ରାଜ୍ୟ | ସମ୍ବଲପୁର

ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିଲେ, କାର୍‌ ମାଡିଗଲା: ଜଣେ ମୃତ, ୫ ଗୁରୁତର

ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିଲେ, କାର୍‌ ମାଡିଗଲା: ଜଣେ ମୃତ, ୫ ଗୁରୁତର

ନାକଟିଦେଉଳ, ୧।୧ (ଡି.ଏନ.ଏ.)
ନୂଆବର୍ଷର ପ୍ରଥମ ଦିନରେ ସୋମବାର ସମ୍ବଲପୁର ଜିଲା ନାକଟିଦେଉଳ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ରେଢ଼ାଖୋଲ-ଦେବଗଡ ରାସ୍ତାର ଚରଡପଶି ଛକରେ ରାସ୍ତାପାର୍ଶ୍ୱରେ ଛିଡା ହୋଇ ବସ୍‌କୁ ଅପେକ୍ଷା କରିଥିବାବେଳେ ଏକ କାର୍‌ ୬ ଜଣଙ୍କ ଉପରେ ଚଢି ଯାଇଛି। ଫଳରେ ଜଣେ ୩ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଅନ୍ୟ ୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାମ ଦୀପିକା କିଡୋ (୩) ଏବଂ ଘର ନାକଟିଦେଉଳ ଥାନା ଅନ୍ତର୍ଗତ ତିଲେଇମାଲରେ। ଆହତମାନେ ହେଲେ ଏହି ଥାନା ଅନ୍ତର୍ଗତ ଚରଡପଶି ଗ୍ରାମର ଗନ୍ତି କୁଲୁ (୧୯), ଅନିମା କୁଲୁ (୧୭), ରିତା କୁଲୁ (୧୮), ତିଲେଇମାଲ ଗ୍ରାମର ସରିତା କିଡୋ (ଦେଢ଼ ବର୍ଷ) ଓ ହୀରାମଣି କିଡୋ (୨୭)।
ନୂଆବର୍ଷରେ ଚର୍ଚ୍ଚକୁ ଯିବାକୁ ଏହି ୬ଜଣ ଚରଡପଶି ଛକରେ ସକାଳ ପ୍ରାୟ ସାଢ଼େ ୧୦ଟାବେଳେ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ରେଢ଼ାଖୋଲ ପଟରୁ ନାକଟିଦେଉଳ ଆସୁଥିବା କାର (୫ଦିନ ପୂର୍ବରୁ କିଣାଯାଇଛି) ଏମାନଙ୍କ ଉପରେ ମାଡି ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନା ପଠାଇଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ଦୀପିକାଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ଚରଡପଶି ଛକରେ ରାସ୍ତା ଉପରେ ଗଛ ପକାଇ ଅବରୋଧ କରିଥିଲେ। ଫଳରେ ଏହି ରାସ୍ତାରେ ଦୀର୍ଘ ସମୟ ଧରି ଗାଡିମୋଟର ଚଳାଚଳ ବନ୍ଦ ରହିଥିଲା। ଖବରପାଇ ନାକଟିଦେଉଳ ଥାନା ଅଧିକାରୀ ବିନୋଦ ଲାକ୍ରା, ଏଏସ୍‌ଆଇ ନିତ୍ୟାନନ୍ଦ ନାଏକ, ରେଢ଼ାଖୋଲ ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ ପ୍ରମୁଖ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ। ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଜବତ କରିବା ସହ ଉତ୍ତେଜିତ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ୱରେ ନାକଟିଦେଉଳ ତହସିଲଦାର ନୀଳାମ୍ବର ମହାନନ୍ଦ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ପୂର୍ବାହ୍ନ ପ୍ରାୟ ୧ଟାରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ତେବେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଭଙ୍ଗାରୁଜା କରିଥିଲେ। କିନ୍ତୁ ଗାଡି ଚାଳକ ପଳାଇ ଯିବାକୁ ସକ୍ଷମ ହୋଇଛନ୍ତି। ଏହି ଗାଡିଟି ସ୍ଥାନୀୟ ଗଉଡପଡାର ବୋଲି ପୋଲିସ କହିଛି।

All Right Reserved By

ରାଜ୍ୟ | ସମ୍ବଲପୁର

 ପଶୁ ଡାକ୍ତର ନିଯୁକ୍ତି ହେଉ ନହାନ୍ତି: ବ୍ୟାପୁଛି  ଫାଟୁଆ

ପଶୁ ଡାକ୍ତର ନିଯୁକ୍ତି ହେଉ ନହାନ୍ତି: ବ୍ୟାପୁଛି ଫାଟୁଆ

ବଇଣ୍ଡା,୧୭।୭(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ପଶୁ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପଶୁ ଡାକ୍ତର ଓ ଅନ୍ୟାନ କର୍ମଚାରୀ ନିଯୁକ୍ତି କରାଯାଉ ନ ଥିବା ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଠାକୁରଗଡ଼, ପାଇକସାହି, ସାନହୁଲା ଆଦି ପଶୁ ଡାକ୍ତରଖାନାରେ ପଶୁ ଡାକ୍ତର ପଦବୀ ଖାଲି ପଡ଼ିଛି। ଦୀର୍ଘଦିନ ଧରି ଏହି ପଦବୀ ପୂରଣ କରାଯାଉ ନ ଥିବା ଯୋଗୁ ଉକ୍ତ ଅଞ୍ଚଳରେ ପଶୁ ଗୁଡ଼ିକ ଚିକିତ୍ସା ପାଇପାରୁ ନାହାନ୍ତି। ଫଳରେ ଅନେକ ଗ୍ରାମରେ ଫାଟୁଆ ରୋଗ ବ୍ୟାପିବାରେ ଲାଗିଛି।

କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ

କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ

ଛେଣ୍ଡିପଦା,୧୭।୭(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କଣଲୋଇ ପଞ୍ଚାୟତ କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ କାଦୁଅ ପୂର୍ଣ୍ଣ ହୋଇଯାଉଛି। କଣଲୋଇ-ଭଟପାଳ ମୁଖ୍ୟ ରାସ୍ତାଠାରୁ ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ଏପରି ସମସ୍ୟା ସୃଷ୍ଟି ହୋଇଛି।

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ:୫ ଗିରଫ

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ:୫ ଗିରଫ

ଦିଗପହଣ୍ଡି,୧୭ା୭(ଡି.ଏନ.ଏ.): ଦିଗପହଣ୍ଡି-ଚିିକିଟି ମୁଖ୍ୟ ରାସ୍ତାର ଜକର ଗାଁ ନିକଟବର୍ତ୍ତି ରତନେଇ ପାହାଡ଼ ନିକଟରେ ଚାଲିଥିବା ବ୍ୟାଙ୍କ ଡକାୟତି ଯୋଜନାକୁ କେ.ନୂଆଗାଁ ପୋଲିସ ପଣ୍ଡ କରିଛି। ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା କଦଳୀବାଡ଼ ସାହିର ଅନୀଲ ସାହୁ, ଆଡ଼ୁଆ ସାହିର କାଶୀନାଥ ପାଢ଼ୀ, ଲାଞ୍ଜିପଲ୍ଲୀ ଗୁଡ଼ସେଡ୍‌ ରୋଡ ତେଲୁଗୁ ସାହିର ସନ୍ତୋଷ ଶବର, ବଡ଼ବଜାର ଥାନା ପ୍ରହଲ୍ଲାଦ ନଗର ୪ର୍ଥ ଲେନର ସୁରେନ୍ଦ୍ର ସ୍ବାଇଁ ଏବଂ ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଳୀ ରାମନଗର ତେଲିଗୁଡ଼ି ସାହିର ଅରୁଣ ପଣ୍ଡା।

ବଦଳିବ ହୀରାଖଣ୍ଡ ଏକ୍ସପ୍ରେସର ଦିଗ

ବଦଳିବ ହୀରାଖଣ୍ଡ ଏକ୍ସପ୍ରେସର ଦିଗ

ଝାରସୁଗୁଡା ଅଫିସ,୧୭ା୭: ରେଳ ବିଭାଗ ପକ୍ଷରୁ ବିଶାଖାପଟନମ୍‌-ଅମ୍ରିତସର ହୀରାଖଣ୍ଡ ଏକ୍ସପ୍ରେସ୍‌ ଗତିପଥ ପରିବର୍ତ୍ତନ ଘୋଷଣା କରାଯାଇଛି। ଏହି ଘୋଷଣାକୁ ବିରୋଧ କରି ବିଭିନ୍ନ ସାମାଜିକ ସଙ୍ଗଠନ ୧୯ ତାରିଖରେ ଝାରସୁଗୁଡା ବନ୍ଦ ଏବଂ ରେଳ ରୋକ ଜରିଆରେ ପ୍ରତିବାଦ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଜିଲା ପ୍ରଶାସନ ତରଫରୁ ମଙ୍ଗଳବାର ରେଳ କର୍ତ୍ତୃପକ୍ଷ ଏବଂ ସାମାଜିକ ସଙ୍ଗଠନର ଆଲୋଚନା ପାଇଁ ବୈଠକ ଡକାଯାଇଥିଲା। ଏଥିରୁ ରେଳ ବିଭାଗର ଏକପାଖିଆ ମନୋଭାବ କଥା ସ୍ପଷ୍ଟ ହୋଇଛି। କାରଣ ଝାରସୁଗୁଡା ରୋଡ ଷ୍ଟେଶନର ଭିତ୍ତିଭୂମିରେ ଜିଲାପାଳ ଅସନ୍ତୁଷ୍ଟ ଥିବା ବେଳେ ସେଠାକାର ସୁରକ୍ଷା ଏବଂ ନିରାପତ୍ତାକୁ ନେଇ ଝାରସୁଗୁଡା ଏସ୍‌ପି ସନ୍ଦିହାନ।

ବର୍ଷାରେ ଭୁଶୁଡିଲା କାନ୍ଥ : ଅଳ୍ପକେ ବର୍ତ୍ତିଲେ ପରିବାର

ବର୍ଷାରେ ଭୁଶୁଡିଲା କାନ୍ଥ : ଅଳ୍ପକେ ବର୍ତ୍ତିଲେ ପରିବାର

ମାଥିଲି , ୧୭।୭ (ଡି.ଏନ.ଏ)- ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ହାଟପଦାସାହିରେ ସୋମବାର ରାତିରେ ଲଗାଣ ବର୍ଷାରେ ଗୁନାକର ସଗରିଆଙ୍କ କାନ୍ଥ ଭୁଶୁଡିପଡିଛି । ତେବେ ଏଥିରେ ତାଙ୍କ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । କେହି ଏଥିରେ ଆହତ ହୋଇନାହାନ୍ତି। କିଛି ଦିନ ହେବ ମାଥିଲି ବ୍ଲକରେ ଲଗାଣ ବର୍ଷା ଜାରି ରହିଛି । ବର୍ଷାର ପ୍ରଭାବରେ ଅଞ୍ଚଳର ଅଧିକାଂଶ ଲୋକଙ୍କ ମାଟି ଘର କାନ୍ଥ ଧଶିଯାଉଛି । ସୋମବାର ରାତିରେ ଗୁନାକରଙ୍କ ସମେତ ତାଙ୍କ ସ୍ତ୍ରୀ, ୨ ଶିଶୁ ଓ ତାଙ୍କ ସମ୍ପର୍କୀୟ ମାଆ ଘରେ ଶୋଇଥିଲେ

 ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଖଣ୍ଡପଡା,୧୭।୭(ସ୍ବ.ପ୍ର.)-କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ବିରାଜିତ ସିଦ୍ଧେଶ୍ୱର ମହାଦେବ ମଙ୍ଗଳବାର କର୍କଟ ସଂକ୍ରାନ୍ତିରେ ଉତ୍ତରକୁ ଢ଼ଳିଛନ୍ତି। ଶତାଧିକ ଶ୍ରଦ୍ଧାଳୁ ନୀଳମାଧବ ଜୀଉଙ୍କ ପୀଠରେ ମହାଦେବଙ୍କ ଏହି ଅପୂର୍ବ ଦୃଶ୍ୟ ଦର୍ଶନ କରିଥିଲେ ।

ନିମାପଡ଼ା ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ଘଟଣା: କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନିମାପଡ଼ା ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ଘଟଣା: କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନିମାପଡ଼ା,୧୭।୭(ଡି.ଏନ୍‌.ଏ.): ଧନୁଆ ନଦୀ ବନ୍ଧ ପାର୍ଶ୍ୱରେ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ସୋମବାର ସାଧାରଣ ଲୋକମାନଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରଦାନ ଘଟଣାକୁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ମଙ୍ଗଳବାର ନିମାପଡ଼ା ବସ୍‌ଷ୍ଟାଣ୍ଡ ନିକଟରେ ଭାଜପା କର୍ମୀମାନେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

ଅଗଷ୍ଟ ୯ରେ ସିପିଏମ୍‌ର ଜେଲ୍‌ଭରୋ ଆନ୍ଦୋଳନ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରାଯାଉ। ରାଜ୍ୟର ସମସ୍ତ କୃଷି ଋଣ ଛାଡ଼ କରାଯାଉ। ଏହି ମର୍ମରେ ରାଜ୍ୟ ସିପିଏମ୍‌ ପକ୍ଷରୁ ଚଳିତ ଅଗଷ୍ଟ ୯ରେ ଜେଲ୍‌ଭରୋ ଆନ୍ଦୋଳନ କରାଯିବ।

ଧର୍ମେନ୍ଦ୍ରଙ୍କୁ ଦାମଙ୍କ ସମାଲୋଚନା: ଛେରାପହଁରାକୁ ଝାଡ଼ୁ ମାରିବା ସହ ତୁଳନା ନିଚ୍ଛକ ଅହଙ୍କାରର ପ୍ରତିଫଳନ

ଧର୍ମେନ୍ଦ୍ରଙ୍କୁ ଦାମଙ୍କ ସମାଲୋଚନା: ଛେରାପହଁରାକୁ ଝାଡ଼ୁ ମାରିବା ସହ ତୁଳନା ନିଚ୍ଛକ ଅହଙ୍କାରର ପ୍ରତିଫଳନ

ଭୁବନେଶ୍ୱର,୧୭୭।୭(ବ୍ୟୁରୋ): ଓଡ଼ିଆ ଜାତିର ସ୍ପନ୍ଦନ ହେଉଛନ୍ତି ଜଗନ୍ନାଥ। କେବଳ ତାଙ୍କର ନବକଳେବର ହୁଏ। ସେଠି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନବକଳେବର ହେବ, ତେବେ ଏହା ତାଙ୍କର ଅହଙ୍କାର ବୋଲି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି। ଉକ୍ତ ଅହଂକାରକୁ ପୁରୀବାସୀ ତଥା ଓଡ଼ିଆ ସହ୍ୟ କରିପାରିବେ ନାହିଁ।

ଗାଁକୁ ନାହିଁ ରାସ୍ତା: ୩ କିମି ବୁହାହେଲେ ରୋଗୀ

ଗାଁକୁ ନାହିଁ ରାସ୍ତା: ୩ କିମି ବୁହାହେଲେ ରୋଗୀ

ସଜନାଗଡ଼,୧୭।୭(ଡି.ଏନ୍‌.ଏ): ନୀଳଗିରି ଉପଖଣ୍ଡ ଶିଆଡ଼ିମାଳ ପଞ୍ଚାୟତ କୁଲଡ଼ିହା ପାଦଦେଶରେ ସିନ୍ଦୁରିଆ ଗ୍ରାମରେ ଜଣେ ରୋଗୀଙ୍କୁ ମଙ୍ଗଳବାର ଦୀର୍ଘ ତିନି କି.ମି. ବୋହି ଆଣିବା ପରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ହେଲେ ରୂହ୍ୟା ସିଂ।

କଟକ, ଭୁବନେଶ୍ୱରରୁ ସଂଗୃହୀତ ୨୧ ମାଛରେ ଫର୍ମାଲିନ୍‌ ନାହିଁ

କଟକ, ଭୁବନେଶ୍ୱରରୁ ସଂଗୃହୀତ ୨୧ ମାଛରେ ଫର୍ମାଲିନ୍‌ ନାହିଁ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଆନ୍ଧ୍ରରୁ ଆସୁଥିବା ମାଛରୁ ଫର୍ମାଲିନ୍‌ ବାହାରିବା ପରେ ଆମିଷ ଭକ୍ଷଣକାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଗତ କିଛି ଦିନ ହେବ ଆନ୍ଧ୍ର ମାଛର ଚାହିଦା ଓଡ଼ିଶା ବଜାରରେ ଖସିଯାଇଛି। ରାଜ୍ୟରେ ଉତ୍ପାଦନ ହେଉଥିବା ଦେଶୀ ମାଛର ଦାମ୍‌ ବହୁତ ବଢ଼ିଯାଇଛି।

ରାଜ୍ୟ ଜନସ୍ବାସ୍ଥ୍ୟ ବିଜ୍ଞାନଗାରର ନବୀକରଣ ହେବ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଓଡ଼ିଶା ରାଜ୍ୟ ଜନସ୍ବାସ୍ଥ୍ୟ ବିଜ୍ଞାନଗାରର ନବୀକରଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥି ସହିତ ଆବଶ୍ୟକ ହେଉଥିବା ଆହୁରି ୯ କୋଟି ଟଙ୍କା ଖାଦ୍ୟ ନମୁନା ପରୀକ୍ଷା ପାଇଁ ଯନ୍ତ୍ରପାତି ସକାଶେ ଯୋଗାଇ ଦେବେ।

Model This Week

ରୂପେଶ