ମେଟ୍ରୋ |

ଗୋଷ୍ଠୀ ସଂଘର୍ଷ, ୫ ଆହତ

ଗୋଷ୍ଠୀ ସଂଘର୍ଷ, ୫ ଆହତ
ଖୋର୍ଦ୍ଧା ଅଫିସ, ୧।୧: ନବବର୍ଷ ଉପଲକ୍ଷେ ରବିବାର ରାତିରେ ଭୋଜିକୁ ନେଇ ଖୋର୍ଦ୍ଧା ଟାଉନ୍‌ ଥାନା ସାମନ୍ତରାପୁରସ୍ଥିତ ମୋନାର୍କ ପ୍ୟାଲେସ ନିକଟରେ ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ୫ଜଣ ଆହତ ହୋଇଥିବା ବେଳେ ୫ ବାଇକ୍‌ ପୋଡ଼ି ଦିଆଯାଇଛି। ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିବା କୁହାଯାଉଛି। ତେବେ ସେ କେଉଁ ଗୋଷ୍ଠୀର ତାହା ଜଣାପଡ଼ି ନାହିଁ। ସୂଚନା ମୁତାବକ, ଶାଗୁଆନବଗିଚା, ସାମନ୍ତରାପୁର, ଉପରସାହି, ଠେଙ୍ଗାହାଟର କେତେଜଣ ଯୁବକ ରବିବାର ରାତିରେ ନବବର୍ଷ ଉପଲକ୍ଷେ ଭୋଜି କରିଥିଲେ। ଏହି ଭୋଜିରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ସାମସ୍ତରାପୁର ଓ ଉପରସାହିର କେତେଜଣ ଯୁବକଙ୍କ ମଧ୍ୟରେ ଏହି ବିବାଦ ଉଗ୍ରରୂପ ନେଇଥିଲା। କିଛି ସମୟ ପରେ ଉପରସାହିର ୪୦ରୁ ଊର୍ଦ୍ଧ୍ୱ ଯୁବକ ମୋନାର୍କ ପ୍ୟାଲେସ ନିକଟରେ ପାପୁ ଭୁଜବଳଙ୍କ କାର ଓ ଟାଟାଏସି ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ପୋଲିସ ପୋଡିଯାଇଥିବା ଗାଡିଗୁଡିକୁ ଜବତ କରିବା ସହ ପରିସ୍ଥିତିକୁ ଅନୁଧ୍ୟାନ କରୁଛି। ଗଣ୍ଡଗୋଳର କାରଣ ଅନୁଧ୍ୟାନ କରିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଛି।
All Right Reserved By

ମେଟ୍ରୋ |

ମୁମ୍ବାଇ, ଦିଲ୍ଲୀ ପରେ ଚେନ୍ନାଇରେ ମେକ୍‌ ଇନ ଓଡ଼ିଶା କନକ୍ଲେଭ: ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ

ମୁମ୍ବାଇ, ଦିଲ୍ଲୀ ପରେ ଚେନ୍ନାଇରେ ମେକ୍‌ ଇନ ଓଡ଼ିଶା କନକ୍ଲେଭ: ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ମୁମ୍ବାଇ ଓ ଦିଲ୍ଲୀ ପରେ ଏବେ ଚେନ୍ନାଇରେ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଚେନ୍ନାଇରେ ‘ମେକ ଇନ ଓଡ଼ିଶା’ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ପରିପ୍ରେକ୍ଷୀରେ ଏକ ରୋଡ ସୋ ଅନୁଷ୍ଠିତ ହୋଇଯାଇଛି । 

ପରିବେଶ ସୁରକ୍ଷା ପାଇଁ ନାବାର୍ଡ଼ ପକ୍ଷରୁ ବୃକ୍ଷରୋପଣ

ପରିବେଶ ସୁରକ୍ଷା ପାଇଁ ନାବାର୍ଡ଼ ପକ୍ଷରୁ ବୃକ୍ଷରୋପଣ

ସାକ୍ଷୀଗୋପାଳ, ୨୬।୯(ଡି.ଏନ୍‌.ଏ): ସନ୍ତୁଳିତ ପରିବେଶରୁ ଜୀବ ଜଗତକୁ ରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ନିମନ୍ତେ ନାବାର୍ଡ଼ର ଜେନେରାଲ ମ୍ୟାନେଜର ପ୍ରବୀର କୁମାର ପଣ୍ଡା  ସ୍ଥାନୀୟ ବୀରଗୋବିନ୍ଦପୁର ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। 

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୨୬।୯: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବାଣପୁର ଗ୍ରାମରେ ଜଣେ ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ସେ ହେଲେ ଶଙ୍କର ବେହେରା। ଶଙ୍କରଙ୍କ ମୃତ ଦେହ ଗାଁ ପାଖ ପୋଖରୀ ନିକଟରେ ପଡିଥିଲା ବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରିରଖିଛି।

ପୋଲିସ-ଆଇନଜୀବୀ ବିବାଦ: ନବୀନ ନୀବାସ ଘେରାଉ ନିଷ୍ପତ୍ତି ଟଳିଲା

ପୋଲିସ-ଆଇନଜୀବୀ ବିବାଦ: ନବୀନ ନୀବାସ ଘେରାଉ ନିଷ୍ପତ୍ତି ଟଳିଲା

କଟକ ଅଫିସ, ୨୬। ୯: କଟକରେ ପୋଲିସ-ଆଇନଜୀବୀ ବିବାଦକୁ ମାସେ ପୂରିବାକୁ ବସିଲାଣି। ହେଲେ ଏଯାଏ ବିବଦର କୌଣସି ସ୍ଥାୟୀ ସମାଧାନ ବାହାରିପାରିଲା ନାହିଁ। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ।

୭ ଦଫା ଦାବି ପୂରଣ ନ ହେବାରୁ ଚିଲିକା ବ୍ଲକ,ତହସିଲ ଘେରାଉ

୭ ଦଫା ଦାବି ପୂରଣ ନ ହେବାରୁ ଚିଲିକା ବ୍ଲକ,ତହସିଲ ଘେରାଉ

 ଖୋର୍ଦ୍ଧା ଅଫିସ,୨୬।୯: ୭ ଦଫା ଦାବି ପୂରଣ ନ ହେବାରୁ ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ବୁଧବାର ଆଇନ ଅମାନ୍ୟ ଆନ୍ଦୋଳନ କରାଯଇଛି। 

ଚୁଲିରୁ ସାଢ଼େ ୩ ଫୁଟର ନାଗ ସାପ ଉଦ୍ଧାର

ଚୁଲିରୁ ସାଢ଼େ ୩ ଫୁଟର ନାଗ ସାପ ଉଦ୍ଧାର

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ପିପିଲି ମଙ୍ଗଳପୁର ନିକଟସ୍ଥ ଉତରବାଡ଼ ଗ୍ରାମର କୈଳାସ ଚନ୍ଦ୍ର ପରିଡାଙ୍କ ଘରେ ଥିବା ଚୁଲି ଭିତରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ନାଗ ସାପ  ଉଦ୍ଧାର କରାଯାଇଛି। 

ଚେନ୍ନାଇରେ ଓଡ଼ିଶା ଭବନ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇରେ ଓଡ଼ିଶା ଭବନ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ଚେନ୍ନାଇଠାରେ ଓଡ଼ିଶା ଭବନ ଉଦ୍‌ଘାଟନ କରିଛନ୍ତି। ଏହାକୁ ମିଶାଇ  କୋଲକାତା, ମୁମ୍ବାଇ, ନୂଆଦିଲ୍ଲୀଠାରେ ଓଡ଼ିଶା ସରକାର ନିଜର ଆବାସିକ ଗୃହ ନିର୍ମାଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦୁଇଦିନିଆ ଚେନ୍ନାଇ ଗସ୍ତରେ ଯାଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ସେଠାରେ ଅନୁଷ୍ଠିତ ‘ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ଶୋ’ରେ ଯୋଗ ଦେବେ।

କରତ, କଇଁଚି,  ଛୁଞ୍ଚି ୩୩ ବର୍ଷର ପୁରୁଣା: ଦଦରା ଯନ୍ତ୍ରରେ ଓପନ ହାର୍ଟ ସର୍ଜରି

କରତ, କଇଁଚି, ଛୁଞ୍ଚି ୩୩ ବର୍ଷର ପୁରୁଣା: ଦଦରା ଯନ୍ତ୍ରରେ ଓପନ ହାର୍ଟ ସର୍ଜରି

କଟକ ଅଫିସ, ୨୬।୯- କରତ, କଇଁଚି, ଛୁଞ୍ଚି। ୧୯୮୫ ମସିହାରେ କିଣାଯାଇଥିଲା।  ୩୩ ବର୍ଷର ଏହି ପୁରୁଣା ଯନ୍ତ୍ରାଂଶରେ ଏସ୍‌ସିବି ମେଡିକାଲର ହୃଦ୍‌ବକ୍ଷ ଶଲ୍ୟ ବିଭାଗର ଜଟିଳ ଅପରେଶନ କରାଯାଉଛି। ପ୍ରତିବର୍ଷ ଯନ୍ତ୍ରପାତି କିଣିବା ପାଇଁ ସରକାରଙ୍କୁ ଚିଠା ଦିଆଯାଉଛି। 

ସହରୀ ଲୋକଙ୍କୁ ଧୋକା ଦେବାକୁ ଷଡ଼ଯନ୍ତ୍ର: ସବୁ ସହର ପାଣି ପରଖିବ ଘରୋଇ ସଂସ୍ଥା

ସହରୀ ଲୋକଙ୍କୁ ଧୋକା ଦେବାକୁ ଷଡ଼ଯନ୍ତ୍ର: ସବୁ ସହର ପାଣି ପରଖିବ ଘରୋଇ ସଂସ୍ଥା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ସରକାରୀ ସଂସ୍ଥା ଉପରୁ ଭରସା ତୁଟୁଛି। ଘରୋଇ ସଂସ୍ଥା ହେବେ ସର୍ବେସର୍ବା।  ସହରାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାଣିର ନମୁନା ଆଉ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ବିଜ୍ଞାନାଗାର ଦ୍ୱାରା ଯାଞ୍ଚ ହେବ ନାହିଁ। ସରକାରୀ ଘରୋଇ ସହଭାଗିତା (ପିପିପି) ମୋଡ୍‌ରେ ଘରୋଇ ସଂସ୍ଥା ହାତରେ ଏହି ବ୍ୟବସ୍ଥାକୁ ଟେକି ଦିଆଯିବ। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ଉଦ୍ୟମ ଆରମ୍ଭ ହୋଇଛି। 

ଦାମଙ୍କ କୁନ୍ଦୁଲି ବାଣ: ବିଜେଡି କହିଲା ତଥ୍ୟ ଥିଲେ ତଦନ୍ତକୁ ଦିଅ

ଦାମଙ୍କ କୁନ୍ଦୁଲି ବାଣ: ବିଜେଡି କହିଲା ତଥ୍ୟ ଥିଲେ ତଦନ୍ତକୁ ଦିଅ

ଭୁବନେଶ୍ୱର,୨୬ା୯(ବ୍ୟୁରୋ): କୁନ୍ଦୁଲି ଗଣବଳାତ୍କାର ପ୍ରସଙ୍ଗରେ ବରିଷ୍ଠ ନେତା ଦାମୋଦର ରାଉତ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି। ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦାମ କହିଛନ୍ତି ଯେ, ଜଣେ ତାମିଲ କନଷ୍ଟେବଳଙ୍କୁ ବଞ୍ଚାଇବା ପାଇଁ କୁନ୍ଦୁଲି ଗଣବଳାତ୍କାର ଘଟଣାକୁ ଦବାଇ ଦିଆଯାଇଛି। 

ଶ୍ରୀମନ୍ଦିରରେ ଇନ୍ଦ୍ର, ଚନ୍ଦ୍ର, ଗୋବିନ୍ଦ ବନ୍ଦାପନା ନୀତି: ହରଚଣ୍ଡୀ ସାହିରୁ ବାହାରିଲା ଐରାବତ ହସ୍ତୀ

ଶ୍ରୀମନ୍ଦିରରେ ଇନ୍ଦ୍ର, ଚନ୍ଦ୍ର, ଗୋବିନ୍ଦ ବନ୍ଦାପନା ନୀତି: ହରଚଣ୍ଡୀ ସାହିରୁ ବାହାରିଲା ଐରାବତ ହସ୍ତୀ

ପୁରୀ ଅଫିସ, ୨୬ା୯: ମଙ୍ଗଳବାର ଶ୍ରୀମନ୍ଦିରରେ ଭାଦ୍ରବ ପୂର୍ଣ୍ଣିମା ନୀତି ପାଳିତ ହୋଇଛି। ଏହି ପବିତ୍ର ତିଥିରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କ ବନ୍ଦାପନା ନୀତି ସମ୍ପନ୍ନ ହୋଇଛି। ସନ୍ଧ୍ୟା ଆଳତି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଖଣ୍ଡିଏ ଆଜ୍ଞାମାଳ ଲାଗି ହୋଇଥିଲା। ଦକ୍ଷିଣୀ ଘର ଭୋଗ ସରିବା ପରେ ଦୋଳଗୋବିନ୍ଦଙ୍କୁ ମହାଜନ ସେବକ ହସ୍ତରେ ବିଜେ କରାଇ ରତ୍ନସିଂହାନକୁ ନେଇଥିଲେ। 

ଭାଜପା ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଉଦ୍‌ଯାପିତ: ପ୍ରତି ବୁଥ୍‌କୁ ଯିବ ମହିଳା ମୋର୍ଚ୍ଚା

ଭାଜପା ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଉଦ୍‌ଯାପିତ: ପ୍ରତି ବୁଥ୍‌କୁ ଯିବ ମହିଳା ମୋର୍ଚ୍ଚା

ପୁରୀ ଅଫିସ, ୨୬ା୯: ୨୦୧୯ରେ ହୋଇପାରେ ସାଧାରଣ ନିର୍ବାଚନ। ଏହି ନିର୍ବାଚନ ବୈତରଣୀ ପାରହେବା ଲାଗି ମହିଳା ଭୋଟରଙ୍କୁ ଟାର୍ଗେଟ କରିଛି ଭାଜପା। ମହିଳା ଭୋଟରଙ୍କୁ କିଭଳି ଦଳ ଆଡକୁ ଆକର୍ଷିତ କରାଯାଇପାରିବ ସେଥିଲାଗି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଜନା ପ୍ରସ୍ତୁତ ହୋଇଛି।