ବାଲେଶ୍ୱର

ଯୁବଶକ୍ତି ଦେଶର ପ୍ରଚଣ୍ଡ ଶକ୍ତି

ଯୁବଶକ୍ତି ଦେଶର ପ୍ରଚଣ୍ଡ ଶକ୍ତି
ଭୋଗରାଇ, ୧।୧(ଡି.ଏନ.ଏ.)-ଯୁବକମାନେ ଅବକ୍ଷୟ ସମାଜକୁ ସୁଧାର ଆଣିବା ପାଇଁ ଅଣ୍ଟା ଭିଡ଼ିବାକୁ ହେବ। ଏଥିପାଇଁ ମନରେ ସାହସ, ମାନବିକ ମୂଲ୍ୟବୋଧ, ନୀତିନୈତିକତା ଓ ସମାଜ ପ୍ରତି କର୍ତ୍ତବ୍ୟ ପାଳନ କରିବାକୁ ପଡ଼ିବ। ଯୁବତୀଯୁବକମାନେ ହଁି ଇତିହାସର ଗତିପଥ ପରିବର୍ତ୍ତନ କରି ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଏ ଦେଶର ଯୁବଶକ୍ତି ହେଉଛନ୍ତି ପ୍ରଚଣ୍ଡ ଶକ୍ତି। ଏମାନଙ୍କ ଠାରୁ ଦେଶ ଓ ଜାତି ଅନେକ ଆଶା ରଖିଛନ୍ତି ବୋଲି ଦେଉଳା ଡାକ୍ତରଖାନା ପଡ଼ିଆରେ ରବିବାର ଭୋଗରାଇ ଯୁବ ମହୋତ୍ସବ ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ ବକ୍ତାମାନେ ମତପ୍ରକାଶ କରିଛନ୍ତି। ଯୁବ ଉତ୍ସବ କମିଟି ସଭାପତି ତାପସ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟବକ୍ତା ଭାବେ ଜିଲା ଉପ ଆରକ୍ଷୀ ଅଧିକ୍ଷକ ସନ୍ତୋଷ ନାୟକ, ସମ୍ମାନିତ ଅତିଥି ଭାବେ ବିଜେଡ଼ି ସଭାପତି ରମାକାନ୍ତ କରଣ, ବ୍ଲକ ଉପାଧ୍ୟକ୍ଷ ଦୀପକ ଦାସ, ଡା. ହରିଶ ଚନ୍ଦ୍ର ମହାନ୍ତି, ଶିକ୍ଷାବିତ୍‌ ପ୍ରଥମ ଗିରି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଦୁଇଦିନ ଧରି ଚାଲିଥିବା ଯୁବ ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇ ୨୦୧୮ ନୂତନବର୍ଷକୁ ଆତସବାଜି ଦ୍ୱାରା ସ୍ବାଗତ କରାଯାଇଥିଲା।
All Right Reserved By

ବାଲେଶ୍ୱର

‘ପରିଶ୍ରମ କର, ସଫଳତା ମିଳିବ’

‘ପରିଶ୍ରମ କର, ସଫଳତା ମିଳିବ’

ଭଦ୍ରକ ଅଫିସ,୨୨।୧୦-କହିବାଠାରୁ କାମରେ କରି ଦେଖାଇବାର ମଜା ନିଆରା। ଏ କଥାକୁ ଗୁରୁତ୍ୱ ଦେଇ ଭଦ୍ରକ କଚେରି ବଜାରର ଜଣାଶୁଣା ବ୍ୟବସାୟୀ ତଥା ଅନୁଷ୍ଠାନପ୍ରେମୀ ନରେନ୍ଦ୍ର ଓରଫ ପାଗୁଳୁ ସାହୁ(୬୨) ପଲିଥିନ ବ୍ୟବହାର ରୋକିବା କାମରେ ଲାଗିପଡ଼ିଛନ୍ତି। ନିଜ ହୋଟେଲ ପରିସରରେ ପଲିଥିନର ବ୍ୟବହାର ବନ୍ଦ କରି ଏଥିଲାଗି ‘ସଚେତନତା ଫଳକ’ ଲଗାଇଛନ୍ତି। ହୋଟେଲରୁ ପାର୍ସଲ ନେଉଥିବା ଲୋକଙ୍କୁ ଫଏଲ ଓ କାଗଜ ପ୍ୟାକେଟରେ ସେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଛନ୍ତି। ଘରୁ ବ୍ୟାଗ୍‌ ଆଣିବାକୁ ମଧ୍ୟ ଗ୍ରାହକମାନଙ୍କୁ ବୁଝାଉଛନ୍ତି। ନିଜେ ପରିଚାଳନା କରୁଥିବା ଏକ ଘରୋଇ ସ୍କୁଲ ଓ କଲେଜରେ ଅନୁରୂପ ସଚେତନତା ସୃଷ୍ଟି କରୁଛନ୍ତି।

ଫେସ୍‌ବୁକରେ ଅଶ୍ଳୀଳ ପୋଷ୍ଟ କରି ଶିକ୍ଷକ ଗିରଫ

ଫେସ୍‌ବୁକରେ ଅଶ୍ଳୀଳ ପୋଷ୍ଟ କରି ଶିକ୍ଷକ ଗିରଫ

ଧାମନଗର,୨୨।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ପଠାଣମହଲା ଗ୍ରାମର ଶିକ୍ଷକ  ସେକ୍‌ ସବାକତୁଲ୍ଲାଙ୍କୁ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ନେଇ ଅଶ୍ଳୀଳ ପୋଷ୍ଟ  କରିଥିବା ଅଭିଯୋଗରେ ପୋଲିସ  ଗିରଫ କରିଛି। ଫେସ୍‌ବୁକରେ ଅଶ୍ଳୀଳ ମନ୍ତବ୍ୟ ନେଇ ଦକ୍ଷିଣବାଡ଼ ଗ୍ରାମର ବିଜୟ ରାମଙ୍କ ଅଭିଯୋଗ କ୍ରମେ ଧାମନଗର ଥାନାରେ ଏକ ମାମଲା(ନଂ.୧୭୭/୧୮) ରୁଜୁ କରାଯାଇଛି। ଏନେଇ ପୋଲିସ ତଦନ୍ତ କରି ଶିକ୍ଷକ ସେକ୍‌ ସବାକତୁଲ୍ଲାଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଜଣେ ଶିକ୍ଷକ ହୋଇ ଏଭଳି ସାମ୍ପ୍ରଦାୟିକତା ଭେଦଭାବ ନେଇ ପୋଷ୍ଟ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଲା: ୨୯ରେ ଭଦ୍ରକ ଜିଲା ବନ୍ଦ ଡାକରା

ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଲା: ୨୯ରେ ଭଦ୍ରକ ଜିଲା ବନ୍ଦ ଡାକରା

ଭଦ୍ରକ ଅଫିସ,୨୨।୧୦-ଭଦ୍ରକ ଜିଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ବଢିବାରେ ଲାଗିଛି। ରବିବାର ଏଥିପାଇଁ ଭଦ୍ରକ ସମେତ ବାଙ୍ଗାଲୋରରେ ବିବିଧ କାର୍ଯ୍ୟକ୍ରମ କରାଯାଇ ଭଦ୍ରକ ମେଡିକାଲ କଲେଜ ସଂଗ୍ରାମୀ ସେନା ପକ୍ଷରୁ ଦାବିକୁ ଜୋରଦାର କରାଯାଇଛି। ବାଙ୍ଗାଲୋରଠାରେ ବସବାସ କରୁଥିବା ଭଦ୍ରକର ବାସିନ୍ଦାମାନେ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଉଠିଥିବା ଦାବିକୁ ସମର୍ଥନ ଜଣାଇ ଆଗକୁ ବାହାରିଥିବା ଜଣାଯାଇଛି। ପ୍ରବାସୀ ଭଦ୍ରକ ବାସିନ୍ଦା ରବିବାର ବାଙ୍ଗାଲୋରସ୍ଥିତ ଆଗ୍ରା ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ର ହୋଇଥିଲେ। 

ନିଯୁକ୍ତି ଦାବିରେ ବିକ୍ଷୋଭ

ନିଯୁକ୍ତି ଦାବିରେ ବିକ୍ଷୋଭ

ଭଣ୍ଡାରିପୋଖରୀ,୨୨।୧୦(ସ୍ବ.ପ୍ର.)-ଜମିହରା ଓ କ୍ଷତିଗ୍ରସ୍ତ ଚାଷୀ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ନିଯୁକ୍ତି ଦାବିରେ ଭଦ୍ରକ ସହର ଉପକଣ୍ଠ ନଳାଙ୍ଗଠାରେ ଥିବା ଡିବିଏଲ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନଳାଙ୍ଗଠାରେ ୧୬ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ଓ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଡିବିଏଲ ରୋଡ କମ୍ପାନୀ ଚାଷୀଙ୍କଠାରୁ ଜମି ଅଧିଗ୍ରହଣ କରି ଜମିହରାଙ୍କୁ ନିଯୁକ୍ତି ନ ଦେବା ଓ କ୍ଷତିପୂରଣ ପ୍ରଦାନରେ ଅନିୟମିତତା କରିଥିବା ପ୍ରତିବାଦରେ ଆନ୍ଦୋଳନ କରାଯାଇଥିଲା। 

ବାରିପଦାରେ ଦୁର୍ନୀତି -ଭ୍ରଷ୍ଟାଚାର ବିରୋଧୀ ଜନ ସମାବେଶ  ଚାରା ଦୁର୍ନୀତି କଥା ଦୋହରାଇଲେ ଦାମ

ବାରିପଦାରେ ଦୁର୍ନୀତି -ଭ୍ରଷ୍ଟାଚାର ବିରୋଧୀ ଜନ ସମାବେଶ ଚାରା ଦୁର୍ନୀତି କଥା ଦୋହରାଇଲେ ଦାମ

ବାରିପଦା ଅଫିସ,୨୨।୧୦- ମୟୂରଭଞ୍ଜ ଜିଲା ବାରିପଦା ସହର ଛଉ ପଡିଆଠାରେ ମୟୂରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ଦୁର୍ନୀତି-ଭ୍ରଷ୍ଟାଚାର ବିରୋଧୀ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା, ବରିଷ୍ଠ ଖବରଦାତା ରବି ଦାସ, ପୂର୍ବତନ ରାଜ୍ୟ ସମବାୟ ସମିତି ସଭାପତି ଯଜ୍ଞେଶ୍ୱର ବାବୁ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ଏମାନଙ୍କ ମଧ୍ୟରେ ରବି ଦାସ  ଆସି ନ ଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଭଲ ନ ରହିବାରୁ ବୈଜୟନ୍ତ ଅଧା ରାସ୍ତାରୁ ଫେରିଯାଇଥିଲେ। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଓ ପୂର୍ବତନ ରାଜ୍ୟ ସମବାୟ ସମିତି ସଭାପତି ଯଜ୍ଞେଶ୍ୱର ବାବୁ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସଭା କାର୍ଯ୍ୟ ଚାଲିଥିବା ବେଳେ ଜଣେ ଯୁବକ ମଞ୍ଚ ଆଡକୁ ମାଡି ଆସି ୨ଟି ପ୍ରଶ୍ନ ପଚାରିବାକୁ ଚାହିଁଥିଲେ। ଏନେଇ ସଭାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଏହି ଯୁବକଙ୍କୁ କାବୁ କରି ନେବା ପରେ ସଭା ଚାଲିଥିଲା। ପୂର୍ବତନ ମନ୍ତ୍ରୀ ରାଉତ ତାଙ୍କ ବକ୍ତବ୍ୟରେ  ମୟୂରଭଞ୍ଜ ଜିଲାରେ ହୋଇଥିବା ଚାରା ଦୁର୍ନୀତି ପ୍ରସଙ୍ଗ ଉଠାଇ ବର୍ତ୍ତମାନର ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ବାରିପଦାର ତତ୍‌କାଳୀନ ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମିଳିମିଶି ଏହି ଜିଲାରେ ବିଭିନ୍ନ ବେଆଇନ କାର୍ଯ୍ୟ କରିବା ସହ ଖଣି ଲୁଟ କରିଥିଲେ।  ମୟୂରଭଞ୍ଜର  ଚାରା ଦୁର୍ନୀତି ଧରିବାରୁ  ତାଙ୍କୁ  ଏଥିରୁ ନିବୃତ୍ତ ରହିବାକୁ କୋଟିଏ ଟଙ୍କା ଯଚା ଯାଇଥିଲା।  ମନା କରିବାରୁ ମନ୍ତ୍ରୀ ପଦ ଗଲା ବୋଲି ରାଉତ କହିଥିଲେ। 

‘ବଦଳିଛି ଆଇନଶୃଙ୍ଖଳା ପରିସ୍ଥିତି ’

‘ବଦଳିଛି ଆଇନଶୃଙ୍ଖଳା ପରିସ୍ଥିତି ’

ବାଲେଶ୍ୱର ଅଫିସ, ୨୨।୧୦-ବାଲେଶ୍ୱର ପୋଲିସ ପଡ଼ିଆରେ ୫୯ତମ ପୋଲିସ ଶହୀଦ ଦିବସ ରବିବାର ପାଳିତ ହୋଇଯାଇଛି।  ପୂର୍ବାଞ୍ଚଳ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା ମୁଖ୍ୟଅତିଥି ଏବଂ ଜିଲା ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର କୁମାର  ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ପରେଡ଼୍‌ର ଅଭିବାଦନ ଗ୍ରହଣ କରିଥିଲେ। 

ଅଶ୍ଳୀଳ ଫଟୋ ଭାଇରାଲ ପରେ ଆତ୍ମହତ୍ୟା କମ୍ପାନୀ ଫାଟକ ଆଗରେ ମହିଳା ସିକ୍ୟୁରିଟି କର୍ମଚାରୀଙ୍କ ମୃତଦେହ ରଖି  ଗ୍ରାମବାସୀଙ୍କ ପ୍ରତିବାଦ, ଉତ୍ତେଜନା

ଅଶ୍ଳୀଳ ଫଟୋ ଭାଇରାଲ ପରେ ଆତ୍ମହତ୍ୟା କମ୍ପାନୀ ଫାଟକ ଆଗରେ ମହିଳା ସିକ୍ୟୁରିଟି କର୍ମଚାରୀଙ୍କ ମୃତଦେହ ରଖି ଗ୍ରାମବାସୀଙ୍କ ପ୍ରତିବାଦ, ଉତ୍ତେଜନା

ବାହାନଗା, ୨୨ା୧୦(ଡି.ଏନ.ଏ.)-ଅଶ୍ଳୀଳ ଫଟୋ ଭାଇରାଲ ହେବା ପରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ ମହିଳା ସିକ୍ୟୁରିଟି କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା ନେଇ ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀ କମ୍ପାନୀ ଫାଟକ ଆଗରେ ମୃତଦେହ ରଖି ପ୍ରତିବାଦ କରିବା ସହ କ୍ଷତିପୂରଣ ଦାବି କରିଥିଲେ। ଏନେଇ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। କମ୍ପାନୀ କର୍ତ୍ତୃପକ୍ଷ ମୃତ କର୍ମଚାରୀଙ୍କ ଦୁଇ ପିଲାଙ୍କ ପାଇଁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। 

ପଦ୍ମ ଧରିଲେ ପଦ୍ମଲୋଚନ, ଶୁଭଙ୍କର: କଂଗ୍ରେସକୁ ‘ଫୁଟା ଡଙ୍ଗା’ ବୋଲି କହିଲେ

ପଦ୍ମ ଧରିଲେ ପଦ୍ମଲୋଚନ, ଶୁଭଙ୍କର: କଂଗ୍ରେସକୁ ‘ଫୁଟା ଡଙ୍ଗା’ ବୋଲି କହିଲେ

ଖଇରା, ୨୨।୧୦(ଡି.ଏନ.ଏ.)-ଭାଜପାରେ ବିରୋଧାଭାସ ସତ୍ତ୍ୱେ କଂଗ୍ରେସର ବରିଷ୍ଠନେତା, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଏବଂ  ଅନ୍ୟତମ ଟାଣୁଆ ନେତା ଶୁଭଙ୍କର ମହାପାତ୍ର ରବିବାର ଆନୁଷ୍ଠାନିକ ଭାବେ ଏହି ଦଳରେ ସାମିଲ ହୋଇଛନ୍ତି। ସେମାନଙ୍କ ସହ ବହୁ ଅନୁଗତ ଓ ସମର୍ଥକ କଂଗ୍ରେସ ଦଳ ଛାଡିଛନ୍ତି।  ସେମାନେ କଂଗ୍ରେସକୁ ଫୁଟା ଡଙ୍ଗା କହିବା ସହ ଏହା କେତେ ବେଳେ ବୁଡିବ ତାହା ଉପରେ ଭରସା ନାହିଁ ବୋଲି ବାଲେଶ୍ୱର ଜିଲା  ଖଇରା ବ୍ଲକର ପତିରାଜପୁର ମେଳନ ପଡିଆଠାରେ ଆୟୋଜିତ ମିଶ୍ରଣ ସଭାରେ ବକ୍ତବ୍ୟ ରଖି କହିଛନ୍ତି। 

ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ ଘଟଣା: ୧୦ଜଣଙ୍କ ନାମରେ  ମାମଲା, କଲ୍ୟାଣୀ ଗାଁରେ ଚାପା ଉତ୍ତେଜନା

ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଆକ୍ରମଣ ଘଟଣା: ୧୦ଜଣଙ୍କ ନାମରେ ମାମଲା, କଲ୍ୟାଣୀ ଗାଁରେ ଚାପା ଉତ୍ତେଜନା

ନୀଳଗିରି, ୨୧ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମଛୁଆ ପଞ୍ଚାୟତ କଲ୍ୟାଣୀ ଗାଁରେ ଗୁଣିଗାରେଡି ସନ୍ଦେହରେ ଶ୍ରୀମତୀ ସିଂ ନାମ୍ନୀ ମହିଳାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ରବିବାର ୧୦ଜଣଙ୍କ ନାମରେ ମାମଲା(ନଂ.୨୪୧/୧୮) ରୁଜୁ କରିଛି। ଏହାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ନଳିତା ମୋଦୀ କହିଛନ୍ତି। ଅଭିଯୁକ୍ତମାନେ ହେଲେ କାର୍ତ୍ତିକ ସିଂ, ଅନାଦି ସିଂ, ଗଙ୍ଗାଧର ସିଂ, ପୂର୍ଣ୍ଣ ସିଂ, ଜଳଧର ସିଂ, ବର୍ଜୁ ସିଂ, କାନ୍ଦୁରୁ ସିଂ ,ବସନ୍ତ ସିଂ, ରମା ସିଂ ଓ ମହେଶ୍ୱର ସିଂ। ଏହାକୁ ନେଇ  ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।

‘ବିଜୟା ମିଳନ ସାରସ୍ବତ ଓ ସାଂସ୍କୃତିକ ଜୀବନକୁ ସମୃଦ୍ଧ କରିଛି’

‘ବିଜୟା ମିଳନ ସାରସ୍ବତ ଓ ସାଂସ୍କୃତିକ ଜୀବନକୁ ସମୃଦ୍ଧ କରିଛି’

ଜଳେଶ୍ୱର, ୨୧ା୧୦(ଡି.ଏନ.ଏ.)-ସାଂପ୍ରତିକ ସାମାଜିକ ପରିସ୍ଥିତିରେ ବିଜୟା ମିଳନ ଉତ୍ସବର ପ୍ରାସଙ୍ଗିକତା ରହିଛି ଓ ରହିବ। ଏହା ଆମ ସାରସ୍ବତ ଓ ସାଂସ୍କୃତିକ ଜୀବନକୁ ସମୃଦ୍ଧ ଓ ରୁଚିଶୀଳ କରିଆସିଛି ବୋଲି ବାଲେଶ୍ୱର ଜିଲା ଜଳେଶ୍ୱର ଦୀନକୃଷ୍ଣ ସ୍ମୃତି ପରିଷଦ ତରଫରୁ ରବିବାର ଅନୁଷ୍ଠିତ ବିଜୟା ମିଳନ-୨୦୧୮ ଉତ୍ସବରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। 

୪ ଫୁଟ ଲମ୍ବର ଗୋଖର ସାପ ଉଦ୍ଧାର

୪ ଫୁଟ ଲମ୍ବର ଗୋଖର ସାପ ଉଦ୍ଧାର

ବିଶୋଇ,୨୧।୧୦-ବିଶୋଇ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ  କୁନ୍ଦୁଳିଆ ଗ୍ରାମର ଜଗନ୍ନାଥ ନାଏକଙ୍କ ଘରୁ  ଏକ ଗୋଖର ସାପ ଉଦ୍ଧାର ହୋଇଛି । ଜଗନ୍ନାଥ ଏନେଇ   ବିଶୋଇ ବନ ବିଭାଗକୁ ଜଣାଇବା ପରେ  ରେଞ୍ଜର ଗୁରୁଚରଣ ମଣ୍ଡଳଙ୍କ ନିର୍ଦ୍ଦେଶକ୍ରମେ ବନରକ୍ଷୀ  ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ।

ଅବକାରୀ ବିଭାଗ ଅତର୍କିତ ଚଢ଼ାଉ, ୩ ଚୋରା ମଦ ବେପାରୀ ଗିରଫ

ଅବକାରୀ ବିଭାଗ ଅତର୍କିତ ଚଢ଼ାଉ, ୩ ଚୋରା ମଦ ବେପାରୀ ଗିରଫ

ଜଳେଶ୍ୱର, ୨୧ା୧୦(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳର ଚନ୍ଦନା, ବିରିଶପୁର ଓ ଗୋପ ଗ୍ରାମରେ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ୩ ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୭୦ ଲିଟର ରନ୍ଧା ଦେଶୀମଦ ଜବତ ହୋଇଛି।