Dharitri News
ସମ୍ବଲପୁର

ଟ୍ରାକ୍ଟର ଧକ୍କାରେ ଓଲଟିଲା କାର, ପରିବାରର ୮ ଆହତ

ଟ୍ରାକ୍ଟର ଧକ୍କାରେ ଓଲଟିଲା କାର, ପରିବାରର ୮ ଆହତ  ମାନେଶ୍ୱର/ଧମା, ୧।୧ (ଡି.ଏନ.ଏ.)-ଭଗବାନଙ୍କ ଦର୍ଶନ କରି ନବ ବର୍ଷ ଆରମ୍ଭ କରିବେ। ଏଥିପାଇଁ କାର (ଓଆର ୧୫ ଜେ ୮୯୯୧) ଯୋଗେ ସକାଳ ୮ଟାରେ ବହାରିଥିଲେ ସୁନ୍ଦରଗଡ ଜିଲା ତଲସରା ଗ୍ରାମର ଭୁବନେଶ୍ୱର ୟାଦବଙ୍କ ସପରିବାର। ସମ୍ବଲପୁରର ପ୍ରସିଦ୍ଧ ଶିବ ମନ୍ଦିର ହୁମା ବକ୍ର ମନ୍ଦିର ଓ ସମଲେଇ ମନ୍ଦିର ଦର୍ଶନ କରିବା ପାଇଁ ମନରେ ଥିଲା ଆଗ୍ରହ। ହେଲେ ଅଧାରେ ରହିଗଲା ଦର୍ଶନ। ହୁମା ମନ୍ଦିରକୁ ପ୍ରାୟ ୧୫ କିମି ରାସ୍ତା ପୂର୍ବରୁ ଘଟିଲା ଅଘଟଣ। ଧମା ଥାନା ସାହସପୁର ଗ୍ରାମ ନିକଟରେ କାରକୁ ଧକ୍କା ଦେଲା ଟ୍ରାକ୍ଟର। ଫଳରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଯାଇ ଓଲଟି ପଡିଥିଲା କାର। ପରିବାରର ସମସ୍ତେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। କାଚ ଭାଙ୍ଗି ଭିତରୁ ଜଣକ ପରେ ଜଣେ ବହାରିଥିଲେ। ବରଗଁ।ର ସମାଜିକ କର୍ମୀ ମନୋଜ ବେହେରା ଓ ଗ୍ରାବାସୀ ଏମାନଙ୍କୁ ଉଦ୍ଧାର କରି ସମ୍ବଲପୁର ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ।ଭୁବନେଶ୍ୱର ୟାଦବ, ଲକ୍ଷ୍ମୀ ୟାଦବ, ମନୋଜ ରାୟଖୁଲିଆ, ସନିତା ରାୟଖୁଲିଆ, ବବଲି ରାୟଖୁଲିଆ, ମୁରଲି ରାୟଖୁଲିଆ, ସରିତା ଖୁଣ୍ଟିଆ ,କାଞ୍ଚନ ଖୁଣ୍ଟିଆ ଚିକିତ୍ସା ପରେ ଘରକୁ ଫେରି ଯାଇଛନ୍ତି।

ସମ୍ବଲପୁର

ଯୁବ କଂଗ୍ରେସ କର୍ମୀଙ୍କ ପକ୍ଷରୁ ବିକ୍ଷୋଭ

ଯୁବ କଂଗ୍ରେସ କର୍ମୀଙ୍କ ପକ୍ଷରୁ ବିକ୍ଷୋଭ

ଗୋଲାମୁଣ୍ଡା,୨୩।୧(ଡି.ଏନ୍‌.ଏ.): ଗଣଦୁଷ୍କର୍ମରେ ଶିକାର ହୋଇଥିବା କୁନ୍ଦୁଲି ପୀଡିତା ସୋମବାର ଆତ୍ମହତ୍ୟା କରିଥିଲେ। ଏହି ଘଟଣା ସାରାରାଜ୍ୟରେ ଚହଳ ପକାଇଛି। ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇଥିଲେ।

ଏଟିଏମ୍‌ ଲୁଟେରା ସକ୍ରିୟ: ୪ ଦିନରେ ୪ ଏଟିଏମ୍‌ ଲୁଟ୍‌ ଉଦ୍ୟମ

ଏଟିଏମ୍‌ ଲୁଟେରା ସକ୍ରିୟ: ୪ ଦିନରେ ୪ ଏଟିଏମ୍‌ ଲୁଟ୍‌ ଉଦ୍ୟମ

ରାଉରକେଲା ଅଫିସ,୨୩।୧: ରାଉରକେଲା ସହରରେ ଏଟିଏମ୍‌ ଲୁଟେରା ଦିନକୁ ଦିନ ଅଧିକ ସକ୍ରିୟ ହେଉଛନ୍ତି। ଗତ ୪ ଦିନ ମଧ୍ୟରେ ୪ଟି ଏଟିଏମ୍‌ ଲୁଟ୍‌ ଉଦ୍ୟମ ଏହା ପ୍ରମାଣ କରୁଛି। ଲୁଟେରାମାନେ ମଙ୍ଗଳବାର ଭୋର ସମୟରେ ଝିରପାଣି ଥାନା ଅନ୍ତର୍ଗତ ଆଦର୍ଶପଲ୍ଲୀ ଅଞ୍ଚଳରେ ଥିବା ଏକ ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ପୁଣି ଲୁଟ୍‌ ଉଦ୍ୟମ କରିଛନ୍ତି।

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ରାଉରକେଲା ଅଫିସ,୨୩।୧- ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ଡାକ୍ତରଙ୍କ ନିଷ୍ଠାପର ପ୍ରୟାସ ଓ ନିପୂଣ ଚିକିତ୍ସାର ଫଳସ୍ବରୂପ ଏଠାରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି ହୋଇଥିବା ଏକ ଶିଶୁର ଜୀବନ ରକ୍ଷା ପାଇଯାଇଛି। ଜଣେ ୩ ବର୍ଷର ଶିଶୁକନ୍ୟାଙ୍କ ଶ୍ୱାସନଳୀରେ ଅଟକି ରହିଥିବା ଦୁଇଟି ଚିନାବାଦାମ ମଞ୍ଜିକୁ ସଫଳତାର ସହ ନିଷ୍କାସନ

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ରାଉରକେଲା ଅଫିସ,୨୩।୧- ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ଡାକ୍ତରଙ୍କ ନିଷ୍ଠାପର ପ୍ରୟାସ ଓ ନିପୂଣ ଚିକିତ୍ସାର ଫଳସ୍ବରୂପ ଏଠାରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି ହୋଇଥିବା ଏକ ଶିଶୁର ଜୀବନ ରକ୍ଷା ପାଇଯାଇଛି। ଜଣେ ୩ ବର୍ଷର ଶିଶୁକନ୍ୟାଙ୍କ ଶ୍ୱାସନଳୀରେ ଅଟକି ରହିଥିବା ଦୁଇଟି ଚିନାବାଦାମ ମଞ୍ଜିକୁ ସଫଳତାର ସହ ନିଷ୍କାସନ

ହୀରାକୁଦ ଜଳଭଣ୍ଡାର ଉପରେ ବ୍ରିଜ୍‌, ସୀମାନ୍ତ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ

ହୀରାକୁଦ ଜଳଭଣ୍ଡାର ଉପରେ ବ୍ରିଜ୍‌, ସୀମାନ୍ତ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ

ଝାରସୁଗୁଡ଼ା ଅଫିସ,୨୩।୧- ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମାଣ ହୋଇଥିବା ସେତୁ ଝାରସୁଗୁଡ଼ା ଓ ପଡ଼ୋଶୀ ଛତିଶଗଡ଼ ଲୋକଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ। ବୁର୍ଲା ମେଡିକାଲ ଉପରେ ନିର୍ଭରଶୀଳ ଜନସାଧାରଣ ପ୍ରତ୍ୟକ୍ଷ ଭାବେ ଏହି ସେତୁ ଦ୍ୱାରା ଲାଭବାନ ହେବେ। ବିଶେଷକରି ଝାରସୁଗୁଡ଼ା ଜିଲାର ଲଖନପୁର ବ୍ଲକ, ବେଲପାହାଡ଼ ପୌରପରିଷଦ ଓ ପଡ଼ୋଶୀ ଛତିଶଗଡ଼ର

ଟ୍ରକ୍‌ ଧକ୍କାରେ ଆଇନଜୀବୀ ମୃତ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

ଟ୍ରକ୍‌ ଧକ୍କାରେ ଆଇନଜୀବୀ ମୃତ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

କୋଲାବିରା,୨୩।୧(ଡି.ଏନ୍‌.ଏ.)- ମକର ଯାତ୍ରାରୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଥିବା କୋଲାବିରା ଥାନା ଅନ୍ତର୍ଗତ ଯୁଗିଆଡିହି ଗ୍ରାମର ଆଇନଜୀବୀ କୃଷ୍ଣଚନ୍ଦ୍ର ବେହେରାଙ୍କର ରବିବାର ରାତିରେ ମୃତ୍ୟୁ ଘଟିଛିି। କୃଷ୍ଣଚନ୍ଦ୍ରଙ୍କ ଦୁଇଗୋଡ଼ ଟ୍ରକ୍‌ ଚକ ତଳେ ଚାପି ହୋଇଯାଇଥିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଆମ୍ବୁଲାନ୍ସରେ ତାଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଇଥିଲା। ମାତ୍ର ରାସ୍ତାରେ ହିଁ

କଦଳୀଡ଼ିହି ଗାଁକୁ ପ୍ରଥମଥର ଗଡ଼ିଲା ଆମ୍ବୁଲାନ୍ସ

କଦଳୀଡ଼ିହି ଗାଁକୁ ପ୍ରଥମଥର ଗଡ଼ିଲା ଆମ୍ବୁଲାନ୍ସ

ବାରକୋଟ,୨୨।୧(ଡି.ଏନ.ଏ.)- ଦେବଗଡ଼ ଜିଲା ବାରକୋଟ ବ୍ଲକ ହେଡକ୍ବାର୍ଟରରୁ ୪୮ କିମି ଓ ସରୁଆଳି ଗ୍ରାମ ପଞ୍ଚାୟତରୁ ୧୮ କିମି ଦୂର ଅପହଞ୍ଚ ପାହାଡ଼ିଆ ଇଲାକାରେ ରହିଛି କଦଳୀଡ଼ିହି ଗାଁ। ଏହି ପାହାଡ଼ଘେରା ଗାଁରେ ମୋଟ ୨୯ ପରିବାରର ୧୭୫ ପାହାଡ଼ି ଭୂୟାଁ ଜନଜାତିର ଲୋକେ ବାସ କରନ୍ତି।

୨ ବାଇକ୍‌ ମଧ୍ୟରେ ଧକ୍କା : ଜଣେ ମୃତ

ବିଶ୍ରା,୨୨।୧(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ପ୍ରଧାନଟୋଲା ଚୌକଠାରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ଘଟିଛି।

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସମ୍ବଲପୁର, ୨୧।୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ କମ୍ପାନୀରୁ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ବିହାର ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ସୁବୋଧ କାଣ୍ଡ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ଶନିବାର ବିଳମ୍ବିତ ରାତିରେ ବିହାରରୁ ଗିରଫ କରାଯାଇଛି।

ସଡ଼କ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

ସଡ଼କ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

ରାଉରକେଲା ଅଫିସ,୨୧।୧: ରାଉରକେଲା ରିଂ ରୋଡ଼ର ସ-ମିଲ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ରବିବାର ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ପାଇଁ ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତାକୁ ଦାୟୀକରି ସ୍ଥାନୀୟଲୋକେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି।

‘ଥିଏଟର ଜୀଇଁବା ଶିଖାଏ’

‘ଥିଏଟର ଜୀଇଁବା ଶିଖାଏ’

ବଲାଙ୍ଗୀର ଅଫିସ,୨୧।୧- ଥିଏଟର ବା ମଞ୍ଚ ନାଟକ ଜୀଇଁବା ଶିଖାଏ। ଥିଏଟର ଜଣକ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରେ। ଜୀବନକୁ ଶୃଙ୍ଖଳିତ ଓ ରୁଦ୍ଧିମନ୍ତ କରିଥାଏ। ଥିଏଟରରେ ସାମିଲ ହୋଇ ଜୀବନକୁ ବୁଝିବାକୁ ଚେଷ୍ଟା କରିଛି। ଥିଏଟରରେ ଜୀବନକୁ ଉପଭୋଗ କରିଛି। ଥିଏଟରରୁ ସମସ୍ତଙ୍କ ପାଇଁ ଅନେକ କିଛି ଶିଖିବାର ରହିଛି ବୋଲି ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ତଥା ଥିଏଟର କର୍ମୀ ରଘୁବୀର ଯାଦବ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଛନ୍ତି। ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବରେ ଯୋଗଦେବା ପାଇଁ ମୁମ୍ବାଇରୁ ଆସିଥିବା ପ୍ରଖ୍ୟାତ ଅଭିନେତା ଯାଦବ ଶନିବାର ବଲାଙ୍ଗୀରରେ ପହଞ୍ଚତ୍ବା ପରେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ ରଘୁବୀର ଯାଦବଙ୍କ ସହ ଏକ ସନ୍ଧ୍ୟା ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

୨.୧୫ ଗ୍ରାମ ବ୍ରାଉନସୁଗର ଜବତ: ଦିବ୍ୟାଙ୍ଗ ଯୁବକ ଗିରଫ

କୁତ୍ରା,୨୧।୧(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଧୀନ ଗଙ୍ଗାଜଳସ୍ଥିତ ରାଜଗାଙ୍ଗପୁର ଓସିଏଲ୍‌ ଡେର୍ଲିମାର୍କେଟରୁ ଜଣେ ଦିବ୍ୟାଙ୍ଗ ଯୁବକ ରିତେଶ ଘୋଷଙ୍କଠାରୁ ୨.୧୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ପୋଲିସ ସୂଚନାନୁଯାୟୀ, ଅଭିଯୁକ୍ତ ରିତେଶ ରାଜଗାଙ୍ଗପୁର ସହରରେ ବ୍ରାଉନସୁଗର ସମେତ ବିଭିନ୍ନ ନିଶା ଦ୍ରବ୍ୟ କାରବାର କରିଆସୁଥିଲେ।