ଜାତୀୟ |

ପାକିସ୍ତାନ ଜେଲ୍‌ରେ ୪୫୭ ଜଣ ଭାରତୀୟ ବନ୍ଦୀ

ପାକିସ୍ତାନ ଜେଲ୍‌ରେ ୪୫୭ ଜଣ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ,୧।୧: ପାକିସ୍ତାନର ବିଭିନ୍ନ ଜେଲ୍‌ରେ ୪୫୭ ଜଣ ଭାରତୀୟ ବନ୍ଦୀ ରହିଛନ୍ତି। ଏସମ୍ପର୍କିତ ତଥ୍ୟ ଇସଲାମାବାଦ୍‌ଠାରେ ଥିବା ଭାରତୀୟ ଦୂତାବାସର ଉଚ୍ଚାୟୁକ୍ତଙ୍କୁ ପାକିସ୍ତାନ ସରକାର ହସ୍ତାନ୍ତର କରିଛନ୍ତି। ବନ୍ଦୀମାନଙ୍କ ମଧ୍ୟରେ ୫୮ ସାଧାରଣ ଲୋକ ଓ ୩୯୯ଜଣ ଧୀବର ରହିଛନ୍ତି। ୨୦୦୮ ମେ ୨୧ରେ ହୋଇଥିବା ଚୁକ୍ତି ଅନ୍ତର୍ଗତ ଦୁଇଦେଶ ମଧ୍ୟରେ ଶାନ୍ତି ପାଇଁ ଏପରି ପ୍ରୟାସ କରାଯାଉଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରତିବର୍ଷ ଜାନୁୟାରୀ ୧ ଏବଂ ଜୁଲାଇ ୧ରେ ଏପରି କରାଯାଇଥାଏ। ଜାନୁୟାରୀ ୮ତାରିଖରେ ପାକିସ୍ତାନ ୧୪୬ ଭାରତୀୟ ଧୀବରଙ୍କୁ ମୁକ୍ତ କରିବ ବୋଲି ଏହି ଅବସରରେ ସୂଚନା ଦିଆଯାଇଛି। ଅନୁରୂପ ଭାବେ ନୂଆଦିଲ୍ଲୀଠାରେ ଥିବା ପାକିସ୍ତାନ ଦୂତାବାସରେ ଭାରତ ପକ୍ଷରୁ ମଧ୍ୟ ପାକିସ୍ତାନୀ ବନ୍ଦୀଙ୍କ ତାଲିକା ପ୍ରଦାନ କରାଯାଇଛି।

All Right Reserved By

ଜାତୀୟ |

ଭାଜପା ଲୋକଙ୍କ ମଧ୍ୟରେ ତାଲିବାନୀଙ୍କୁ ସୃଷ୍ଟି କରୁଛି:  ମମତା ବାନାର୍ଜୀ

ଭାଜପା ଲୋକଙ୍କ ମଧ୍ୟରେ ତାଲିବାନୀଙ୍କୁ ସୃଷ୍ଟି କରୁଛି: ମମତା ବାନାର୍ଜୀ

କୋଲକାତା,୨୧।୭: ଶହୀଦ ଦିବସ ପାଳନ ଅବସରରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରର ଭାଜପା ସରକାର ଲୋକଙ୍କ ମଧ୍ୟରେ ତାଲିବାନୀଙ୍କୁ ସୃଷ୍ଟି କରୁଛି।

ରାହୁଲଙ୍କୁ ମୋଦିଙ୍କ କଟାକ୍ଷ: ଅନାସ୍ଥାର କାରଣ ପଚାରିବାରୁ ମୋତେ ଆଲିଙ୍ଗନ କଲେ

ରାହୁଲଙ୍କୁ ମୋଦିଙ୍କ କଟାକ୍ଷ: ଅନାସ୍ଥାର କାରଣ ପଚାରିବାରୁ ମୋତେ ଆଲିଙ୍ଗନ କଲେ

ଶାହାଜହାଁପୁର,୨୧।୭: ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ପୁଣି ଥରେ ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ଶନିବାର ଶାହାଜହାଁପୁରରେ ପହଞ୍ଚି ଏକ କୃଷକ ସମାବେଶକୁ ସମ୍ବୋଧିତ କରିଛନ୍ତି ମୋଦି। ଏହି ଅବସରରେ ସେ ବିରୋଧୀଙ୍କ ମହାମେଣ୍ଟକୁ କଟାକ୍ଷ କରି କହିଛନ୍ତି,

୫୦ ବର୍ଷ ପରେ ମିଳିଲା ଯବାନଙ୍କ ମୃତଦେହ

୫୦ ବର୍ଷ ପରେ ମିଳିଲା ଯବାନଙ୍କ ମୃତଦେହ

ଶିମଲା,୨୧।୭: ଦୀର୍ଘ ୫୦ ବର୍ଷ ପରେ, ୧୯୬୮ରେ ହୋଇଥିବା ବାୟୁସେନା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଯବାନଙ୍କ ମୃତଦେହ ହିମାଚଳପ୍ରଦେଶର ଢାକା ଗ୍ଲାସିୟର ବେସ କ୍ୟାମ୍ପରୁ ମିଳିଛି। ଜୁଲାଇ ୧ରେ ଏକ ପର୍ବତାରୋହୀ ଦଳ ଏହାକୁ ଠାବ କରିଛନ୍ତି।

ରେଳ ଷ୍ଟେଶନରୁ ୨ କୋଟି ଠାବ

ରେଳ ଷ୍ଟେଶନରୁ ୨ କୋଟି ଠାବ

ନୂଆଦିଲ୍ଲୀ,୨୧।୭: ଉତ୍ତରପ୍ରଦେଶର ମୋଗଲସରାଇ ରେଲଓ୍ବେ ଷ୍ଟେଶନରୁ ଶନିବାର ପୋଲିସ କର୍ମଚାରୀମାନେ ୨ କୋଟି ଟଙ୍କା ଠାବ କରିଛନ୍ତି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ମୋଗଲସରାଇ ଜିଆର୍‌ପି ଇନ୍ସପେକ୍ଟର ଆର୍‌ କେ ସିଂ ସୂଚନା ଦେଇଛନ୍ତି।

ଆତଙ୍କବାଦୀଙ୍କ ନିକଟରୁ ମିଳିଲା ଭାରତ ନିର୍ମିତ ପେନ୍‌ ଗନ୍‌

ଆତଙ୍କବାଦୀଙ୍କ ନିକଟରୁ ମିଳିଲା ଭାରତ ନିର୍ମିତ ପେନ୍‌ ଗନ୍‌

ଦାନ୍ତେଓ୍ବାଡା,୨୧।୭: ଛତିଶଗଡ଼ର ବୌଲାଡିଲା ପାହାଡ ନିକଟରେ ଗୁରୁବାର ମୃତ୍ୟୁ ଘଟିଥିବା ଆତଙ୍କବାଦୀଙ୍କ ନିକଟରୁ ମେଡ୍‌ ଇନ୍‌ ଇଣ୍ଡିଆ ପେନ୍‌ ଗନ୍‌ ମିଳିଛି।

ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ ଜାରି

ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ ଜାରି

କୁପଓ୍ବାଡ଼ା,୨୧।୭: ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲା ଅନ୍ତର୍ଗତ ତଙ୍ଗ୍‌ଦାର ସେକ୍ଟରରେ ଶନିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେଶନ୍‌ ଚଳାଇଛନ୍ତି।

ବଳାତ୍କାର ଅଭିଯୋଗରେ ପୂଜକ ଗିରଫ

ବଳାତ୍କାର ଅଭିଯୋଗରେ ପୂଜକ ଗିରଫ

ତୋହାନା,୨୧।୭: ହରିୟାଣାର ଫତେହାବାଦ ଜିଲା ଅନ୍ତର୍ଗତ ତୋହାନା ସହରରେ ଥିବା ବାଲକ୍‌ନାଥ ମନ୍ଦିରର ଜଣେ ୬୦ ବର୍ଷୀୟ ପୂଜକ ବଳାତ୍କାର ଅଭିଯୋଗରେ ଗିରଫ ହୋଇଛନ୍ତି। ଏ ନେଇ ଡିଏସ୍‌ପି ଯୋଗିନ୍ଦ୍‌ ଶର୍ମା କହିଛନ୍ତି ଯେ, ପ୍ରଥମେ ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା।

ଗୋ-ଚାଲାଣ ସନ୍ଦେହରେ ଜଣଙ୍କୁ ପିଟିପିଟି ହତ୍ୟା

ଗୋ-ଚାଲାଣ ସନ୍ଦେହରେ ଜଣଙ୍କୁ ପିଟିପିଟି ହତ୍ୟା

ଅଲଓ୍ବର,୨୧।୭: ରାଜସ୍ଥାନର ଅଲଓ୍ବର ଜିଲାରେ ଶୁକ୍ରବାର ରାତିରେ ଗୋ-ଚାଲାଣ ସନ୍ଦେହରେ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି।

ଶାହାଜାହାନପୁର ଗସ୍ତରେ ମୋଦି

ଶାହାଜାହାନପୁର ଗସ୍ତରେ ମୋଦି

ଶାହାଜାହାନପୁର,୨୧।୭: ଉତ୍ତର ପ୍ରଦେଶ ଶାହାଜାହାନପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏକ କୃଷକ ରାଲିକୁ ସମ୍ବୋଧିତ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ କୃଷକ ଓ ଭାଜପା କର୍ମୀ ଯୋଗ ଦେଇଛନ୍ତି।

୪୦ ବର୍ଷ ହେବ ମାଓବାଦୀ ନେତାଙ୍କୁ ଖୋଜୁଛି ୯ ରାଜ୍ୟର ପୋଲିସ

୪୦ ବର୍ଷ ହେବ ମାଓବାଦୀ ନେତାଙ୍କୁ ଖୋଜୁଛି ୯ ରାଜ୍ୟର ପୋଲିସ

ରାୟପୁର,୨୧।୭: ଦେଶରେ ସକ୍ରିୟ ଥିବା ଲାଲ ବାହିନୀର ମୁଖ୍ୟ ଗଣପତିଙ୍କୁ କେନ୍ଦ୍ର ତଥା ୯ ରାଜ୍ୟର ଗୁଇନ୍ଦା ବିଭଗ ପୋଲିସ ୪୦ ବର୍ଷ ହେବ ଖୋଜୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କର କୌଣସି ସୂଚନା ମିଳିପାରି ନାହିଁ। ଏମିତିକି ପୋଲିସ ପାଖରେ ତାଙ୍କର ବର୍ତ୍ତମାନର କୌଣସି ଫଟୋ ମଧ୍ୟ ନାହିଁ।

ଅଷ୍ଟ୍ରେଲିଆରେ ଆୟୋଜିତ ଯୁଦ୍ଧାଭ୍ୟାସରେ ପ୍ରଥମଥର ଭାଗନେବ ଭାରତ

ଅଷ୍ଟ୍ରେଲିଆରେ ଆୟୋଜିତ ଯୁଦ୍ଧାଭ୍ୟାସରେ ପ୍ରଥମଥର ଭାଗନେବ ଭାରତ

ନୂଆଦିଲ୍ଲୀ/କାନବେରା,୨୧।୭: ଅଷ୍ଟ୍ରେଲିଆ ବାୟୁସେନା ଦ୍ୱାରା ଆୟୋଜିତ ବହୁରାଷ୍ଟ୍ରୀୟ ବାୟୁସେନା ଅଭ୍ୟାସ ‘ପିଚ୍‌ ବ୍ଲାକ୍‌-୨୦୧୮’ରେ ଭାରତ ପ୍ରଥମ ଥର ପାଇଁ ଭାଗ ନେବାକୁ ଯାଉଛି।

୩ବର୍ଷ ପରେ ବଦଳିଲା ବାଂଲାଦେଶ ବିମାନର ସ୍ଥାନ

୩ବର୍ଷ ପରେ ବଦଳିଲା ବାଂଲାଦେଶ ବିମାନର ସ୍ଥାନ

ରାୟପୁର,୨୧।୭: ରାୟପୁର ବିମାନ ବନ୍ଦରରେ ଜରୁରୀକାଳିନ ପରିସ୍ଥିତିରେ ଗତ ୩ ବର୍ଷ ତଳେ ଅବତରଣ କରିଥିବା ବାଂଲାଦେଶ ବିମାନର ଭାଗ୍ୟ ଖୋଲିଛି। ବଦଳିଛି ଏହାର ସ୍ଥାନ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ