ସମ୍ପାଦକୀୟ |

ଏଇ ଭାରତରେ

ଦାରିଦ୍ର୍ୟ ମଣିଷକୁ କେଉଁ ସ୍ତରକୁ ଟାଣିନିଏ ତା’ର ଏକ ଜ୍ୱଳନ୍ତ ନମୁନା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲୀ ଜିଲା ଅନ୍ତର୍ଗତ ଧାକିଆଖୋଲ ଗ୍ରାମରେ। ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବା ସକାଶେ ସ୍ତ୍ରୀ ବିକ୍ରି କରିଛନ୍ତି ତାଙ୍କର ନବଜାତ ଶିଶୁପୁତ୍ରକୁ। ଏହି ଗ୍ରାମରେ ସ୍ବାମୀ ହର୍ଷରୂପ ମୌର୍ଯ୍ୟଙ୍କୁ ନେଇ ସଞ୍ଜୁଦେବୀଙ୍କ ପରିବାର। ହର୍ଷରୂପ ପେସାରେ ଜଣେ ନିର୍ମାଣ ଶ୍ରମିକ। ତାଙ୍କ ରୋଜଗାରରେ ଚଳୁଥିଲା ସଂସାର। ଇତିମଧ୍ୟରେ କୋଳକୁ ଆସିଥିଲା ଏକ ଶିଶୁପୁତ୍ର। ଉଭୟ ସଞ୍ଜୁ ଏବଂ ହର୍ଷରୂପ ତାଙ୍କର ଶିଶୁପୁତ୍ରକୁ ନେଇ ବେଶ୍‌ ଖୁସିଥିଲେ। କିନ୍ତୁ ସେହି ଖୁସି ଟିକକ ସମ୍ଭବତଃ ସେମାନଙ୍କ ଭାଗ୍ୟରେ ଲେଖା ନ ଥିଲା। ତିନିମାସ ପୂର୍ବରୁ ଏକ ନିର୍ମାଣ ସ୍ଥଳରେ କାନ୍ଥ ଭୁଶୁଡିପଡିବାରୁ ଗୁରୁତର ଭାବେ ଆହତ ହୋଇଛନ୍ତି ହର୍ଷରୂପ। ଏବେ ସେ ଶଯ୍ୟାଶାୟୀ। ରୋଜଗାର ବନ୍ଦ। ଘର ଚଳିବ କେମିତି? ସଞ୍ଜୁ ପରଘରେ କାମ କରି ଏଠୁ ସେଠୁ ହାତ ଉଧାରି କରି କିଛିଦିନ ପରିବାର ଚଳାଇବା ସହ ସ୍ବାମୀଙ୍କ ଚିକିତ୍ସା କରିଆସୁଥିଲେ। କିନ୍ତୁ ସେହି ସୀମିତ ଅର୍ଥରେ ଚିକିତ୍ସା ଅସମ୍ଭବ ହୋଇପଡିଲା। ହର୍ଷରୂପଙ୍କ ଚିକିତ୍ସା ପାଇଁ ଡାକ୍ତର ଯେତିକି ଅର୍ଥର ଆବଶ୍ୟକତା ଅଛି ବୋଲି କହିଲେ ତାହା ସଞ୍ଜୁଙ୍କ ଚିନ୍ତା ବଢାଇଦେଲା। କ’ଣ କରିବେ କିଛି ବୁଦ୍ଧିବାଟ ନ ପାଇ ଗ୍ରାମର ଜଣେ ଜମିଦାରଙ୍କୁ ଶିଶୁପୁତ୍ରକୁ ବିକ୍ରି କରି ଆଣିଥିଲେ ୪୨ ହଜାର ଟଙ୍କା। ସ୍ବାମୀଙ୍କୁ ଭଲ କରିବା ସଞ୍ଜୁଙ୍କ ପାଇଁ ଥିଲା ପ୍ରଥମ ଚିନ୍ତା। ଇତିମଧ୍ୟରେ କଥାଟି ସାମ୍ନାକୁ ଆସିଛି। ଶିଶୁ ବିକ୍ରି ସମ୍ପର୍କରେ ପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ତତ୍ପରତା ପ୍ରକାଶ ପାଇଛି। ହର୍ଷରୂପଙ୍କ ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବ। ଶିଶୁପୁତ୍ର କିପରି ମାଆ କୋଳକୁ ଫେରିବ ତା’ର ବ୍ୟବସ୍ଥା ପ୍ରଶାସନ କରିବ।
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଆସ୍ଥା ତୁଟୁଛି

ସମ୍ପାଦକୀୟ/ଆସ୍ଥା ତୁଟୁଛି

ସାଧାରଣ ନିର୍ବାଚନ ପ୍ରାୟ ୫ ମାସ ଥିବାବେଳେ ଏବେଠାରୁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଲାଣି। କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାରକୁ ଟକ୍କରଦେବା ଲାଗି ବିରୋଧୀ ଦଳଗୁଡ଼ିକ ଡିସେମ୍ବର ୧୦ରେ ନୂଆଦିଲ୍ଲୀଠାରେ ଏକତ୍ରିତ ହୋଇଛନ୍ତି। ବିଜୁ ଜନତା ଦଳ (ବିଜେଡି), ସମାଜବାଦୀ ପାର୍ଟି(ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି)କୁ ଛାଡ଼ିଦେଲେ ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ନେତୃତ୍ୱରେ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ଏଭଳି ସମୟରେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି) ସଭାପତି ଉପେନ୍ଦ୍ର କୁଶ୍‌ଓ୍ବାହା ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ଭାଜପା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମୋଦି ସରକାର ତାଙ୍କୁ ଧୋକାଦେବା ସହ ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିବାରେ ଅସମର୍ଥ ହେବାରୁ ଇସ୍ତଫା...

 ଆଜିର ଯୁବବର୍ଗ କ୍ରୋଧିତ କାହଁକି

ଆଜିର ଯୁବବର୍ଗ କ୍ରୋଧିତ କାହଁକି

ସହଦେବ ସାହୁ

ଭାରତ ଏକ ପ୍ରାଚୀନ ସଭ୍ୟତା କିନ୍ତୁ ଏକ ଯୁବରାଷ୍ଟ୍ର। ଚାଇନା ବି ଏକ ପ୍ରାଚୀନ ସଭ୍ୟତା, କିନ୍ତୁ ସେଠାକାର କମ୍ୟୁନିଷ୍ଟ ସରକାର ପରିବାର ନିୟନ୍ତ୍ରଣ କଡ଼ାକଡ଼ି ଲାଗୁ କରିଥିବାରୁ ତାହାର ଜନସଂଖ୍ୟାରେ ବୃଦ୍ଧଙ୍କ ସଂଖ୍ୟା କାଳକ୍ରମେ ବଢ଼ିଚାଲିଲା। ଚାଇନାରେ କାମିକା ଲୋକ (୨୦ରୁ ୫୦ ବର୍ଷ)ଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୨ରେ ଦେଶରେ କାମକରିପାରିବା ଲୋକଙ୍କ ସଂଖ୍ୟା ୩୦ ଲକ୍ଷ କମିଯିବା ଦେଖି ଚାଇନା ସରକାର ଚିନ୍ତିତ ହୋଇପଡ଼ିଲେ। ଏ ଦୃଷ୍ଟିରୁ ଭାରତ ଉତ୍ତମ ସ୍ଥିତିରେ ଅଛି ବୋଲି ବିଲାତର ପ୍ରସିଦ୍ଧ ପତ୍ରିକା ‘ଦି ଇକୋ...

ଦେଶ, ରାଜନୀତି ଓ ଆଜିର ଶିକ୍ଷା

ଦେଶ, ରାଜନୀତି ଓ ଆଜିର ଶିକ୍ଷା


ଡ. ଶରତ ଚନ୍ଦ୍ର ରଥ

ଦେଶର ଅଛି ଅର୍ଥ ସମସ୍ୟା। ଅତୀତରେ ସମସ୍ୟା ଥିଲା ଆଜି ମଧ୍ୟ ଅଛି। ପ୍ରଥମେ ସମସ୍ୟାଗୁଡ଼ିକର ତାଲିକା କରିବା ଦରକାର। ତା’ପରେ ସମାଧାନର ସୂତ୍ର ବିଷୟରେ ଚିନ୍ତା, ଆଲୋଚନା ଓ ପଦକ୍ଷେପ ଗ୍ରହଣର ବ୍ୟବସ୍ଥା। ଯେହେତୁ ଆଜିକାଲି ସମସ୍ତ କ୍ଷମତା ରାଜନେତାମାନଙ୍କ ହାତରେ ଠୁଳ, ସେମାନଙ୍କର ଏସବୁ ସର୍ବାଦୌ କରଣୀୟ। ସେମାନଙ୍କୁ ବୁଦ୍ଧିଜୀବୀମାନେ ସହଯୋଗ କରିପାରନ୍ତି।...

ଏଇ ଭାରତରେ

ଏଇ ଭାରତରେ

ସବୁ ମାତାପିତା ପରିଣତ ବୟସରେ ପୁତ୍ର  ସନ୍ତାନର ମୁହଁ ଦେଖି ଖୁସି ହୁଅନ୍ତି। କିନ୍ତୁ ଯେଉଁ ମାତାପିତା ଏହି ସୁଖରୁ ବଞ୍ଚତ୍ତ ସେମାନେ ଦୁଃଖ ଅନୁଭବ କରନ୍ତି। ଏହି ପରିସ୍ଥିତିର ସାମ୍‌ନା କରିଛନ୍ତି ୬୨ବର୍ଷର ଜଣେ ମହିଳା। ଗୁଜରାଟର ସୁରତ ନଗରୀରେ ବାସ କରୁଥିବା ମଧୁବେନ ଗେହଲଟ୍‌ ନାମ୍ନୀ ଏହି ମହିଳା ୬୨ବର୍ଷ ...

ପିଲାଙ୍କ ବସ୍ତାନି ବୋଝ

ପିଲାଙ୍କ ବସ୍ତାନି ବୋଝ

ପିଲାଙ୍କ ସ୍କୁଲ ବ୍ୟାଗ୍‌ ନିଜ ଓଜନଠାରୁ ଅଧିକ ହୋଇଯାଉଥିବାରୁ ନିକଟରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନୂଆକରି ସ୍କୁଲ ଯାଉଥିବା ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ହୋମ୍‌ୱାର୍କ ଦେଇ ଚାପଗ୍ରସ୍ତ କରାଯାଉଛି। ତେଣୁ ଏ ଦିଗରେ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ପରେ କେନ୍ଦ୍ର ସରକାର ତପତ୍ର ହୋଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଖୁବ୍‌ଶୀଘ୍ର ଏ ନେଇ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି।

ମିଛୁଆ ବନ ବିଭାଗ

ମିଛୁଆ ବନ ବିଭାଗ

ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ‘ମହାବୀର’ ମୃତ୍ୟୁ ଘଟଣା ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ନଭେମ୍ବର ୧୪ରେ ତା’ ମୃତଦେହ ମିଳିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। 

ଭୂଲୁଣ୍ଠିତ ମାନବାଧିକାର

ଭୂଲୁଣ୍ଠିତ ମାନବାଧିକାର

ଆଜି ତମାମ ବିଶ୍ୱରେ ୭୦ତମ ମାନବାଧିକାର ଦିବସ ପାଳନ ହେଉଛି। ୧୯୪୮ ଡିସେମ୍ବର ୧୦ ତାରିଖ ଆଜିର ଦିନରେ ଜାତିସଂଘ ବିଶ୍ୱବାସୀଙ୍କ କଲ୍ୟାଣ ନିମନ୍ତେ ଅର୍ପଣ କରିଥିଲା ଐତିହାସିକ ସାର୍ବଜନୀନ ବିଶ୍ୱ ମାନବାଧିକାର ଘୋଷଣାପତ୍ର। 

ବାକ୍‌ ସ୍ବାଧୀନତା

ବାକ୍‌ ସ୍ବାଧୀନତା

ଆକାର ପଟେଲ

ଆକ୍ରମଣାତ୍ମକ ବକ୍ତବ୍ୟକୁ ନେଇ ପ୍ରତିକ୍ରିୟାହୀନ ରହୁଥିବା ଦେଶଗୁଡ଼ିକ ପ୍ରାୟତଃ ଉନ୍ନତି କରିବାର ସମ୍ଭାବନା ଅଧିକ ଥାଏ। ପ୍ରତିବର୍ଷ ମାନବ ସ୍ବାଧୀନତା ସୂଚକାଙ୍କ (ହ୍ୟୁମାନ୍‌ ଫ୍ରିଡମ୍‌ ଇଣ୍ଡେକ୍ସ)ର ଆକଳନ କରୁଥିବା କାଟୋ ଇନ୍‌ଷ୍ଟିଚ୍ୟୁଟ୍‌ ଏ ଦିଗରେ ସବୁଠୁ ମୁକ୍ତ ବା ସ୍ବାଧୀନ ଦେଶରୂପେ ସ୍ବିଜରଲାଣ୍ଡ, ନ୍ୟୁଜିଲାଣ୍ଡ, ଫିନ୍‌ଲାଣ୍ଡ, ନର୍‌ଓ୍ବେ, ଡେନ୍‌ମାର୍କ, ନେଦରଲାଣ୍ଡ ଓ ଇଂଲଣ୍ଡକୁ ବିବେଚନା କରିଛି। 

ଯେବେ ହିସାବ ମାଗିବେ ଈଶ୍ୱର

ଯେବେ ହିସାବ ମାଗିବେ ଈଶ୍ୱର

ପ୍ରକାଶ ତ୍ରିପାଠୀ

ବିଳାସପୂର୍ଣ୍ଣ ସ୍କୋଡା କାରଟିଏ ଗୁରୁଗାଓଁସ୍ଥିତ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଦ ଆର୍ଥ ସାଭିୟର୍ସ ଫାଉଣ୍ଡେଶନ’ ସମ୍ମୁଖରେ ଅଟକିଲା। କାରରୁ ଓହ୍ଲାଇଲେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଓ ତାଙ୍କ ମା’।

ଅର୍ଥନୀତିର ଦିଗ୍‌ଦର୍ଶକ

ଅର୍ଥନୀତିର ଦିଗ୍‌ଦର୍ଶକ

ଭାରତୀୟ ଅର୍ଥନୀତିକୁ ଦିଗ୍‌ଦର୍ଶନ ଦେବାରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ)ଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ଏହି ପଦବୀରେ ଅବସ୍ଥାପିତ ବ୍ୟକ୍ତି ଅର୍ଥ, ବେପାର ବାଣିଜ୍ୟ  ଏବଂ ଅର୍ଥନୈତିକ ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ସରକାରଙ୍କୁ ଉପଦେଶ ଦେଇଥାଆନ୍ତି।

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ କେବଳ ସ୍ତ୍ରୀମାନେ ନିର୍ଯାତିତ ହୁଅନ୍ତି ନାହିଁ ବରଂ କେତେକ ସ୍ତ୍ରୀ ମଧ୍ୟ ତାଙ୍କ ସ୍ବାମୀଙ୍କୁ ନିର୍ଯାତନା ଦେଇଥାଆନ୍ତି। ଏଥିପାଇଁ ଆମ ଓଡିଶାରେ ମହିଳା କମିଶନ୍‌ ଭଳି ପୁରୁଷ କମିଶନ୍‌ ଗଠନ ପାଇଁ କେତେକ ବ୍ୟକ୍ତି ଓ ସଂଗଠନ ଦାବି କରି ଆସୁଛନ୍ତି। ନିର୍ଯାତିତ ମହିଳାଙ୍କ ସ୍ବର ସମସ୍ତଙ୍କୁ ଶୁଭୁଥିବା ବେଳେ ସ୍ତ୍ରୀ ନିର୍ଯାତିତ ସ୍ବାମୀଙ୍କ ସ୍ବର ପବନରେ ମିଳାଇଯାଏ।  ନିର୍ଯାତିତ ପୁରୁଷ ନିଜ ମନକଥା କେବଳ ମନରେ ହିଁ ମାରିଥାଏ। 

ସ୍ବଚ୍ଛତା ଭେଳିକି

ସ୍ବଚ୍ଛତା ଭେଳିକି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ ଅଧିକାଂଶ କେନ୍ଦ୍ର ସରକାରୀ ଓ୍ବେବ୍‌ସାଇଟ୍‌ ନିଜ ଆଡ଼ୁ ଜନସୂଚନା ପ୍ରକାଶ କରୁନାହାନ୍ତି, ଯାହା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନୁଯାୟୀ ଏକ ବାଧ୍ୟତାମୂଳକ ବ୍ୟବସ୍ଥା। ସିଆଇସିଙ୍କ ଏହି ଅଧ୍ୟୟନରୁ ସ୍ବତଃ ପ୍ରମାଣିତ ଯେ, ସ୍ବଚ୍ଛତା କଥା ମୁହଁରେ କହୁଥିଲେ ମଧ୍ୟ ମୋଦି ସରକାର ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ସାଧାରଣରେ ଯେଉଁ ଅଭିଯୋଗ ଆସୁଛି, ତାହା ସତ୍ୟ। ପୂର୍ବତନ ମୁଖ୍ୟ ସୂଚନା କମିଶନର ଏ.ଏନ୍‌. ତିଓ୍ବାରୀ ଓ...