ଅନ୍ତର୍ଜାତୀୟ |

ଆଫଗାନିସ୍ତାନରେ ସମସ୍ତଙ୍କ ଜନ୍ମ ତାରିଖ ୧ ଜାନୁୟାରୀ

ଆଫଗାନିସ୍ତାନରେ ସମସ୍ତଙ୍କ ଜନ୍ମ ତାରିଖ ୧ ଜାନୁୟାରୀ

କାବୁଲ,୧।୧: ଆଫଗାନିସ୍ତାନ ନାଗରିକମାନଙ୍କ ଜନ୍ମତାରିଖ ୧ ଜାନୁୟାରୀ। ଏହା ପଛର ରହସ୍ୟ ହେଉଛି ଯେଉଁମାନେ ନିଜର ଜନ୍ମ ତାରିଖ ଜାଣି ନ ଥାନ୍ତି ସେମାନେ ସହଜରେ ମନେ ରଖିବା ପାଇଁ ନିଜର ଜନ୍ମ ତାରିଖକୁ ୧ ଜାନୁୟାରୀ ରଖିଥାନ୍ତି। ଜନ୍ମ ପ୍ରମାଣ ପତ୍ର ତଥା ସରକାରୀ ସ୍ତରରେ ଜନ୍ମର କୌଣସି ରେକର୍ଡ ନ ଥିବାରୁ ଲୋକେ ଏମିତି ଭାବେ ନିଜ ଜନ୍ମତାରିଖକୁ ମନେ ରଖିଥାନ୍ତି। ଆହୁରି କେତେ ଲୋକ ଋତୁ ଅବା କୌଣସି ଐତିହାସିକ ଦିନ ଅନୁଯାୟୀ ନିଜର ଜନ୍ମଦିନ ମନେରଖିଥାନ୍ତି। ଭିଜା ଓ ପାର୍ସପୋର୍ଟ ପାଇଁ ୧ ଜାନୁୟାରୀ ସୁବିଧା ହେଉଥିବାରୁ ବହୁ ସଂଖ୍ୟାରେ ଆଫଗାନିସ୍ତାନ ବାସିନ୍ଦା ଏହି ତାରିଖକୁ ବାଛି ଥାଆନ୍ତି।

All Right Reserved By

ଅନ୍ତର୍ଜାତୀୟ |

 ଏବେ ବଲ୍‌ ଆପଣଙ୍କ ହାତରେ

ଏବେ ବଲ୍‌ ଆପଣଙ୍କ ହାତରେ

ଓ୍ବାଶିଂଟନ,୨୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏକ ଫୁଟବଲ ଉପହାର ଦେଇଛନ୍ତି। ଲାଲ ଓ ଧଳା ରଙ୍ଗର ଏହି ଫୁଟବଲକୁ ସୁରକ୍ଷା ଦୃଷ୍ଟିରୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।

ଦକ୍ଷିଣ ସିରିଆରେ ବିମାନ ଆକ୍ରମଣ: ୨୬ ମୃତ

ଦକ୍ଷିଣ ସିରିଆରେ ବିମାନ ଆକ୍ରମଣ: ୨୬ ମୃତ

ଦମିସ୍କ,୨୧।୭: ସିରିଆର ଦକ୍ଷିଣରେ ଥିବା ଦାରା ଅଞ୍ଚଳରେ ଶୁକ୍ରବାର ହୋଇଥିବା ବିମାନ ଆକ୍ରମଣରେ ଅତିକମ୍‌ରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଏଚ୍‌ଆଇଭି ପଜିଟିଭ୍‌ ରକ୍ତରେ ହେଲା ଲେଡି ଡାଏନାଙ୍କ ପେଣ୍ଟିଂ

ଏଚ୍‌ଆଇଭି ପଜିଟିଭ୍‌ ରକ୍ତରେ ହେଲା ଲେଡି ଡାଏନାଙ୍କ ପେଣ୍ଟିଂ

ଲଣ୍ଡନ,୨୧।୭: ବ୍ରିଟେନ୍‌ ରାଜକୁମାରୀ ଲେଡି ଡାଏନାଙ୍କ ମୃତ୍ୟୁକୁ ପାଖାପାଖି ୨୧ ବର୍ଷ ବିତି ଗଲାଣି। ହେଲେ ଏବେବି ତାଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ। ପ୍ରିନ୍ସ ଚାର୍ଲସଙ୍କଠାରୁ ଅଲଗା ହେବା ପରେ ଏକ କାର୍‌ ଦୁର୍ଘଟଣାରେ ୧୯୯୭ରେ ଡାଏନାଙ୍କର ମୃତ୍ୟୁ ହୋଇଥିଲା।

ଅଷ୍ଟ୍ରେଲିଆରେ ଆୟୋଜିତ ଯୁଦ୍ଧାଭ୍ୟାସରେ ପ୍ରଥମଥର ଭାଗନେବ ଭାରତ

ଅଷ୍ଟ୍ରେଲିଆରେ ଆୟୋଜିତ ଯୁଦ୍ଧାଭ୍ୟାସରେ ପ୍ରଥମଥର ଭାଗନେବ ଭାରତ

ନୂଆଦିଲ୍ଲୀ/କାନବେରା,୨୧।୭: ଅଷ୍ଟ୍ରେଲିଆ ବାୟୁସେନା ଦ୍ୱାରା ଆୟୋଜିତ ବହୁରାଷ୍ଟ୍ରୀୟ ବାୟୁସେନା ଅଭ୍ୟାସ ‘ପିଚ୍‌ ବ୍ଲାକ୍‌-୨୦୧୮’ରେ ଭାରତ ପ୍ରଥମ ଥର ପାଇଁ ଭାଗ ନେବାକୁ ଯାଉଛି।

ଆମେରିକାରେ ଓଲଟିଲା ପର୍ଯ୍ୟଟନ ବୋଟ୍‌: ୮ ମୃତ

ଆମେରିକାରେ ଓଲଟିଲା ପର୍ଯ୍ୟଟନ ବୋଟ୍‌: ୮ ମୃତ

ନ୍ୟୁୟର୍କ,୨୦।୭: ଆମେରିକାର ମିସୌରୀ ରାଜ୍ୟରେ ଏକ ପର୍ଯ୍ୟଟନ ଡଙ୍ଗା ଓଲଟି ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭିଏତନାମ୍‌ରେ ଟାଇଫୁନ୍‌ ‘ସୋନ୍‌ ତିହ୍ନ’ର ତାଣ୍ଡବ: ୨ ମୃତ

ଭିଏତନାମ୍‌ରେ ଟାଇଫୁନ୍‌ ‘ସୋନ୍‌ ତିହ୍ନ’ର ତାଣ୍ଡବ: ୨ ମୃତ

ହନୋଇ,୨୦।୭: ଭିଏତନାମ୍‌ରେ ଟାଇଫୁନ୍‌ ‘ସୋନ୍‌ ତିହ୍ନ’ ତାଣ୍ଡବ ରଚିଛି। ଶୁକ୍ରବାର ଏହା ଭିଏତନାମ୍‌ ଉପକୂଳ ଛୁଇଁବା ପରେ ଥାନ୍‌ ହୋଆ ପ୍ରଦେଶରେ ଧାରଣ କରିଛି ଉଗ୍ରରୂପ।

ପ୍ରଥମ ଥର ଲାଗି ଜେଲ୍‌ରେ କଥାହେଲେ ମରିୟମ, ନଓ୍ବାଜ

ପ୍ରଥମ ଥର ଲାଗି ଜେଲ୍‌ରେ କଥାହେଲେ ମରିୟମ, ନଓ୍ବାଜ

ଇସ୍‌ଲାମାବାଦ,୨୦।୭: ଏଓ୍ବେନଫିଲ୍ଡ ପ୍ରପର୍ଟିଜ୍‌ ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ଓ ତାଙ୍କ ଝିଅ ମରିୟମ ଶୁକ୍ରବାର ପରସ୍ପର ସହ କଥା ହୋଇଥିବା ଜଣାପଡିଛି।

ଯୌନଶୋଷଣ ଏକ ମାନସିକ ରୋଗ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଯୌନଶୋଷଣ ଏକ ମାନସିକ ରୋଗ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା/ନୂଆଦିଲ୍ଲୀ,୨୦।୭: ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଯୌନଶୋଷଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଜାତିସଂଘର ଚିନ୍ତା ବଢ଼ିବାରେ ଲାଗିଛି। ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଯୌନଶୋଷଣକୁ ଏକ ମାନସିକ ରୋଗଭାବେ ସୂଚିତ କରାଯାଇଛି।

୧୧୩ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ବୋଝେଇ ହୋଇଛି ୨ ଶହ ଟନ୍‌ ସୁନା ବିସ୍କୁଟ

୧୧୩ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ବୋଝେଇ ହୋଇଛି ୨ ଶହ ଟନ୍‌ ସୁନା ବିସ୍କୁଟ

ସିଓଲ,୨୦।୭: ଦକ୍ଷିଣ କୋରିଆ ଓଲୁଂଗଡୋ ଦ୍ୱୀପଠାରେ ୧୧୩ବର୍ଷ ତଳେ ବୁଡ଼ିଥିବା ଏକ ଜାହାଜର ସନ୍ଧାନ ମିଳିଛି। ରୁଷିଆର ଏହି ଜାହାଜ ୧୯୦୫ରେ ବୁଡ଼ିଯାଇଥିଲା।

୧୫୬ ଅନୁପ୍ରବେଶକାରୀ ଉଦ୍ଧାର

୧୫୬ ଅନୁପ୍ରବେଶକାରୀ ଉଦ୍ଧାର

ତ୍ରିପୋଲି, ୨୦।୭: ଲିବିଆର ଉତ୍ତର-ପଶ୍ଚିମ ଅଞ୍ଚଳରେ ୧୫୬ ଜଣ ଅନୁପ୍ରବେଶକାରୀଙ୍କୁ ନୌସେନା ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୨୪ ଜଣ ମହିଳା ଏବଂ ୧୦ ଜଣ ଛୋଟ ପିଲା ରହିଛନ୍ତି।

ନେପାଳ ସୀମାରୁ ୩ ଭାରତୀୟ ଗିରଫ

ନେପାଳ ସୀମାରୁ ୩ ଭାରତୀୟ ଗିରଫ

କାଠମାଣ୍ଡୁ,୧୯।୭: ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୁନା ଚୋରା ଚାଲାଣ କରୁଥିବା ଅଭିଯୋଗରେ ଗୁରୁବାର ୩ ଭାରତୀୟଙ୍କୁ ଗିରଫ କରାଯାଇଛି।

ଗଣମାଧ୍ୟମ ସାମ୍ନାକୁ ଆସିଲେ ଗୁମ୍ପାରୁ ବାହାରିଥିବା ଫୁଟବଲ ଖେଳାଳି

ଗଣମାଧ୍ୟମ ସାମ୍ନାକୁ ଆସିଲେ ଗୁମ୍ପାରୁ ବାହାରିଥିବା ଫୁଟବଲ ଖେଳାଳି

ବ୍ୟାଙ୍କକ୍‌,୧୯।୭: ଥାଇଲାଣ୍ଡର ଥାମ ଲୁଆଙ୍ଗ ଗୁମ୍ଫାରେ ଦୀର୍ଘ ୧୮ ଦିନ ପରେ ନୂଆ ଜୀବନ ପାଇଥିବା ୧୨ ଜଣ ଖେଳାଳି ଓ ତାଙ୍କ କୋଚ୍‌ ପ୍ରଥମ ଥର ଲାଗି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ