ଅନଗୁଳ-ଢେଙ୍କାନାଳ

ପୃଥକ୍‌ ଦୁର୍ଘଟଣା: ୨ମୃତ, ୪ ଗୁରୁତର

ପୃଥକ୍‌ ଦୁର୍ଘଟଣା: ୨ମୃତ, ୪ ଗୁରୁତର
ପରଜଙ୍ଗ, ୧।୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ସୋମବାର ପୃଥକ୍‌ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଲକ୍ଷ୍ମୀପୁର ଗ୍ରାମର ରୁଷିଆ କିଷାନ (୩୫) ଏବଂ ସାଆନ୍ଦା ଫାଣ୍ଡି ଅଧୀନ ବସନ୍ତପଡ଼ା ବାଲିସାହିର ବାସନ୍ତୀ ଖିଲାର (୫୦)। ଏହି ଦୁଇ ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି। ଭୋର୍‌ ୫ଟାରେ ମହାବିରୋଡ ଫାଣ୍ଡି ଅଧୀନ ୧୪୯ନଂ. ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ଟିପ୍ପର (ଓଡି ୦୯ ଏଚ୍‌ ୮୮୬୦) ସହିତ ୧୦ ଚକିଆ ଆଇରନ ବୋଝେଇ ଟ୍ରକ୍‌ (ଓଆର୍‌ ୧୯ ଏଫ୍‌ ୬୩୧୧)ର ମୁହଁମୁହଁ ଧକ୍କା ହୋଇଥିଲା। ଟିପ୍ପରରେ ଚାପି ହୋଇ ଘଟଣାସ୍ଥଳରେ ରୁଷିଆଙ୍କ ମୃତ୍ୟୁ ହୋଇଯାଇଥିଲା। ଟ୍ରକ ଚାଳକ ବନ୍ତଳା ଥାନା ପୁରୁଣାଗଡ଼ ଗ୍ରାମର ଜିତେନ କୁମାର ବେହେରା (୨୮) ଗାଡ଼ିରେ ଚାପି ହୋଇ ରହିଯାଇଥିଲେ। ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୀର୍ଘ ୧ଘଣ୍ଟାର ଉଦ୍ୟମ ପରେ ତାଙ୍କୁ ବାହାର କରାଯାଇଥିଲା। ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗିଯାଇଛି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରକ୍‌ଟି ପିତିରିରୁ ପାଲଲହଡ଼ା ଅଭିମୁଖେ ଯାଉଥିବାବେଳେ ସମ୍ମୁଖ ଭାଗରୁ ଆସୁଥିବା ଟିପ୍ପର୍‌ ସହ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ସ୍ବାଇଁ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଏ ନେଇ ଏକ ମାମଲା ରୁଜୁ ହୋଇଛି। ଅନ୍ୟଏକ ଘଟଣାରେ ସୋମବାର ଅପରାହ୍ନରେ ସାଆନ୍ଦା ଫାଣ୍ଡି ଅଧୀନ ଭାଲୁମୁଣ୍ଡା-ଆଲୁଅଝରଣ ରାସ୍ତାର ଅଁଳାକଟା ଗଁା ପାଟିଆଦାଣ୍ଡି ନିକଟରେ ସାଇକେଲ ପଛକୁ ବାଇକ୍‌ ଧକ୍କା ଦେବାରୁ ବାସନ୍ତୀ ଖିଲାର(୫୦)ଙ୍କ ମୃତ୍ୟୁ ଘଟିଛି। ବାଲିସାହିର ଜିତୁ ଖିଲାର ମା’ ବାସନ୍ତୀଙ୍କୁ ନେଇ ବଗିଚାକୁ ଯାଉଥିବାବେଳେ ପରଜଙ୍ଗ ଥାନା ଜହ୍ନାପଡ଼ା ଗ୍ରାମର ବାଇକ୍‌ ଚାଳକ ସୀତା ପଧାନ ତାଙ୍କୁ ପଛରୁ ଧକ୍କା ଦେଇଥିଲେ। ସୀତାଙ୍କ ସମେତ ବାଇକ୍‌ ପଛରେ ବସିଥିବା ଦରବ ନାଏକ ଏବଂ ଜିତୁ ଓ ବାସନ୍ତୀ ରାସ୍ତାରେ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ଘଟାଇ ସୀତା ପଳାଇ ଯାଉଥିବାବେଳେ ଜିତୁ ପ୍ରତିରୋଧ କରିଥିଲେ। ହେଲେ ସେ ଜିତୁଙ୍କୁ ମାଡ଼ମାରି ଆହତ ଅବସ୍ଥାରେ ଫେରାର ହୋଇଯାଇଛନ୍ତି। ୧୦୮ ଆମ୍ବୁଲାନ୍ସ ସହାୟତାରେ ଅନ୍ୟ ୩ଜଣଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବାସନ୍ତୀଙ୍କୁ ମୃତ ଘୋଷଣା କରିଥିଲେ। ଦରବଙ୍କୁ ମଣ୍ଡାପାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସାଆନ୍ଦା ଫାଣ୍ଡି ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ନାଳ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନାଳ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର,୧୮।୧୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା ଉର୍ବେଙ୍ଗି ନାଳ ଭିତରୁ  ମଙ୍ଗଳବାର  ବ୍ରାହ୍ମଣିଆ ଗ୍ରାମର ଶ୍ରୀକାନ୍ତ ନାୟକ(୪୦)ଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ପେଥାଇ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି। ଦିନରାତି ଝିପିଝିପି ଲାଗି ରହିଛି। ଏହାଦ୍ୱାରା ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଏହି ବର୍ଷା ପ୍ରଭାବରେ ଚାଷୀକୁଳ କ୍ଷତିଗ୍ରସ୍ତ ହୋଇଛନ୍ତି। 

ସାଲୁଇଖମଣ ଗ୍ରାମରେ ଦନ୍ତାହାତୀ ଉପଦ୍ରବ

ସାଲୁଇଖମଣ ଗ୍ରାମରେ ଦନ୍ତାହାତୀ ଉପଦ୍ରବ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ)-ଛେଣ୍ଡିପଦା ପଞ୍ଚାୟତ ସାଲୁଇଖମଣ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଦନ୍ତାହାତୀ ଉତ୍ପାତ କରିଥିବା ଜଣାପଡିଛି।

ସନ୍ଧ୍ୟା ୬ରୁ ସକାଳ ୬ ବିଦ୍ୟୁତ୍‌ କାଟ

ସନ୍ଧ୍ୟା ୬ରୁ ସକାଳ ୬ ବିଦ୍ୟୁତ୍‌ କାଟ

ବଇଣ୍ଡା, ୧୮।୧୨(ଡି.ଏନ.ଏ.)ସଞ୍ଜ ନଇଁବା କ୍ଷଣି ବିଦ୍ୟୁତ୍‌ କାଟ୍‌ କରିଦେଉଛି ବିଭାଗ। ଦିନେ କି ସପ୍ତାହେ ନୁହେଁ ମାସେ ହେଲାଣି ଅନ୍ଧାରରେ ହନ୍ତସନ୍ତ ହେଉଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଥିବା ୫ ପଞ୍ଚାୟତବାସୀ। 

ଘର, ଜମି ବଞ୍ଚାଇବାକୁ ପ୍ରଶାସନର ଦ୍ୱାରସ୍ଥ ଶିଥିରାସାହିବାସୀ:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଘର, ଜମି ବଞ୍ଚାଇବାକୁ ପ୍ରଶାସନର ଦ୍ୱାରସ୍ଥ ଶିଥିରାସାହିବାସୀ:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଅନୁଗୋଳ ଅଫିସ, ୧୮।୧୨ଅନୁଗୋଳ ପଞ୍ଚମହଲାରେ ଥିବା ଶିଥିରାସାହିର ଲୋକଙ୍କ ଜାଗା ହଡ଼ପ କରାଯାଇଥିବା ନେଇ ଅଞ୍ଚଳବାସୀ ସୋମବାର ଜିଲାପାଳଙ୍କ ସହଯୋଗ ଲୋଡ଼ିଛନ୍ତି।

ବିଦ୍ୟୁତ୍‌ ସଂସ୍ପର୍ଶରେ ହେଲ୍‌ପର ମୃତ

ବିଦ୍ୟୁତ୍‌ ସଂସ୍ପର୍ଶରେ ହେଲ୍‌ପର ମୃତ

ଓଡ଼ାପଡ଼ା, ୧୮ା୧୨(ଡି.ଏନ.ଏ.ଢେଙ୍କାନାଳ ଜିଲା ବାଲିମୀ ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ନିମବାହାଳି ନିକଟ କାର୍ଯ୍ୟରତ ଏସ୍କାଭେଟର (ମାଟିଖୋଳା ମେଶିନ) ହେଲ୍‌ପର ଦୀପକ ସାହୁ (୨୩)  ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି।

ରାସ୍ତା ମରାମତି ଦାବି:ଓଭରବ୍ରିଜ କାମ ବନ୍ଦ କଲେ ଗ୍ରାମବାସୀ

ରାସ୍ତା ମରାମତି ଦାବି:ଓଭରବ୍ରିଜ କାମ ବନ୍ଦ କଲେ ଗ୍ରାମବାସୀ

ପାଲଲହଡା,୧୮।୧୨(ଡି.ଏନ.ଏ.)ରାସ୍ତା ମରାମତି ଦାବିରେ ପାଲଲହଡା ନୋ-ଏଣ୍ଟ୍ରି ଛକଠାରେ ଏକ ଠିକାସଂସ୍ଥା ପକ୍ଷରୁ ଚାଲିଥିବା ଓଭରବ୍ରିଜ କାମକୁ ଗ୍ରାମବାସୀ ସୋମବାର ବନ୍ଦ କରିଛନ୍ତି। 

ଓଟିିପିିସିଏଲ୍‌ କାର୍ଯ୍ୟକୁ ବିରୋଧ:ମରିଚକଣରେ ଉତ୍ତେଜନା

ଓଟିିପିିସିଏଲ୍‌ କାର୍ଯ୍ୟକୁ ବିରୋଧ:ମରିଚକଣରେ ଉତ୍ତେଜନା

କାମାକ୍ଷାନଗର, ୧୮ା୧୨(ଡି.ଏନ୍‌.ଏ)ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ମରିଚକଣରେ ପ୍ରସ୍ତାବିତ ଓଟିପିସିଏଲ୍‌ ପ୍ରକଳ୍ପ କାର୍ଯ୍ୟକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଏହାକୁ ନେଇ ସୋମବାର ସନ୍ଧ୍ୟାରେ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଯୌତୁକ ନିର୍ଯାତନା ମାମଲା: ସ୍ବାମୀଙ୍କୁ କାରାଦଣ୍ଡ

ଯୌତୁକ ନିର୍ଯାତନା ମାମଲା: ସ୍ବାମୀଙ୍କୁ କାରାଦଣ୍ଡ


ଢେଙ୍କାନାଳ ଅଫିସ, ୧୭ା୧୨-ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ସାନବଉଳପୁର ଗ୍ରାମର ସବିତା ପାତ୍ର ଯୌତୁକ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ମହିଳା ଅଦାଲତ ବିଚାରପତି ଗୀତାଞ୍ଜଳି ନନ୍ଦ ଅଭିଯୁକ୍ତ ପ୍ରଫୁଲ୍ଲ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ  ୧ବର୍ଷ ୩ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ପାନ୍ଥର କ୍ରିକଫେଷ୍ଟ-୨୦୧୮:   ଏକ୍ସଟ୍ରିମ୍‌ ଟିମ୍‌ ଚାମ୍ପିୟନ

ପାନ୍ଥର କ୍ରିକଫେଷ୍ଟ-୨୦୧୮: ଏକ୍ସଟ୍ରିମ୍‌ ଟିମ୍‌ ଚାମ୍ପିୟନ

ଅନୁଗୋଳ ଅଫିସ, ୧୭।୧୨- ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅଫିସର୍ସ କ୍ଲବ ପକ୍ଷରୁ ୭ ଦିନ ଧରି ଚାଲିଥିବା ପାନ୍ଥର କ୍ରିକଫେଷ୍ଟ-୨୦୧୮ର ସୋମବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ଟିମ୍‌ ଏକ୍ସଟ୍ରିମ ଓ ଟିମ୍‌ ସ୍ପାର୍‌ଟନ ମଧ୍ୟରେ ଖେଳାଯାଇଥିଲା। ଏକ୍ସଟ୍ରିମ ଦଳ ୮ ୱିକେଟରେ ସ୍ପାର୍‌ଟନ ଦଳକୁ ପରାସ୍ତ କରି ପାନ୍ଥର କ୍ରିକଫେଷ୍ଟ-୨୦୧୮ ଚାମ୍ପିୟନ ହୋଇଛି। 

ଭଲିବଲ ଫାଇନାଲରେ ଟାକୁଆ ବିଜୟୀ

ଭଲିବଲ ଫାଇନାଲରେ ଟାକୁଆ ବିଜୟୀ

ତାଳଚେର,୧୭ା୧୨(ନି.ପ୍ର.)- ଏନ୍‌ଟିପସି କଣିହାଁ ପକ୍ଷରୁ ଏକ ଦିବସୀୟ ଭଲିବଲ ଟୁର୍ନାମେଣ୍ଟ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଣିହାଁ ବ୍ଲକର ୨୮ଟି ଗ୍ରାମର ପ୍ରତିଯୋଗୀ ଭାଗ ନେଇଥିଲେ।

୧୯ରେ ତାଳଚେର ବନ୍ଦ

୧୯ରେ ତାଳଚେର ବନ୍ଦ

ତାଳଚେର, ୧୭ା୧୨(ନି.ପ୍ର.)- ୪ ଦଫା ଦାବି ନେଇ ତାଳଚେର ସୁରକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୯ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି। ତାଳଚେର ସମସ୍ତ ଦୋକାନ, ବଜାର, ସ୍କୁଲ କଲେଜ, ଖଣିଖାଦାନ, ସରକାରୀ ଅଫିସ ସବ ସମେତ ଗାଡ଼ି ଚଳାଚଳ ବନ୍ଦ କରାଯିବ ବୋଲି ପରିଷଦ ସଦସ୍ୟମାନେ ସୂଚନା ଦେଇଛନ୍ତି।