ସମ୍ବଲପୁର

ମାଟ୍ରିକ ପରୀକ୍ଷାକୁ ଦେଢ଼ମାସ ବାକି:ଏବେ ପହଞ୍ଚିଲା ଜନଜାତି ପିଲାଙ୍କର ପାଠ୍ୟ ପୁସ୍ତକ

ମାଟ୍ରିକ ପରୀକ୍ଷାକୁ ଦେଢ଼ମାସ ବାକି:ଏବେ ପହଞ୍ଚିଲା ଜନଜାତି ପିଲାଙ୍କର ପାଠ୍ୟ ପୁସ୍ତକ

ବୀରମହାରାଜପୁର, ୧।୧(ଡି.ଏନ.ଏ)
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷା ଫେବୃୟାରୀ ୨୩ ତାରିଖରୁ ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇସାରିିଛି । ଅଥଚ ଉକ୍ତ ଶ୍ରେଣୀ (ଦଶମ)ରେ ଅଧ୍ୟୟନ କରୁଥିବା ତହସିଲଭୁକ୍ତ ଜାତି/ଜନଜାତି ଛାତ୍ରୀଛାତ୍ରଙ୍କ ପାଖରେ ଅଦ୍ୟାବଧି ନିର୍ଦ୍ଧାରିତ ପାଠ୍ୟ ପୁସ୍ତକ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସବୁ ପଢ଼ାବହି (ଟେକ୍ସଟ ବୁକ୍‌) ଯୋଗାଇବାର ବ୍ୟବସ୍ଥା ଥିଲେ ହେଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଏ ଯାବତ୍‌ ତାହା ସମ୍ଭବପର ହୋଇ ପାରି ନାହିଁ। ଖବର ନେବାରେ ଜଣାଯାଏ ଯେ, ନୂଆବର୍ଷ ସକାଳୁ ଏକ ବହି ବୋଝେଇ ଟ୍ରକ୍‌ କଟକରୁ ଆସି ସ୍ଥାନୀୟ ସରକାରୀ ହାଇସ୍କୁଲ ଅର୍ଥାତ୍‌ ବ୍ଲକ ନୋଡାଲ ସେଣ୍ଟର ପହଞ୍ଚତ୍ଥିଲା । ଏ ସମ୍ପର୍କରେ ସରକାରୀ କର୍ତ୍ତୃପକ୍ଷ ପାଟି ଖୋଲୁ ନ ଥିବାବେଳେ ୪୭୬ ଛାତ୍ରୀଛାତ୍ରଙ୍କ ସକାଶେ ଉଦ୍ଦିଷ୍ଟ ବିଭିନ୍ନ ବିଷୟର ପୁସ୍ତକ ବଣ୍ଟନ ପାଇଁ ଆସିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଏହାକୁ କେନ୍ଦ୍ର କରି ବିଦ୍ୟାର୍ଥୀ ତଥା ସେମାନଙ୍କ ଅଭିଭାବକ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ସରକାରଙ୍କ ବଳମ୍ବିତ ପ୍ରକ୍ରିୟାକୁ ନାପସନ୍ଦ କରିଛନ୍ତି ।

All Right Reserved By

ସମ୍ବଲପୁର

ନଦୀପଠାରେ ନାବାଳିକାଙ୍କୁ ବଳାତ୍କାର: ଗୁରୁତର ଅବସ୍ଥାରେ ବଣାଇଁ ଡ଼ାକ୍ତରଖାନାରେ ଭର୍ତ୍ତି

ନଦୀପଠାରେ ନାବାଳିକାଙ୍କୁ ବଳାତ୍କାର: ଗୁରୁତର ଅବସ୍ଥାରେ ବଣାଇଁ ଡ଼ାକ୍ତରଖାନାରେ ଭର୍ତ୍ତି

ବଣାଇଁ,୧୯।୬(ସ୍ବ.ପ୍ର.)-ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଶୁଣ୍ଢିକୋଣ ନିକଟସ୍ଥ ବ୍ରାହ୍ମଣୀ ନଦୀପଠାରେ ମଙ୍ଗଳବାର ସନ୍ଧ୍ୟାରେ ଜନୈକା ୭ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

କୁଆଁରମୁଣ୍ଡାରେ ବନ୍ଧୁକ ଦେଖାଇ ବ୍ୟାଙ୍କ ଅଫ ବରୋଦା କ୍ୟାଶିୟରଙ୍କଠାରୁ ୪ଲକ୍ଷ ଟଙ୍କା ଲୁଟ୍‌ : ୩ ଲୁଟେରା ଫେରାର୍‌

କୁଆଁରମୁଣ୍ଡାରେ ବନ୍ଧୁକ ଦେଖାଇ ବ୍ୟାଙ୍କ ଅଫ ବରୋଦା କ୍ୟାଶିୟରଙ୍କଠାରୁ ୪ଲକ୍ଷ ଟଙ୍କା ଲୁଟ୍‌ : ୩ ଲୁଟେରା ଫେରାର୍‌

କୁଆଁରମୁଣ୍ଡା,୧୯।୬(ଡି.ଏନ.ଏ.)-ମଙ୍ଗଳବାର ରାଉରକେଲାସ୍ଥିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୪୫ ଲକ୍ଷ ଟଙ୍କା ଲୁଟ୍‌ ହେବାର ଘଣ୍ଟାଏ ମଧ୍ୟରେ ରାଉରକେଲାଠାରୁ ୧୮ କି.ମି. ଦୂର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପସରାଛକ ନିକଟରେ ରାସ୍ତାରେ ଯାଉଥିବା ବ୍ୟାଙ୍କ ଅଫ୍‌ ବରୋଦାର କ୍ୟାଶିୟରକୁ ବନ୍ଧୁକ ଦେଖାଇ ଲୁଟ୍‌ ହୋଇଛି। ୩ ଦୁବୃର୍ତ୍ତ କ୍ୟାଶିୟର ପ୍ରବୀଣ ଟିଗ୍‌ଗାଙ୍କ ନିକଟରୁ ୪ଲକ୍ଷ ଟଙ୍କା ଲୁଟ୍‌ କରି ଫେରାର୍‌ ହୋଇଯାଇଛନ୍ତି।

ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୪୫ଲକ୍ଷ ଲୁଟ୍‌: ବନ୍ଧୁକ ମୁନରେ କର୍ମଚାରୀଙ୍କୁ ଆଣ୍ଠେଇଲେ : ମହିଳା କର୍ମଚାରୀଙ୍କ ସୁନା ଚେନ, ମୋବାଇଲ ଲୁଟିଲେ

ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୪୫ଲକ୍ଷ ଲୁଟ୍‌: ବନ୍ଧୁକ ମୁନରେ କର୍ମଚାରୀଙ୍କୁ ଆଣ୍ଠେଇଲେ : ମହିଳା କର୍ମଚାରୀଙ୍କ ସୁନା ଚେନ, ମୋବାଇଲ ଲୁଟିଲେ

ରାଉରକେଲା ଅଫିସ, ୧୯। ୬-ରାଉରକେଲା ରେଳ ଷ୍ଟେଶନଠାରୁ ମାତ୍ର ୫ଶହ ମିଟର ଦୂର ମଧୁସୂଦନ ମାର୍ଗ ମୁଖ୍ୟ ରାସ୍ତା ପାର୍ଶ୍ୱ ଉପର ମହଲାରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ବଜାର ଶାଖାରୁ ମଙ୍ଗଳବାର ସକାଳ ୧୦ଟା ବେଳେ ଏକ ବଡ ଧରଣର ଡକାୟତି ଘଟଣା ଘଟିଛି। ବନ୍ଧୁକ ମୁନରେ ଡକାୟତ ଦଳ ପ୍ରାୟ ୪୫ଲକ୍ଷ ଲୁଟ କରି ନିର୍ବିଗ୍ନରେ ଖସି ଚାଲିଯାଇଛନ୍ତି।

ଭଟଲି ବ୍ଲକ ପରିସରରେ ଦମକଳ ବାହିନୀର ମକ୍‌ଡ୍ରିଲ

ଭଟଲି ବ୍ଲକ ପରିସରରେ ଦମକଳ ବାହିନୀର ମକ୍‌ଡ୍ରିଲ

ଭଟଲି,୧୯।୬(ଡି.ଏନ.ଏ)- ବରଗଡ଼ ଜିଲା ଭଟଲି ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭଟଲି ବ୍ଲକ ପ୍ରଶାସନ ଏବଂ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ବ୍ଲକସ୍ତରୀୟ ମକ୍‌ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ

ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ

ଖଡିଆଳ,୧୯।୬(ଡି.ଏନ.ଏ.)- ଶିକ୍ଷକ ନିଯୁକ୍ତି କରାଇ ଦେବା ନାଁରେ ଜାଲ ନିଯୁକ୍ତି ପତ୍ର ଦେଇ ପ୍ରାୟ ୧ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇ ଲୋକେ ନ୍ୟାୟ ପାଇଁ ଖଡିଆଳ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି ।

କୋକସରା ବ୍ଲକସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମ

କୋକସରା ବ୍ଲକସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମ

କୋକସରା,୧୯।୬(ଡି.ଏନ.ଏ.)- କୋକସରା ବ୍ଲକ ପରିସରରେ ଓଡିଶା ବିପର୍ଯ୍ୟୟ ପରିଚାଳନା ଏବଂ ଜିଲା ପ୍ରଶାସନ ମିଳିତ ଉଦ୍ୟମରେ ବ୍ଲକସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମ ମଙ୍ଗଲବାର ପଞ୍ଚାୟତ ସମିତି ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି ।

୫୯ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ

୫୯ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ

ଜୁନାଗଡ,୧୯।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ସମ୍ମିଲିନୀ କକ୍ଷଠାରେ ମଙ୍ଗଳବାର ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଛି। ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତର ୫୯ଜଣ ବିଧବା, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧ ହିତାଧିକାରୀଙ୍କୁ ମଧୁବାବୁ ଓ ଗୋପବନ୍ଧୁ ପେନସନ୍‌ ଯୋଜନାରେ ସାମିଲ କରାଯାଇ ଭତ୍ତା ପ୍ରଦାନ କରାଯାଇଛି।

ରାସ୍ତାକୁ ଜବର ଦଖଲ କରି ଘର ତିଆରି

ରାସ୍ତାକୁ ଜବର ଦଖଲ କରି ଘର ତିଆରି

ଜୁନାଗଡ,୧୯।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରବାହାଲ ୱାର୍ଡ ନଂ. ୮ ସାହୁପଡା ରାସ୍ତାକୁ ଦୟାରାମ ସାହୁ ନାମକ ଜଣେ ବ୍ୟକ୍ତି ଜବର ଦଖଲ କରି ଘର ତିଆରି କରୁଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ପଡାବାସୀଙ୍କ ଅଭିଯୋଗ ପରେ ଧର୍ମଗଡ ଉପଜିଲାପାଳ ପଦ୍ମନାଭ ବେହେରା ଘଟଣାସ୍ଥଳକୁ ଯାଇ ଘର ନିର୍ମାଣ କାମ ବନ୍ଦ କରିବା ପାଇଁ ଦୟାରାମଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସ୍କୁଲର ସ୍କେଚ ମ୍ୟାପ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ସ୍କୁଲର ସ୍କେଚ ମ୍ୟାପ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ଜୁନାଗଡ,୧୯।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ନକଟିଗୁଡା ଗ୍ରାମବାସୀ ଶେଷରେ ସ୍କୁଲର ସ୍କେଚ ମ୍ୟାପ ପାଇଁ ମଙ୍ଗଳବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମବାସୀ ଜିଲାପାଳଙ୍କୁ ସାକ୍ଷାତ କରି ଏ ସମ୍ପର୍କିତ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଜମନକିରା: ମାତା ପାର୍ବତୀଙ୍କ ସହ ବାବା ମୁକ୍ତେଶ୍ୱରଙ୍କ ବିବାହ ସମ୍ପନ୍ନ

ଜମନକିରା: ମାତା ପାର୍ବତୀଙ୍କ ସହ ବାବା ମୁକ୍ତେଶ୍ୱରଙ୍କ ବିବାହ ସମ୍ପନ୍ନ

ଜମନକିରା, ୧୯। ୬ (ଡି.ଏନ୍‌.ଏ.) ସମ୍ବଲପୁର ଜିଲା ଜମନକିରା ଜମନକିରା ପୁରୁଣା ଥାନା ସମ୍ମୁଖରେ ରବିବାର ରାତି ଦେବାଧିଦେବ ମହାଦେବ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ବାବାଙ୍କ ସହ ମାତା ପାର୍ବତୀଙ୍କ ଲୌକିକ ବିବାହ ମହାସମାରୋହରେ ସମ୍ପୂର୍ଣ୍ଣ ହୋଇଛି। ମା’ ପାର୍ବତୀଙ୍କୁ ରବିବାର ସକାଳ ୯ ଟାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଅଣାଯାଇଥିଲା।

କୁଣ୍ଡାମାଳଠାରେ ମା’ ଠାକୁରାଣୀ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ

କୁଣ୍ଡାମାଳଠାରେ ମା’ ଠାକୁରାଣୀ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ

ଧର୍ମଗଡ,୧୯।୬(ଡି.ଏନ.ଏ.): ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଝାରକୁଣ୍ଡାମାଳଠାରେ ମଙ୍ଗଳବାର ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଦ୍ୱାରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣିଙ୍କ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି ।

ଶୀତଳଷଷ୍ଠୀ ଯାତ୍ରା ସମାହିତ, ଦେବ ଦମ୍ପତିଙ୍କ ସ୍ବମନ୍ଦିର ପ୍ରବେଶ

ଶୀତଳଷଷ୍ଠୀ ଯାତ୍ରା ସମାହିତ, ଦେବ ଦମ୍ପତିଙ୍କ ସ୍ବମନ୍ଦିର ପ୍ରବେଶ

ବରପାଲି,୧୯। ୬(ଡି.ଏନ.ଏ.): ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସପ୍ତାହ ବ୍ୟାପି ଚାଲିଥିବା ବରପାଲି ଅଞ୍ଚଳର ୧୪୧ତମ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ମଙ୍ଗଳବାର ସମାହିତ ହୋଇଛି ।

Model This Week

ପ୍ରଭାତ