Dharitri News
ସମ୍ବଲପୁର

ପୁଷପୁନି ପାଇଁ ପିଠାପଣା ପ୍ରତିଯୋଗିତା

ପୁଷପୁନି ପାଇଁ ପିଠାପଣା ପ୍ରତିଯୋଗିତା ସମ୍ବଲପୁର, ୧।୧(ବ୍ୟୁରୋ)- କୃଷିଭିତ୍ତିକ ପର୍ବ ପୁଷପୁନି। ପଶ୍ଚିମ ଓଡିଶାର ଗଣପର୍ବ। ବହୁ ପରିଶ୍ରମ କରି ଚାଷୀ ଧାନ ଅମଳ କରିଥାଏ। ଚକଡା ଓ ଅନ୍ୟ ପୋକ ପ୍ରାଦୁର୍ଭାବରେ ଧାନ ଚଳିତବର୍ଷ କ୍ଷତି ହୋଇଛି। ତଥାପି ଚାଷୀ ପୁଷପୁନି ପର୍ବ ପାଳନ କରିବାକୁ ଗ୍ରାମାଞ୍ଚଳରେ ପ୍ରସ୍ତୁତି କରିଛି। ଅପରପକ୍ଷେ ସହରାଞ୍ଚଳରେ ପୁଷପୁନି ଭେଟ୍‌ଘାଟ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମହିଳାମାନଙ୍କ ମଧ୍ୟରେ ମଡାପିଠା କାର୍ଯ୍ୟକ୍ରମ ହେଉଛି। ଏହି କ୍ରମରେ ରବିବାର ଅପରାହ୍ନରେ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ପକ୍ଷରୁ ପିଠାପଣା ପ୍ରସ୍ତୁତି ପ୍ରତିଯୋଗିତା ସ୍ବାଧୀନତା ସଂଗ୍ରାମୀ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସହରର ବିଭିନ୍ନ ଅଞ୍ଚଳରୁ ମହିଳାମାନେ ବିଭିନ୍ନ ପ୍ରକାରର ହାତ ତିଆରି ପିଠାପଣା ନେଇ ସାମିଲ ହୋଇଥିଲେ। ଲାଉପିଠା, ଅପମ୍‌ପିଠା, ଚାଉଳ ଆଲୁଚପ୍‌, ଅମୃତ ଭଣ୍ଡା, ମୁଗହଲୱା, କ୍ଷୀରଗଇଁଠା, ମଲେଇ ଆରିଶା, ଲେବେଡି ପିଠା, ମସଲା ପିଠା, କ୍ଷୀରମଣ୍ଡା, ମୁଗବରା, ମୁଗରୁଟି, ଅଟକେଲ୍‌, ମାଖନ ପିଠା, ଦୁଦୁରା ପିଠା, ଖୁଆପିଠା, ସୁଜି, ମଇଦା, ମାଲପୁଆ, ମୁଗମଣ୍ଡା ପ୍ରଭୁତି ପାରମ୍ପରିକ ପିଠା ମଣ୍ଡାର ମହକରେ ମହକିଥିଲା ସ୍ବାଧୀନତା ସଂଗ୍ରାମୀ ସ୍ମୃତି ଅଞ୍ଚଳ। ଓଡ଼ିଶା ସାଂସ୍କୃତିକ ସମାଜର ସଭାପତି ପ୍ରଫେସର ଶଙ୍କର ପ୍ରସାଦ ପତି ଓ ପୂର୍ବତନ ସଭାପତି ରଘୁନାଥ ମିଶ୍ର ମିଳିତ ଭାବରେ ଏହାର ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାରେ ସମ୍ବଲପୁର, ଝାରସୁଗୁଡ଼ା ଏବଂ ଅନୁଗୋଳ ଜିଲାରୁ ମହିଳାମାନେ ଭାଗନେଇ ବିଭିନ୍ନ ପ୍ରାଚୀନ ପିଠାପଣା ପ୍ରସ୍ତୁତ କରି ତାକୁ ପ୍ରଦର୍ଶିତ କରିଥିଲେ। ବୀଣାପାଣି ପତି, ଶକୁନ୍ତଳା ପଣ୍ଡା ଏବଂ ପ୍ରଫୁଲ୍ଲ ହୋତା ବିଚାରକ ଭାବରେ ଯୋଗଦେଇଥିଲେ। ବିଚାରକମାନେ ପିଠା ପ୍ରସ୍ତୁତକାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ତାକୁ ଚାଖି ତଥା ପରିବେଷଣ ବା ସାଜସଜ୍ଜାର ଢ଼ାଞ୍ଚାକୁ ଦେଖି ମୂଲ୍ୟାଙ୍କନ କରିଥିଲେ। ଏହି ପ୍ରତିଯୋଗିତାରେ ସ୍ମିତା ପଣ୍ଡା ପ୍ରଥମ, ଜ୍ୟୋତିର୍ମୟୀ ପଣ୍ଡା ଦ୍ୱିତୀୟ ଏବଂ ମୀନାକ୍ଷୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦର ସଭାପତି ନରେନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମ୍ପାଦକ ସରୋଜ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବଲପୁର

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସମ୍ବଲପୁର, ୨୧।୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ କମ୍ପାନୀରୁ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ବିହାର ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ସୁବୋଧ କାଣ୍ଡ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ଶନିବାର ବିଳମ୍ବିତ ରାତିରେ ବିହାରରୁ ଗିରଫ କରାଯାଇଛି।

ସଡ଼କ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

ସଡ଼କ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

ରାଉରକେଲା ଅଫିସ,୨୧।୧: ରାଉରକେଲା ରିଂ ରୋଡ଼ର ସ-ମିଲ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ରବିବାର ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ପାଇଁ ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତାକୁ ଦାୟୀକରି ସ୍ଥାନୀୟଲୋକେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି।

‘ଥିଏଟର ଜୀଇଁବା ଶିଖାଏ’

‘ଥିଏଟର ଜୀଇଁବା ଶିଖାଏ’

ବଲାଙ୍ଗୀର ଅଫିସ,୨୧।୧- ଥିଏଟର ବା ମଞ୍ଚ ନାଟକ ଜୀଇଁବା ଶିଖାଏ। ଥିଏଟର ଜଣକ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରେ। ଜୀବନକୁ ଶୃଙ୍ଖଳିତ ଓ ରୁଦ୍ଧିମନ୍ତ କରିଥାଏ। ଥିଏଟରରେ ସାମିଲ ହୋଇ ଜୀବନକୁ ବୁଝିବାକୁ ଚେଷ୍ଟା କରିଛି। ଥିଏଟରରେ ଜୀବନକୁ ଉପଭୋଗ କରିଛି। ଥିଏଟରରୁ ସମସ୍ତଙ୍କ ପାଇଁ ଅନେକ କିଛି ଶିଖିବାର ରହିଛି ବୋଲି ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ତଥା ଥିଏଟର କର୍ମୀ ରଘୁବୀର ଯାଦବ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଛନ୍ତି। ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବରେ ଯୋଗଦେବା ପାଇଁ ମୁମ୍ବାଇରୁ ଆସିଥିବା ପ୍ରଖ୍ୟାତ ଅଭିନେତା ଯାଦବ ଶନିବାର ବଲାଙ୍ଗୀରରେ ପହଞ୍ଚତ୍ବା ପରେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ ରଘୁବୀର ଯାଦବଙ୍କ ସହ ଏକ ସନ୍ଧ୍ୟା ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

୨.୧୫ ଗ୍ରାମ ବ୍ରାଉନସୁଗର ଜବତ: ଦିବ୍ୟାଙ୍ଗ ଯୁବକ ଗିରଫ

କୁତ୍ରା,୨୧।୧(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଧୀନ ଗଙ୍ଗାଜଳସ୍ଥିତ ରାଜଗାଙ୍ଗପୁର ଓସିଏଲ୍‌ ଡେର୍ଲିମାର୍କେଟରୁ ଜଣେ ଦିବ୍ୟାଙ୍ଗ ଯୁବକ ରିତେଶ ଘୋଷଙ୍କଠାରୁ ୨.୧୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ପୋଲିସ ସୂଚନାନୁଯାୟୀ, ଅଭିଯୁକ୍ତ ରିତେଶ ରାଜଗାଙ୍ଗପୁର ସହରରେ ବ୍ରାଉନସୁଗର ସମେତ ବିଭିନ୍ନ ନିଶା ଦ୍ରବ୍ୟ କାରବାର କରିଆସୁଥିଲେ।

ଯୁବତୀଙ୍କୁ ଏସିଡ୍‌ ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ହାଇଦ୍ରାବାଦରୁ ଗିରଫ

କଲମପୁର,୨୦।୧(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଲକ ବଙ୍କାପଲା ଗ୍ରାମରେ ଗତ ୧୫ତାରିଖ ସକାଳେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ ହୋଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ କଳାହାଣ୍ଡି ଜିଲା ପୋଲିସ ଶନିବାର ସନ୍ଧ୍ୟାରେ ହାଇଦ୍ରାବାଦରୁ ଗିରଫ କରିଛି। ଘଟଣା ଦିନ ଖଣ୍ଡି ଡଙ୍ଗରିଗୁଡାର ଜଣେ ଯୁବତୀଙ୍କୁ ସେହି ଗ୍ରାମର ପର୍ଶୁରାମ ମାଝି ବଙ୍କାପଲା ବଜାର ପଡିଆ ନିକଟରେ ଏସିଡ୍‌ ମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା।

ମେଟାକାନୀ ମନ୍ଦିର ଦାନବାକ୍ସ ଚୋରି ଘଟଣାର ପର୍ଦ୍ଦାଫାଶ

ମେଟାକାନୀ ମନ୍ଦିର ଦାନବାକ୍ସ ଚୋରି ଘଟଣାର ପର୍ଦ୍ଦାଫାଶ

ଉଲୁଣ୍ଡା,୨୦।୧(ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୁତମେଣ୍ଡାସ୍ଥିତ ସୁବର୍ଣ୍ଣପୁର ଜିଲାର ଅନ୍ୟତମ ଶକ୍ତିପୀଠ ମା’ ମେଟାକାନୀଙ୍କ ମନ୍ଦିରରେ ଥିବା ଦାନବାକ୍ସ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି।

ଛାତ୍ରୀଛାତ୍ରଙ୍କ ମୁଣ୍ଡରେ ଭାଜପା ଟୋପି ପିନ୍ଧାଯିବା ଘଟଣା: ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ବରଗଡ଼ ଅଫିସ୍‌,୨୦।୧- ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଏମ୍‌.ଗଣ୍ଡପାଲି ପ୍ରାଥମିକ ସ୍କୁଲ ଛାତ୍ରୀଛାତ୍ରଙ୍କ ମୁଣ୍ଡରେ ଦଳୀୟ ଟୋପି ପିନ୍ଧାଇ ଭାଜପାର ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରାକୁ ସ୍ବାଗତ କରାଯିବା ଘଟଣାରେ ଶନିବାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ବିଜେପୁର ବ୍ଲକ ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ କହିଛନ୍ତି, ଘଟଣା ସମ୍ପର୍କରେ ତାଙ୍କ ପାଖରେ ଯାହା କିଛି ତଥ୍ୟ ରହିଥିଲା ଶନିବାର ସନ୍ଧ୍ୟାରେ ଜିଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଇ ଦେଇଛନ୍ତି। ଡିଇଓ ତାହା ଉପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଗଡ଼ତିଆ କହିଥିଲେ।

ବନ ବିଭାଗର ଚଢାଉ: କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସାଗୁଆନ କାଠଗଣ୍ଡି ଜବତ

ବନ ବିଭାଗର ଚଢାଉ: କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସାଗୁଆନ କାଠଗଣ୍ଡି ଜବତ

କଣ୍ଟାବାଞ୍ଜି,୨୦।୧(ଡି.ଏନ୍‌.ଏ.)-ବଲାଙ୍ଗୀର ବନ ବିଭାଗ ପକ୍ଷରୁ ଶନିବାର କଣ୍ଟାବାଞ୍ଜି ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୧ କୋଟି ଟଙ୍କାର ଶାଗୁଆନ କାଠ ଗଣ୍ଡି ସହ ବିଭିନ୍ନ ତିଆରି ସାମଗ୍ରୀ ଜବତ କରାଯାଇଛି।

ଭାଜପାର ଶସ୍ତା ରାଜନୀତି: ଛାତ୍ରୀଛାତ୍ରଙ୍କୁ ପିନ୍ଧାଇଲା ଦଳୀୟ ଟୋପି

ଭାଜପାର ଶସ୍ତା ରାଜନୀତି: ଛାତ୍ରୀଛାତ୍ରଙ୍କୁ ପିନ୍ଧାଇଲା ଦଳୀୟ ଟୋପି

ବରଗଡ଼ ଅଫିସ୍‌,୨୦।୧- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ରାଜନେତାମାନେ କିଭଳି ଶସ୍ତା ରାଜନୀତି କରୁଛନ୍ତି, ତାହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ପଦାକୁ ଆସିଛି। ବିଜେପୁର ଗୁଳି ରାଜନୀତିକୁ ନେଇ ଗତ ୧୬ ଓ ୧୭ତାରିଖ ୨ଦିନ ଧରି ଭାଜପାର ଗଣତନ୍ତ୍ର ବଞ୍ଚାୟ ପଦଯାତ୍ରା ହୋଇଥିଲା। ବିଜେପୁର ବ୍ଲକ ପଡ଼ା ଗ୍ରାମରୁ ପଦଯାତ୍ରା ବାହାରି ବରପାଲିରେ ଶେଷ ହୋଇଥିଲା। ତେବେ ପଦଯାତ୍ରାରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ସିଧାସଳଖ ସାମିଲ୍‌ କରି ନ ଥିଲେ ହେଁ ପରୋକ୍ଷରେ କେତେକ ଭାଜପା ନେତା ବିଜେପୁର ବ୍ଲକ ଅଧୀନ ଏମ୍‌.ଗଣ୍ଡପାଲି ପ୍ରାଥମିକ ସ୍କୁଲର କୋମଳମତି ଛାତ୍ରୀଛାତ୍ରଙ୍କୁ ସେଥିରେ ନିୟୋଜିତ କରିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ସାମାଜିକ ସଂଗନର ପ୍ରୟାସ: ପାଠ ପଢିବେ ଷ୍ଟେଶନରେ ବୁଲୁଥିବା ଶିଶୁ

ସାମାଜିକ ସଂଗନର ପ୍ରୟାସ: ପାଠ ପଢିବେ ଷ୍ଟେଶନରେ ବୁଲୁଥିବା ଶିଶୁ

ଝାରସୁଗୁଡ଼ା ଅଫିସ,୨୦।୧- ଝାରସୁଗୁଡ଼ା ରେଲୱେ ଷ୍ଟେଶନ ନିକଟରେ ବୁଲୁଥିବା ଶିଶୁଙ୍କୁ ପାଠ ପଢାଇବାର ଦାୟିତ୍ୱ ନେଇଛନ୍ତି କେତେକ ସାମାଜିକ ସଂଗଠନ। ଅସୁରକ୍ଷିତ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ବୁଲୁଥିବା ଛୋଟ ଛୋଟ ଶିଶୁଙ୍କୁ ଏକତ୍ରିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ଏକାଠି କରିବା, ଶୃଙ୍ଖଳିତ ଜ୍ଞାନ, ଅକ୍ଷର ଚିହ୍ନଟ ପ୍ରଣାଳୀ ବିଷୟରେ ଶିକ୍ଷା ଯିବ। ପରେ ସ୍କୁଲରେ ନାମ ଲେଖାଇ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାର ପ୍ରୟାସ କରାଯିବ ବୋଲି ଦୁଇ ସଂଗଠନର କର୍ମକର୍ତ୍ତା କହିଛନ୍ତି।

ବାଇକ୍‌ ସହ କକା, ପୁତୁରାଙ୍କ ମୃତଦେହ କୂଅରୁ ଉଦ୍ଧାର

ନୂଆଗଁ।,୧୯।୧(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ନୂଆଗଁ। ବ୍ଲକ୍‌ ହାତିବାରୀ ଥାନା ଅନ୍ତର୍ଗତ କୁନ୍ଦୁରୁଗୁଟୁ ଗାଁ ନିକଟ ରାସ୍ତାକଡ଼ ଜମି ମଧ୍ୟରେ ଥିବା ଏକ ଖୋଲା କୂଅରୁ ଶୁକ୍ରବାର ପୋଲିସ ଗ୍ରାମବାସୀଙ୍କ ସହାୟତାରେ ୨ ମୃତଦେହ ସହ ଏକ ବାଇକ୍‌ (ନଂ. ଓଆର୍‌ ୧୪କ୍ୟୁ ୨୩୮୪)କୁ ଉଦ୍ଧାର କରିଛି। ମୃତକଦ୍ୱୟ ସେହି ଗ୍ରାମର ସୁଖୁ ଲାକଡ଼ା (୪୫) ଓ ତାଙ୍କ ପୁତୁରା ବୁଧେଶ୍ୱର ଲାକଡ଼ା (୪୦) ବୋଲି ଗ୍ରାମବାସୀ ଚିହ୍ନଟ କରିଛନ୍ତି। ସେମାନଙ୍କ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଛି। କୂଅ ମଧ୍ୟରେ ଥିବା ପଥରରେ ପିଟି ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ଇଚ୍ଛାଶକ୍ତି ପାଖରେ ହାର ମାନିଛି ବୟସ, ମାନବବାଦର ବାର୍ତ୍ତା ନେଇ ମହାରାଷ୍ଟ୍ରରୁ ପଦଯାତ୍ରା

ଇଚ୍ଛାଶକ୍ତି ପାଖରେ ହାର ମାନିଛି ବୟସ, ମାନବବାଦର ବାର୍ତ୍ତା ନେଇ ମହାରାଷ୍ଟ୍ରରୁ ପଦଯାତ୍ରା

ଖପ୍ରାଖୋଲ,୧୯।୧(ଡି.ଏନ୍‌.ଏ.)- ସାମ୍ପ୍ରତିକ ସମାଜରେ ହିଂସା, ଅହଂକାର, ଅସହିଷ୍ଣୁତା ଆଦି ଦେଖାଦେଉଥିବାବେଳେ ଲୋପ ପାଉଛି ମାନବିକତା। ହେଲେ ଏହି ମାନବବାଦର ବାର୍ତ୍ତା ନେଇ ୫ଜଣ ସାଙ୍ଗ ସୁଦୂର ମହାରାଷ୍ଟ୍ରର ଶିରିଡ଼ିଠାରୁ ପଦଯାତ୍ରାରେ ବାହାରି ଶ୍ରୀକ୍ଷେତ୍ରଧାମ ପୁରୀରେ ପହଞ୍ଚିବାକୁ ଆଶା ରଖିଛନ୍ତି। ୪ ବର୍ଷ ହେଲା ଏହି ୫ଜଣ ଏଭଳି ପଦଯାତ୍ରାରେ ଶହଶହ କି.ମି. ଚାଲି ଚାଲି ବିଭିନ୍ନ ସ୍ଥାନକୁ ଯାଇଥାନ୍ତି ବୋଲି