ବାଲେଶ୍ୱର

ବର୍ଷ ଆରମ୍ଭରୁ ଫୁଟିଲା ଗୁଳି: ପୋଡ଼ିଲେ ପଲସର୍‌‌, ଭାଙ୍ଗିଲେ ବୁଲେଟ୍‌

ବର୍ଷ ଆରମ୍ଭରୁ ଫୁଟିଲା ଗୁଳି: ପୋଡ଼ିଲେ ପଲସର୍‌‌, ଭାଙ୍ଗିଲେ ବୁଲେଟ୍‌

ବାଲେଶ୍ୱର ଅଫିସ,୧।୧-ବାଲେଶ୍ୱର ସହରରେ ବର୍ଷ ଆରମ୍ଭରୁ ଗୁଳି ଫୁଟିବା ସହ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଛି। ସହରରେ ବିଭିନ୍ନ ହୋଟେଲ, କ୍ଲବ, ଅନୁଷ୍ଠାନରେ ଜିରୋନାଇଟ୍‌ ପାଳନ ହେଉଥିବା ବେଳେ ହଠାତ୍‌ ବାଲେଶ୍ୱର ଆଇଟିଆଇ ଛକସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଗୁଳି ଫୁଟିଥିଲା। ଗୋଷ୍ଠୀ ସଂଘର୍ଷରେ ଗୋଟିଏ ପଲସର ବାଇକ୍‌ ଜଳିଯାଇଥିଲା। ନୂଆବର୍ଷକୁ ସ୍ବାଗତ କରି ଫେରୁଥିବା ବହୁ ଲୋକ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ଯାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ପରିସ୍ଥିତିକୁ ଆୟତ୍ତ କରିଥିଲେ।
ବାଲେଶ୍ୱର ଆଇଟିଆଇ ଛକ ନିକଟସ୍ଥ ଲକ୍ଷ୍ମୀନାରାୟଣ ମନ୍ଦିର ପାଖରେ ତାମୁଳିଆ କ୍ଲବର ପିଲାମାନେ ଭୋଜିଭାତ କରି ନୂଆବର୍ଷ ପାଳନ କରୁଥିଲେ। ରାତି ପ୍ରାୟ ୨ଟା ବେଳେ ସେମାନଙ୍କ ସହ ପୂର୍ବଶତ୍ରୁତା ଥିବା ଅନ୍ୟ ଏକ ଗୋଷ୍ଠୀର ୨ଟି ମୋଟର ସାଇକେଲରେ ୬ଜଣ ଯୁବକ ହାତରେ ତେଲେଙ୍ଗା କଟୁରୀ, ପିସ୍ତଲ ସହ ରାସ୍ତାରେ ବାରମ୍ବାର ଯିବା ଆସିବା ସହ ଭୋଜି କରୁଥିବା ଗୋଷ୍ଠୀର ଯୁବକମାନଙ୍କୁ ଧମକ ଦେଇଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ, ମାରପିଟ୍‌ ହେବା ସହ ବାଇକ୍‌କୁ ନିଆଁ ଲଗାଇ ପୋଡ଼ାଯାଇଥିବା ବେଳେ ବୁଲେଟ୍‌କୁ ଭାଙ୍ଗି ଚୁରମାର୍‌ କରାଯାଇଛି। ଏହାପରେ ଅନ୍ୟ ଗୋଷ୍ଠୀର ୬ଜଣ ଯୁବକମାନେ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯିବାରୁ କୌଣସି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ପୋଲିସ ଭଙ୍ଗା ବୁଲେଟ୍‌କୁ ଜବତ କରି ସଦର ଥାନାକୁ ନେଇଯାଇଥିବା ବେଳେ ଏ ସମ୍ପର୍କରେ କୌଣସି ଗୋଷ୍ଠୀ ଲିଖିତ ଅଭିଯୋଗ କରି ନ ଥିବା ସଦର ଥାନା ଆଇଆଇସି ଦୟାନିଧି ଦାସ କହିଛନ୍ତି।

All Right Reserved By

ବାଲେଶ୍ୱର

ସୋମବାର ମାଉସୀ ଘରକୁ ବିଜେ କରିବେ ତିନି ଠାକୁର

ବାରିପଦା ଅଫିସ,୧୫।୭- ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଦିନକ ପରେ ବାରିପଦା ରଥଟଣା ଯିବା ଏକ ନିଆରା ପରମ୍ପରା ଭାବେ ପାଳିତ ହୋଇଆସୁଛି। ଶନିବାର ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥିବା ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ବର୍ଷାରେ ମିନି ଷ୍ଟାଡିୟମ  ବେହାଲ

ବର୍ଷାରେ ମିନି ଷ୍ଟାଡିୟମ ବେହାଲ

ଭଞ୍ଜକିଆ,୧୫।୭(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ଭଞ୍ଜକିଆ ମିନି ଷ୍ଟାଡିୟମ ବର୍ଷାରେ ବେହାଲ ହୋଇ ପଡିଛି। ଜଳ ନିଷ୍କାସନ ହୋଇ ପାରୁ ନ ଥିବାରୁ ପଡିଆରେ ବର୍ଷାପାଣି ଜମି ରହିଛି।

ବେଦୀ ମଣ୍ଡପକୁ ବିଜେ ହେଲେ ଦିଅଁ

ବେଦୀ ମଣ୍ଡପକୁ ବିଜେ ହେଲେ ଦିଅଁ

ରାଇରଙ୍ଗପୁର,୧୫।୭(ଡି.ଏନ.ଏ.)-ରାଇରଙ୍ଗପୁରଠରେ ବହୁ ସଂଖ୍ୟାରେ ମହିଳା ଓ ଅନ୍ୟ ଶ୍ରଦ୍ଧାଳୁ ଯୋଗ ଦେଇ ଅଧାକାଟରେ ଅଟକିଥିବା ରଥକୁ ରବିବାର ଟାଣିଥିଲେ।

ନର୍କକୁଣ୍ଡ ପାଲଟିଛି ରାସ୍ତା

ନର୍କକୁଣ୍ଡ ପାଲଟିଛି ରାସ୍ତା

କେନ୍ଦୁଝର, ୧୫।୭(ସ୍ବ.ପ୍ର.): ୪୯ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ସହର ଗାନ୍ଧୀଛକ ନିକଟରେ ବିଶାଳକାୟ ଖାଲଖମା ସୃଷ୍ଟି ହୋଇ ନର୍କକୁଣ୍ଡ ପାଲଟିଛି। ତାହା ଦୁର୍ଘଟଣାର କାରଣ ହୋଇଛି।

ଶିକ୍ଷକ ପଦୋନ୍ନତି ମାନ୍ୟତାକୁ ସ୍ବାଗତ

ଝୁମ୍ପୁରା, ୧୫।୭(ଡି.ଏନ.ଏ.): ପ୍ରାଥମିକ ଶିକ୍ଷା ବିଭାଗରେ ଶିକ୍ଷକଙ୍କ ମାନ୍ୟତା, ପଦନ୍ନୋତି ନେଇ ପ୍ରାଥମିକ ଶିକ୍ଷକ ସଂଘ, ଶିକ୍ଷା ସହାୟକ ସଂଘ, ଜିଲା ପରିଷଦ ଶିକ୍ଷକ ସଂଘ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା।

ସ୍ବାବଲମ୍ବୀ ସମୃଦ୍ଧ ଓଡ଼ିଶା ଗଠନ ଆହ୍ବାନ

ପାଟଣା, ୧୫।୭(ସ୍ବ.ପ୍ର.): ପାଟଣା ମୁଖ୍ୟାଳୟଠାରେ ବୁଧବାର ଉତ୍କଳ ଭାରତ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ହୋଇଥିଲା। ଏଥିରେ ଉତ୍କଳ ଭାରତର ରାଜ୍ୟ ସଭାପତି ମହାମେଘ ବାହନ ଐରଖାରବେଳ ସ୍ବାଇଁ ଯୋଗଦେଇ ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ଆହ୍ବାନ ଦେଇଥିଲେ। ଉତ୍କଳ ଭାରତକୁ ଜିତାଇଲେ ଓଡ଼ିଶା ଶିଳ୍ପ ସମୃଦ୍ଧ ହେବା ସହ ଯୁବତୀଯୁବକ କର୍ମନିଯୁକ୍ତି ପାଇବେ, ଏକ ସ୍ବାବଲମ୍ବୀ ସମୃଦ୍ଧ ଓଡ଼ିଶା ଗଠନ ହେବ ବୋଲି ସ୍ବାଇଁ କହିଥିଲେ।

୩୦ରେ ସୋର ପ୍ରୋଗ୍ରେସିଭ ବାର୍‌ ନିର୍ବାଚନ

ସୋର, ୧୫ ।୭(ଡ଼ି.ଏନ୍‌.ଏ.)-ସୋର ପ୍ରୋଗ୍ରେସିଭ ବାର ଆସୋସିଏଶନର ସାଧାରଣ ନିର୍ବାଚନ ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧିକାରୀ ଦୟାନିଧି ଓଝା ପ୍ରକାଶ କରିଛନ୍ତି ।

‘ପ୍ରଜ୍ଞାପ୍ରଦୀପ’ ଉନ୍ମୋଚନ ଉତ୍ସବ

‘ପ୍ରଜ୍ଞାପ୍ରଦୀପ’ ଉନ୍ମୋଚନ ଉତ୍ସବ

ବାହାନଗା, ୧୫।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତର ଥିବା ଦୟାକୃଷ୍ଣ ନିବାସରେ ଷାଣ୍ମାସିକ ପତ୍ରିକା ‘ପ୍ରଜ୍ଞା ପ୍ରଦୀପ’ ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

 ପ୍ରଧାନଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ପ୍ରଧାନଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ରୂପ୍‌ସା, ୧୫।୭(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କସିପଦା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପଣ୍ଡାଙ୍କୁ ଶୁକ୍ରବାର ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରାକ୍ତନ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ମିଶନ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

ବାଲେଶ୍ୱର ଅଫିସ,୧୫।୭-ବାଲେଶ୍ୱର ମିଶନ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଶୁକ୍ରବାର ବନ ମହୋତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ହିମାଂଶୁ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାମାଜିକ କର୍ମୀ ଅଜୟ କୁମାର ବିଶ୍ୱାଳ ମୁଖ୍ୟଅତିଥି ଭାବରେ ଯୋଗଦେଇ ବୃକ୍ଷର ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ।

୩ ଚୋରା ମଦ ବେପାରୀ ଗିରଫ

ନୀଳଗିରି, ୧୫।୭(ଡି.ଏନ.ଏ.)-ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ଥାନାର ବିଭିନ୍ନ ସ୍ଥାନରେ ରବିବାର ଚଢାଉ କରାଯାଇ ୩ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି।

ପଥର ଗାଡ଼ି ଜବତ, ମାମଲା ରୁଜୁ

ବଡ଼ସାହି,୧୫।୭(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ଅଞ୍ଚଳରେ ବେଆଇନ ଭାବେ ଚୋରାରେ ଚାଲାଣ ହେଉଥିବା ଏକ ମାଙ୍କଡା ପଥର ବୋଝେଇ ଟ୍ରକକୁ ଶନିବାର ପୋଲିସ ଜବତ କରିଛି ।

Model This Week

ରୂପେଶ