ରାଜ୍ୟ | ସମ୍ବଲପୁର

ଦାଦନ ଖଟଣିକୁ ବାଏ ବାଏ; କୋବି କିଆରୀରେ ହସୁଛି ଗୋତିମୁକ୍ତ ଜୀବନ

ଦାଦନ ଖଟଣିକୁ ବାଏ ବାଏ; କୋବି କିଆରୀରେ ହସୁଛି ଗୋତିମୁକ୍ତ ଜୀବନ

ବଲାଙ୍ଗୀର ଅଫିସ,୧।୧
ପେଟ୍‌ର ବିକଲ୍‌ଥି ସିନେ ଆମେ ଦାଦନ୍‌ ଖଟି ଯାଇଥିଲୁଁ, ଆର୍‌ ହେଇ ଯାଇଥିଲୁଁ ଗୁତି ଶ୍ରମିକ୍‌ । ହେଲେ କିଏ ଚାହେଁସି ମାଁ ମାଏଟ୍‌ ଛାଡି ପର୍‌ଦେଶ ଯାଇ ଗୁଲଗୁଲା ହେବାକେ । ସମ୍‌କର୍‌ ଇଚ୍ଛା ଗାଁ ଘର୍‌ଥି ଦୁଇ ପଏସା ମିଲ୍‌ଲେ ଘର୍‌ ପରିବାର୍‌ ଚଲାଇ ନେବାକେ। ଗୁତି ଶ୍ରମିକ ଭାବେ ଆନ୍ଧ୍ରାଥି ଧରାପଡ୍‌ଲା ଉତାରୁ ପାଁଚି ମାଇପିଲା ଗୁତି ସାର୍ଟିଫିକଟ୍‌ ଧରି ବଲାଙ୍ଗୀର ଫିରିଥିଲୁଁ । ତାର୍‌ ପରେ ଗୁତି ଥଇଥାନ ଟଁକା ପାଏଲାକେ ଡୁଲି ଗୁଟେ ବନ୍ଧକ ଧରି କୁବି ଆର୍‌ ଶାଗ୍‌ ଚାଷ୍‌ କରି ବନେ ଦୁଇ ପଏସା କମାନି ହେଲା । ଇ ଚାଷର୍‌ ଉଧାଥିତ୍ ଏଭେ ଦୁଖେ ସୁଖେ ପରିବାର୍‌ ଚଲି ଯାଉଛେ। ଆର୍‌ ଯେତେ ଟଁକା ଦେଲେ ବି ଦାଦନ୍‌ ଖଟି ନାଇଁ ଯାଉଁ- ଏହା କହିଛନ୍ତି ୫ ବର୍ଷ ତଳେ ଆନ୍ଧ୍ରପ୍ରଦେଶର ଗୁଡୁରୁ ଜିଲାରୁ ଉଦ୍ଧାର ହୋଇଥିତ୍ବା ଚନ୍ଦନଭାଟି ଗାଁର ମହାକୁର ଦମ୍ପତି । ବଲାଙ୍ଗୀର ସଦର ବ୍ଳକ୍‌ ଚନ୍ଦନଭାଟି ଗାଁର ସମାରୁ ମହାକୁର (୪୫) ଏବଂ ତାଙ୍କ ସ୍ତ୍ରୀ ଜେମା ମହାକୁର (୪୦) ଏବେ ଅନେକଙ୍କ ପାଇଁ ପାଲଟି ଯାଇଛନ୍ତି ସକରାତ୍ମକ ଜୀବନ ଜୀଇଁବାର ଏକ ଉଦାହରଣ। ନିଜର କଠିନ ପରିଶ୍ରମ ବଳରେ ଗୋତି ଶ୍ରମିକର ଅପବାଦରୁ ମୁକୁଳି ଏବେ ସେମାନେ ପାଇଛନ୍ତି ଏକ ସଫଳ ଚାଷୀ ପରିବାରର ମାନ୍ୟତା ା ମହାକୁର ଦମ୍ପତିଙ୍କ ଝାଳବୁହା ପରିଶ୍ରମରେ ବର୍ଷ ସାରା ହସୁଛି ସେମାନଙ୍କ ପରିବା କିଆରି।
୨୦୧୨ରେ ସ୍ଥାନୀୟ ଜଣେ ଦାଦନ ସର୍ଦ୍ଦାରଙ୍କଠାରୁ ବଇନା (ଅଗ୍ରୀମ ଟଙ୍କା) ନେଇ ସମାରୁ, ତାଙ୍କ ସ୍ତ୍ରୀ ଜେମା ଓ ୪ ପୁଅଝିଅଙ୍କ ମଧ୍ୟରୁ ୩ ଜଣଙ୍କୁ ନେଇ ଆନ୍ଧ୍ରପ୍ରଦେଶର ଗୁଡୁର ଅଞ୍ଚଳକୁ ଯାଇଥିଲେ ଇଟା ଗଢ଼ିବା ପାଇଁ। ସମାରୁଙ୍କ ପରିବାର ସହ ସେହି ଅଞ୍ଚଳର ଆଉ ଅନେକ ପରିବାର ଦାଦନ ଶ୍ରମିକ ଭାବେ ସେଠାକୁ ଯାଇଥିଲେ। ସେଠାରେ ଏକ ଇଟାଭାଟିରେ ବନ୍ଧକ ଶ୍ରମିକ ଭାବେ କାମ କରୁଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଦାଦନ ଶ୍ରମିକଙ୍କ ପାଇଁ କାମ କରୁଥିବା ଏକ ଏନ୍‌ଜିଓଠାରୁ ଖବର ପାଇ ସେହିବର୍ଷ ଡିସେମ୍ବରରେ ଆନ୍ଧ୍ରପ୍ରଦେଶ ପ୍ରଶାସନ ଉକ୍ତ ଇଟାଭାଟିରେ ଚଢ଼ାଉ କରି ସମସ୍ତ ବନ୍ଧକ ଦାଦନ ତଥା ଗୋତି ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ଆନ୍ଧ୍ର ପ୍ରଶାସନଠାରୁ ଗୋତି ଶ୍ରମିକ ପ୍ରମାଣପତ୍ର ଧରି ସେମାନେ ବଲାଙ୍ଗୀର ଫେରିଥିଲେ। ଏହାପରେ ଉକ୍ତ ଏନ୍‌ଜିଓ ସହାୟତାରେ ସ୍ଥାନୀୟ ଜିଲା ପ୍ରଶାସନଠାରୁ ଗୋତି ଶ୍ରମିକ ଆଇନ୍‌ ଅନୁସାରେ ଗୋତି ଥଇଥାନ ରାଶି ଭାବେ ଜଣ ପିଛା ୧୯ହଜାର ଟଙ୍କା ମିଳିଥିଲା। ସମାରୁଙ୍କ ପରିବାରର ୫ଜଣ ସଦସ୍ୟ ସମୁଦାୟ ୯୫ ହଜାର ଟଙ୍କା ସହାୟତା ରାଶି ପାଇଥିଲେ। ଉକ୍ତ ଟଙ୍କା ପାଇବା ପରେ ଚନ୍ଦନଭାଟି ଗାଁରେ ଜଣେ ବ୍ୟକ୍ତିଙ୍କଠାରୁ ଏକ ଛୋଟିଆ ଜମି ଲିଜ୍‌ରେ ନେଇ ସମାରୁ ଓ ତାଙ୍କ ସ୍ତ୍ରୀ ଜେମା କୋବି, ଶାଗ ଓ ମୁଳା ଚାଷ ଆରମ୍ଭ କରିଥିଲେ। ମାତ୍ର ୫ ବର୍ଷ ଭିତରେ ସେମାନଙ୍କ ଗରିବି ଦୂର ହେବାରେ ଲାଗିଲା ା ସେମାନଙ୍କ ଆର୍ଥିକ ଦିଗ ସଳଖିଲା। ଗୋଟିଏ ଝିଅକୁ ସେମାନେ ବିବାହ କଲେ। ପୁଅ ତାମିଲନାଡୁର କୌଣସି ଏକ କାରଖାନାରେ କାମ କରିବାକୁ ଗଲେ। ଅନ୍ୟ ପୁଅଟି ମା’ବାପାଙ୍କୁ ଗାଁରେ ସହଯୋଗ କରନ୍ତି। ଆଉ ଗୋଟିଏ ଝିଅକୁ ବିବାହ କରିବା ପାଇଁ ଏବେ ସେମାନେ ଆଗଭର ହେଲେଣି। ଜମି, ପାଣିପମ୍ପ ଓ ବିଜୁଳି ସବୁଥି ପାଇଁ ଟଙ୍କା ପଇଠ କରିବା ପରେ ମଧ୍ୟ କଠିନ ପରିଶ୍ରମ ବଳରେ ସମାରୁ ଓ ଜେମା ନିଜ ପରିବାର ଗଢ଼ିଛନ୍ତି। ଏବେ ସେମାନେ ଖୁବ୍‌ ଖୁସି। ତାଙ୍କ ପରିବା କିଆରୀ ଦେଖିଲେ ସେମାନଙ୍କ କଠିନ ପରିଶ୍ରମର ଛାପ ଦେଖିହୁଏ। ଜେମା ଓ ସମାରୁ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ତେବେ ଦାଦନ, ଗୋତି ଶ୍ରମିକରୁ ସଫଳ ଚାଷୀ ହେଲେ ମଧ୍ୟ ସରକାରୀ ବାବୁଙ୍କ ଦୃଷ୍ଟି ପଡିନାହିଁ। ପମ୍ପସେଟ୍‌ କି ବିଜୁଳି ସହାୟତା ମିଳିଲେ ସେମାନେ ଆହୁରି ଉପକୃତ ହୁଅନ୍ତେ ବୋଲି ସମାରୁ କହିଛନ୍ତି। ଦାଦନ ପ୍ରବଣ ବଲାଙ୍ଗୀର ଜିଲାରେ ନିଜସ୍ବ ଉଦ୍ୟମ ବଳରେ ଜେମା ଓ ସମାରୁ ଯେଭଳି ଆତ୍ମନିର୍ଭରଶୀଳ ହୋଇଛନ୍ତି ତାହା ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ପ୍ରଶାସନ ଏହି ମହାକୁର ଦମ୍ପତିଙ୍କୁ ରୋଲ ମଡେଲ ଭାବେ ଗ୍ରହଣ କଲେ ଅନେକ ଦାଦନ ଶ୍ରମିକ ପରିବାର ଉପକୃତ ହୋଇପାରନ୍ତେ ବୋଲି ବୃଦ୍ଧିଜୀବୀମାନେ ମତ ଦେଇଛନ୍ତି।

All Right Reserved By

Model This Week

ନିକିତା

ରାଜ୍ୟ | ସମ୍ବଲପୁର

ଆକାଶରେ ବିଶୋଧନାଗାର ନିଆଁ

ଆକାଶରେ ବିଶୋଧନାଗାର ନିଆଁ

ପାରାଦୀପ,୨୨।୪(ସ୍ବ.ପ୍ର.): ଦେଶର ଅନ୍ୟତମ ବୃହତ୍‌ ପ୍ରକଳ୍ପ ତୈଳ ବିଶୋଧନାଗାର ପାରାଦୀପରେ ୨୦୧୪ରୁ ଉତ୍ପାଦନକ୍ଷମ ହୋଇଛି। ସେହିଦିନଠାରୁ ୩୩୪୪ ଏକର ଜାଗାରେ ପ୍ରତିଷ୍ଠିତ ଏହି ପ୍ରକଳ୍ପ ପରିସରରେ ୧୩୧ ମିଟର ଉଚ୍ଚ ଚିମିନି ଉପରେ ଅନବରତ ନିଆଁ ଜଳୁଛି। ଏଥିଯୋଗୁ ରାତିରେ ପାରାଦୀପରେ ସମଗ୍ର ଆକାଶ ଆଲୋକିତ ହୋଇଯାଉଛି।

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଅଭିଯୋଗ: କପି ଯାଞ୍ଚ ଆଳରେ ଛାତ୍ରୀଙ୍କୁ ଅସଦାଚରଣ

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଅଭିଯୋଗ: କପି ଯାଞ୍ଚ ଆଳରେ ଛାତ୍ରୀଙ୍କୁ ଅସଦାଚରଣ

ପୁରୀ ଅଫିସ,୨୨।୪ : ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜଣେ ସିଣ୍ଡିକେଟ ସଦସ୍ୟଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ସେ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା ଶାସ୍ତ୍ରୀ ଦ୍ୱିତୀୟ ବର୍ଷ ପରୀକ୍ଷାରେ ନିଜକୁ ସ୍କ୍ବାଡ୍‌ ସଦସ୍ୟ ଭାବେ ପରିଚୟ ଦେଇ କପି ଯାଞ୍ଚ ଆଳରେ କେତେଜଣ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। କେନ୍ଦୁଝର ଜିଲା ଟୁକୁଣାସ୍ଥିତ ବି.ଏନ୍‌. ସଂସ୍କୃତ ସରକାରୀ କଲେଜର ଛାତ୍ରୀମାନେ ଅଧ୍ୟକ୍ଷାଙ୍କ ନିକଟରେ ଏପରି ଅଭିଯାଗ କରିଛନ୍ତି।

ମହାନଦୀ ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି: ଭାଜପା ରୋକୁଛି ମହାନଦୀ ପାଣି

ମହାନଦୀ ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି: ଭାଜପା ରୋକୁଛି ମହାନଦୀ ପାଣି

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ଭାରତୀୟ ଜନତାପାର୍ଟି (ଭାଜପା) ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ଛତିଶଗଡ଼ ସରକାର ମହାନଦୀର ଜଳ ପ୍ରବାହକୁ ରୋକୁଛନ୍ତି। ଭାଜପା ହିଁ ଓଡ଼ିଶାକୁ ମହାନଦୀରୁ ତା’ର ଜଳ ପାଇବାରେ ପ୍ରତିବନ୍ଧକ ସାଜିଛି । ଏ ସମ୍ପର୍କରେ ରାଜ୍ୟବାସୀଙ୍କୁ ଜଣାଇବା ସକାଶେ ବିଜୁ ଜନତାଦଳର କର୍ମୀ, ନେତାମାନେ ସେମାନଙ୍କ ନିକଟକୁ ଯାଆନ୍ତୁ ଏବଂ ପରିସ୍ଥିତି ସମ୍ପର୍କରେ ଜଣାନ୍ତୁ।

ସର୍ବୋଚ୍ଚ ସ୍ତରରେ ତୈଳ ଦର

ସର୍ବୋଚ୍ଚ ସ୍ତରରେ ତୈଳ ଦର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର ସାଧାରଣ ଖାଉଟିଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପେଟ୍ରୋଲ ୭୪ ଟଙ୍କା ନିକଟତର ହୋଇଥିବାବେଳେ ଡିଜେଲ ଦର ୭୦ ଟଙ୍କା ଅତିକ୍ରମ କଲାଣି। ଭାଜପା ଶାସନ କାଳରେ ପେଟ୍ରୋଲ ସର୍ବୋଚ୍ଚ ସ୍ତର ଛୁଇଁଥିବାବେଳେ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି।

ଜୁନିୟର ଛାତ୍ରୀଙ୍କ ଭୟଙ୍କର ପ୍ରତିଶୋଧ: କଲ୍‌ଗର୍ଲ ଆଖ୍ୟା ଦେଇ ସିନିୟର ଛାତ୍ରୀଙ୍କ ଫଟୋ ଭାଇରାଲ କଲେ

ଚନ୍ଦ୍ରଶେଖରପୁର, ୨୨।୪(ଡି.ଏନ୍‌.ଏ.)- ବିଶୃଙ୍ଖଳିତ ଆଚରଣ ପାଇଁ ଜୁନିୟର ଛାତ୍ରୀଙ୍କୁ ତାଗିଦ୍‌ କରିବା ଜଣେ ସିନିୟର ଛାତ୍ରୀଙ୍କ ଲାଗି ମହଙ୍ଗା ପଡ଼ିଛି। ତଳ ଶ୍ରେଣୀର ଛାତ୍ରୀ ଜଣକ ସିନିୟର ଛାତ୍ରୀଙ୍କ ଉପରେ ଭୟଙ୍କର ପ୍ରତିଶୋଧ ନେଇଛନ୍ତି। ତାଙ୍କୁ କଲଗର୍ଲ ଆଖ୍ୟା ଦେଇ ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବଂ ମୋବାଇଲ୍‌ ନମ୍ବରକୁ ଭାଇରାଲ କରିଦେଇଛନ୍ତି।

ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୫୫ ୟୁନିଟ୍‌ ରକ୍ତ ସଂଗ୍ରହ

ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୫୫ ୟୁନିଟ୍‌ ରକ୍ତ ସଂଗ୍ରହ

ନୟାଗଡ଼ ଅଫିସ,୨୨।୪- ନୟାଗଡ଼ ଜିଲା ଶରଣକୁଳ ପଞ୍ଚାୟତ କଟରାଝରୀ ଗ୍ରାମରେ ଜନକଲ୍ୟାଣ ସେବା ସଂଘ ତରଫରୁ ରବିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୀବନ ବିନ୍ଦୁର ରାଜ୍ୟ ସଂଯୋଜକ ସତ୍ୟନାରାୟଣ ପ୍ରଧାନ ଏହାକୁ ଉଦ୍‌ଘାଟନ କରିବା ସହ ପ୍ରଥମେ ରକ୍ତଦାନ କରିଥିଲେ।

ଦୁର୍ଘଟଣାରେ ଶଳା, ଭିଣୋଇ  ମୃତ

ଦୁର୍ଘଟଣାରେ ଶଳା, ଭିଣୋଇ ମୃତ

ବାହାନଗା,୨୨।୪(ଡି.ଏନ.ଏ.)-ରବିବାର ରାତି ୯ଟାରେ ବାହାନଗାସ୍ଥିତ ୧୬ ନମ୍ବର ଜାତୀୟ ରାଜପଥର ପୁରୁଣା ବଜାର ନିକଟରେ ଏକ ଡମ୍ପର ଧକ୍କାରେ ୨ ମଟରସାଇକେଲ ଆରେହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଖନ୍ତାପଡା ଥାନା ପୋଲିସ ଶେରଗଡ ଟୋଲଗେଟ ନିକଟରୁ ଜବତ କରିଛି। ମୃତ ଯୁବକ ହେଲେ ସର୍ବୋଜ ଅଲ୍ଲୀ ଖଁ।, ଦାୟର ଅଲ୍ଲୀ ଖଁ। । ଘର ଚାନ୍ଦିପୁର ଥାନା ବଳାରାମଗଡ଼ିର ମିର୍ଜାପୁର ଅଞ୍ଚଳରେ। ଏମାନେ ସମ୍ପର୍କରେ ଶଳା ଓ ଭିଣୋଇ।

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

କପ୍ତିପଦା,୨୨।୪,(ଡି.ଏନ.ଏ)-ଅଧିକ ଯୌତୁକ ଦାବି କରି ଶନିବାର ବିଳମ୍ବିତ ରାତିରେ କପ୍ତିପଦା ଥାନା ମହୁଲଡିହା ଗ୍ରାମର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଲୁହା ରଡ ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ୨ଭଉଣୀଙ୍କ ସଫଳତା

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ୨ଭଉଣୀଙ୍କ ସଫଳତା

ଖଣ୍ଡପଡ଼ା/ଭାପୁର,୨୨।୪(ସ୍ବ.ପ୍ର./ଡ଼ି.ଏନ.ଏ.)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଉତ୍ସବ ଭୁବନେଶ୍ୱର ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା ସନ୍ଦେହ

ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା ସନ୍ଦେହ

ଭୁବନେଶ୍ୱର, ୨୨।୪(ବ୍ୟୁରୋ)/ବାଲିଅନ୍ତା(ଡି.ଏନ.ଏ.)- ମଞ୍ଚେଶ୍ୱର ଥାନା ଇଞ୍ଜଣା ବସ୍ତିର ଏକ ନିର୍ମାଣାଧୀନ ଅପାର୍ଟମେଣ୍ଟ ନିକଟ ଘରୁ ଜଣେ ମହିଳା ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ପୋଲିସ ରବିବାର ଜବତ କରିଛି। ମହିଳା ଜଣକ ନିଶାସକ୍ତ ଅବସ୍ଥାରେ ଶୋଇଥିବାବେଳେ ତାଙ୍କ ଦେହରେ ନିଆଁ ଲଗାଇ ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ବୋଲି ସେଠାରେ ରହୁଥିବା ଅନ୍ୟ ଶ୍ରମିକମାନେ କହିଛନ୍ତି।

ନାବାଳିକାକୁ ବଳାତ୍କାର ଅଭିଯୋଗ, ଯୁବକ ଅଟକ

ନାବାଳିକାକୁ ବଳାତ୍କାର ଅଭିଯୋଗ, ଯୁବକ ଅଟକ

କେନ୍ଦ୍ରାପଡା ଅଫିସ, ୨୨ା୪- କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଉଦୟନଗର ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ତାଙ୍କ ମା’ ରବିବାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ମହୁଲପାଟଣା ଗ୍ରାମର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ବଳାତ୍କାରର ଶିକାର ହେଲେ ଦୁଇ ନାବାଳିକା: ପୀଡିତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ

ବଳାତ୍କାରର ଶିକାର ହେଲେ ଦୁଇ ନାବାଳିକା: ପୀଡିତାଙ୍କ ମଧ୍ୟରୁ ଜଣେ ଭିନ୍ନକ୍ଷମ

କଟକ ସଦର,୨୨।୪(ଡି.ଏନ୍‌.ଏ.): କଟକ ଜିଲା କିଶନନଗର ଥାନା ଅଞ୍ଚଳର ପୃଥକ ସ୍ଥାନରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଶନିବାର ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ରବିବାର ଥାନାକୁ ଆଣି ପଚରାଉଚରା କରୁଛି।