ସମ୍ବଲପୁର

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ସଂକଳ୍ପ ସମାବେଶ :ମା’ମାଟିର ସୁରକ୍ଷା ଲାଗି ଶପଥ

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ସଂକଳ୍ପ ସମାବେଶ :ମା’ମାଟିର ସୁରକ୍ଷା ଲାଗି ଶପଥ

ଖପ୍ରାଖୋଲ, ୧।୧(ଡି.ଏନ.ଏ.)
ପ୍ରାକୃତିକ ଶୋଭାରାଜି, ଓଷଧୀୟ ବୃକ୍ଷଲତା ଓ ବକ୍ସାଇଟରେ ଭରା ଗନ୍ଧମାର୍ଦ୍ଦନକୁ ସୁରକ୍ଷା ଦେବାକୁ ହେବ। ଗତ ୮୦ଦଶକରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଯେପରି ସାରା ଦେଶରେ ଚହଳ ସୃଷ୍ଟି କରିଥିଲା ଏବେ ତାହାକୁ ଆହୁରି ସଂଗଠିତ କରି ଲଢେଇ କରିବାକୁ ପଡିବ। ଆଜି ବି ବିଭିନ୍ନ କମ୍ପାନୀର ଲୋଲୁପ ଦୃଷ୍ଟି ଗନ୍ଧମାର୍ଦ୍ଦନ ବକ୍ସାଇଟ ଉପରେ ରହିଛି। ତେଣୁ ମା’ମାଟିର ସୁରକ୍ଷା ପାଇଁ ଏବେ ସଂକଳ୍ପ ନେବାର ବେଳ ଆସିଛି। ସୋମବାର ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ବିନ୍ଧ୍ୟବାସିନୀ ମନ୍ଦିର ପରିସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ସଂକଳ୍ପ ସମାବେଶରେ ଏହି ମତପ୍ରକାଶ ପାଇଛି।
ପରିଷଦର ଯୁଗ୍ମ ଆବାହକ ଗୁପ୍ତେଶ୍ୱର କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନର ପୂର୍ବତନ କର୍ମୀ ତଥା ରାଜନେତା ବାଲଗୋପାଲ ମିଶ୍ର, ଯୁବନେତା କିଶୋର କୁମାର ପରିଛା, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ବ୍ରଜକିଶୋର ସିଂ ଭୋଇ, ଆଦିବାସୀ କଲ୍ୟାଣ ସଂଘ ମହାସଚିବ ନିରଞ୍ଜନ ବିଶି, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ପୁର୍ଣ୍ଣମାସୀ ବରିହା ପ୍ରମୁଖ ଗନ୍ଧମାର୍ଦ୍ଦନର ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଦରକାର ପଡିଲେ ଏ ନେଇ ପୁଣି ଥରେ ଦୁର୍ବାର ଆନ୍ଦୋଳନ ଗଢି ତୋଳିବାକୁ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବାମୀ ସୋମବେଶ, ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର, ସୁଶିଲ ଗୁରୁ, ଜିଲା ପରିଷଦ ସଭ୍ୟା ଜୋସ୍ନାମୟୀ ସାହୁ, ବିପ୍ର ବିଶି, ଚାଷୀ ନେତା ଯତି ପଧାନ, ଥବୀର ମେହେର ପ୍ରମୁଖ ସମାବେଶରେ ଉପସ୍ଥିତ ଥିଲେ। ଏହି ଅବସରରେ ଯୁବ ପରିଷଦ ତରଫରୁ ପାଲାସାଗର ଭୋଇ, ହଜାରୁ ମଲ୍ଲିକ, ବ୍ରଜକିଶୋରସିଂ ଭୋଇ ପ୍ରମୁଖ ୧୫ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରଘୁନାଥ ସିଂ ବରିହା ଓ ଗୁପ୍ତେଶ୍ୱର କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ।
ସମାବେଶ ପୂର୍ବରୁ ହରିଣ ପାର୍କଠାରୁ ବରଗଡ ପାଇକମାଲ ନୃସିଂହନାଥ ଶାଖା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର କର୍ମକର୍ତ୍ତାଙ୍କୁ ସ୍ବାଗତ କରାଯାଇ ଏକ ଶୋଭାଯାତ୍ରାରେ ସଭାସ୍ଥଳକୁ ନିଆଯାଇଥିଲା। ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ପରିବେଶ ସୁରକ୍ଷା ନାରୀନେତ୍ରୀ ସାଗରିକା ବାନାର୍ଜୀ, ଅଭୟ ତ୍ରିପାଠୀ, ଧିରେନ ମହାନ୍ତି, କ୍ଷମାନିଧି ଭୋଇ, ଭୀଷ୍ମଦେବ ପଟେଲ, ଶତ୍ରଘ୍ନ ନାଏକ, ରାହାସ ବିହାରି ପଧାନ, ଧୁବଳସିଂ ମାଝୀ, ଉପେନ୍ଦ୍ର ଭୋଇ, ଲୋଚନସିଂ ବରିହା, କର୍ଣ୍ଣସିଂ ଠାକୁର, ରାଜେଶ ଝାଙ୍କର, ଶଶି ପୂଝାରୀ, ସୁରେଶ ପୂଝାରୀ, ଗଜ ନାଗ, ସୁରେଶ ପଧାନଙ୍କ ସମେତ ଶତାଧିକ ଗନ୍ଧମାର୍ଦ୍ଦନ ପ୍ରେମୀ ଉପସ୍ଥିତ ଥିଲେ।

All Right Reserved By

ସମ୍ବଲପୁର

ଯୁବକଙ୍କ ଜୀବନ ନେଲା ଦନ୍ତା

ଯୁବକଙ୍କ ଜୀବନ ନେଲା ଦନ୍ତା

ରେଢାଖୋଲ, ୨୩।୭ (ଡି.ଏନ.ଏ.)-ସମ୍ବଲପୁର ଜଲା ରେଢାଖୋଲ ଉପଖଣ୍ଡରେ ହାତୀ ଉପଦ୍ରବ ଜାରି ରହିଛି । ହାତୀ ଅନେକ ଘର ଦ୍ୱାର ଉଜାଡି ଦେଉଛି। ଘର ଭାଙ୍ଗିବା ସହ ଲୋକେ ସାଇତି ରଖିଥିବା ଧାନ ଚାଉଳ ଖାଇ ନଷ୍ଟ କରୁଛି। ଲୋକେ କରିଥିବା କଦଳୀ, ଆମ୍ବ, ପଣସ ଆଦି ଫଳମୂଳ ଓ ପନିପରିବା ଚାଷ ମାଡିଚକଟି ନଷ୍ଟ କରୁଛି । ହାତୀ ପାଦ ଓ ଶୁଣ୍ଢରେ ଗୋଟିଏ ପରେ ଗୋଟିଏ ଜୀବନ ଲୋଟି ପଡୁଛି । ସୋମବାର ସକାଳୁ ପୁଣି ଏମିତି ଏକ ହୃଦୟବିଦାରକ ଘଟଣା ଘଟଥିବା ସାମ୍ନାକୁ ଆସିଛି। ରେଢାଖୋଲ ଉପଖଣ୍ଡ ବଡମାଳ ରେଞ୍ଜ ତୁଟାମୁଣ୍ଡା ଗାଁର ମୁଣ୍ଡାସାହିରେ ରହୁଥିବା ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ଶ୍ରୀପତି ମୁଣ୍ଡା (୪୦) ।

ରେଢ଼ାଖୋଲରେ ବର୍ଷା ସତ୍ତ୍ୱେ ବାହୁଡା ଯାତ୍ରାରେ ଗହଳଚହଳ

ରେଢ଼ାଖୋଲ,୨୩।୭(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲରେ ଆନନ୍ଦ ଉଲ୍ଲାସର ସହିତ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। ରବିବାର ଦିନ ତମାମ ତୁହାକୁ ତୁହା ବର୍ଷା ଯୋଗୁ ଠାକୁରମାନଙ୍କ ପହଣ୍ଡି ବିଜେ ସାମନ୍ୟ ବିଳମ୍ବ ହୋଇଥିଲା। ମାଉସୀ ମା’ ମନ୍ଦିରରେ ରୀତିନୀତି ଅନୁଯାୟୀ ଠାକୁରମାନଙ୍କ ପୂଜା ସମ୍ପନ୍ନ ହୋଇଥିଲା।

ପାଣି ଘେରରେ ରେଢାଖୋଲ ଆଦର୍ଶ ନଗର

ପାଣି ଘେରରେ ରେଢାଖୋଲ ଆଦର୍ଶ ନଗର

ରେଢାଖୋଲ,୨୩।୭ (ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢାଖୋଲ ସହରର ୧୦ନଂ ୱାର୍ଡ ଅଧୀନ ଆଦର୍ଶ ନଗର ପାଣି ଘେରରେ ରହିଛି। ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ଆଦର୍ଶନଗରରେ ଖୋଦ ବିଧାୟକ ଇରୋହିତ ପୂଜାରୀଙ୍କ କାର୍ଯ୍ୟାଳୟ ରହିଛି।

ରେଢାଖୋଲ ଉପଖଣ୍ଡରେ ବର୍ଷାର ତାଣ୍ଡବ : ଉଛୁଳିଲା ବିଭିନ୍ନ ଯୋର, ନାଳ ରାସ୍ତା ଧୋଇନେଲା ବନ୍ୟାପାଣି

ରେଢାଖୋଲ ଉପଖଣ୍ଡରେ ବର୍ଷାର ତାଣ୍ଡବ : ଉଛୁଳିଲା ବିଭିନ୍ନ ଯୋର, ନାଳ ରାସ୍ତା ଧୋଇନେଲା ବନ୍ୟାପାଣି

ରେଢ଼ାଖୋଲ,୨୩।୭(ଡି.ଏନ.ଏ.)-ରେଢ଼ାଖୋଲ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ଯୋର ଓ ନାଳରେ ବନ୍ୟାପାଣି ପ୍ରବାହିତ ହୋଇଛି। ନାଳରେ ଥିବା ପୋଲର ଉଭୟ ପାର୍ଶ୍ୱର ଆପ୍ରୋଚ ରୋଡକୁ ଧୋଇ ବନ୍ୟାପାଣି ନେଇଯାଇଛି।

ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସ୍‌ପିଟାଲ:  ଅବ୍ୟବସ୍ଥା ଘେରରେ ଶବ ବ୍ୟବଚ୍ଛେଦ କେନ୍ଦ୍ର

ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସ୍‌ପିଟାଲ: ଅବ୍ୟବସ୍ଥା ଘେରରେ ଶବ ବ୍ୟବଚ୍ଛେଦ କେନ୍ଦ୍ର

ବଲାଙ୍ଗୀର ଅଫିସ, ୨୩।୭- ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସ୍‌ପିଟାଲର ଶବ ବ୍ୟବଚ୍ଛେଦ କେନ୍ଦ୍ରର ଅବସ୍ଥା କହିଲେ ନ ସରେ । ଘୋର ଅବ୍ୟବସ୍ଥା ଘେରରେ ରହିଛି ଏହି ଶବ ବ୍ୟବଚ୍ଛେଦ କେନ୍ଦ୍ର । ଦୀର୍ଘଦିନ ହେଲା ଏହି ବ୍ୟବଚ୍ଛେଦ କେନ୍ଦ୍ରର ଫ୍ରିଜର ଚାଲୁନାହିଁ ।

ବଲାଙ୍ଗୀର ମେଡିକାଲ କଲେଜ ହସ୍‌ପିଟାଲ: ନିମ୍ନମାନର ନିର୍ମାଣ କାମ ଯୋଗୁ ଛାତରୁ ପାଣି ଗଳୁଛି

ବଲାଙ୍ଗୀର ମେଡିକାଲ କଲେଜ ହସ୍‌ପିଟାଲ: ନିମ୍ନମାନର ନିର୍ମାଣ କାମ ଯୋଗୁ ଛାତରୁ ପାଣି ଗଳୁଛି

ବଲାଙ୍ଗୀର ଅଫିସ, ୨୩।୭- ତିନିଦିନର ଲଗାଣ ବର୍ଷା ପରେ ନବନିର୍ମିତ ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସପିଟାଲର ଅବସ୍ଥା ବେହାଲ ହୋଇଛି । ନିମ୍ନମାନର ନିର୍ମାଣ କାମ ଯୋଗୁ ହସପିଟାଲର ବିଭିନ୍ନ ସ୍ଥାନରେ ଏବେ ଛାତରକୁ ବର୍ଷା ପାଣି ଗଳୁଥିବା ଦେଖାଯାଉଛି ।

ଡକାୟତି ଯୋଜନା, ୪ ଗିରଫ, ଦେଶୀ ବନ୍ଧୁକ, ଖଣ୍ଡା ଜବତ

ଡକାୟତି ଯୋଜନା, ୪ ଗିରଫ, ଦେଶୀ ବନ୍ଧୁକ, ଖଣ୍ଡା ଜବତ

ରାଉରକେଲା ଅଫିସ,୨୨।୭- ଡକାୟତି ଯୋଜନା କରୁଥିବାବେଳେ ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ ଶନିବାର ଚଢ଼ାଉ କରି ୪ଜଣଙ୍କୁ କାବୁ କରିଛି। ଏମାନେ ହେଲେ ରାଜଗାଙ୍ଗପୁର ଇଦଗା ମୋହଲ୍ଲାର ଏମ୍‌ଡି ଜଲିଲ (୪୨), ଗୋପବନ୍ଧୁପାଲିର ମହମ୍ମଦ ଅଫତାବ (୨୪), ମହତାବ ରୋଡ୍‌ର ମହମ୍ମଦ ରାଜା (୩୪) ଓ ପ୍ଲାଣ୍ଟ ସାଇଟ୍‌ ପୋଷ୍ଟ ଅଫିସ ଗଳିର ମହମ୍ମଦ ଚାନ୍ଦ (୩୦)। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏମାନେ ଏକ ବଡ଼ ଧରଣର ଡକାୟତି ଯୋଜନା କରୁଥିଲେ ବୋଲି ପୋଲିସ କହିଛି। ଗିରଫ ଅଭିୟୁକ୍ତମାନଙ୍କଠାରୁ ପୋଲିସ ଏକ ଦେଶୀ ବନ୍ଧୁକ, ୫ ଖଣ୍ଡା, ଦୁଇଟି ମୋବାଇଲ, ଗୋଟିଏ ବାଇକ (ନଂ. ଓଆର୍‌୧୪-ଟି୦୩୦୧) ଜବତ କରିଛି।

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

ବାଲିଶଙ୍କରା,୨୨।୭(ଡି.ଏନ.ଏ: କିଞ୍ଜିରକେଲା ଥାନା ଅନ୍ତର୍ଗତ ସିକାଯୋର ଗ୍ରାମରେ ରବିବାର ବିଷାକ୍ତ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ସିବିଲ ଲାକଡା (୪୨)। ପ୍ରକାଶ ଯେ, ଗତ ୨୦ ତାରିଖ ଅପରାହ୍ନରେ ସିବିଲ ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିଲେ। ସନ୍ଧ୍ୟା ସମୟରେ ଘରକୁ ଫେରିବା ପରେ ମୋର ମୁଣ୍ଡ ବିନ୍ଧୁଛି ବୋଲି କହିଥିଲେ । ୨୧ତାରିଖ ସକାଳେ ପରିବାର ଲୋକେ ଦେଖିଥିଲେ ତାଙ୍କ ମୁହଁରୁ ଫେଣ ବାହାରୁଛି।

ହୀରାକୁଦ ଡ୍ୟାମ ଜଳସ୍ତର ୬୧୨.୯୨

ହୀରାକୁଦ ଡ୍ୟାମ ଜଳସ୍ତର ୬୧୨.୯୨

ସମ୍ବଲପୁର,୨୨।୭(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାର ଜଳସ୍ତର ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୧୨.୯୨ ଫୁଟ ରହିଛି। ଜଳଭଣ୍ଡାରକୁ ବିଗତ ୩ଘଣ୍ଟା ଧରି ପ୍ରତି ସେକେଣ୍ଡରେ ୧,୬୪,୮୭୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ସେହିପରି ଜଳଭଣ୍ଡାରରୁ ବିଭିନ୍ନ କେନାଲ ମାଧ୍ୟମରେ ପ୍ରତି ସେକେଣ୍ଡରେ ୩୭୦ କ୍ୟୁସେକ୍‌ ନିଷ୍କାସିତ ହେଉଛି। ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ୨୯.୮୯ ମିମି ବର୍ଷା ହୋଇଛି। ସେହିପରି ତଳମୁଣ୍ଡରେ ୧୩୦.୬୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲାଠାରେ ୬୨୧. ୪୦ ମିମି ବର୍ଷା ହୋଇଥିବା ହୀରାକୁଦ ଡ୍ୟାମ କଣ୍ଟ୍ରୋଲ ରୁମ ପକ୍ଷରୁ ସୂଚିତ କରାଯାଇଛି ।

ଦିନକର ବର୍ଷାରେ ବୀମରହାରାଜପୁର ଉପଖଣ୍ଡ ଜଳାର୍ଣ୍ଣବ, ଯୋଗାଯୋଗ ବିଚ୍ଛିନ୍ନ

ଦିନକର ବର୍ଷାରେ ବୀମରହାରାଜପୁର ଉପଖଣ୍ଡ ଜଳାର୍ଣ୍ଣବ, ଯୋଗାଯୋଗ ବିଚ୍ଛିନ୍ନ

ବୀରମହାରାଜପୁର, ୨୨ା୭(ଡି.ଏନ.ଏ.): ଦୁଇଦିନର ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲା ବୀମରହାରାଜପୁର ଉପଖଣ୍ଡର ଅବସ୍ଥା ବେହାଲ ହୋଇଛି। କେବଳ ଗୋଟିଏ ଦିନ (ଶନିବାର)ର ବୃଷ୍ଟିପାତ ୪୧୩ ମିମି ରେକର୍ଡ କରାଯାଇଛି। ଏହାର ପ୍ରଭାବରେ ଦେଖାଦେଇଛି ବନ୍ୟାଜନିତ ପରିସ୍ଥିତି।

ମୁହାଣ ନାଳରେ ଭାସିଗଲେ ଯୁବକ: ବର୍ଷା ଯୋଗୁ ରେଢ଼ାଖୋଲ-ବିରମହାରାଜପୁର ବିଛିନ୍ନ

ରେଢ଼ାଖୋଲ,୨୨।୭(ଡି.ଏନ.ଏ.) ରେଢ଼ାଖୋଲ ଅଞ୍ଚଳରେ ଶନିବାର ଦିନ ତମାମ ପ୍ରବଳ ବର୍ଷା ଲାଗିରହିଛି। ବର୍ଷା ଯୋଗୁ ଛୋଟବଡ ନଇ ନାଳରେ ବନ୍ୟାପାଣି ପ୍ରବାହିତ ହେଉଛି। ରେଢ଼ାଖୋଲ-ବୀରମହାରାଜପୁର ରାସ୍ତାର ପିତାମହୁଲ ନିକଟରେ ଥିବା ପୋଲ ଉପରେ ପ୍ରାୟ ୫ଫୁଟ ବନ୍ୟାପାଣି ପ୍ରବାହିତ ହେଉଥିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବଂଶାଜାଲ ପଞ୍ଚାୟତର କୁଇଲିପଦର ଗାଁ ନିକଟରେ ଥିବା ମୁହାଣ ନାଳରେ ବନ୍ୟା ଜଳ ଯୋଗୁ କୁଇଲିପଦର ଗ୍ରାମର ସୁରେଶ କରଣ (୨୫) ନାମକ ଜଣେ ଯୁବକ ଭାସି ଯାଇଛନ୍ତି।

ଡ଼ମ୍ପର-କାର ଧକ୍କା: ଖବରଦାତା ମୃତ, ଝିଅ ଗୁରୁତର

ଡ଼ମ୍ପର-କାର ଧକ୍କା: ଖବରଦାତା ମୃତ, ଝିଅ ଗୁରୁତର

କୁଆଁରମୁଣ୍ଡା, ୨୨।୭(ଡି.ଏନ.ଏ.)-ରବିବାର ସକାଳ ପ୍ରାୟ ୯ଟା ୧୦ରେ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ୧୪୩ ନଂ. ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର ସହିତ ଡମ୍ପରର ମୁହାଁମୁହିଁ ଧକ୍କା ହୋଇଥିଲା। କାରରେ ଯାଉଥିବା ସ୍ଥାନୀୟ ଅଞ୍ଚଳର ଜଣେ ଖବରଦାତା ସଞ୍ଜୟ କୁମାର ରାଉଳ (୪୪)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କ ଝିଅ ଗୁରୁତର ହୋଇଛନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ