...

Model This Week

ରୂପେଶ