ସମ୍ପାଦକୀୟ |

ସଂସାରେ ନିଜର ନୁହେଁ ନିଜ ମନ

ସଂସାରେ ନିଜର ନୁହେଁ ନିଜ ମନ

ପ୍ରେମାନନ୍ଦ ନାୟକ/

ଏକ ବିବାହ ଉତ୍ସବରେ ଜଣେ ବନ୍ଧୁ ମନ୍ତବ୍ୟ ଦେଲେ, ଝିଅ ବିଭାଘର ଅପେକ୍ଷା ପୁଅ ବିଭାଘର ବରଂ କଠିନ। ଝିଅର ବିବାହରେ ମାତାପିତା କନ୍ୟାଦାନ କରି ପୁଣ୍ୟ ଅର୍ଜନ କରନ୍ତି। ତା’ପରେ ଭଲମନ୍ଦରେ ପଚାରିବା, ପର୍ବପର୍ବାଣିରେ ଦିଆନିଆ ସବୁ ସାମୟିକ ବ୍ୟାପାର। କିନ୍ତୁ ପୁଅ ବିଭାଘର ପରେ ମାତାପିତାଙ୍କ ଜୀବନରେ ଏକ ନାଟକୀୟ ମୋଡ ଆସେ। ପରିବାରରେ ମୁଖ୍ୟ ବୋଲାଉଥିବା ପିତାଙ୍କର ଗୁରୁତ୍ୱ କ୍ରମେ ହ୍ରାସ ପାଏ। ଆଉ ଯଦି ଚାକିରିରୁ ଅବସର ମିଳେ କିମ୍ବା ରୋଜଗାରଶୂନ୍ୟ ହେବାକୁ ପଡେ, ତେବେ ପ୍ରତିଟି ଆବଶ୍ୟକତା ପୂରଣ ପାଇଁ ପୁଅ ପାଖରେ ହାତ ପାତିବାକୁ ହୁଏ। ମାତାପିତା ବୃଦ୍ଧାବସ୍ଥାରେ ପୁଅବୋହୂଙ୍କ ଉପରେ ନିର୍ଭର କରିବା ଛଡା ଅନ୍ୟ ଉପାୟ ନ ଥାଏ।
ଓଡିଆରେ ଢଗଟିଏ ଅଛି- ”ପୁଅକୁ ଚିହ୍ନିବ ଆସିଲେ ବୋହୂ, ବୋହୂକୁ ଚିହ୍ନିବ ଛ’ମାସ ଯାଉ।“ ଆଜନ୍ମରୁ ମାତାପିତାଙ୍କ ଦ୍ୱାରା ଲାଳିତପାଳିତ ପୁଅ ବିଭାହେଲା ପରେ ଅନେକ କ୍ଷେତ୍ରରେ ସ୍ତ୍ରୀ-ବୋଲକରା ପାଲଟିଯାଏ। ସେହିଭଳି ନୂଆ ବୋହୂଟିଏ ପରିବାରରେ ସାମିଲ ହେଲାବେଳେ ସମସ୍ତଙ୍କ ପ୍ରତି ଦେଖାଉଥିବା ଭକ୍ତି, ସ୍ନେହ, ଆଦରରେ ଛ’ମାସ ପରେ ଭଟ୍ଟା ପଡିଯାଏ। ବୋହୂ କଥାରେ ପୁଅ ପରିଚାଳିତ ହେଲେ କୁହାଯାଏ, ”ପାଖରେ ଶୁଏ କାନରେ କୁହେ, ତା’ କଥା କି ଅନ୍ୟଥା ହୁଏ!“
ପ୍ରାୟ ୫୦/୬୦ ବର୍ଷ ପୂର୍ବେ ଝିଅଟିଏ ବିଭାହୋଇ ଆସିଲେ ଶାଶୁଘରର ପରମ୍ପରା, ରୀତିନୀତି ସହିତ ନିଜକୁ ଖାପ ଖୁଆଇ ଚଳିବାକୁ ପଡୁଥିଲା। ସେତେବେଳେ ନାରୀଶିକ୍ଷାର ପ୍ରସାର ନ ଥିଲା। ଝିଅ ଜନମ ପରଘରକୁ ନ୍ୟାୟରେ ମାତାପିତାଙ୍କର ମୁଖ୍ୟ କର୍ତ୍ତବ୍ୟ ଥିଲା ଉପଯୁକ୍ତ ପାତ୍ର ଦେଖି ଝିଅଟିକୁ ବିଭାଦେବା। ସେଦିନ ଏବଂ ଆଜି ଭିତରେ ଅନେକ ଫରକ। ନାରୀ ଶିକ୍ଷା, ମହିଳା ସଶକ୍ତୀକରଣ ନୀତି ନାରୀ ସମାଜକୁ ଉନ୍ନତିର ସୋପାନରେ ପହଞ୍ଚାଇଛି। କିନ୍ତୁ ଯେଉଁଠାରେ ପରସ୍ପରକୁ ବୁଝିବାରେ ଭୁଲ୍‌ ହେଉଛି, ସେଠାରେ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଆରମ୍ଭ ହୋଇଥିବା ସାମାନ୍ୟ ମନୋମାଳିନ୍ୟ କ୍ରମେ ଗୁରୁତର ହୋଇ ଥାନା ଫାଣ୍ଡି, କୋର୍ଟ କଚେରିରେ ପହଞ୍ଚି ଶେଷରେ ଛାଡପତ୍ର ହୋଇଯାଉଛି। ପୁଅବୋହୂଙ୍କ ମଧ୍ୟରେ ଦାମ୍ପତ୍ୟ କଳହର ପରିଣତି ସ୍ବରୂପ ମାତାପିତା ଦୋଷୀ ନ ହୋଇ ସୁଦ୍ଧା ଜେଲ୍‌ ଯିବାକୁ ପଡୁଛି। ସ୍ବାମୀ-ସ୍ତ୍ରୀ ହେଉଛନ୍ତି ପରିବାର ରୂପକ ଗାଡିର ଦୁଇଟି ଚକ। ଗୋଟିଏ ଅଚଳ ହେଲେ ଗାଡି ଗଡିବା ଅସମ୍ଭବ ହୋଇଯାଏ। ଧୈର୍ଯ୍ୟ, ସହନଶୀଳତା ଓ ଉତ୍ତମ ବୁଝାମଣା ହିଁ ଦାମ୍ପତ୍ୟ କଳହଜନିତ ବ୍ୟାଧିର ମହୌଷଧି। ଛାଡପତ୍ର ତା’ର ସମାଧାନ ନୁହେଁ।
ବୃଦ୍ଧ ମାତାପିତା ଏବଂ ପୁଅବୋହୂ ମଧ୍ୟରେ ଗୋଟିଏ ପିଢିର ଫରକ। ନାତିନାତୁଣୀ ହେଉଛନ୍ତି ପର ପିଢିର। ବୃଦ୍ଧ ମାତାପିତା ଅତୀତ ହେଲେ ପୁଅବୋହୂ ବର୍ତ୍ତମାନ ଏବଂ ନାତିନାତୁଣୀ ଭବିଷ୍ୟତ। ଏହି ତିନି ପିଢିର ମଣିଷଙ୍କ ଭିତରେ ମତପାର୍ଥକ୍ୟ ରହିବା ସ୍ବାଭାବିକ। ସମୟ ଓ ସମାଜ ଯେଉଁଭଳି ଦ୍ରୁତ ଗତିରେ ବଦଳୁଛି, ଗୋଟିଏ ପିଢି ଅନ୍ୟ ପିଢି ସହିତ ସର୍ବଦା ଭାରସାମ୍ୟ ରକ୍ଷାକରି ଚଳିବା ଅନେକ ସମୟରେ କଠିନ ହୋଇପଡେ। ସେହିଠାରେ ହିଁ ଆସେ ମତାନ୍ତର। ମତାନ୍ତରରୁ ଜନ୍ମ ନିଏ ମନାନ୍ତର। ତା’ପରେ ଅବହେଳା, ଅସମ୍ମାନ, ଦୁର୍ବ୍ୟବହାର, ନିର୍ଯାତନା ଇତ୍ୟାଦି। ଆଜିକାଲି ଯେତେ ଭାଇ ସେତେ ଘର ନ୍ୟାୟରେ ଭାଇମାନଙ୍କ ଭିତରେ ପୃଥକ୍‌ ହେବାର ମାନସିକତା ବୃଦ୍ଧି ପାଉଛି। କର୍ମସଂସ୍ଥାନ ଦାୟରେ ପୁଅବୋହୂଙ୍କୁ ଦୂର ସ୍ଥାନରେ ରହିବାକୁ ପଡୁଛି। ତେଣୁ ଯୌଥ ପରିବାର ଭାଙ୍ଗିଯାଇ ଏକକ ପରିବାର ସୃଷ୍ଟି ହେଉଛି। ତେବେ ପୁଅବୋହୂଙ୍କର ଆଦରଯତ୍ନ ବୃଦ୍ଧ ମାତାପିତାଙ୍କ ପ୍ରତି ଅତୁଟ ରହିଲେ ସେମାନଙ୍କ ଜୀବନରେ ବାକିଥିବା ଦିନଗୁଡିକ ସୁଖରେ ବିତିଯାଏ। ଯଦି ପିଲାମାନେ ମାତାପିତାଙ୍କୁ ଅଯଥା ବୋଝ ମନେକରନ୍ତି ତେବେ ସେମାନଙ୍କ ପାଇଁ ଜରାନିବାସ ଶେଷ ଆଶ୍ରୟସ୍ଥଳ ହେବା ଅସମ୍ଭବ ନୁହେଁ।
ଭୁଲିଯିବା ଅନୁଚିତ ଯେ ମାତାପିତା ହେଉଛନ୍ତି ଜନ୍ମଦାତା। ଦୁନିଆରେ ଗୋଟିଏ ଭଲ ମଣିଷ ଭାବେ ନିଜର ସନ୍ତାନକୁ ଠିଆ କରିବା ପାଇଁ ସେମାନେ ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି। ବୟସ ବଢିବା ସହିତ ସେମାନେ ବିଭିନ୍ନ ରୋଗରେ ପୀଡିତ ହୁଅନ୍ତି। ସ୍ନାୟୁ ଦୁର୍ବଳ କାରଣରୁ ସ୍ମରଣଶକ୍ତି, ଶ୍ରବଣଶକ୍ତି, ଦୃଷ୍ଟିଶକ୍ତି ଆଦି କମିଯାଏ। ତେଣୁ ସାମାନ୍ୟ କଥାରେ ଚିଡିଚିଡି ହୁଅନ୍ତି। ପିଲାମାନେ ଜାଣିରଖିବା ଉଚିତ ଯେ ସେମାନେ ମଧ୍ୟ ପରିଣତ ବୟସରେ ସେହିଭଳି ଅବସ୍ଥାର ସମ୍ମୁଖୀନ ହେବେ। ଏହା ହୃଦୟଙ୍ଗମ କରି ମାତାପିତାଙ୍କ ସ୍ବାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ପିଲାମାନଙ୍କର ପ୍ରଥମ କର୍ତ୍ତବ୍ୟ।
ଅଭାବ ଅସୁବିଧା, ଦୁଃଖଦୁର୍ଦ୍ଦଶା, ବାଧାବିଘ୍ନ ଆଦି ସମସ୍ୟା ମଣିଷ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ। ଜୀବନର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ନାନାଦି ସଂସାରିକ ଜଞ୍ଜାଳ ଭିତରେ ଘାଣ୍ଟି ହେବାକୁ ହୁଏ। ସେଥିପାଇଁ କୁହାଯାଇଛି ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି। ତେଣୁ ପରିବାର ଭିତରେ କୌଣସି ବିବାଦ ଉପୁଜିଲେ ତୁରନ୍ତ ତାହାର ଆପୋସ ସମାଧାନ କରିବା ଆବଶ୍ୟକ। ବୟସ୍କ ବ୍ୟକ୍ତିମାନେ ପରିବାରରେ ଘଟୁଥିବା ଅନେକ ବିଷୟ ଜାଣି ସୁଦ୍ଧା ନୀରବ ରହିବା ଶ୍ରେୟସ୍କର। ପରିବାରର ସବୁ ସଦସ୍ୟ ଜିଦ୍‌ଖୋର ମନୋଭାବ ଛାଡି ପରିସ୍ଥିତି ସହିତ ସାଲିସ କରି ଚଳିପାରିଲେ ସେହି ଘର ହିଁ ବୈକୁଣ୍ଠ ସମାନ ହୋଇଥାଏ। କବିବର ରାଧାନାଥ ଏହି ପ୍ରସଙ୍ଗରେ ମନେପଡନ୍ତି-
”ରହିଣ ଜଞ୍ଜାଳ ବିଷମ ଜଗତେ
ସଂସାରୀ ସୋଦର ବାନ୍ଧବ ସଙ୍ଗତେ
ଇଚ୍ଛାମତେ କାହୁଁ ଚଳିବ ବା ଜନ
ସଂସାରେ ନିଜର ନୁହେଁ ନିଜ ମନ।“

(ଶହୀଦନଗର, ଭୁବନେଶ୍ୱର,
ମୋ-୯୪୩୭୩୮୨୧୦୦)

All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଗତମାସରେ ବୀମା ନିୟାମକ ଓ ଉନ୍ନୟନ କର୍ତ୍ତୃପକ୍ଷ (ଆଇଆର୍‌ଡିଏ)ଠାରୁ ଅନୁମତି ପାଇବା ପରେ ଜୀବନବୀମା ନିଗମ (ଏଲ୍‌ଆଇସି) ବୋର୍ଡ କ୍ଷତିରେ ଚାଲୁଥିବା ଆଇଡିବିଆଇ ବ୍ୟାଙ୍କରେ ନିଜର ଅଂଶଧନ ୫୧ ପ୍ରତିଶତକୁ ବୃଦ୍ଧି କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଛି। ଆଉ କେତେଟା ପ୍ରକ୍ରିୟା ଶେଷହେବା ପରେ ଉକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଲ୍‌ଆଇସିର ଅଧୀନ ହୋଇଯିବ। ଆଇଡିବିଆଇ ବ୍ୟାଙ୍କରେ ଜୀବନବୀମା ନିଗମର ବର୍ତ୍ତମାନ ୭.୯୮ ପ୍ରତିଶତ ଅଂଶଧନ ରହିଛି, ଯାହା ମାର୍ଚ୍ଚ ୨୦୧୮ ସୁଦ୍ଧା ୧୦.୮୨ ପ୍ରତିଶତ ଥିଲା। ରୁଗ୍ଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସୁସ୍ଥ କରିତୋଳିବା ଦୀର୍ଘଦିନ ହେଲା ସରକାରଙ୍କର ଏକ ନୀତି ...

 ସଙ୍କଟରେ ଭବିଷ୍ୟତ

ସଙ୍କଟରେ ଭବିଷ୍ୟତ

ଉପେନ୍ଦ୍ର ବିଶ୍ୱାଳ ପାଗଳପ୍ରାୟ ଘୂରି ବୁଲୁଥାନ୍ତି ମହାମାନ୍ୟ ମଦନମୋହନ ମାଲବ୍ୟ। ନିଶା ଘାରିଥାଏ ବନାରସରେ ବିଶ୍ୱସ୍ତରୀୟ ହିନ୍ଦୁ ବିଶ୍ୱବିଦ୍ୟାଳୟଟିଏ ପ୍ରତିଷ୍ଠା କରିବାକୁ। ହାତ ପତଉଥାନ୍ତି ସମସ୍ତଙ୍କୁ। ଏପରିକି ମୃତଦେହ ଶୋଭାଯାତ୍ରାରେ ଫିଙ୍ଗାଯାଉଥିବା ପଇସା କଉଡ଼ିକୁ ମଧ୍ୟ ସାଉଁଟି ରଖୁଥାନ୍ତି। ବଡ଼ ଆଶା ନେଇ ପହଞ୍ଚତ୍ଲେ ଦିନେ ଘନଶ୍ୟାମ ଦାସ ବିର୍ଲାଙ୍କ ବାସଭବନରେ। ବୈଠକଖାନାରେ ଟିକିଏ ବସିବାକୁ କହି ଠାକୁର ପୂଜା ପାଇଁ ଗଲେ ସେ। ଦୀପଟି ଜଳାଇଲାବେଳେ ପ୍ରଥମ ପରେ ଦ୍ୱିତୀୟ ଦିଆସିଲିକାଠିଟି ଲିଭିଗଲା। ତୃତୀୟ କାଠିଟି ବି ଲିଭିଗଲା ସାମାନ୍ୟ ଅସାବଧାନତାବଶତଃ। ଗର୍ଜିଉଠି ବର୍ଷିଗଲେ ପୂଜକ ଉପରେ। ଆଚମ୍ବିତ ହେଲେ ...

ପ୍ରାଣବନ୍ତ, ପ୍ରଣବସ୍ବରୂପ

ପ୍ରାଣବନ୍ତ, ପ୍ରଣବସ୍ବରୂପ

ଡା. ଅଂଶୁମାନ୍‌ କର ଗତ ସ୍ନାନପୂର୍ଣ୍ଣିମା ଦିନ ଗଜପତି ମହାରାଜ ପ୍ରଭୁ ଜଗନ୍ନାଥଙ୍କ ଆଳତି କରିବା ସମୟରେ ପ୍ରଭୁଙ୍କ ଶିରରୁ ଫୁଲମାଳ ଖସିବାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଆଜିର ସୋସିଆଲ ମିଡିଆ ଯୁଗରେ ଏହି ଘଟଣାର ଭୂରି ଭୂରି ପ୍ରଚାର ଓ ପ୍ରସାର ଚାଲିଛି। ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିରର ପ୍ରାଣବନ୍ତ ଅସ୍ତିତ୍ୱର ଏହା ଏକ ଦିବ୍ୟ ପ୍ରମାଣ ବୋଲି ଅନେକେ ମତ ବ୍ୟକ୍ତ କରୁଛନ୍ତି। କେତେଜଣ କହୁଛନ୍ତି, ଏହାଦ୍ୱାରା ପ୍ରଭୁ ନିଜ ପ୍ରତ୍ୟକ୍ଷ ଉପସ୍ଥିତିର ପ୍ରମାଣ ଦେଉଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ଜଣେ ନବଜାତ ଶିଶୁ କ୍ଷୀର ପାନ କରିବା ପରେ କୋମା ଅବସ୍ଥାରେ ଥିବା ତା’ ମା’ଙ୍କର ଚେତା ଫେରିଆସିଛି। ଏପରି ଏକ ଘଟଣା କେରଳରେ ଘଟିଛି। ବେଟିନା ନାମ୍ନୀ ଜଣେ ମହିଳା ଶିଶୁପୁତ୍ରର କାନ୍ଦ ଶୁଣି ଧୀରେ ଧୀରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜୁନ୍‌ ୧୪ରେ ଶିଶୁଟି ଜନ୍ମଗ୍ରହଣ କରିଥିଲା। ଶିଶୁଟି ସ୍ତନ୍ୟପାନ କରିବା ପରେ ମହିଳାଙ୍କର ସ୍ନାୟୁଗତ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିଥିଲା ବୋଲି ହସ୍ପିଟାଲ୍‌ର ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ର ମୁଖ୍ୟ ଡକ୍ଟର ଆର. ବିବେକ ପ୍ରକାଶ କରିଛନ୍ତି। ...

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ବରୁ ଏହି ସ୍ତମ୍ଭରେ ଶସ୍ୟକ୍ଷେତ୍ରରେ ପଞ୍ଚଗବ୍ୟର ବ୍ୟବହାର ଉପରେ ଏକ ନିବନ୍ଧ ଲେଖିଥିଲି। ବହୁବର୍ଷର ଗବେଷଣା ପରେ ଉକ୍ତ ପୁସ୍ତକ ଲେଖିଥିବା ଡ. କେ. ନଟରାଜନ୍‌ ଏଥିରେ ପ୍ରାଣୀମାନଙ୍କ ଉପରେ ପଞ୍ଚଗବ୍ୟର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଏକ ଅଧ୍ୟାୟ ଲେଖିଛନ୍ତି। ଗଛଲତା ଉପରେ ଅଧ୍ୟୟନ ପରେ ତାଙ୍କ ଗବେଷକ ଦଳ ପ୍ରାଣୀ ଓ ମନୁଷ୍ୟ ଉପରେ ଅଧ୍ୟୟନ ଆରମ୍ଭ କରିଦେଇଥିଲେ। ପୂର୍ବ ନିବନ୍ଧଟି ଯେଉଁମାନେ ପଢ଼ି ନ ଥିବେ ସେମାନଙ୍କ ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀ ନିମ୍ନରେ ଆଉ ଥରେ ଲେଖୁଛି।...

ଅଭାବର ଚିତ୍ରପଟ

ଅଭାବର ଚିତ୍ରପଟ

ଡ. ସୁବାସ ଚନ୍ଦ୍ର ପାତ୍ର ଦାରିଦ୍ର୍ୟର ମାତ୍ରା ତଥା କିସମ ଅଛି। ବିଭିନ୍ନ ପ୍ରକାର ଦାରିଦ୍ର୍ୟରେ ମଣିଷ ହନ୍ତସନ୍ତ କିନ୍ତୁ ଅର୍ଥନୈତିକ ଦାରିଦ୍ର୍ୟ ମଣିଷକୁ ବେଶି ନିପୀଡ଼ିତ କରେ କାରଣ ତା’ର ପ୍ରଭାବ ଦୃଶ୍ୟମାନ। ସବୁ ଦରିଦ୍ରତା ପଛରେ ଥାଏ ଏକ ଅଭାବବୋଧ ଏବଂ ଏହି ଅଭାବ ଯେତେବେଳେ ସର୍ବବ୍ୟାପୀ ଓ ସର୍ବଗ୍ରାସୀ ହୋଇଯାଏ ସେଇଠି ଦାରିଦ୍ର୍ୟ ହୋଇପଡ଼େ ଦୁର୍ବିଷହ।...

ପତିତପାବନ ଯାତ୍ରା

ପତିତପାବନ ଯାତ୍ରା

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପୁରୁଷୋତ୍ତମ ଜଗନ୍ନାଥ ଦିବ୍ୟ ନୀଳାଚଳରେ ଅନାଦିକାଳରୁ ଦାରବୀ ଲୀଳା ସଂରଚନା କରିଛନ୍ତି। ତାଙ୍କ ଦିବ୍ୟ ଲୀଳାକୁ ଦୁଇଭାଗରେ ବିଭକ୍ତ କରାଯାଇଛି- ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ସ୍ବରୂପରେ ଐଶ୍ୱର୍ଯ୍ୟଲୀଳା ଏବଂ ରଥଯାତ୍ରାରେ ଅଗଣିତ ଭକ୍ତଙ୍କ ସହିତ ମାଧୁର୍ଯ୍ୟଲୀଳା। ତାଙ୍କର ଏହି ମାଧୁର୍ଯ୍ୟଲୀଳା ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱମାନସକୁ ଉଦ୍‌ବୁଦ୍ଧ କରିଆସିଛି। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆଗମନ କରିଥାନ୍ତି। ଏହି ଯାତ୍ରାରେ ପ୍ରଭୁ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଦିନେ ନା ଦିନେ ସଫଳତା ଆଣି ଦେଇଥାଏ। ଯାହାକି ପୂର୍ବ ବାଙ୍ଗାଲୋରର ଲିଙ୍ଗରାଜପୁରମ୍‌ ଅଞ୍ଚଳରେ ବାସ କରୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସ୍ବାମୀଙ୍କ କ୍ଷଣିକ ରାଗର ଶିକାର ହୋଇ ନିଜର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ହରାଇଥିବା ଅନୀଥା ପାର୍କର ମେରୀ ନାମ୍ନୀ ଜଣେ ମହିଳା ଦୀର୍ଘ ୧୮ବର୍ଷ ଧରି ସଂଘର୍ଷ କରିବା ପରେ ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ଅନୀଥା ଏକ ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ସାମାନ୍ୟ କଥାକୁ କେନ୍ଦ୍ର କରି ୧୮ବର୍ଷ ତଳେ ଅନୀଥାଙ୍କ ସ୍ବାମୀ ଏକ ଜଳନ୍ତା ଲଣ୍ଠନକୁ ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏଥିରେ ଅନୀଥାଙ୍କ ମୁହଁ ଓ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସିତ...

ସାମରିକ ପ୍ରଶିକ୍ଷିତ ଯୁବକ

ସାମରିକ ପ୍ରଶିକ୍ଷିତ ଯୁବକ

ସମ୍ପାଦକୀୟ/ତଥାଗତ ସତପଥୀ ଭାରତର ବିରାଟ ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇବା ସକାଶେ କେନ୍ଦ୍ର ସରକାର ଜାତୀୟ ଯୁବ ସଶକ୍ତୀକରଣ ଯୋଜନା (ଏନ୍‌-ଓ୍ବାଇଇଏସ୍‌) ସୃଷ୍ଟି ଲାଗି ଚିନ୍ତା କରିଛନ୍ତି। ଏଥିରେ ପ୍ରତିବର୍ଷ ୧୦ ଲକ୍ଷ ଯୁବତୀଯୁବକ ବିଶେଷକରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସାମରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାର ବ୍ୟବସ୍ଥା କରାଯାଇପାରେ। ଏମାନଙ୍କୁ ୧୨ ମାସ ପାଇଁ ଷ୍ଟାଇପେଣ୍ଡ୍‌ ଦିଆଯାଇ ସାମରିକ ତାଲିମ ଦିଆଗଲେ ସେମାନେ ପ୍ରତିରକ୍ଷା, ଅର୍ଦ୍ଧସାମରିକ ବଳ ଏବଂ ପୋଲିସ ବାହିନୀରେ ନିଯୁ....

 ବୋଲକରା ବୋଲ୍‌ ବମ୍‌

ବୋଲକରା ବୋଲ୍‌ ବମ୍‌

ବୈଷ୍ଣବ ଚରଣ ମହାନ୍ତି ‘ବୋଲ୍‌ ବମ୍‌...ହର ହର ବମ୍‌...ଭୋଲା ବାବା ପାର୍‌ କରେଗା...ଜଟିଆ ବାବା ପାର୍‌ କରେଗା...’- ଏ ଡାକ ହେଉଛି କାଉଡ଼ିଆମାନଙ୍କର। ଦିନ ଥିଲା କାଉଡ଼ିଆ ଶବ୍ଦଟାର ଅର୍ଥ କାଢ଼ିବାକୁ ଅଭିଧାନ ଖେଳେଇବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଏ ଶବ୍ଦଟା ଖୁବ୍‌ ସାଧାରଣ ହୋଇଯାଇଛି ଏବଂ ଓଡ଼ିଶାର ଗଁାଗହଳିଠାରୁ ସହର ବଜାର ପର୍ଯ୍ୟନ୍ତ ସବୁଆଡ଼େ ସବୁରି ତୁଣ୍ଡରେ ଆସ୍ଥାନ ଜମେଇ ବସିଛି। ଏଇମାତ୍ର କୋଡ଼ିଏ ପଚିଶ ବର୍ଷ ତଳେ କାଉଡ଼ିଆ କ’ଣ କେହି ଜାଣି ନ ଥିଲେ। ପ୍ରଥମେ ଜଣେ ଦି’ଜଣ ପାଣିଭାର ଧରି ରାସ୍ତାରେ ଯାଉଥିବାର ଦେଖି ଲୋକେ କୌତୂହଳୀ ହେଇ ଚାହଁୁଥିଲେ, ଏବେ ତ ପିମ୍ପୁଡ଼ି ଧାର ପରି ରାସ୍ତାସାରା କାଉଡ଼ିଆଙ୍କ ...

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଡ. ଶରତ ଚନ୍ଦ୍ର ରଥ ହେ ନୀଳାଦ୍ରିନାଥ! ତୁମକୁ ସହସ୍ର ପ୍ରଣାମ। ତୁମେ ଅନନ୍ତ, ତୁମ ମହିମା ଅନନ୍ତ। ତୁମ ମହିମାର ଲଳିତ ସଙ୍ଗୀତ ଝରିପଡେ ବିହଙ୍ଗ ଗାନରେ, ଝରଣାର ଝର୍ଝର ତାନରେ। ତୁମ ଅଙ୍ଗର ସୁବାସ ଫୁଟିପଡେ ଫୁଲର ସୁରଭିରେ, ତୁମ ସ୍ମିତହାସ୍ୟର ମଧୁରିମା ଫିଟିପଡେ ଜୋଛନାର ଲାବଣ୍ୟରେ। ତୁମେ ସର୍ବମୟ କର୍ତ୍ତା, ବିଶ୍ୱବିଧାତା, ତୁମକୁ କଳିବାକୁ ମୁଁ ଶକ୍ତିହୀନ, ତୁମେ ବିଶାଳ ନୀଳସିନ୍ଧୁ, ମୁଁ କ୍ଷୀଣ ଏକ ଜଳାଧାର।...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନ ପରିବେଶକୁ ବହୁ ଭାବରେ ପ୍ରଦୂଷଣ କରୁଛି ପ୍ଲାଷ୍ଟିକ୍‌। ଏହାଦ୍ୱାରା ଜଳ, ସ୍ଥଳ, ମୃତ୍ତିକା ପ୍ରଦୂଷଣ ହେଉଛି। ପ୍ଲାଷ୍ଟିକ୍‌ ଜରିରେ ବାସିଖାଦ୍ୟ ରଖି ବାହାରେ ଫିଙ୍ଗାଯାଉଥିବାରୁ ଏହାକୁ ଖାଇ ବହୁ ଗୋରୁ, ଛେଳି, କୁକୁର ଅସୁସ୍ଥ ହେଉଛନ୍ତି। ଅନେକ ପ୍ରାଣୀ ମୃତ୍ୟୁବରଣ କରୁଛନ୍ତି। ସମୁଦ୍ରରେ ପ୍ଲାଷ୍ଟିକ୍‌ ବୋତଲ, ପଲିଥିନ୍‌, ଜରି ପ୍ରଭୃତିର ଭାସମାନ ପାହାଡ଼ ସୃଷ୍ଟି ହେଉଛି। ଏହା ଜଳଜନ୍ତୁଙ୍କ ପାଇଁ ବଇରୀ ସାଜିଛି। ଏଣୁ ସମ୍ପ୍ରତି ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ର ବ୍ୟବହାରକୁ ହ୍ରାସ କରିବା ପାଇଁ ସବୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି...

Model This Week

ରୂପେଶ