ଉପକୂଳ ଓଡିଶା

ତହସିଲ ଅଫିସ ଆଗରେ ଧାରଣା

ତହସିଲ ଅଫିସ ଆଗରେ ଧାରଣା
ଡେରାବିଶ,୧।୧(ସ୍ବ.ପ୍ର.)- କେନ୍ଦ୍ରାପଡା ଜିଲା ଡେରାବିଶ ତହସିଲ ଅନ୍ତର୍ଗତ ଏଣ୍ଡର ପଞ୍ଚାୟତ ବିଭୂତିପଡା ଗ୍ରାମବାସୀ ସୋମବାର ତହସିଲ ଅଫିସ ଆଗରେ ଧାରଣା ଦେଇଛନ୍ତି। ଗ୍ରାମ ଚାଷଜମିକୁ ଜଳସେଚନ ପାଇଁ ବ୍ୟବହାର ହେଉଥିବା ଏକ ହୋମପାଇପ୍‌କୁ ନିକଟସ୍ଥ ବାଲିଆ ଗ୍ରାମବାସୀ ଅବରୋଧ କରିବା ପ୍ରତିବାଦରେ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି। ଖବର ପାଇ ତହସିଲଦାର ବିଚିତ୍ରାନନ୍ଦ ନାୟକ, ଥାନା ଅଧିକାରୀ ସୁଧୀର କୁମାର ସାହୁଙ୍କ ସହ ଏକ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନରତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ଏହାସହ ସେମାନେ ଅବରୋଧ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ଖୁବ୍‌ଶୀଘ୍ର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଧାରଣାକାରୀ ଜିଦ୍‌ରେ ଅଟଳ ରହିଛନ୍ତି।
All Right Reserved By

ଉପକୂଳ ଓଡିଶା

ପାରିବାରିକ ଅଶାନ୍ତି : ବେକ କାଟି ଆତ୍ମହତ୍ୟା ଉଦ୍ୟମ

ପାରିବାରିକ ଅଶାନ୍ତି : ବେକ କାଟି ଆତ୍ମହତ୍ୟା ଉଦ୍ୟମ

ପାରାଦୀପ ,୨୧।୧୦(ସ୍ବ.ପ୍ର.)- ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପିପ୍ବଳ ଗ୍ରାମରେ ରବିବାର ପାରିବାରିକ ଅଶାନ୍ତିର ବଶବର୍ତ୍ତୀ ହୋଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ସେ ହେଲେ ବସନ୍ତ କୁମାର ନାୟକ(୬୫)।  ସେ ଛୁରିରେ ନିଜ ବେକ କାଟି ଗୁରୁତର ହୋଇଛନ୍ତି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବିଜୁ ମେମୋରିଆଲ ହସ୍ପିଟାଲ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।

ସଡକ ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତର

ସଡକ ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତର

ପାରଦୀପ,୨୧।୧୦(ସ୍ବ.ପ୍ର.)- ପାରାଦୀପ ଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜରେ ରବିବାର ମଧ୍ୟାହ୍ନରେ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା କଂକ୍ରିଟ୍‌ ବ୍ୟାରିକେଟ୍‌ ଭାଙ୍ଗି ଅପରପାର୍ଶ୍ୱରେ ଆଉ ଏକ ଟ୍ରକ ସହ ଧକ୍କା ହୋଇଛି। ଫଳରେ ଦୁର୍ଘଟଣାଗ୍ରସ୍ତ ଟ୍ରକରେ ଚାଳକ କ୍ୟାବିନ ଭିତରେ ଚାପି ହୋଇ ଗୁରୁତର ହୋଇଛନ୍ତି। ସେ ହେଲେ ବାଲିକୁଦା ଥାନା ଅଞ୍ଚଳର ପ୍ରୀତିରାଜ ମହାନ୍ତି। ଖବରପାଇ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଓ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ଟ୍ରକ କ୍ୟାବିନକୁ ଗ୍ୟାସ କଟର ଯୋଗେ କାଟି ତାଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ପ୍ରଥମେ ବିଜୁ ମେମୋରିଆଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।

ଗ୍ରାମ୍ୟ ରାସ୍ତାକୁ ସଫା କଲେ ସ୍ବେଚ୍ଛାସେବୀ

ଗ୍ରାମ୍ୟ ରାସ୍ତାକୁ ସଫା କଲେ ସ୍ବେଚ୍ଛାସେବୀ

ପାଟକୁରା,୨୧।୧୦(ଡି.ଏନ୍‌.ଏ.)- ଗରଦପୁର ବ୍ଲକ ପଦ୍ମପୁର ପଞ୍ଚାୟତରେ ବିଚଣା ଗ୍ରାମ ରାସ୍ତାକୁ ରବିବାର ଗ୍ରାମର ସ୍ବେଚ୍ଛାସେବୀମାନେ ସଫା କରିଛନ୍ତି। ବିଚଣା ଗ୍ରାମର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ  ଶାନ୍ତିମୈତ୍ରୀ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

କାନ୍ଥରେ ପିଟି ହେଲା ବାଇକ୍‌: ୨ ଯୁବକ ମୃତ

କାନ୍ଥରେ ପିଟି ହେଲା ବାଇକ୍‌: ୨ ଯୁବକ ମୃତ

ପାଟକୁରା,୨୧।୧୦(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ଗରଦପୁର ବ୍ଲକର ଭଦକମଳ ଗ୍ରାମରେ ଶନିବାର ରାତିରେ ଏକ ମୋଟର ସାଇକେଲ ଦୁର୍ଘଟଣା ଘଟି ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।

ଡେରାବିଶରେ ବିଜେଡିର ଜନସମ୍ପର୍କ ଯାତ୍ରା

ଡେରାବିଶରେ ବିଜେଡିର ଜନସମ୍ପର୍କ ଯାତ୍ରା

ଡେରାବିଶ, ୨୧।୧୦(ସ୍ବ.ପ୍ର.): ରବିବାର ଡେରାବିଶ ବ୍ଲକ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଜନସମ୍ପର୍କ ପଦଯାତ୍ରା।

ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଶାଶୁ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ

ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଶାଶୁ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ

ରାଜନଗର, ୨୧।୧୦(ଡି.ଏନ.ଏ.): ମହାକାଳପଡା ଥାନା ଅନ୍ତର୍ଗତ ରତନପୁର ଗ୍ରାମର ପରିକ୍ଷିତ ସେଠୀଙ୍କ ପୁଅ ଶ୍ରୀଧର ସେଠୀ ଶ୍ୱଶୁର ଘର ରାଜନଗରକୁ ଦୁର୍ଗାପୂଜା ବୁଲିବାକୁ ଆସିଥିଲେ। 

ଗଛକୁ  ପିଟିଲା ଆମ୍ବୁଲାନ୍ସ

ଗଛକୁ ପିଟିଲା ଆମ୍ବୁଲାନ୍ସ

ନୂଆଗାଁ,୨୧।୧୦(ଡି.ଏନ୍‌.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ମାଈଛେଳି ପଞ୍ଚାୟତ ସଂପଡା ନିକଟସ୍ଥ ରାଇଖମଣବାଙ୍କ ନିକଟରେ ରବିବାର ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ରାସ୍ତା କଡରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ହୃଷୀକେଶ କହଁର। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

୫୯ତମ ଶହୀଦ ସ୍ମୃତିଦିବସ ପାଳିତ

୫୯ତମ ଶହୀଦ ସ୍ମୃତିଦିବସ ପାଳିତ

କେନ୍ଦ୍ରାପଡା ଅଫିସ, ୨୧।୧୦: କେନ୍ଦ୍ରାପଡା ବ୍ଲକ ଜଜାଙ୍ଗସ୍ଥିତ ରିଜଭର୍ର୍ ପୋଲିସ ପରେଡ଼ ପଡିଆରେ ଜିଲା ପୋଲିସ ପକ୍ଷରୁ ୫୯ତମ ଶହୀଦ ସ୍ମୃତିଦିବସ ଶନିବାର ପାଳିତ ହୋଇଛି। ଏହି  ଉପଲକ୍ଷେ ଅନୁଷ୍ଠିତ ପରେଡରେ ଏସ୍‌ପି ନୀତିଶେଖର ଓ ଅନ୍ୟ ପୋଲିସ ପଦାଧିକାରୀ ଶହୀଦଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ। 

ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ପରଲୋକ

ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ପରଲୋକ

ନୟାଗଡ ଅଫିସ, ୨୧।୧୦: ନୟାଗଡର ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ରବିବାର ସକାଳ ୬ଟାବେଳେଗେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୭୪ବର୍ଷ ବୟସ ହୋଇଥିଲା।  

ରାଜ୍ୟସ୍ତରୀୟ କବାଡି ଟୁର୍ନ୍ନାମେଣ୍ଟ ଉଦ୍‌ଯାପିତ: ପିପିଲି ଚାମ୍ପିୟନ

ରାଜ୍ୟସ୍ତରୀୟ କବାଡି ଟୁର୍ନ୍ନାମେଣ୍ଟ ଉଦ୍‌ଯାପିତ: ପିପିଲି ଚାମ୍ପିୟନ

ବୋଲଗଡ,୨୧ା୧୦(ଡି.ଏନ.ଏ.)-ବୋଲଗଡ ବ୍ଲକ ବାଙ୍କୋଇ କଚେରୀବର ଖେଳ ପଡିଆରେ ଚାଲିଥିବା ମା’ ରାମଚଣ୍ଡୀ ରାଜ୍ୟସ୍ତରୀୟ କବାଡି ଟୁର୍ନ୍ନାମେଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବାରଙ୍ଗକୁ ୧୦ ପଏଣ୍ଟ ବ୍ୟବଧାନରେ ପରାସ୍ତ କରି ପିପିଲି କବାଡି ଟିମ୍‌ ଚଳିତବର୍ଷର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ।

ତିତ୍‌ଲି କ୍ଷତିଗ୍ରସ୍ତଙ୍କୁ ମିଳୁନି ପଲିଥିନ୍‌: ତହସିଲ ଅଫିସରେ ହୋହଲ୍ଲା

ତିତ୍‌ଲି କ୍ଷତିଗ୍ରସ୍ତଙ୍କୁ ମିଳୁନି ପଲିଥିନ୍‌: ତହସିଲ ଅଫିସରେ ହୋହଲ୍ଲା

ଓଡ଼ଗାଁ, ୨୧ା୧୦(ସ୍ବ.ପ୍ର.)- ତିତ୍‌ଲି ପ୍ରଭାବରେ ବର୍ଷା ଯୋଗୁ ଓଡଗାଁ ତହସିଲ ଅନ୍ତର୍ଗତ କେତେକ ଗ୍ରାମର ଲୋକଙ୍କ ବାସଗୃହ ଭାଙ୍ଗିବା ନେଇ ଅଭିଯୋଗ ହୋଇଥିଲା ା ତିତ୍‌ଲି ପର ଦିନଠାରୁ ତହସିଲ କାର୍ଯ୍ୟାଳୟରେ ପଲିଥିନ ନେବାକୁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା।

ବିବାହିତ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ଓଡ଼ଗାଁ, ୨୧ା୧୦(ସ୍ବ.ପ୍ର.)- ସ୍ଥାନୀୟ ଏନ୍‌ଏସି ସଦର ଅନ୍ତର୍ଗତ ଜାରିଙ୍ଗି ମୌଜାରେ ବୁଧବାର ଜଣେ ବିବାହିତ ଯୁବକ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି ା ମୃତକ ହେଲେ ସେହି ମୌଜାର ଦୁତିକୃଷ୍ଣ ସାହୁ(୨୭) ା