
ଆମେରିକୀୟ ମହାକାଶ ସଂସ୍ଥା (ନାସା)ର ମହାକାଶ ବିଜ୍ଞାନୀମାନେ ଏଲିୟନ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଏକ ନୂଆ ମହାକାଶ ଅଭିଯାନ ଖୁବ୍ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି। ଏହାକୁ ‘ଡ୍ରୋନ୍ ହେଲିକପ୍ଟର ମିଶନ’ ଭାବରେ ନାମିତ କରାଯାଇଛି। ଏଥିରେ ଏଲିୟନ ସମ୍ପର୍କିତ ତଥ୍ୟ ସଂଗ୍ରହ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି। ବିଶ୍ୱାସ କରାଯାଉଛି ଯେ ଶନି ଗ୍ରହର ଉପଗ୍ରହ ଟାଇଟନ୍ରେ ଏଲିୟନମାନେ ବସବାସ କରୁଥିଲେ। ଏଣୁ ଡ୍ରୋନ୍ ରୂପକ ହେଲିକପ୍ଟରକୁ ସେଠାକୁ ପ୍ରେରଣ କରାଯାଇ ଏ ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ଉକ୍ତ ମିଶନ ୨୦୨୫ରୁ ଆରମ୍ଭ ହୋଇ ୨୦୩୪ରେ ଶେଷ ହେବ। ହେଲେ ଏ ନେଇ ପ୍ରାରମ୍ଭିକ କାମ ବେଶ୍ କିଛିବର୍ଷ ପୂର୍ବରୁ ଆରମ୍ଭ ହୋଇଯାଇଛି।