Dharitri News
ବାଲେଶ୍ୱର

ସବୁଜ ପରିବା ଯୋଗାଣ ଶୁଭାରମ୍ଭ

 ସବୁଜ ପରିବା ଯୋଗାଣ ଶୁଭାରମ୍ଭ କୁଳିଅଣା, ୧।୧ (ଡି.ଏନ୍‌.ଏ.)- ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କୁଳିଅଣା ବ୍ଲକର ୨୮ ଗୋଟି ଛାତ୍ରୀ ନିବାସ ଓ ଛାତ୍ରାବାସ ପାଇଁ ନୂଆ ବର୍ଷରୁ ସବୁଜ ପରିବା ଯୋଗାଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। କୁଳିଅଣା ବ୍ଲକର ଅସନ ଯୋଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଜିଲାପାଳ ସୁରେନ୍ଦ୍ର କୁମାର ମୀନା, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଛାତ୍ରୀନିବାସ ଓ ଛାତ୍ରାବାସକୁ ସବୁଜ ପରିବା ଯୋଗାଇବା ନିମନ୍ତେ ସ୍ଥାନୀୟ ରାଧାକୃଷ୍ଣ ମହିଳା ସ୍ବୟଂ ସହାୟକ ସଂଘ ଅନୁବନ୍ଧିତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଉପଜିଲାପାଳ ବାରିପଦା ଉପଖଣ୍ଡ ଅବଦୁଲ୍‌ ମହମ୍ମଦ ଅଖତାର, ଜୟା ସମାଜ ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା , କେଶବ ଚନ୍ଦ୍ର ଝା ପ୍ରମୁଖ କାର୍ଯ୍ୟନିର୍ବାହୀ ଓରମାସ ମୟୂରଭଞ୍ଜ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଳିଅଣା ରାମଚନ୍ଦ୍ର ସୋରେନ, ଜିଲା ନିୟୋଜନ ଅଧିକାରୀ ମୟୂରଭଞ୍ଜ ରଞ୍ଜନ କୁମାର ମିଶ୍ର, ସହକାରୀ ଜିଲା ମଙ୍ଗଳ ଅଧିକାରୀ ସ୍ମୃତିରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସମସ୍ତ ୬ଜଣ ଛାତ୍ରୀ ଓ ଉଚ୍ଚଡିଆଁରେ ମୟୂରଭଞ୍ଜ ଜିଲା ପକ୍ଷରୁ ଜାତୀୟ ସ୍ତରରେ ଅଂଶଗ୍ରହଣ କରିଥିବା ଛାତ୍ରୀ ସୋମବାରୀ ମାର୍ଣ୍ଡିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବାଲେଶ୍ୱର

ପରିତ୍ୟକ୍ତ କୂଅରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

ପରିତ୍ୟକ୍ତ କୂଅରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

ପାଟଣା,୨୨।୧(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ଥାନା ସରାସକୋଲା ପଞ୍ଚାୟତର ବାଉଁଶଡିହା ମକାବନ୍ଧ ସାହିର ଏକ ପରିତ୍ୟକ୍ତ କୂଅରୁ ସୋମବାର ପାଟଣା ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଏକ ଗଳିତ ମୃତଦେହ ଉଦ୍ଧାର କରିଛନ୍ତି।

ବାଲି ବୋଝେଇ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବାଲି ବୋଝେଇ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବାସୁଦେବପୁର,୨୨।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅରଣ୍ଡୁଆ ଗ୍ରାମରେ ସୋମବାର ପୂର୍ବାହ୍ନରେ ଏକ ବାଲି ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ମୃତକ ହେଲେ ବ୍ରାହ୍ମଣଗାଁ ଗ୍ରାମର ଅଭିରାମ ସେଠୀ(୫୫)।

କେନ୍ଦୁଝରରେ ଫେଲ୍‌ ମାରିଛି ବିକାଶ

କେନ୍ଦୁଝର,୨୧।୧(ସ୍ବ.ପ୍ର)- କେନ୍ଦୁଝର ଜିଲାରେ ପ୍ରଶାସନିକ ଓ ରାଜନୈତିକ ଅବହେଳାରୁ ଜିଲାବାସୀ ଘୋର ସମସ୍ୟାରେ କାଳାତିପାତ କରୁଛନ୍ତି। ରାଜନୈତିକ ପଶାପାଲିରେ ବିକାଶ ଫେଲ୍‌ ମାରୁଛି।

ଭଙ୍ଗାଚାଳିଆରେ ଅସହାୟ ମା’ ଝିଅ

ଭଙ୍ଗାଚାଳିଆରେ ଅସହାୟ ମା’ ଝିଅ

ତିହିଡ଼ି,୨୧।୧(ଡି.ଏନ.ଏ.)-ଗରିବ ବିଧବା ବୃଦ୍ଧା ରନତ୍ମଣି କର ଓ ତାଙ୍କ ଝିଅ ରଶ୍ମିତା ଏକ ଭଙ୍ଗାଛପର ଘରେ ମୁଣ୍ଡ ଗୁଞ୍ଜି ଦିନ ବିତାଉଛନ୍ତି। ଅର୍ଥାଭାବ ଯୋଗୁ ୩ ବର୍ଷ ହେଲା ଘର ଛପର କରି ପାରି ନାହାନ୍ତି। ଗତ ଚତୁର୍ମାସ୍ୟାରେ ଲଗାଣ ବର୍ଷା ଯୋଗୁ ତାଙ୍କ ଘରର କାନ୍ଥ ଭାଙ୍ଗି ପଡିଥିଲା। ବର୍ଷାପାଣି ଘର ଭିତରେ ଲହଡ଼ି ଭାଙ୍ଗିଥିଲା ।

ଏତିହ୍ୟର ସୁରକ୍ଷା ଲାଗି ଗବେଷଣା ଲୋଡ଼ା

ଏତିହ୍ୟର ସୁରକ୍ଷା ଲାଗି ଗବେଷଣା ଲୋଡ଼ା

ଭଦ୍ରକ ଅଫିସ, ୨୧।୧- ଏକଦା ନୌବାଣିଜ୍ୟ ପରମ୍ପରା ଭଦ୍ରକର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହାର ଏତିହ୍ୟ, କଳା, ସଂସ୍କୃତି ନିଆରା। ଏ ଦିଗରେ ଅଧିକ ଗବେଷଣା ହେଲେ ନୂଆ ତଥ୍ୟ ମିଳି ପାରିବ । ହଜି ଯାଉଥିବା ଐତିହ୍ୟ ଓ କଳା ସଂସ୍କୃତିର ସୁରକ୍ଷା ଲାଗି ପଦକ୍ଷେପ ନିଆଯିବା ଅପରିହାର୍ଯ୍ୟ ବୋଲି ଭଦ୍ରକ ଇନ୍‌ଟାକ୍‌ ଶାଖାର ୮ମ ବାର୍ଷିକ ଉତ୍ସବରେ ମତ ପ୍ରକାଶ ପାଇଛି।

କୋଇଲା ଅନ୍‌ଲୋଡିଂ ବେଳେ ଦୁର୍ଘଟଣା

ଚାନ୍ଦବାଲି,୨୧।୧(ଡି.ଏନ.ଏ.)-ଧାମରା ବନ୍ଦରର ପ୍ରଥମ ଜେଟିରେ ରବିବାର କୋଇଲା ଅନଲୋଡିଂ ବେଳେ ଏକ ଦୁର୍ଘଟଣା ଘଟିଛି ।

ବିଲୁଆ କାମୁଡାରେ ୪ ଗୁରୁତର

ବାସୁଦେବପୁର, ୨୧।୧(ଡି.ଏନ୍‌.ଏ.) - ବାସୁଦେବପୁର ପୌରପାଳିକାର ଜାଫରପୁର ଓ ଗୁଆଗାଁ ଗ୍ରାମରେ ବିଲୁଆ କାମୁଡାରେ ୪ ଜଣବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ଅଜଣା ଗାଡି ଧକ୍କା, ହେଲ୍‌ପର ମୃତ୍ୟୁ

ଭଣ୍ଡାରିପୋଖରୀ, ୨୧।୧(ଡି.ଏନ୍‌.ଏ.) - ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଛତାବରଛକଠାରେ ଏକ ଦୁର୍ଘଟଣାରେ ଜଣେ ହେଲ୍‌ପରଙ୍କ ମୃତ୍ୟୁ ଘଟିଛି।

ଆକାଂକ୍ଷା, ବିବେକ ପ୍ରଥମ

ଆକାଂକ୍ଷା, ବିବେକ ପ୍ରଥମ

ବାରିପଦା ଅଫିସ,୨୧।୧- ବାରିପଦା କଲ୍ୟାଣୀ ମହିଳା ସମିତିରେ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର କଳ୍ପନା ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୁନିୟର ଦଳରେ କୌତୂକ ପୋଷାକ ଓ ସିନିୟର ଦଳରେ ଦେଶାତ୍ମବୋଧକ ସଙ୍ଗୀତ ଉପରେ ଆଧାରିତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଗାଁରେ ବାର୍ଷିକ କ୍ରୀଡ଼ା

ଗାଁରେ ବାର୍ଷିକ କ୍ରୀଡ଼ା

ବଡ଼ସାହି,୨୧।୧(ସ୍ବ.ପ୍ର)- ମକରପର୍ବ ଅବସରରେ ସୁହାଗପୁର ପଞ୍ଚାୟତର ମୁକ୍ତେଶ୍ୱର କ୍ଲବ ସଂଘ ଆନୁକୂଲ୍ୟରେ ୨ୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି।

କିମ୍ବଦନ୍ତୀକୁ ଜୀବିତ ରଖିଛି ଭୀମ ମେଳା

କିମ୍ବଦନ୍ତୀକୁ ଜୀବିତ ରଖିଛି ଭୀମ ମେଳା

ବଡ଼ସାହି,୨୧। ୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ ପାଉଁଶିଆ ଗ୍ରାମରେ କିମ୍ବଦନ୍ତୀ ପ୍ରସିଦ୍ଧ ଭୀମ ମେଳା ଏହି ଅଞ୍ଚଳ ବାସୀଙ୍କ ମଧ୍ୟରେ ସଂହତି, ସଂସ୍କୃତି ଓ ଭାଇଚାରାକୁ ସୁଦୃଢ କରିବା ସହ ସାମାଜିକ ଜୀବନକୁ ସରସ ସୁନ୍ଦର କରି ଆସିଛି। ୧୯୭୮ ମସିହାରୁ ଆରମ୍ଭ ହୋଇ ଥିବା ଏହି ମେଳା ଦୀର୍ଘ ୪୧ବର୍ଷ ଧରି ପାଳିତ ହୋଇ ହୋଇଆସୁଛି।

ପରିଚାଳନା କମିଟି ଅଧ୍ୟକ୍ଷ ଚୟନ ନେଇ ଉତ୍ତେଜନା: ସିଆର୍‌ସିସି ଅଟକ

ପରିଚାଳନା କମିଟି ଅଧ୍ୟକ୍ଷ ଚୟନ ନେଇ ଉତ୍ତେଜନା: ସିଆର୍‌ସିସି ଅଟକ

ଭୋଗରାଇ, ୨୧।୧(ଡି.ଏନ.ଏ.)-ଭୋଗରାଇ ବ୍ଲକ ଅଧିନ ସାତଗୋହଳିଆ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଚୟନ ନେଇ ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।