ଜାତୀୟ |

ପାକିସ୍ତାନ ସହ କ୍ରିକେଟ ଖେଳିବନି ଭାରତ

ପାକିସ୍ତାନ ସହ କ୍ରିକେଟ ଖେଳିବନି ଭାରତ

ନୂଆଦିଲ୍ଲୀ,୧।୧: ସୀମାପାର ଆତଙ୍କବାଦ ଓ ଗୁଳିଗୋଳା ବର୍ଷଣକୁ ବନ୍ଦ ନ କଲେ ପାକିସ୍ତାନ ସହ କୌଣସି ମ୍ୟାଚ ଖେଳାଯିବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ କହିଛନ୍ତି। ପ୍ରଥମ ଥର ପାଇଁ ଭାରତ-ପାକିସ୍ତାନ କ୍ରିକେଟ ସିରିଜକୁ ନେଇ ସୁଷମା ଏହି ବୟାନ ଦେଇଛନ୍ତି। ପର୍ଲାମେଣ୍ଟାରୀ ପ୍ୟାନେଲର ଏକ ବୈଠକରେ ସୁଷମା କହିଛନ୍ତି ଯେପର୍ଯ୍ୟନ୍ତ ପାକିସ୍ତାନ ଭାରତୀୟ ସେନାଙ୍କ ଉପରେ ଗୁଳିଗୋଳା ବର୍ଷଣ ଓ ଆତଙ୍କବାଦ କାର୍ଯ୍ୟକଳାପକୁ ବନ୍ଦ ନ କରିଛି ସେପର୍ଯ୍ୟନ୍ତ ଭାରତ-ପାକିସ୍ତାନ ମଧ୍ୟରେ କୌଣସି କ୍ରିକେଟ ସିରିଜ୍‌ର ସମ୍ଭାବନା ନାହିଁ।

All Right Reserved By

ଜାତୀୟ |

ସ୍କୁଲ ଭାଙ୍ଗିଲେ ମାଓବାଦୀ

ସ୍କୁଲ ଭାଙ୍ଗିଲେ ମାଓବାଦୀ

ଲେଟେହାର,୧୯।୭: ଝାଡଖଣ୍ଡର ଲେଟେହାରରେ ଥିବା ଏକ ସରକାରୀ ସ୍କୁଲଙ୍କୁ ବୁଧବାର ମାଓବାଦୀମାନେ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଠାରେ ସୁରକ୍ଷାକର୍ମୀମାନେ ରହୁଥିବାରୁ ଉକ୍ତ ସ୍କୁଲକୁ ମାଓବାଦୀ ରାଗରେ ଭାଙ୍ଗି ଦେଇଥିବା ଜଣାପଡିଛି।

୬ ମାସରେ ଏନ୍‌କାଉଣ୍ଟରରେ ୨୧ ମହିଳା ମାଓବାଦୀ ନିହତ

୬ ମାସରେ ଏନ୍‌କାଉଣ୍ଟରରେ ୨୧ ମହିଳା ମାଓବାଦୀ ନିହତ

ରାୟପୁର,୧୯।୭: ଚଳିତ ବର୍ଷ ଜାନୁୟାରୀ ୧ ଠାରୁ ଜୁଲାଇ ୧୫ ତାରିଖ ସୁଦ୍ଧା ୨୧ ମହିଳା ମାଓବାଦୀ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୬୧ ମାଓବାଦୀଙ୍କ ମୃତ୍ୟୁ ଘଟିଛି।

ଖଲିସ୍ତାନ ଆତଙ୍କବାଦୀଙ୍କ ଟାର୍ଗେଟରେ ପାର୍ଲାମେଣ୍ଟ

ଖଲିସ୍ତାନ ଆତଙ୍କବାଦୀଙ୍କ ଟାର୍ଗେଟରେ ପାର୍ଲାମେଣ୍ଟ

ନୂଆଦିଲ୍ଲୀ,୧୯।୭: ପାର୍ଲାମେଣ୍ଟକୁ ଟାର୍ଗେଟ କରିଛନ୍ତି ୨ ଖଲିସ୍ତାନ ଆତଙ୍କବାଦୀ। ସେମାନେ ନେପାଳରୁ ଏକ ଧଳା ଇନୋଭା କାରରେ ବିସ୍ଫୋରକ ନେଇ ଦିଲ୍ଲୀ ଆସୁଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଯୌତୁକରେ କାର ନ ମିଳିବାରୁ ଗର୍ଭବତୀଙ୍କୁ ତିନି ତଲାକ୍‌

ଯୌତୁକରେ କାର ନ ମିଳିବାରୁ ଗର୍ଭବତୀଙ୍କୁ ତିନି ତଲାକ୍‌

ଲକ୍ଷ୍ନୌ,୧୯।୭: ଉତ୍ତରପ୍ରଦେଶ ହାପୁରରେ ଯୋତୁକରେ କାର ନ ମିଳିବାରୁ ଜଣେ ୩ ମାସ ଗର୍ଭବତୀଙ୍କୁ ତିନି ତଲାକ୍‌ ମିଳିଛି। ସ୍ବାମୀ ଏବଂ ଶ୍ୱଶୁର ଘର ଲୋକଙ୍କୁ ମନ ମୁତାବକ ଯୌତୁକ ନ ମିଳିବାରୁ ଏପରି ଘଟିଥିବା କୁହାଯାଉଛି।

ପୋଲିସ-ମାଓବାଦୀ ଗୁଳି ବିନିମୟ: ୭ ମାଓବାଦୀ ମୃତ

ପୋଲିସ-ମାଓବାଦୀ ଗୁଳି ବିନିମୟ: ୭ ମାଓବାଦୀ ମୃତ

ମାଲକାନଗିରି,୧୯।୭(ସ୍ବ.ପ୍ର.)(ଡି.ଏନ୍‌.ଏ.): ସୀମାନ୍ତ ଛତିଶଗଡ଼ର ଦାନ୍ତଓ୍ବୋଡ଼ା ଓ ବିଜାପୁର ମଝିରେ ଥିବା ତିମିନାର ପାହାଡ଼ରେ ଗୁରୁବାର ସକାଳ ସାଢ଼େ ୬ଟା ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୭ ମାଓବାଦୀ ନିହତ ହୋଇଛନ୍ତି। ଏହାପରେ ସର୍ଚ୍ଚ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଗାନ୍ଧୀ ଜୟନ୍ତୀରେ କାରାମୁକ୍ତ ହେବେ କଏଦୀ

ଗାନ୍ଧୀ ଜୟନ୍ତୀରେ କାରାମୁକ୍ତ ହେବେ କଏଦୀ

ନୂଆଦିଲ୍ଲୀ, ୧୯।୭: ଅଧା କାରାଦଣ୍ଡ ଭୋଗିଥିବା କଏଦୀଙ୍କୁ ଗାନ୍ଧୀ ଜୟନ୍ତୀ ଅବସରରେ ଜେଲ୍‌ରୁ ମିଳିବ ମୁକ୍ତି। ଏନେଇ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚିତ କରିଛନ୍ତି।

ମାଛ ଆମଦାନୀ ବନ୍ଦକଲା ଗୋଆ

ମାଛ ଆମଦାନୀ ବନ୍ଦକଲା ଗୋଆ

ପଣଜି,୧୮।୭: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ୧୫ ଦିନ ଲାଗି ପଡ଼ୋଶୀ ରାଜ୍ୟଗୁଡ଼ିକରୁ ମାଛ ଆମଦାନୀ ଉପରେ ରୋକ୍‌ ଲଗାଇଛନ୍ତି। ମାଛକୁ ତାଜା ରଖିବା ଲାଗି କ୍ୟାନ୍‌ସର ସୃଷ୍ଟିକାରୀ ଫର୍ମାଲିନ୍‌ ନାମକ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଉଥିବାରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ମାଛ ଆମଦାନୀ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଭାଜପା ଛାଡ଼ିଲେ ଚନ୍ଦନ ମିତ୍ର

ଭାଜପା ଛାଡ଼ିଲେ ଚନ୍ଦନ ମିତ୍ର

ନୂଆଦିଲ୍ଲୀ,୧୮।୭: ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ରାଜ୍ୟ ସଭା ଏମ୍‌ପି ଚନ୍ଦନ ମିତ୍ର ଭାଜପାର ହାତ ଛାଡ଼ିଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ସେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ତାମିଲ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ତାମିଲ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ଚେନ୍ନାଇ,୧୮।୭: ତାମିଲ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଓ୍ବଲାସରାଓ୍ବକ୍କମସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରିୟଙ୍କା ତାମିଲ ଟିଭି ଶୋ’ ‘ଓ୍ବାମସମ’ର ଜ୍ୟୋତିକା ଚରିତ୍ର ଲାଗି ବେଶ୍‌ ଜଣାଶୁଣା ଥିଲେ।

ମହିଳା ମାଓବାଦୀ ନିହତ

ମହିଳା ମାଓବାଦୀ ନିହତ

ମନପୁର,୧୮।୭: ଛତିଶଗଡ଼ର ମନପୁର ଅଞ୍ଚଳରେ ବୁଧବାର ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ମହିଳା ମାଓବାଦୀ ନିହତ ହୋଇଛନ୍ତି। ସେ ହେଲେ ରାଜନନ୍ଦଗାଁଓ ଜିଲାର ମନପୁର ସବ୍‌ଡିଭିଜନ ଅଞ୍ଚଳରେ ୨୦୦୫ରୁ ସକ୍ରିୟ ଥିବା ମାଓବାଦୀ ସଦସ୍ୟ ଜରିନା ପୋଟାଇ।

ଉତ୍ତର କର୍ନାଟକକୁ ସ୍ବତନ୍ତ୍ର ରାଜ୍ୟ ଘୋଷଣା ସମସ୍ୟାର ସମାଧାନ ନୁହେଁ: ୟେଦୁରପ୍ପା

ଉତ୍ତର କର୍ନାଟକକୁ ସ୍ବତନ୍ତ୍ର ରାଜ୍ୟ ଘୋଷଣା ସମସ୍ୟାର ସମାଧାନ ନୁହେଁ: ୟେଦୁରପ୍ପା

ସିଭମୋଗା,୧୮।୭: ଉତ୍ତର କର୍ନାଟକକୁ ସ୍ବରନ୍ତ୍ର ରାଜ୍ୟ ମାନ୍ୟତା ଦାବି ଜୋର୍‌ ଧରିଥିବାବେଳେ ବୁଧବାର ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଭାଜପା ନେତା ବିଏସ୍‌ ୟେଦୁରପ୍ପା। ସେ କହିଛନ୍ତି, ସ୍ବତନ୍ତ୍ର ରାଜ୍ୟ ଦାବି ସବୁ ସମସ୍ୟାର ସମାଧାନ ନୁହେଁ।

ମିଗ୍‌-୨୧ ଲଢ଼ୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ

ମିଗ୍‌-୨୧ ଲଢ଼ୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ

ଶିମ୍‌ଲା,୧୮।୭: ହିମାଚଳ ପ୍ରଦେଶ କଙ୍ଗ୍‌ରା ଜିଲାର ପଟ୍ଟା ଜତିୟାନ ଗ୍ରାମ ନିକଟରେ ବୁଧବାର ଏକ ମିଗ୍‌-୨୧ ଲଢ଼ୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପଞ୍ଜାବର ପଠାନ୍‌କୋଟ ବାୟୁସେନା ଘାଟିରୁ ଉଡ଼ାଣ କରିଥିବା ଉକ୍ତ ବିମାନଟି କଙ୍ଗ୍‌ରା ଜିଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାର ପାଇଲଟ୍‌ ନିଖୋଜ ଥିବା ଜଣାପଡ଼ିଛି।

Model This Week

ରୂପେଶ