ବାଲେଶ୍ୱର

ନବବର୍ଷ ଉପଲକ୍ଷେ ନୀଳଗିରି ଚଳଚଞ୍ଚଳ

ନବବର୍ଷ ଉପଲକ୍ଷେ ନୀଳଗିରି ଚଳଚଞ୍ଚଳ

ସଜନାଗଡ଼,୧।୧(ଡି.ଏନ.ଏ.)-ସୋମବାର ଥିଲା ନବବର୍ଷ। ନବବର୍ଷ ଉପଲକ୍ଷେ ନୀଳଗିରି ବ୍ଲକରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଲୋକାରଣ୍ୟ ହୋଇପଡିଥିଲା। ପୁରୁଣା ବର୍ଷକୁ ବିଦାୟ ଦେଇ ନବବର୍ଷକୁ ସ୍ବାଗତ କରିବା ପାଇଁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ପର୍ଯ୍ୟଟକମାନେ ନିଜ ପରିବାର, ବନ୍ଧୁବାନ୍ଧବଙ୍କ ସହ ଭିଡ ଜମାଇଥିଲେ। ପ୍ରାୟ ୧ଲକ୍ଷରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ସୋମବାର ନବବର୍ଷ ପଡ଼ିଥିବାରୁ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ପିକ୍‌ନିକ୍‌ର ମଜା ଉଠାଇଥିଲେ। ଏହାସହ ଜଗନ୍ନାଥ ମନ୍ଦିର, ମାଉସୀମା’ ମନ୍ଦିରରେ ଅଭଡ଼ା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ବହୁ ସଂଖ୍ୟାରେ ଯାନବାହନ ଚଳପ୍ରଚଳ ଯୋଗୁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ରାସ୍ତା ପ୍ରାୟ ୩ରୁ ୪ ଘଣ୍ଟା ଧରି ଜାମ୍‌ ହୋଇ ରହିଥିଲା। ନୀଳଗିରି ପୋଲିସ୍‌ ପହଞ୍ଚତ୍ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଏହାସହ ନୀଳଗିରି ରାଜବାଟୀ, ସଜନାଗଡ଼ ଚଣ୍ଡି ମନ୍ଦିର, କୁଲଡ଼ିହା ଅଭୟାରଣ୍ୟ ଆଦି ସ୍ଥାନରେ ପ୍ରବଳ ଜନସମାଗମ ହୋଇଥିଲା। କୁଲଡିହା ଅଭୟାରଣ୍ୟରେ ହାତୀଙ୍କର ଆଡ୍ଡାସ୍ଥଳୀ ହୋଇଥିବାରୁ ପର୍ଯ୍ୟଟକମାନେ ହାତୀଙ୍କର ଗାଧୁଆ, ପାଣି ପିଉଥିବା ଦୃଶ୍ୟ ଦେଖିବା ସହ ବନ୍ୟବିଭାଗରୁ କରାଯାଇଥିବା ନେଚର ପାର୍କରେ ମଜା ନେଇଥିଲେ। କୁଲଡିହା ରେଞ୍ଜର ଲକ୍ଷ୍ମଣ ପ୍ରଧାନ ଅଭୟରଣ୍ୟକୁ ଯାଉଥିବା ପର୍ଯ୍ୟଟକମାନଙ୍କ ଉପରେ ଦୃଷ୍ଟି ରଖିଥିଲେ। ସ୍ବର୍ଣ୍ଣଚୂଡ଼ ପାହାଡ଼ ପାଦଦେଶରେ ସ୍ଥାନେ ସ୍ଥାନେ ବଣଭୋଜି ହେଉଥିବାର ଦେଖିବାକୁ ମଳିଥିଲା। ପର୍ଯ୍ୟଟକଙ୍କ ଭିଡକୁ ନଜରରେ ରଖି ନୀଳଗିରି ଆଇଆଇସି ରମେଶ ସିଂ ଛକସ୍ଥାନରେ ଟ୍ରାଫିକ୍‌ ବ୍ୟବସ୍ଥା କରାଇଛନ୍ତି।

All Right Reserved By

ବାଲେଶ୍ୱର

ସୋମବାର ମାଉସୀ ଘରକୁ ବିଜେ କରିବେ ତିନି ଠାକୁର

ବାରିପଦା ଅଫିସ,୧୫।୭- ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଦିନକ ପରେ ବାରିପଦା ରଥଟଣା ଯିବା ଏକ ନିଆରା ପରମ୍ପରା ଭାବେ ପାଳିତ ହୋଇଆସୁଛି। ଶନିବାର ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥିବା ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ବର୍ଷାରେ ମିନି ଷ୍ଟାଡିୟମ  ବେହାଲ

ବର୍ଷାରେ ମିନି ଷ୍ଟାଡିୟମ ବେହାଲ

ଭଞ୍ଜକିଆ,୧୫।୭(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ଭଞ୍ଜକିଆ ମିନି ଷ୍ଟାଡିୟମ ବର୍ଷାରେ ବେହାଲ ହୋଇ ପଡିଛି। ଜଳ ନିଷ୍କାସନ ହୋଇ ପାରୁ ନ ଥିବାରୁ ପଡିଆରେ ବର୍ଷାପାଣି ଜମି ରହିଛି।

ବେଦୀ ମଣ୍ଡପକୁ ବିଜେ ହେଲେ ଦିଅଁ

ବେଦୀ ମଣ୍ଡପକୁ ବିଜେ ହେଲେ ଦିଅଁ

ରାଇରଙ୍ଗପୁର,୧୫।୭(ଡି.ଏନ.ଏ.)-ରାଇରଙ୍ଗପୁରଠରେ ବହୁ ସଂଖ୍ୟାରେ ମହିଳା ଓ ଅନ୍ୟ ଶ୍ରଦ୍ଧାଳୁ ଯୋଗ ଦେଇ ଅଧାକାଟରେ ଅଟକିଥିବା ରଥକୁ ରବିବାର ଟାଣିଥିଲେ।

ନର୍କକୁଣ୍ଡ ପାଲଟିଛି ରାସ୍ତା

ନର୍କକୁଣ୍ଡ ପାଲଟିଛି ରାସ୍ତା

କେନ୍ଦୁଝର, ୧୫।୭(ସ୍ବ.ପ୍ର.): ୪୯ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ସହର ଗାନ୍ଧୀଛକ ନିକଟରେ ବିଶାଳକାୟ ଖାଲଖମା ସୃଷ୍ଟି ହୋଇ ନର୍କକୁଣ୍ଡ ପାଲଟିଛି। ତାହା ଦୁର୍ଘଟଣାର କାରଣ ହୋଇଛି।

ଶିକ୍ଷକ ପଦୋନ୍ନତି ମାନ୍ୟତାକୁ ସ୍ବାଗତ

ଝୁମ୍ପୁରା, ୧୫।୭(ଡି.ଏନ.ଏ.): ପ୍ରାଥମିକ ଶିକ୍ଷା ବିଭାଗରେ ଶିକ୍ଷକଙ୍କ ମାନ୍ୟତା, ପଦନ୍ନୋତି ନେଇ ପ୍ରାଥମିକ ଶିକ୍ଷକ ସଂଘ, ଶିକ୍ଷା ସହାୟକ ସଂଘ, ଜିଲା ପରିଷଦ ଶିକ୍ଷକ ସଂଘ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା।

ସ୍ବାବଲମ୍ବୀ ସମୃଦ୍ଧ ଓଡ଼ିଶା ଗଠନ ଆହ୍ବାନ

ପାଟଣା, ୧୫।୭(ସ୍ବ.ପ୍ର.): ପାଟଣା ମୁଖ୍ୟାଳୟଠାରେ ବୁଧବାର ଉତ୍କଳ ଭାରତ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ହୋଇଥିଲା। ଏଥିରେ ଉତ୍କଳ ଭାରତର ରାଜ୍ୟ ସଭାପତି ମହାମେଘ ବାହନ ଐରଖାରବେଳ ସ୍ବାଇଁ ଯୋଗଦେଇ ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ଆହ୍ବାନ ଦେଇଥିଲେ। ଉତ୍କଳ ଭାରତକୁ ଜିତାଇଲେ ଓଡ଼ିଶା ଶିଳ୍ପ ସମୃଦ୍ଧ ହେବା ସହ ଯୁବତୀଯୁବକ କର୍ମନିଯୁକ୍ତି ପାଇବେ, ଏକ ସ୍ବାବଲମ୍ବୀ ସମୃଦ୍ଧ ଓଡ଼ିଶା ଗଠନ ହେବ ବୋଲି ସ୍ବାଇଁ କହିଥିଲେ।

୩୦ରେ ସୋର ପ୍ରୋଗ୍ରେସିଭ ବାର୍‌ ନିର୍ବାଚନ

ସୋର, ୧୫ ।୭(ଡ଼ି.ଏନ୍‌.ଏ.)-ସୋର ପ୍ରୋଗ୍ରେସିଭ ବାର ଆସୋସିଏଶନର ସାଧାରଣ ନିର୍ବାଚନ ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧିକାରୀ ଦୟାନିଧି ଓଝା ପ୍ରକାଶ କରିଛନ୍ତି ।

‘ପ୍ରଜ୍ଞାପ୍ରଦୀପ’ ଉନ୍ମୋଚନ ଉତ୍ସବ

‘ପ୍ରଜ୍ଞାପ୍ରଦୀପ’ ଉନ୍ମୋଚନ ଉତ୍ସବ

ବାହାନଗା, ୧୫।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତର ଥିବା ଦୟାକୃଷ୍ଣ ନିବାସରେ ଷାଣ୍ମାସିକ ପତ୍ରିକା ‘ପ୍ରଜ୍ଞା ପ୍ରଦୀପ’ ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

 ପ୍ରଧାନଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ପ୍ରଧାନଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ରୂପ୍‌ସା, ୧୫।୭(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କସିପଦା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପଣ୍ଡାଙ୍କୁ ଶୁକ୍ରବାର ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରାକ୍ତନ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ମିଶନ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

ବାଲେଶ୍ୱର ଅଫିସ,୧୫।୭-ବାଲେଶ୍ୱର ମିଶନ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଶୁକ୍ରବାର ବନ ମହୋତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ହିମାଂଶୁ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାମାଜିକ କର୍ମୀ ଅଜୟ କୁମାର ବିଶ୍ୱାଳ ମୁଖ୍ୟଅତିଥି ଭାବରେ ଯୋଗଦେଇ ବୃକ୍ଷର ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ।

୩ ଚୋରା ମଦ ବେପାରୀ ଗିରଫ

ନୀଳଗିରି, ୧୫।୭(ଡି.ଏନ.ଏ.)-ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ଥାନାର ବିଭିନ୍ନ ସ୍ଥାନରେ ରବିବାର ଚଢାଉ କରାଯାଇ ୩ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି।

ପଥର ଗାଡ଼ି ଜବତ, ମାମଲା ରୁଜୁ

ବଡ଼ସାହି,୧୫।୭(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ଅଞ୍ଚଳରେ ବେଆଇନ ଭାବେ ଚୋରାରେ ଚାଲାଣ ହେଉଥିବା ଏକ ମାଙ୍କଡା ପଥର ବୋଝେଇ ଟ୍ରକକୁ ଶନିବାର ପୋଲିସ ଜବତ କରିଛି ।

Model This Week

ରୂପେଶ