ବାଲେଶ୍ୱର

କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର

କୂଅରୁ  ମହିଳାଙ୍କ ମୃତଦେହ ଉଦ୍ଧାର

ବାଙ୍ଗିରିପୋଷି,୧।୧(ଡି.ଏନ.ଏ.)-ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କଳାବାଡିଆ ପଞ୍ଚାୟତ ଜଗନ୍ନାଥଖୁଣ୍ଟାର ଶୀତଳଦହ ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ସୋମବାର ଜଣେ ଅଜଣା ମହିଳା ମୃତଦେହ ଉଦ୍ଧାର ହୋଇଛି। ଗ୍ରାମବାସୀ ଏନେଇ ବାଙ୍ଗିରିପୋଷି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚତ୍ କୂଅ ଭିତରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ପଠାଇଛି । ମୃତ ମହିଳାଙ୍କର ପରିଚୟ ମିଳି ନ ଥିବା ବେଳେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା (ନଂ ୧/୧୮) ରୁଜୁ କରି ତଦନ୍ତ ଚଳାଇଛି।

All Right Reserved By

Model This Week

Model This Week

ବାଲେଶ୍ୱର

ଟ୍ରାକ୍ଟରରୁ ଖସି ଯୁବକ ମୃତ

ଟ୍ରାକ୍ଟରରୁ ଖସି ଯୁବକ ମୃତ

ବାରିପଦା ଅଫିସ,୨୭।୪: ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଧୀନ ଝିନେଇ ଗ୍ରାମ କେନାଲ ରୋଡଠାରେ ଶୁକ୍ରବାର ଟ୍ରାକ୍ଟରରୁ ଖସିି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶିବ ମୁଖୀ। ବାଉଁଶ ବୋଝେଇ ଟ୍ରାକ୍ଟରରେ ବସି ଆସୁଥିବା ବେଳେ ଅସାବଧାନତାବଶତଃ ଶିବ ଟ୍ରାକ୍ଟରରୁ ଖସି ପଡିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଚାନ୍ଦୁଆ ପୋଲିସ ମୃତଦେହକୁ ଜବତ କରି ଏକ ମାମଲା(ନଂ.୧୫।୧୮) ରୁଜୁ କରିଛି।

ହାତୀ ଆକ୍ରମଣରେ ବୃଦ୍ଧା ମୃତ

ହାତୀ ଆକ୍ରମଣରେ ବୃଦ୍ଧା ମୃତ

ବଡ଼ସାହି,୨୭।୪(ସ୍ବ.ପ୍ର.): ଡୁକୁରା ରେଞ୍ଜ ଅଧୀନ ଶ୍ୟାମାଖୁଣ୍ଟା ବ୍ଲକ ରଙ୍ଗାମାଟିଆ ଗ୍ରାମରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରଥମଣୀ ସିଂ(୬୫)। ନିକଟସ୍ଥ ଜଙ୍ଗଲକୁ ରଥମଣୀ ଶାଳପତ୍ର ତୋଳିବାକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ସାଲେପୁର ପୀଡିତାଙ୍କ ଆଶୁ ଆରୋଗ୍ୟ ଲାଗି ସମୂହ ଦୀପଦାନ

ସାଲେପୁର ପୀଡିତାଙ୍କ ଆଶୁ ଆରୋଗ୍ୟ ଲାଗି ସମୂହ ଦୀପଦାନ

ବାଲେଶ୍ୱର ଅଫିସ,୨୭।୪: ରାଜ୍ୟରେ ନାବାଳିକା ମାନଙ୍କ ପ୍ରତି ବଳାତ୍କାର ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ସେଭଳି କୌଣସ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନ କରି ଚୁପ୍‌ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।

ବାଙ୍କତୀରା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ନେଇ ଆନ୍ଦୋଳନ ଚେତାବନୀ

ବାଙ୍କତୀରା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ନେଇ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ,୨୭।୪: ବାଲେଶ୍ୱର ସ୍ଥିତ ଜେ.ଆର.ସି. ଭବନ (ପବ୍ଲିକ୍‌ ହାଇସ୍କୁଲ୍‌ ପରିସର)ରେ ଶୁକ୍ରବାର ପୂର୍ବାହ୍ନରେ ବାଙ୍କତୀରା ଜଳସେଚନ ପ୍ରକଳ୍ପ ନିର୍ମାଣ କ୍ରିୟାନୁଷ୍ଠାନ କମିଟିର ଏକ ସଭା ଅନୁଷ୍ଠିତ ହୋଇଯାଇଛି।

ଅଗ୍ନିକାଣ୍ଡ: ୬ ବଖରା ଜଳିଗଲା

ଅଗ୍ନିକାଣ୍ଡ: ୬ ବଖରା ଜଳିଗଲା

ବନ୍ତ, ୨୭।୪(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ଅଣିଜୋ ପଞ୍ଚାୟତର ମଙ୍ଗଳପୁର ଓ ଯଶୋବନ୍ତପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ପୃଥକ ପୃଥକ ଅଗ୍ନିକାଣ୍ଡ ଘଟି ୬ ବଖରା ଜଳିଯାଇଛି।

ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭଦ୍ରକ ଅଫିସ, ୨୭।୪: ଭଦ୍ରକ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଶୁକ୍ରବାର ଦିନିକିଆ ଗଣଧାରଣା ଦିଆଯାଇଛି।

ହାତୀ ଆକ୍ରମଣରେ ଜଣେ ଗୁରୁତର

ହାତୀ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର, ୨୭।୪(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅନ୍ତର୍ଗତ ଦଅଁଳା ଗ୍ରାମ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଫଗୁ ପ୍ରଧାନ(୩୦)। ପ୍ରକାଶ ଯେ, ଫଗୁ ଘର ବାହାରେ ଛିଡା ହୋଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ।

ପୃଥକ ଅଗ୍ନିକାଣ୍ଡ: ୫ ବଖରା ଜଳିଗଲା

ପୃଥକ ଅଗ୍ନିକାଣ୍ଡ: ୫ ବଖରା ଜଳିଗଲା

ଚାନ୍ଦବାଲି/ଭଦ୍ରକ ଅଫିସ,୨୭।୪(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମତୋ ପଞ୍ଚାୟତର ମତୋ ହାଟସାହିରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ୫ବଖରା ଘର ଜଳିଯାଇଛି। ଏଥିରେ ଗ୍ରାମର କମଳକାନ୍ତ ଯତି, ଶ୍ରୀକାନ୍ତ ଯତି, ଭାସ୍କର ଯତି, ପ୍ରଦୀପ ଯତି ଓ ସଞ୍ଜୀବ ଯତିଙ୍କ ଘର ପୋଡ଼ିଯାଇଛି। ସ୍ଥାନୀୟ ଦମକଳ କର୍ମଚାରୀ ଆସି ନିଅଁ।କୁ ଆୟତ୍ତ କରିଥିଲେ। ନିଅଁ।ର ପ୍ରକୋପରେ ସେମାନଙ୍କ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର ଠିକ୍‌ କାରଣ ଜଣାପଡ଼ି ନାହିଁ। ସେହିପରି ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତ ମଧୁସୂଦନପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଦିବାକର ପଣ୍ଡାଙ୍କ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ୩ ଗାଈ ଓ ୨ ବାଛୁରୀର ମୃତ୍ୟୁ ହୋଇଛି।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା:ହତ୍ୟା ଅଭିଯୋଗ ଆଣିଲେ ପରିବାର

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା:ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭଦ୍ରକ ଅଫିସ,୨୭।୪- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହ ଥାନା ଅଧୀନ ବାଲିମେଦଠାରେ ଚିଙ୍ଗୁଡ଼ି ଫାର୍ମରେ କାର୍ଯ୍ୟ କରୁଥିବା ଚନ୍ଦନ ଦାସ ନାମକ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଗୁରୁବାର ଅଭିଯୋଗ କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ବାଲିମେଦ ପଞ୍ଚାୟତର ପୁରୁଷୋତ୍ତମପୁରର ଶରତ ବିଶ୍ୱାଳଙ୍କ ଚିଙ୍ଗୁଡ଼ି ଫାର୍ମରେ ଚନ୍ଦନ କାର୍ଯ୍ୟ କରୁଥିଲେ। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଟା ବେଳେ ଫାର୍ମରେ କାମ କରୁଥିବା ସମୟରେ ସେ ତଳେ ପଡ଼ିଯାଇଥିଲେ। ଫାର୍ମରେ ଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ ବାଲିମେଦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୂଳ ଖାଉଛି ଗେଙ୍ଗୁଟି

କୂଳ ଖାଉଛି ଗେଙ୍ଗୁଟି

ଧାମନଗର,୨୭।୪(ଡି.ଏନ.ଏ.)-ସଂସ୍କାର ଯୋଜନାରେ ଗେଙ୍ଗୁଟି ନଦୀର ପୁନରୁଦ୍ଧାର ହେବା ପରେ ଏଥିରେ ଜଳ ପ୍ରବାହ ବୃଦ୍ଧି ପାଇଛି। ତଳମୁଣ୍ଡ ଅଞ୍ଚଳବାସୀଙ୍କ ପାଇଁ ଏହି ନଦୀ ଏବେ ବିପଦର କାରଣ ପାଲଟିଛି। ନଦୀ ସଂସ୍କାର ଯୋଜନାରେ ତଟବର୍ତ୍ତୀ ଗ୍ରାମର ସୁରକ୍ଷା ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଇ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଧାମନଗର ଠାରୁ ୯ କି.ମି. ଦୂର କୋଠାର ଏବଂ ୧୧ କି.ମି. ଦୂରବର୍ତ୍ତୀ ଧୂଷୁରୀ ପଞ୍ଚାୟତ ଅଧୀନ ନଦୀ ତଟବର୍ତ୍ତୀ ଗଁ। ପତ୍ରୀସାହିର ମାଝୀସାହି ଏବେ ନଦୀଗର୍ଭକୁ ଚାଲିଯିବା ନେଇ ଆଶଙ୍କା ଦେଖାଦେଇଛି। ନଦୀକୂଳ କ୍ଷୟ ରୋକା ନ ଗଲେ ପତ୍ରୀସାହି ଭୌଗୋଳିକ ମାନଚିତ୍ରରୁ ହଜିଯିବ ବୋଲି ଗ୍ରାମବାସୀ କହିଛନ୍ତି।

ମାଈ ହରିଣର ମୃତଦେହ ଉଦ୍ଧାର

ମାଈ ହରିଣର ମୃତଦେହ ଉଦ୍ଧାର

ସୋର, ୨୭।୪(ଡି.ଏନ.ଏ.)-ସୋର ବ୍ଲକ ଅଧୀନ ନଟାପଡା ପଞ୍ଚାୟତ ବିଣାଗଢ଼ିଆ ଗ୍ରାମରୁ ଏକ ମାଈ ହରିଣର ମୃତଦେହ ବନବିଭାଗ ଉଦ୍ଧାର କରିଛି। ହରିଣର ମୃତ୍ୟୁ ଶିକାରୀଙ୍କ ଆକ୍ରମଣରେ ହୋଇଥିବା କେତେକ ପ୍ରତ୍ୟକ୍ଷଦର୍ଶୀ କହୁଥିବା ବନ ବିଭାଗ ଦୁର୍ଘଟଣାଜନିତ ବୋଲି ମୃତ୍ୟୁ ବୋଲି କହୁଛି। ଗତ ମଙ୍ଗଳବାର ଏହି ଘଟଣା ଘଟିଛି। ନିକଟସ୍ଥ କୁଲଡିହା ଅଭୟାରଣ୍ୟ ଅନ୍ତର୍ଗତ ଦେବଗିରି ପାହାଡରୁ ଭୁଲରେ ଏହି ହରିଣ ପାହାଡତଳି ଗ୍ରାମକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ହରିଣକୁ ଦେଖି ସ୍ଥାନୀୟ ଲୋକେ ମାରିବାକୁ ଗୋଡାଇଥିଲେ। ଖବରପାଇ ବନବିଭାଗ ନାଳକଡରୁ ହରିଣକୁ ଉଦ୍ଧାର କରିଥିଲା। ଏ ସମ୍ପର୍କରେ ଔପଦା ରେଞ୍ଜର ପ୍ରଦୀର କୁମାର ଜେନା କହିଛନ୍ତି ଯେ, ହରିଣଟି ଦୌଡିବା ବେଳେ ପାଚେରିରେ ପିଟି ହୋଇ ମୃତ୍ୟୁବରଣ କରିଥିଲା । ପରେ ଶବ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଛି।

ଶିଶୁଙ୍କୁ ପୋକରା ଚାଉଳ ଭାତ:ଅଙ୍ଗନୱାଡ଼ି କେନ୍ଦ୍ରରେ ଉତ୍ତେଜନା

ଶିଶୁଙ୍କୁ ପୋକରା ଚାଉଳ ଭାତ:ଅଙ୍ଗନୱାଡ଼ି କେନ୍ଦ୍ରରେ ଉତ୍ତେଜନା

ଜଳେଶ୍ୱର, ୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ବରଡିହା ପଞ୍ଚାୟତ ଅନ୍ତର୍ଗତ ଦୁଧିଆଶୋଳ ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ପୋକରା ଚାଉଳରେ ଭାତ ରନ୍ଧାଯାଇ ଖାଇବାକୁ ଦେବା ନେଇ ଉତ୍ତେଜନା ଦେଖାଦେଇଛି। ଶିଶୁମାନଙ୍କ ଜୀବନ ସହ ଖେଳୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୁଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ ଜିଲା ପ୍ରଶାସନ ନିକଟରେ ଅଭିଭାବକ ଓ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି। ଉକ୍ତ କେନ୍ଦ୍ରର କର୍ମୀ ମୀରାବାଳା ଭୂୟାଁ ଙ୍କ ଦାୟିତ୍ୱହୀନ କାର୍ଯ୍ୟକୁ ଗ୍ରାମବାସୀ ଦାୟୀ କରିଛନ୍ତି। ସୁପରଭାଇଜର ସଞ୍ଚିୟିତା ସାମନ୍ତ ଉକ୍ତ କେନ୍ଦ୍ରରେ ପହଞ୍ଚି ଏହାର ତଦନ୍ତ କରି ଏକ ରିପୋର୍ଟ ଭାରପ୍ରାପ୍ତ ସିଡିପିଓ ତଥା ବିଡିଓ ନେତ୍ରାନନ୍ଦ ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି। ରିପୋର୍ଟ ଅନୁଧ୍ୟାନ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ କହିଛନ୍ତି।