ବ୍ରହ୍ମପୁର

ପାଇକପଢ଼ାରେ ହାତୀ ଉପଦ୍ରବ

ପାଇକପଢ଼ାରେ ହାତୀ ଉପଦ୍ରବ

ବେଗୁନିଆପଡ଼ା,୧ ।୧(ଡି.ଏନ.ଏ.)-ବେଗୁନିଆପଡ଼ା ବ୍ଲକ ବଡ଼ଖଇରଖମା ପଞ୍ଚାୟତ ପାଇକପଢ଼ା ଗ୍ରାମରେ ଦୁଇଦିନ ହେଲା ହାତୀପଲ ଉପଦ୍ରବ ଚଳାଇଛନ୍ତି। ବିଳମ୍ବିତ ରାତିରେ ପଲରେ ଥିବା ୬/୭ଟି ହାତୀ ଗ୍ରାମ ନିକଟକୁ ଆସି ବିଜୟ ଗୌଡ଼, ପ୍ରଫୁଲ ସେଠୀ ଓ ରାମ ଗୌଡ଼ ଓ ଅନ୍ୟ କେତେଜଣଙ୍କ ଧାନଗଦା ଏବଂ ପରିବା ଫସଲ ନଷ୍ଟ କରିଛନ୍ତି। ରତନେଇ ଠାକୁରାଣୀ ପୀଠ ନିକଟରେ ଥିବା ନଳକୂପକୁ ମଧ୍ୟ ହାତୀ ଭାଙ୍ଗି ଦେଇଛନ୍ତି। ବନ କର୍ମଚାରୀମାନେ ଗ୍ରାମବାସୀଙ୍କ ସହ ମିଶି ବାଣ ଫୁଟାଇ, ନିଆଁହୁଳା ଦେଖାଇ ହାତୀପଲଙ୍କୁ ଘଉଡ଼ାଇଥିଲେ। ହାତୀ ଲାଗି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ତରଫରୁ ରାତିରେ ପାଟ୍ରୋଲିଂ କରାଯାଉଛି ।

All Right Reserved By

ବ୍ରହ୍ମପୁର

ବସ୍‌ ମାଡିଯାଇ ଜଣେ ଗୁରୁତର

ହିଞ୍ଜିଳିକାଟୁ, ୧୯।୭(ଡ଼ି.ଏନ୍‌.ଏ)- ହିଞ୍ଜିଳିକାଟୁ ଅସ୍ଥାୟୀ ବସ୍‌ଷ୍ଟପ ନିକଟରେ ଗୁରୁବାର ଅପରାହ୍ନରେ ଏକ ଘରୋଇ ବସ୍‌ ମାଡିଯିବାରୁ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଧରାକୋଟ ଗ୍ରାମର ସନ୍ତୋଷ ଗୌଡ। ସନ୍ତୋଷ ତାଙ୍କ ଝିଅଙ୍କୁ ହିଞ୍ଜିଳିକାଟୁ କଲେଜରେ ସ୍ପଟ ଆଡ଼ମିଶନ କରିବା ପାଇଁ ଆସିଥିଲେ। କଲେଜ କାମ ସାରି ହିଞ୍ଜିଳିକାଟୁ ଅସ୍ଥାୟୀ ବସ୍‌ଷ୍ଟପରେ ଅପେକ୍ଷା କରିଥିଲେ। ଧରାକୋଟ ଯିବାକୁ ଏକ ଘରୋଇ ବସରେ ଚଢୁଥିବାବେଳେ ଖସିପଡିବାରୁ ବସ୍‌ ଚକା ୨ ଗୋଡ ଉପରେ ମାଡି ଯାଇଥିଲା। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ହିଞ୍ଜିଳି ପୋଲିସ ବସକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବାବେଳେ ବସ୍‌ ଡ୍ରାଇଭର ଫେରାର ହୋଇଯାଇଛି।

ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ହିଞ୍ଜିଳିକାଟୁ, ୧୯।୭(ଡ଼ି.ଏନ୍‌.ଏ)- ଜଣେ ଅନୁସୂଚିତ ଜାତିର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗୁରୁବାର ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ବ୍ରହ୍ମପୁର ସଦର ଥାନା କାଉଖତ ଗ୍ରାମର ନିପୁ ବରଡ଼(୨୦)।

ଉଜ୍ଜଳ, ଉତ୍‌ଥାନ ସମୀକ୍ଷା କାର୍ଯ୍ୟକ୍ରମ ଅଧା ହେଲାଣି, ସମସ୍ତଙ୍କୁ ମିଳିନି ବହି

ଉଜ୍ଜଳ, ଉତ୍‌ଥାନ ସମୀକ୍ଷା କାର୍ଯ୍ୟକ୍ରମ ଅଧା ହେଲାଣି, ସମସ୍ତଙ୍କୁ ମିଳିନି ବହି

ଭଞ୍ଜନଗର,୧୯।୭(ଡି.ଏନ.ଏ.)-ଭଞ୍ଜନଗର ଓ ବେଲଗୁଣ୍ଠା ବ୍ଲକରେ ଚାଲିଥିବା ଉଜ୍ଜଳ ଓ ଉତ୍‌ଥାନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଗୁରୁବାର ସ୍ଥାନୀୟ ବିଇଓ ଅଫିସରେ ଭଞ୍ଜନଗର ବ୍ଲକ ସିଆରସିସିମାନଙ୍କୁ ନେଇ ଜିଲା ସଂଯୋଜକ ଏସ୍‌.କେ.ପଣ୍ଡା ସମୀକ୍ଷା କରିଥିଲେ। ଭାରପ୍ରାସ୍ତ ବିଇଓ ଭାସ୍କର ଲେଙ୍କା, ଏବିଇଓ ସୂର୍ଯ୍ୟ ନାୟକ ଉପସ୍ଥିତ ଥିଲେ।

ଚିନିଶିଳ୍ପ ପରିଚାଳନା ପରିଷଦର ବୈଠକ

ଚିନିଶିଳ୍ପ ପରିଚାଳନା ପରିଷଦର ବୈଠକ

ଆସିକା,୧୯।୭(ଡି.ଏନ୍‌.ଏ.): ଆସିକା ସମବାୟ ଚିନିଶିଳ୍ପ ପରିଚାଳନା ପରିଷଦର ବୈଠକ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚିନିଶିଳ୍ପର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।

ସାପ କାମୁଡ଼ାରେ ୨ ଯୁବକଙ୍କ  ମୃତ୍ୟୁ

ସାପ କାମୁଡ଼ାରେ ୨ ଯୁବକଙ୍କ ମୃତ୍ୟୁ

ପାତ୍ରପୁର(ଡି.ଏନ୍‌.ଏ.)/କବିସୂର୍ଯ୍ୟନଗର,୧୯।୭- ଗଞ୍ଜାମ ଜିଲାର ପାତ୍ରପୁର ଓ କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ସାପ କାମୁଡ଼ାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ପାତ୍ରପୁର ଥାନା ମହାଦେଇପୁର ଗ୍ରାମର ଇନ୍ଦ୍ରମଣି ସେଠୀ ଓ କବିସୂର୍ଯ୍ୟନଗର ଥାନା ଓସିଙ୍ଗି ଗ୍ରାମର ସୁରଜ ରାଉତ। ଇନ୍ଦ୍ରମଣି ଘରେ ଶୋଇଥିବା ବେଳେ ସାପ କାମୁଡ଼ି ଦେଇଥିଲା।

୨୯୫ ଲିଟର ମଦ ଜବତ, ୭ ମହିଳା ଗିରଫ

୨୯୫ ଲିଟର ମଦ ଜବତ, ୭ ମହିଳା ଗିରଫ

ଦାରିଙ୍ଗବାଡ଼ି,୧୯।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୯୫ ଲିଟର ଦେଶୀ ମଦ ଜବତ କରାଛି। ବିପୁଳ ପରିମାଣର ମହୁଲ ପୋଚ୍‌କୁ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି।

ରାଜ୍ୟରେ ଖୋଲିବ ୬୪ ଇ-ମଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର

ରାଜ୍ୟରେ ଖୋଲିବ ୬୪ ଇ-ମଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର

ବ୍ରହ୍ମପୁର ଅଫିସ,୧୯।୭: ବ୍ରହ୍ମପୁର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ସର୍ବ ଭାରତୀୟ ଆଲୋଚନା ଚକ୍ର ଗୁରୁବାର ଆୟୋଜିତ ହୋଇଯାଇଛି।

ଅଙ୍ଗନଓ୍ବାଡି କେନ୍ଦ୍ରକୁ ରାସ୍ତା ନାହିଁ: ଜଙ୍ଗଲ ବୁଦାରେ ଯାତାୟାତ କରୁଛନ୍ତି ଶିଶୁ

ଅଙ୍ଗନଓ୍ବାଡି କେନ୍ଦ୍ରକୁ ରାସ୍ତା ନାହିଁ: ଜଙ୍ଗଲ ବୁଦାରେ ଯାତାୟାତ କରୁଛନ୍ତି ଶିଶୁ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୯।୭(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ଅଞ୍ଚଳ ବ୍ରାହ୍ମଣୀଗାଁର ୪ ନଂ. ଅଙ୍ଗନଓ୍ବାଡି କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। କେନ୍ଦ୍ରରେ ୬ ଶିଶୁକନ୍ୟା ରହିଥିବା ବେଳେ ୫ ପୁଅ ରହିଛନ୍ତି। ମାତ୍ର କେନ୍ଦ୍ରକୁ ଯିବାଆସିବା ପାଇଁ ରାସ୍ତା ନାହିଁ।

ବ୍ରହ୍ମପୁର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବ୍ରହ୍ମପୁର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବ୍ରହ୍ମପୁର ଅଫିସ,୧୯।୭: ବିଭିନ୍ନ ଦାବିନେଇ ବ୍ରହ୍ମପୁର ଫାର୍ମାସୁଟିକାଲ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଗୁରୁବାର ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିରେ ବହୁ କର୍ମଚାରୀ ଭାଗ ନେଇଥିଲେ।

କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ଜି.ଉଦୟଗିରି,୧୯।୭(ଡି.ଏନ୍‌.ଏ.): ଜି.ଉଦୟଗିରି ଥାନା ଅଞ୍ଚଳା ‘କଳିଙ୍ଗା’ ଘାଟିରେ ଗୁରୁବାର ସକାଳେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ଗାର୍ଡଓ୍ବାଲ୍‌ରେ ପିଟି ହୋଇଯିବା ଯୋଗୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ମୃତକ ବିହାର ଗୁରୁଓ୍ବା ଜିଲାର ରଘୁ ମଞ୍ଜ ବୋଲି ଜଣାପଡ଼ିଛି। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଅଲାରିଗଡ଼ ରଥଯାତ୍ରା: ଭକ୍ତିରସରେ ଭିଜିଲେ ଶ୍ରଦ୍ଧାଳୁ

ଅଲାରିଗଡ଼ ରଥଯାତ୍ରା: ଭକ୍ତିରସରେ ଭିଜିଲେ ଶ୍ରଦ୍ଧାଳୁ

ଶେରଗଡ଼,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ସ୍ଥିତ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଲାରିଗଡ଼ ରଥଯାତ୍ରା ଅବସରରେ ବୁଧବାର ରାତିରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ କୁମାର ବାପି ଏବଂ ଅନ୍ୟମାନେ ଯୋଗଦେଇ ଶ୍ରଦ୍ଧାଳୁମାନଙ୍କୁ ଭକ୍ତିରସରେ ଭିଜାଇଥିଲେ।

ବିଜୟ ହାଇସ୍କୁଲ ପ୍ରତିଷ୍ଠା ଦିବସ ପାଳିତ

ବିଜୟ ହାଇସ୍କୁଲ ପ୍ରତିଷ୍ଠା ଦିବସ ପାଳିତ

ରାଇକିଆ,୧୯।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବିଜୟ ହାଇସ୍କୁଲର ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ, ବିଇଓ ଅନ୍ତର୍ଯ୍ୟାମୀ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜେଶ ପ୍ରଧାନ, ସମ୍ପାଦକ ଫାଦର ପ୍ରଦୋଷ ନାୟକ, ଅବସରପ୍ରାପ୍ତ ଶିକ୍ଷକ ବିଶ୍ବାମିତ୍ର ନାୟକ ପ୍ରମୁଖ ଯୋଗଦେଇ ଥିଲେ।

Model This Week

ରୂପେଶ