ସମ୍ବଲପୁର

ଲୋକ ମହୋତ୍ସବ ପାଇଁ ମାସ୍କଟ ହେଲା ବଜନିଆଁ

ଲୋକ ମହୋତ୍ସବ ପାଇଁ ମାସ୍କଟ ହେଲା ବଜନିଆଁ

ସମ୍ବଲପୁର, ୧।୧ (ବ୍ୟୁରୋ)
ଆସନ୍ତା ୪ରୁ ୬ ତାରିଖ ଯାଏ ସମ୍ବଲପୁର ଲୋକ ମହୋତ୍ସବ-୨୦୧୮ ଅନୁଷ୍ଠିତ ହେବ। ଏଥିପାଇଁ ମାସ୍କଟ୍‌ ଭାବେ ବଜନିଆଁକୁ ନିଆଯାଇଛି। ସୋମବାର ସମଲେଶ୍ୱରୀ ମନ୍ଦିର ପରିସରରେ ଏହି ମାସ୍କଟର ଉନ୍ମୋଚନ କରାଯାଇଛି। ଢ଼ୋଲ, ନିଶାନ, ତାସା, ମୁହୁରୀ, ଟିମ୍‌କିଡି ବାଦ୍ୟରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଆୟୋଜକ କମିଟି କର୍ମକର୍ତ୍ତା ଏବଂ ଅତିଥିମାନେ ସମଲେଶ୍ୱରୀ ମନ୍ଦିର ଚତୁପାର୍ଶ୍ୱରେ ମାସ୍କଟ୍‌ ବଜନିଆଁ ସହ ବୁଲିଥିଲେ। ଜନସାଧାରଣଙ୍କୁ ମାସ୍କଟ୍‌ ଲୋକମହୋତ୍ସବର ବାର୍ତ୍ତା ଦେଇଥିଲା। ସନ୍ଧ୍ୟାରେ ଗୋଲବଜାର ଅଞ୍ଚଳରେ ମାସ୍କଟ୍‌ ବୁଲି ଥିଲା। ସମ୍ବଲପୁର ଜିଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲାପାଳ ସମର୍ଥ ବର୍ମାଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟଅତିଥି ଓ ଏସଡିଏ ଅଧ୍ୟକ୍ଷ ବିଜୟ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମହୋତ୍ସବ ମୁଖ୍ୟ ସଂଯୋଜକ ଡ. ଦ୍ୱାରିକାନାଥ ନାୟକ, ଉପଜିଲାପାଳ ପ୍ରଦୀପ କୁମାର ସାହୁ, ମହାନଗର ନିଗମ କମିସନର ବିମଳେନ୍ଦୁ ରାୟ, ପ୍ରଚାରପ୍ରସାର ଆବାହକ ଲଲିତ ବେବର୍ତ୍ତା, ସୋସିଆଲ ମିଡିଆ ଆବାହକ ପାଣିନୀ ପ୍ରାଜ୍ଞ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ମାସ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଅଇଁଠାପାଲି ବିର୍ସା ମଇଦାନ (ପିଏଚଡି ପଡିଆ)ରେ ସମ୍ବଲପୁର ଲୋକ ମହୋତ୍ସବ ଆୟେଜିତ ହେବ। ତେଣୁ ପ୍ରଚାର ପ୍ରସାରରେ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିିଛି। ପ୍ରଥମଃ ସୋସିଆଲ ମିଡିଆରେ ୨୦ ହଜାର ଜନସାଧାରଣଙ୍କୁ ଗ୍ରୁପରେ ଲିଙ୍କ୍‌ କରାଯାଇଛି। ସୋମବାର ସମଲେଶ୍ୱରୀ ମନ୍ଦିରଠାରେ ସେଲ୍‌ଫି ଜୋନ କରାଯାଇଛି। ଏହି ଜୋନରେ ସହଶ୍ରାଧିକ ଯୁବତୀ ଯୁବକ ଫଟୋ ଉଠାଉଥିବା ଦେଖାଯାଇଥିଲା।

All Right Reserved By

ସମ୍ବଲପୁର

ମୁହାଣ ନାଳରେ ଭାସିଗଲେ ଯୁବକ: ବର୍ଷା ଯୋଗୁ ରେଢ଼ାଖୋଲ-ବିରମହାରାଜପୁର ବିଛିନ୍ନ

ରେଢ଼ାଖୋଲ,୨୨।୭(ଡି.ଏନ.ଏ.) ରେଢ଼ାଖୋଲ ଅଞ୍ଚଳରେ ଶନିବାର ଦିନ ତମାମ ପ୍ରବଳ ବର୍ଷା ଲାଗିରହିଛି। ବର୍ଷା ଯୋଗୁ ଛୋଟବଡ ନଇ ନାଳରେ ବନ୍ୟାପାଣି ପ୍ରବାହିତ ହେଉଛି। ରେଢ଼ାଖୋଲ-ବୀରମହାରାଜପୁର ରାସ୍ତାର ପିତାମହୁଲ ନିକଟରେ ଥିବା ପୋଲ ଉପରେ ପ୍ରାୟ ୫ଫୁଟ ବନ୍ୟାପାଣି ପ୍ରବାହିତ ହେଉଥିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବଂଶାଜାଲ ପଞ୍ଚାୟତର କୁଇଲିପଦର ଗାଁ ନିକଟରେ ଥିବା ମୁହାଣ ନାଳରେ ବନ୍ୟା ଜଳ ଯୋଗୁ କୁଇଲିପଦର ଗ୍ରାମର ସୁରେଶ କରଣ (୨୫) ନାମକ ଜଣେ ଯୁବକ ଭାସି ଯାଇଛନ୍ତି।

ଡ଼ମ୍ପର-କାର ଧକ୍କା: ଖବରଦାତା ମୃତ, ଝିଅ ଗୁରୁତର

ଡ଼ମ୍ପର-କାର ଧକ୍କା: ଖବରଦାତା ମୃତ, ଝିଅ ଗୁରୁତର

କୁଆଁରମୁଣ୍ଡା, ୨୨।୭(ଡି.ଏନ.ଏ.)-ରବିବାର ସକାଳ ପ୍ରାୟ ୯ଟା ୧୦ରେ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ୧୪୩ ନଂ. ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର ସହିତ ଡମ୍ପରର ମୁହାଁମୁହିଁ ଧକ୍କା ହୋଇଥିଲା। କାରରେ ଯାଉଥିବା ସ୍ଥାନୀୟ ଅଞ୍ଚଳର ଜଣେ ଖବରଦାତା ସଞ୍ଜୟ କୁମାର ରାଉଳ (୪୪)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କ ଝିଅ ଗୁରୁତର ହୋଇଛନ୍ତି।

ଦୁର୍ବୃତ୍ତଙ୍କ ଭୁଜାଲି ମାଡରେ ଜଣେ ମୃତ

ଦୁର୍ବୃତ୍ତଙ୍କ ଭୁଜାଲି ମାଡରେ ଜଣେ ମୃତ

ଲହୁଣୀପଡ଼ା,୨୨।୭ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ କୁଡେଇକଳା ଗଣିଘଷା ଗ୍ରାମରେ ଏକ ଅଘଟଣ ଘଟିଛି। କେହି ଜଣେ ଦୁର୍ବୃତ୍ତ ସମ୍ଭାରୁ ମୁଣ୍ଡା (୫୦) ନାମକ ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ହାଣି ହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, କୁଡେଇକଳା ପଞ୍ଚାୟତ କୁଡେଇକଳା- ହଳଦୀକାଞ୍ଚି ରାସ୍ତାରେ ଶନିବାର ସମ୍ଭାରୁ ମୁଣ୍ଡାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

୯.୪ ଟନ୍‌ ଚୋରା ଲୁହା ସ୍କ୍ରାପ ଜବତ, ଟ୍ରକ୍‌ ଚାଳକ ଗିରଫ

କୁଆଁରମୁଣ୍ଡା,୨୨।୭(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ସରକାରୀ ଡାଏରୀ ଫାର୍ମ ସମ୍ମୁଖ ୧୪୩ ନମ୍ବର ଜାତୀୟ ରାଜପଥରେ ଶନିବାର ମଧ୍ୟାହ୍ନରେ ରାଉରକେଲାରୁ କୁଆଁରମୁଣ୍ଡା ଚୋରା ଲୁହା ସ୍କ୍ରାପ ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି। ଚୋରା ଲୁହା ସ୍କ୍ରାପ ବୋଝେଇ ଟ୍ରକ(ନଂ.ଓଆର୧୬ଏ୨୭୯୮)କୁ ପୋଲିସ ଜବତ କରିଥିବା ବେଳେ ଟ୍ରକ୍‌ କକଚାଳକ ବଲଣ୍ଡା ଅଞ୍ଚଳର ଅର୍ଜୁନଶେଖର ଦେବ(୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବାର୍ଦ୍ଧକ୍ୟରେ ବିଦ୍ୟାଙ୍ଗ ପୁଅର ବୋଝ: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ କଲାବତୀ

ବାର୍ଦ୍ଧକ୍ୟରେ ବିଦ୍ୟାଙ୍ଗ ପୁଅର ବୋଝ: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ କଲାବତୀ

ସୁନ୍ଦରଗଡ଼,୨୨।୭(ଡି.ଏନ୍‌.ଏ.) ବୃଦ୍ଧା, ବୃଦ୍ଧଙ୍କ ନିମନ୍ତେ ସରକାର ବାର୍ଦ୍ଧକ୍ୟ ଭତ୍ତା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଏବେ ମଧ୍ୟ ଗ୍ରାମାଞ୍ଚଳରେ ଅନେକ ବୃଦ୍ଧା, ବୃଦ୍ଧ ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। କଳାବତୀ ଦୀପ ବୟସ ୭୬ ହେବ। ବୟସର ସାୟାନ୍ନରେ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ତାଙ୍କ ପାଇଁ ସାତସପନ ପାଲଟିଛି । ଭତ୍ତା ପାଇବା ପାଇଁ ପଞ୍ଚାୟତ ଅଫିସରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡି ନିରାଶ ହେବା ପରେ ଶେଷରେ ଶନିବାର ଜିଲାପାଳଙ୍କ ଅଫିସରେ ପହଞ୍ଚି ଭତ୍ତା ମଞ୍ଜୁର ପାଇଁ ଜିଲାପାଳଙ୍କୁ ଗୁହାରି କରିଛନ୍ତି।

ସିଆରସିସି, ଏବିଇଓଙ୍କୁ ଶିକ୍ଷକଙ୍କ ହତ୍ୟା ଧମକ

କୁଆଁରମୁଣ୍ଡା,୨୨।୭(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ ମଝାପଡ଼ା ଶିକ୍ଷା କ୍ଲଷ୍ଟର କେନ୍ଦୁମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଜନୈକ ସହକାରୀ ଶିକ୍ଷକ ବିଳମ୍ବରେ ସ୍କୁଲ ଆସୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସ୍ଥାନୀୟ ସିଆରସିସି ନବୀନ ଲାକ୍ରା ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ଜାଗିଦ୍‌ କରିଥିଲେ। ହେଲେ ସହକାରୀ ଶିକ୍ଷକ ଜଣକ କଥାକୁ ଭ୍ରୁକ୍ଷେପ ନ କରି ବାରମ୍ବାର ସ୍କୁଲ ବଳମ୍ବରେ ଆସୁଥିଲେ।

ପ୍ରଶାସନ-ସ୍ଥାନୀୟ ପ୍ରତିନିଧିଙ୍କ ଆଲୋଚନା: ବଢେଇମୁଣ୍ଡା ରାସ୍ତାରେ ପାଉଁଶ ଗାଡି ଚଳାଚଳ ବନ୍ଦ

ଝାରସୁଗୁଡା ଅଫିସ,୨୨।୭- ଭାରିଯାନ ଚଳାଚଳକୁ ବିରୋଧ କରି ବଢେଇମୁଣ୍ଡା ଠାରେ ରାସ୍ତା ଅବରୋଧ ପରେ ଶୁକ୍ରବାର ସମାଧାନ ପାଇଁ ପ୍ରଶାସନିକ ବୈଠକ ଡକାଯାଇଛି। ସାଧାରଣ ଲୋକ ଏବଂ ଛାତ୍ରୀଛାତ୍ରଙ୍କ ଯାତାୟତ ଯୋଗୁ ସକାଳ ୬ଟାରୁ ୧୦ଟା ଯାଏଁ ଦେବାଡିହି, ବଢେଇମୁଣ୍ଡା ଆରଡି ରୋଡରେ ଭାରିଯାନ ଚଳାଚଳ ବନ୍ଦ ରହିବ। ସେହିପରି ଏହି ରାସ୍ତାରେ ପାଉଁଶ ବୋଝେଇ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ସ୍ଥର କରାଯାଇଛି।

ଆନ୍ଦୋଳନ ଠାରୁ ଦୂରରେ ନେତା: ଭାଜପା, କଂଗ୍ରେସର ଟାଉନ ସଙ୍ଗଠନ ଦୁର୍ବଳ

ଝାରସୁଗୁଡା ଅଫିସ,୨୨।୭- ସହରାଞ୍ଚଳରେ ଅନେକ ସମସ୍ୟା। ରାସ୍ତା, ଡ୍ରେନ୍‌, ପାନୀୟଜଳ, ଆଲୋକ ବ୍ୟବସ୍ଥା, ଆବର୍ଜନା, ଜବରଦଖଲ, ବସ୍ତି, ଭେଣ୍ଡିଂଜୋନ, କଂସେଇଖାନା, କାଞ୍ଚିଆ ହାଉସ୍‌ ଭଳି ଗଣ୍ଡା ଗଣ୍ଡା ସମସ୍ୟ। ସେସବୁର ସମାଧାନ କରିବା ପ୍ରଶାସନିକ କାମ। ନ ହେଲେ ରାଜନୈତିକ ହସ୍ତକ୍ଷେପ। ଧାରଣା, ବିକ୍ଷୋଭ, ଆନ୍ଦୋଳନ, ଅନଶନ ଭଳି କଠୋର ପଦକ୍ଷେପ ଆବଶ୍ୟକ।

ଖୁଣ୍ଟି-ଚକୁଲି ସ୍କୁଲରେ ପରିବେଶ ସଚେତନତା ରାଲି: ଅତିଥିଙ୍କୁ ସ୍ବାଗତ କରିବା ପାଇଁ ଝୋଟି

ଖୁଣ୍ଟି-ଚକୁଲି ସ୍କୁଲରେ ପରିବେଶ ସଚେତନତା ରାଲି: ଅତିଥିଙ୍କୁ ସ୍ବାଗତ କରିବା ପାଇଁ ଝୋଟି

ସମ୍ବଲପୁର,୨୨।୭(ବ୍ୟୁରୋ) ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଖୁଣ୍ଟି-ଚକୁଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ଚାନ୍ଦଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ ସଭା ହୋଇଥିଲା। ମାନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ସଦାନନ୍ଦ ବିଶ୍ୱାଳ ମୁଖ୍ୟ ଅତିଥି, ଅତିରିକ୍ତ କ୍ଲବ ଶିକ୍ଷା ଅଧିକାରୀ ନାରାୟଣ ରାଉତ, ସିଆରସିସି ଧବଳେଶ୍ୱର ସାହୁ, ସ୍କୁଲ ଉପଦେଷ୍ଟା ହେମନ୍ତ ଶେଖର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଠକ କମ୍ପାନୀ ଉପରେ ଚଢ଼ାଉ, ୪ କର୍ମଚାରୀ ଗିରଫ

ଠକ କମ୍ପାନୀ ଉପରେ ଚଢ଼ାଉ, ୪ କର୍ମଚାରୀ ଗିରଫ

ସମ୍ବଲପୁର,୨୨।୭(ବ୍ୟୁରୋ) ଚାକିରି ଦେବା ନଁ।ରେ ଜାଲ୍‌ ନିଯୁକ୍ତି ପତ୍ର ଦେଇ ଯୁବକଙ୍କୁ ଠକିଥିବା ଠକ କମ୍ପାନୀ ଉପରେ ଚଢାଉ ହୋଇଛି। ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଥାନା ଜୟଦେବ ବିହାର ଅଞ୍ଚଳରେ ଥିବା ସଂକଳ୍ପ ଟ୍ରଷ୍ଟ ନାମକ ଏହି କମ୍ପାନୀର ୪ କର୍ମଚାରୀଙ୍କୁ ସମ୍ବଲପୁର ଜିଲା ଶାସନ ଥାନା ପୋଲିସ ଗିରଫ କରିଛି। ଏକ ଖବରଦାତା ସମ୍ମିଳନୀରେ ସମ୍ବଲପୁର ଏସ୍‌ପି ସଞ୍ଜୀବ ଅରୋରା ଏହା ଜଣାଇଛନ୍ତି।

ମହାନଦୀରେ ଡଙ୍ଗାବୁଡି ମତ୍ସ୍ୟଜୀବୀ ମୃତ: ୨ ଦିନ ପରେ ମୃତଦେହ ଉଦ୍ଧାର

ଲଖନପୁର,୨୨।୭(ଡି.ଏନ୍‌.ଏ)-ଝାରସୁଗୁଡା ଜିଲା ରେଙ୍ଗାଲି ଥାନା ଅଧିନ ୧୯ଖଣ୍ଡ ମୌଜା ଧୁଲୁଣ୍ଡା ଗ୍ରାମ ନିକଟ ମହାନଦୀରୁ ଶନିବାର ସ୍ଥାନୀୟ ପୋଲିସ୍‌ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ମତ୍ସ୍ୟଜୀବୀ ଜଣକ ହେଲେ ସେମିଲିଆ ଗ୍ରାମର ରଘୁବୀର ମଝିଆଁ(୪୭) । କଣ୍ଢେଇକେଲା ଫାଣ୍ଡି ପୋଲିସ୍‌ ମୃତଦେହକୁ ଜବତକରି ଝାରସୁଗୁଡାରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ହୀରାକୁଦ ଡ୍ୟାମ ଜଳସ୍ତର ୬୧୦.୭୧ ଛୁଇଁଲା

ହୀରାକୁଦ ଡ୍ୟାମ ଜଳସ୍ତର ୬୧୦.୭୧ ଛୁଇଁଲା

ସମ୍ବଲପୁର,୨୨।୭(ବ୍ୟୁରୋ)-ହୀରାକୁଦ ଜଳଭଣ୍ଡାର ଜଳସ୍ତର ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୧୦.୭୧ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧,୮୩,୦୦୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ସେହିପରି ବରଗଡ଼, ଶାସନ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରୀ, ପାୱାର ଚାନେଲ୍‌ ମାଧ୍ୟମରେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୫ହଜାର କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ