ଅନଗୁଳ-ଢେଙ୍କାନାଳ

ଗଛ ଡାଳ ପଡ଼ି ମହିଳା ମୃତ

ଗଛ ଡାଳ ପଡ଼ି ମହିଳା ମୃତ
ପରଜଙ୍ଗ,୧।୧(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ଗ୍ରାମର ଜଣେ ମହିଳାଙ୍କ ଉପରେ ସୋମବାର ସକାଳେ ଏକ ସଜନା ଗଛର ଡାଳ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ସେ ହେଲେ ଶାନ୍ତି ଦାନୀ। ଶାନ୍ତି ଏକ ସଜନା ଗଛ ମୂଳେ ବସିଥିବାବେଳେ ହଠାତ୍‌ ଏକ ସଜନା ଡାଳ ଖସି ତାଙ୍କ ଗୋଡ଼ରେ ପଡ଼ିଥିଲା। ଫଳରେ ଗୋଡ଼ର ହାଡ଼ ବାହାରି ପଡ଼ିଥିଲା। ପ୍ରଥମେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ବଅଁରପାଳର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
All Right Reserved By

ଅନଗୁଳ-ଢେଙ୍କାନାଳ

ମାର୍କେଟ କମ୍ପେକ୍ସ ଉଦ୍‌ଘାଟିତ

ମାର୍କେଟ କମ୍ପେକ୍ସ ଉଦ୍‌ଘାଟିତ

ବଇଣ୍ଡା,୧୮।୧୨(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତଠାରେ ନିର୍ମାଣ  ହୋଇଥିବା ନୂତନ ମାର୍କେଟ କମ୍ପେକ୍ସ  ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। 

ପେଥାଇ ଆଣିଲା ଦୁଃଖ:  ଧାନ ଜମିରେ ଆଣ୍ଠୁଏ ପାଣି

ପେଥାଇ ଆଣିଲା ଦୁଃଖ: ଧାନ ଜମିରେ ଆଣ୍ଠୁଏ ପାଣି


କାମାକ୍ଷାନଗର, ୧୮।୧୨(ଡି.ଏନ୍‌.ଏ.)-ଘୂର୍ଣ୍ଣିଝଡ଼ ‘ପେଥାଇ’ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଚାଷୀଙ୍କ ପାଇଁ ଦୁଃଖ ଆସିଛି। ଅଦିନିଆ ବର୍ଷାରେ ନଷ୍ଟ ହୋଇଯାଇଛି ହଜାର ହଜାର ଏକର ଜମିର ଧାନ ଚାଷ। ଆଣ୍ଠୁଏ ପାଣିରେ ବୁଡ଼ିରହିଛି ପାଚିଲା ଧାନ। ଅମଳବେଳକୁ ଏପରି ଦୁର୍ଦ୍ଦଶା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇଦେଇଛି।

 ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ଘଟଣା:   କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ.)- ମଙ୍ଗୁଳିରୁ ସମ୍ବଲପୁର ପର୍ଯ୍ୟନ୍ତ ନିର୍ମାଣଧୀନ ୫୫ ନଂ. ଜାତୀୟ ରାଜପଥ କାମରେ ନିୟୋଜିତ ଶ୍ରମିକ ଛେଣ୍ଡିପଦା ବ୍ଲକ ଜରପଡ଼ା ଅଞ୍ଚଳ ତୁକୁଡ଼ା ଗ୍ରାମର ଦୀପକ କୁମାର ସାହୁ(୧୯) ସୋମବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ମଙ୍ଗଳବାର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉକ୍ତ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଦାୟିତ୍ୱ ନେଇଥିବା ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ ଠିକାସଂସ୍ଥାର ଅନୁଗୋଳ ଜିଲା ଜରପଡା ଥାନା ଲକ୍ଷ୍ମୀଧରପୁର ଗ୍ରାମ ନିକଟସ୍ଥ ଗୋବିନ୍ଦ ପାଣସାହିସ୍ଥିତ କ୍ୟାମ୍ପ ଅଫିସ ପରିସରରେ ତୁକୁଡା ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି। 

ନାଳ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନାଳ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର,୧୮।୧୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା ଉର୍ବେଙ୍ଗି ନାଳ ଭିତରୁ  ମଙ୍ଗଳବାର  ବ୍ରାହ୍ମଣିଆ ଗ୍ରାମର ଶ୍ରୀକାନ୍ତ ନାୟକ(୪୦)ଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ପେଥାଇ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି। ଦିନରାତି ଝିପିଝିପି ଲାଗି ରହିଛି। ଏହାଦ୍ୱାରା ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଏହି ବର୍ଷା ପ୍ରଭାବରେ ଚାଷୀକୁଳ କ୍ଷତିଗ୍ରସ୍ତ ହୋଇଛନ୍ତି। 

ସାଲୁଇଖମଣ ଗ୍ରାମରେ ଦନ୍ତାହାତୀ ଉପଦ୍ରବ

ସାଲୁଇଖମଣ ଗ୍ରାମରେ ଦନ୍ତାହାତୀ ଉପଦ୍ରବ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ)-ଛେଣ୍ଡିପଦା ପଞ୍ଚାୟତ ସାଲୁଇଖମଣ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଦନ୍ତାହାତୀ ଉତ୍ପାତ କରିଥିବା ଜଣାପଡିଛି।

ସନ୍ଧ୍ୟା ୬ରୁ ସକାଳ ୬ ବିଦ୍ୟୁତ୍‌ କାଟ

ସନ୍ଧ୍ୟା ୬ରୁ ସକାଳ ୬ ବିଦ୍ୟୁତ୍‌ କାଟ

ବଇଣ୍ଡା, ୧୮।୧୨(ଡି.ଏନ.ଏ.)ସଞ୍ଜ ନଇଁବା କ୍ଷଣି ବିଦ୍ୟୁତ୍‌ କାଟ୍‌ କରିଦେଉଛି ବିଭାଗ। ଦିନେ କି ସପ୍ତାହେ ନୁହେଁ ମାସେ ହେଲାଣି ଅନ୍ଧାରରେ ହନ୍ତସନ୍ତ ହେଉଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଥିବା ୫ ପଞ୍ଚାୟତବାସୀ। 

ଘର, ଜମି ବଞ୍ଚାଇବାକୁ ପ୍ରଶାସନର ଦ୍ୱାରସ୍ଥ ଶିଥିରାସାହିବାସୀ:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଘର, ଜମି ବଞ୍ଚାଇବାକୁ ପ୍ରଶାସନର ଦ୍ୱାରସ୍ଥ ଶିଥିରାସାହିବାସୀ:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଅନୁଗୋଳ ଅଫିସ, ୧୮।୧୨ଅନୁଗୋଳ ପଞ୍ଚମହଲାରେ ଥିବା ଶିଥିରାସାହିର ଲୋକଙ୍କ ଜାଗା ହଡ଼ପ କରାଯାଇଥିବା ନେଇ ଅଞ୍ଚଳବାସୀ ସୋମବାର ଜିଲାପାଳଙ୍କ ସହଯୋଗ ଲୋଡ଼ିଛନ୍ତି।

ବିଦ୍ୟୁତ୍‌ ସଂସ୍ପର୍ଶରେ ହେଲ୍‌ପର ମୃତ

ବିଦ୍ୟୁତ୍‌ ସଂସ୍ପର୍ଶରେ ହେଲ୍‌ପର ମୃତ

ଓଡ଼ାପଡ଼ା, ୧୮ା୧୨(ଡି.ଏନ.ଏ.ଢେଙ୍କାନାଳ ଜିଲା ବାଲିମୀ ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ନିମବାହାଳି ନିକଟ କାର୍ଯ୍ୟରତ ଏସ୍କାଭେଟର (ମାଟିଖୋଳା ମେଶିନ) ହେଲ୍‌ପର ଦୀପକ ସାହୁ (୨୩)  ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି।

ରାସ୍ତା ମରାମତି ଦାବି:ଓଭରବ୍ରିଜ କାମ ବନ୍ଦ କଲେ ଗ୍ରାମବାସୀ

ରାସ୍ତା ମରାମତି ଦାବି:ଓଭରବ୍ରିଜ କାମ ବନ୍ଦ କଲେ ଗ୍ରାମବାସୀ

ପାଲଲହଡା,୧୮।୧୨(ଡି.ଏନ.ଏ.)ରାସ୍ତା ମରାମତି ଦାବିରେ ପାଲଲହଡା ନୋ-ଏଣ୍ଟ୍ରି ଛକଠାରେ ଏକ ଠିକାସଂସ୍ଥା ପକ୍ଷରୁ ଚାଲିଥିବା ଓଭରବ୍ରିଜ କାମକୁ ଗ୍ରାମବାସୀ ସୋମବାର ବନ୍ଦ କରିଛନ୍ତି। 

ଓଟିିପିିସିଏଲ୍‌ କାର୍ଯ୍ୟକୁ ବିରୋଧ:ମରିଚକଣରେ ଉତ୍ତେଜନା

ଓଟିିପିିସିଏଲ୍‌ କାର୍ଯ୍ୟକୁ ବିରୋଧ:ମରିଚକଣରେ ଉତ୍ତେଜନା

କାମାକ୍ଷାନଗର, ୧୮ା୧୨(ଡି.ଏନ୍‌.ଏ)ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ମରିଚକଣରେ ପ୍ରସ୍ତାବିତ ଓଟିପିସିଏଲ୍‌ ପ୍ରକଳ୍ପ କାର୍ଯ୍ୟକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଏହାକୁ ନେଇ ସୋମବାର ସନ୍ଧ୍ୟାରେ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଯୌତୁକ ନିର୍ଯାତନା ମାମଲା: ସ୍ବାମୀଙ୍କୁ କାରାଦଣ୍ଡ

ଯୌତୁକ ନିର୍ଯାତନା ମାମଲା: ସ୍ବାମୀଙ୍କୁ କାରାଦଣ୍ଡ


ଢେଙ୍କାନାଳ ଅଫିସ, ୧୭ା୧୨-ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ସାନବଉଳପୁର ଗ୍ରାମର ସବିତା ପାତ୍ର ଯୌତୁକ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ମହିଳା ଅଦାଲତ ବିଚାରପତି ଗୀତାଞ୍ଜଳି ନନ୍ଦ ଅଭିଯୁକ୍ତ ପ୍ରଫୁଲ୍ଲ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ  ୧ବର୍ଷ ୩ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି।