
ବାଙ୍ଗିରିପୋଷି,୧।୧(ଡି.ଏନ.ଏ.)-ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ କଳାବାଡିଆ ପଞ୍ଚାୟତର ଦୋମୁହାଣି, ବଣକାଟି ପଞ୍ଚାୟତର ସୁନାମଣି ଓ ଚାକିଡି ପଞ୍ଚାୟତର ବ୍ରାହ୍ମଣକୁଣ୍ଡଠାରେ ନୂଆବର୍ଷ ଉପଲକ୍ଷେ ସୋମବାର ବହୁ ଲୋକଙ୍କ ଭିଡ ଜମିଥିଲା । ବୁଢାବଳଙ୍ଗ ଓ କତରା ନଦୀର ସଂଗମ ସ୍ଥଳ ଦୋମୁହାଣି ଭାବେ ଏବଂ ବୁଢାବଳଙ୍ଗ ଓ ସଂକ୍ରାଇଖାଳର ସଙ୍ଗମ ସ୍ଥଳ ସୁନାମଣି ଭାବେ ପର୍ଯ୍ୟଟକଙ୍କ ନିକଟରେ ପରିଚିତ। ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା ସହ ଜଳକୁଣ୍ଡରେ ଥିବା ମାଛ ଦେଖିବା ପାଇଁ ବ୍ରାହ୍ମଣକୁଣ୍ଡରେ ବହୁ ଦୂରରୁ ପର୍ଯ୍ୟଟକ ଆସିଛନ୍ତି। ପାହାଡ ଜଙ୍ଗଲ ଘେରା ଏହି ସ୍ଥାନ ୩ ଟି ଅତ୍ୟନ୍ତ ମନରୋମ । ହେଲେ ସରକାରଙ୍କ ଉଦାସୀନତା ପାଇଁ ଏହି ସ୍ଥାନଗୁଡିକ ଅବହେଳିତ ଭାବେ ପଡିରହିଛି। ସେହିପରି ବାଙ୍ଗିରିପୋଷି ବ୍ଲକର ଦ୍ୱାରଶୁଣୀଘାଟ, କାନଛିଣ୍ଡାବଙ୍ଗଳା, ଜଉମାରା (ଘଡମୁହଁ।), ନେଦାମଡେମ୍,ବୁଢାବଳଙ୍ଗ ନଦୀ କୂଳ ପ୍ରଭୃତି ସ୍ଥାନରେ ବଣଭୋଜି କରୁଥିବାର ଲୋକଙ୍କୁ ଦେଖାଯାଇଥିଲା । ବାଙ୍ଗିରିପୋଷି ପୋଲିସ ତରଫରୁ ଉକ୍ତ ସ୍ଥାନମାନଙ୍କରେ ସତର୍କ ଦୃଷ୍ଟି ଦିଆଯାଇଥିଲା।