ଅନଗୁଳ-ଢେଙ୍କାନାଳ

ବାଜି ରାଉତ ଛାତ୍ରାବାସରେ ଜିଲାପାଳ: ଅନ୍ତେବାସୀଙ୍କ ସହ ପାଳନ କଲେ ନବବର୍ଷ

ବାଜି ରାଉତ ଛାତ୍ରାବାସରେ ଜିଲାପାଳ: ଅନ୍ତେବାସୀଙ୍କ ସହ ପାଳନ କଲେ ନବବର୍ଷ


ଅନୁଗୋଳ ଅଫିସ,୧।୧- ବାଜି ରାଉତ ଛାତ୍ରାବାସ ଅନ୍ତେବାସୀଙ୍କ ଗହଣରେ ସୋମବାର ନବବର୍ଷ ପାଳନ କରିଛନ୍ତି ଅନୁଗୋଳ ଜିଲାପାଳ ଅନିଲ କୁମାର ସାମଲ। ପୂର୍ବାହ୍ନରେ ଜିଲାପାଳ ପହଞ୍ଚିବା ମାତ୍ରେ ଛାତ୍ରାବାସର ଜ୍ଞାନମନ୍ଦିରଠାରେ ଛାତ୍ରୀଛାତ୍ର ଓ କର୍ମକର୍ତ୍ତାମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଜିଲାପାଳ ପିଲାମାନଙ୍କ ପାଠପଢ଼ା ଓ ଜୀବନର ଲକ୍ଷ୍ୟ ସମ୍ପର୍କରେ ପାରି ବୁଝିଥିଲେ। ସେମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଅନ୍ତେବାସୀଙ୍କ ଉଜ୍ଜଳ ଭବିଷ୍ୟତ କାମନା ସହ ଭଲ ପାଠ ପଢ଼ି ଏହି ଐତିହ୍ୟ ସ୍ଥଳର ସୁନାମ ବଜାୟ ରଖିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ପୀଠର ରକ୍ଷଣାବେକ୍ଷଣ ସମ୍ପର୍କରେ ଉପସ୍ଥିତ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ଏଠାରେ ରହୁଥିବା ୮୦ ପିଲାଙ୍କ ଖାଦ୍ୟପାନୀୟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ଜିଲାପାଳଙ୍କ ଏହି ପରିଦର୍ଶନ ସମୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତଚନ୍ଦ୍ର ସେଠୀ, ବାଜି ରାଉତ ଛାତ୍ରାବାସ ଅଧୀକ୍ଷକ କୈଳାସଚନ୍ଦ୍ର ସାହୁ, ଅମ୍ଳାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

ମହିଳାଙ୍କଠାରୁ ସୁନାଚେନ ଲୁଟ୍‌

ମହିଳାଙ୍କଠାରୁ ସୁନାଚେନ ଲୁଟ୍‌

ତାଳଚେର,୧୭ା୭(ନି.ପ୍ର.)- କଲିୟାରୀ ଥାନା ନିକଟରେ ମଙ୍ଗଳବାର ଅପରାହ୍ନରେ ଲୁଟ୍‌ ହୋଇଛି। ୩ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ସ୍ବାମୀଙ୍କୁ ମାଡ଼ମାରି ତାଙ୍କଠାରୁ ସୁନାଚେନ ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ଭରତପୁର କୋଇଲା ଖଣିରେ ତାଳଚେର ସହରର ଭରତ ଚନ୍ଦ୍ର ସାମଲ ଫୋରମ୍ୟାନ ଭାବେ କାମ କରନ୍ତି।

ବାଇକ ଧକ୍କାରେ ଯୁବକ ମୃତ

ତାଳଚେର,୧୭ା୭(ନି.ପ୍ର.)- ଟିଟିପିଏସ୍‌ ଭେଲ କଲୋନୀ ମାର୍କେଟ ନିକଟରେ ମଙ୍ଗଳବାର ଅପରାହ୍ନରେ ବାଇକ୍‌ ଧକ୍କାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସେ ହଲେ ତାଳଚେର ବ୍ଲକ କଜଗନ୍ନାଥପୁରା ଗ୍ରାମର ବାବୁଲାଲ ପାତ୍ର (୪୨)। ବାବୁଲାଲ ନିଜ ଅଟୋକୁ ଭେଲ କଲୋନୀ ମାର୍କେଟ ନିକଟରେ ରଖି ଛିଡା ହୋଇଥିଲେ।

 ପଶୁ ଡାକ୍ତର ନିଯୁକ୍ତି ହେଉ ନହାନ୍ତି: ବ୍ୟାପୁଛି  ଫାଟୁଆ

ପଶୁ ଡାକ୍ତର ନିଯୁକ୍ତି ହେଉ ନହାନ୍ତି: ବ୍ୟାପୁଛି ଫାଟୁଆ

ବଇଣ୍ଡା,୧୭।୭(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ପଶୁ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପଶୁ ଡାକ୍ତର ଓ ଅନ୍ୟାନ କର୍ମଚାରୀ ନିଯୁକ୍ତି କରାଯାଉ ନ ଥିବା ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଠାକୁରଗଡ଼, ପାଇକସାହି, ସାନହୁଲା ଆଦି ପଶୁ ଡାକ୍ତରଖାନାରେ ପଶୁ ଡାକ୍ତର ପଦବୀ ଖାଲି ପଡ଼ିଛି। ଦୀର୍ଘଦିନ ଧରି ଏହି ପଦବୀ ପୂରଣ କରାଯାଉ ନ ଥିବା ଯୋଗୁ ଉକ୍ତ ଅଞ୍ଚଳରେ ପଶୁ ଗୁଡ଼ିକ ଚିକିତ୍ସା ପାଇପାରୁ ନାହାନ୍ତି। ଫଳରେ ଅନେକ ଗ୍ରାମରେ ଫାଟୁଆ ରୋଗ ବ୍ୟାପିବାରେ ଲାଗିଛି।

କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ

କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ

ଛେଣ୍ଡିପଦା,୧୭।୭(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କଣଲୋଇ ପଞ୍ଚାୟତ କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ କାଦୁଅ ପୂର୍ଣ୍ଣ ହୋଇଯାଉଛି। କଣଲୋଇ-ଭଟପାଳ ମୁଖ୍ୟ ରାସ୍ତାଠାରୁ ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ଏପରି ସମସ୍ୟା ସୃଷ୍ଟି ହୋଇଛି।

ବିପର୍ଯ୍ୟସ୍ତ ଟ୍ରାଫିକ୍‌, ଅସୁରକ୍ଷିତ ଲୋକେ

ବିପର୍ଯ୍ୟସ୍ତ ଟ୍ରାଫିକ୍‌, ଅସୁରକ୍ଷିତ ଲୋକେ

ବଅଁରପାଳ, ୧୭ା୭(ଡି.ଏନ.ଏ.)- ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ଘେରରେ ବଅଁରପାଳ ବଜାର। ଭିଡ଼ ନିୟନ୍ତ୍ରଣ ପାଇଁ ନା ଅଛନ୍ତି ଟ୍ରାଫିକ ପୋଲିସ ନା ଜଳୁଛି ଲାଇଟ୍‌। ୫୫ ଓ ୧୪୯ ନମ୍ବର ଜାତୀୟ ରାଜପଥ ସହ ସଂଯୋଗ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଛକ ପୋଲିସ ପ୍ରଶାସନ ଅବହେଳାର ଶିକାର ହୋଇଛି। ଫଳରେ ଦିନକୁ ଦିନ ଏଠାରେ ଯାତାୟାତ ସମସ୍ୟା ବଢିବା ସହ ଦୈନିକ ଛୋଟବଡ ଦୁର୍ଘଟଣାମାନ ଘଟୁଛି। ଏପରିକି ୨ ଦିନ ତଳେ ବଜାରରେ ଥିବା ଏକ ଟ୍ରାଫିକ୍‌ ପୋଷ୍ଟଟି ଗାଡ଼ି ଧକ୍କାରେ ଭାଙ୍ଗି ଯାଇଛି। ଏପରିସ୍ଥିତିରେ ବିପଦପୂର୍ଣ୍ଣ ଭାବେ ସେଠାରେ ଯାନବାହାନ ଚଳାଚଳକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଏସ୍‌ପିଙ୍କ ନିକଟରେ ଫେରାଦ ହେଲେ ଜରାସିଂହାବାସୀ

ଏସ୍‌ପିଙ୍କ ନିକଟରେ ଫେରାଦ ହେଲେ ଜରାସିଂହାବାସୀ

ଅନୁଗୋଳ ଅଫିସ, ୧୭ା୭- କୁମଣ୍ଡ ଭଣ୍ଡଗୋଳ ଅଞ୍ଚଳରେ ଗତ ୮ ତାରିଖରେ ନିହାର ରଞ୍ଜନ ସାହୁଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ପାଇଁ ଜରାସିଂହା ଗ୍ରାମ ସଭାପତିଙ୍କ ସହ ଏକ ପ୍ରତିନିଧି ଦଳ ସୋମବାର ଅନୁଗୋଳ ଏସ୍‌ପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଶ୍ରୀଗୁଣ୍ଡିଚା ଭଜନ ସମାରୋହର ତୃତୀୟ ସନ୍ଧ୍ୟା: ଭୁଜ ତଳେ ମୋତେ ରଖ ମହାବାହୁ..

ଶ୍ରୀଗୁଣ୍ଡିଚା ଭଜନ ସମାରୋହର ତୃତୀୟ ସନ୍ଧ୍ୟା: ଭୁଜ ତଳେ ମୋତେ ରଖ ମହାବାହୁ..

ଢେଙ୍କାନାଳ ଅଫିସ,୧୭।୭- ଢେଙ୍କାନାଳ ବାଜିଚୌକଠାରେ ୯ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଶ୍ରୀଗୁଣ୍ଡିଚା ଭଜନ ସମାରୋହର ସୋମବାର ଥିଲା ତୃତୀୟ ସନ୍ଧ୍ୟା।

କଙ୍କଡ଼ାହାଡ଼ ବ୍ଲକ ଅଫିସରେ ବର୍ଷା ପାଣି ପଶିଲା

ଢେଙ୍କାନାଳ ଅଫିସ,୧୭।୭- ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ କାର୍ଯ୍ୟାଳୟରେ ସୋମବାର ପାଣି ପଶିଯାଇଛି।

ପରିପୂର୍ଣ୍ଣ ଜୀବନ ପାଇଁ ନିଷ୍ଠାପର ସାଧନା ଜରୁରୀ

ପରିପୂର୍ଣ୍ଣ ଜୀବନ ପାଇଁ ନିଷ୍ଠାପର ସାଧନା ଜରୁରୀ

ଢେଙ୍କାନାଳ ଅଫିସ,୧୭।୭- ଢେଙ୍କାନାଳ ସଦର ବ୍ଲକ ବାରଦାସ୍ଥିତ ମାତୃଭବନ ପରିସରରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୩୮ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ପରିବେଶବିତ୍‌ ପ୍ରଦ୍ୟୁମ୍ନ କୁମାର ରଥ ମାତୃ ପତାକା ଉତ୍ତୋଳନ କରିବା ସହ ଛାତ୍ରୀଛାତ୍ରଙ୍କ ଦ୍ୱାରା ମାର୍ଚ୍ଚପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ। ଅରବିନ୍ଦଙ୍କ ଯୋଗ ଆଦର୍ଶରେ ଅନୁପ୍ରାଣିତ ହୋଇ ଶୃଙ୍ଖଳିତ ଜୀବନଯାପନ କରିବାକୁ ସେ ପରାମର୍ଶ ଦେଇଥିଲେ।

୩୫୮ ପରିବାରକୁ ଚାରା ବଣ୍ଟନ

ଭାପୁର,୧୭।୭(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଚନ୍ଦ୍ରଶେଖର ପ୍ରସାଦ ପଞ୍ଚାୟତ ଅଧୀନ ଅଉଖମା ଗ୍ରାମରେ କୃଷି ବିଭାଗ ପକ୍ଷରୁ କୃଷକ କଲ୍ୟାଣ ଅଭିଯାନରେ ସୋମବାର ୩୫୮ ପରିବାରକୁ ୧୭୯୦ ଆମ୍ବଚାରା ପ୍ରଦାନ କରାଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏ

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ତାଳଚେର, ୧୭ା୭(ନି.ପ୍ର.)- ତାଳଚେର ବ୍ଲକ କଲିୟାରୀ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ସୋମବାର ଅଭିଯୋଗ ହୋଇଛି।

ଭୁଜାଲି ଦେଖାଇ ନେଇଗଲେ ବାଇକ

ଭୁଜାଲି ଦେଖାଇ ନେଇଗଲେ ବାଇକ

ତାଳଚେର,୧୭ା୭(ନି.ପ୍ର.)- ତାଳଚେର ଥାନା ଅନ୍ତର୍ଗତ ଯଦୁନାଥପୁର ଗ୍ରାମ ନିକଟରେ ରବିବାର ରାତିରେ ଲୁଟ୍‌ ହୋଇଛି। ୩ ଜଣ ଦୁର୍ବୃତ୍ତ ଭୁଜାଲି ଓ ମାଉଜର ଦେଖାଇ ଏକ ବାଇକ ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି।

Model This Week

ରୂପେଶ